• About
  • Contact
Monday, August 24, 2026
Monday, August 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ରାଜଧାନୀରେ ଶ୍ରୁତି ବାଧିତ ଓ ଦୃଷ୍ଟି ବାଧିତ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

ରାଜଧାନୀରେ ଶ୍ରୁତି ବାଧିତ ଓ ଦୃଷ୍ଟି ବାଧିତ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୩ ଜୁଲାଇ ୨୦୨୪

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଚଳିତ ବର୍ଷ ୨୦୨୪ ମସିହା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଧ୍ୟମିକ ୧୦ମ ଶ୍ରେଣୀ ପରୀକ୍ଷାରେ ବୁବନେଶ୍ଵର ୟୁନିଟ୍- ୩ ସ୍ଥିତ ବିପିନ୍ ବିହାରୀ ଚୌଧୁରୀ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଭୀମ ଭୋଇ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁ ଉତ୍ତୀର୍ଣ୍ଣ ଯଥାକ୍ରମେ ଶ୍ରୁତି ବାଧିତ ଓ ଦୃଷ୍ଟି ବାଧିତ କୃତୀ ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ଭବ୍ୟ ସମାରୋହରେ ଫାଉଣ୍ଡେସନ ଅଧ୍ୟକ୍ଷ ତଥା ପୂର୍ବତନ ଆୟକର କମିଶନର ଶ୍ରୀ ଶୋଭନ କର ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ, ସଂସ୍କୃତିବିତ୍ ତଥା ଦୈନିକ ଓଡ଼ିଶା ଭାସ୍କର ସମ୍ପାଦକ ଶ୍ରୀ ପ୍ରଦୋଷ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମରୋହକୁ ଉଦ୍ଘାଟନ କରିଥିଲେ । “ଦୃଢ଼ମନା ହୋଇ ଜ୍ଞାନାଲୋକ ସନ୍ଧାନ କରୁଥିବା ପ୍ରତ୍ୟେକ ବିଦ୍ୟାର୍ଥୀ ସଫଳତାର ଶୀର୍ଷ ସୋପାନରେ ପହଞ୍ଚି ପାରିବେ” ବୋଲି ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ ମତ ବ୍ୟକ୍ତ କରିଥିଲେ।

ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ଶ୍ରୀ ଅବନୀ ଚନ୍ଦ୍ର ଦାସ ଉତ୍ସବରେ ସଂଯୋଜନା କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବିପିନ୍ ବିହାରୀ ଚୌଧୁରୀ ଶ୍ରୁତି ବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ମିଶ୍ର ଏବଂ ଭୀମ ଭୋଇ ଦୃଷ୍ଟି ବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ କଳାଶ୍ରୀ ଦାଶ କୃତୀ ବିଦ୍ୟାର୍ଥୀ ମାନଙ୍କ ସମେତ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ଲାଭ କରି ସୁମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଉତ୍ସବରେ ଅଧ୍ୟକ୍ଷତା କରି ନିଜ ଅଭିଭାଷଣରେ ଶ୍ରୀ ଶୋଭନ କର କହିଲେ ନିଜର ଇଚ୍ଛାଶକ୍ତି ଓ ଏକାଗ୍ରତା ଥିଲେ ପ୍ରତ୍ୟେକ ବିଦ୍ୟାର୍ଥୀ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ପ୍ରଦର୍ଶନ କରି ପାରିବ । ଏଥିରେ ଶାରିରୀକ ଅକ୍ଷମତା କୌଣସି ବାଧକ ସୃଷ୍ଟି କରିପାରିବ ନାହିଁ ।

ଶ୍ରୁତି ବାଧିତ କୃତୀ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ସୁଶ୍ରୀ ଶ୍ରୁତି ରେଖା ମଲ୍ଲିକ, ଶ୍ରୀ ସୁପ୍ରକାଶ କୁଣ୍ଡୁ ଓ ଶ୍ରୀ ଶିବମ୍ ଠାକୁର ଙ୍କୁ ଏବଂ ଦୃଷ୍ଟି ବାଧିତ କୃତୀ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଶ୍ରୀ ଆକାଶ ଖମାରୀ, ଶ୍ରୀ ଆୟୁଷ କୁମାର ସାହୁ ଓ ସୁଶ୍ରୀ ଚିନ୍ମୟୀ ସାହୁ ଙ୍କୁ ଫାଉଣ୍ଡେସନ ପକ୍ଷରୁ ଉପଢୌକନ, ପ୍ରୋତ୍ସାହନ ବୃତ୍ତି ଅର୍ଥ ରାଶି ସହିତ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ।

ଶେଷରେ ସଂଯୋଜକ ଶ୍ରୀ ଅବନୀ ଚନ୍ଦ୍ର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ । ବିପିନ୍ ବିହାରୀ ଚୌଧୁରୀ ଶୃତି ବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଚିତ୍ତାକର୍ଷକ ନୃତ୍ୟାଭିନୟ ପରିବେଷଣ କରିଥିଲେ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Nirvik Bureau

Nirvik Bureau

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.