• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସଚେତନତା ପ୍ରସାର କରିବାରେ ରଜତ୍ କରଙ୍କର ଅବଦାନ ଅତୁଳନୀୟ
(ପଦ୍ମଶ୍ରୀ ଶ୍ରୀ ରଜତ କୁମାର କରଙ୍କ ୯୧ ତମ ଜୟନ୍ତୀ ସମାରୋହ)

ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସଚେତନତା ପ୍ରସାର କରିବାରେ ରଜତ୍ କରଙ୍କର ଅବଦାନ ଅତୁଳନୀୟ  (ପଦ୍ମଶ୍ରୀ ଶ୍ରୀ ରଜତ କୁମାର କରଙ୍କ ୯୧ ତମ ଜୟନ୍ତୀ ସମାରୋହ)
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୩ ସେପ୍ଟେମ୍ବର ୨୦୨୪

ପଦ୍ମଶ୍ରୀ ରଜତ କୁମାର କର ଏକା ଧାରା ରେ ଜଣେ ପ୍ରବୀଣ ବକ୍ତା, ସାହିତ୍ୟିକ, ଲେଖକ, ଇତିହାସ ଗବେଷକ, ନାଟ୍ୟକାର, କବି ଓ ଅଭିନେତା ଥିବା ବେଳେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ରେ ୧୯୫୯ ରୁ ୬୨ ବର୍ଷ ଧରି ଧାରାବିବରଣୀ ଦେଇ ନିଜକୁ ମହାପ୍ରଭୁଙ୍କ ଏକ ଅନନ୍ୟ ସେବକ ଭାବେ ସ୍ଥାପିତ କରି ପାରି ଥିଲେ। ଗଣମାଧ୍ୟମ ମାଧ୍ୟମରେ ସମାଜରେ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚେତନା ଜାଗରଣ ରେ ତାଙ୍କର ଅବଦାନ କାଳଜୟୀ ଏବଂ ବେତାର ଯୁଗ ରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମ ଯୁଗ ପର୍ଯ୍ୟନ୍ତ ସେ ଥିଲେ ଓଡ଼ିଆ ଅସ୍ମିତା ର ଅନନ୍ୟ ବାର୍ତ୍ତାବହ ସମ୍ମାନିତ ଅତିଥି ପୂର୍ବତନ ସଂସ୍କୃତି ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ କହିଥିଲେ। ସ୍ଥାନୀୟ ୟୁନିଟ ୩ ସ୍ଥିତ ବୁଦ୍ଧ ମନ୍ଦିର ସଭା କକ୍ଷରେ କଳିଙ୍ଗ ଭାରତୀ ସଭାପତି ଡାକ୍ତର ଶୈଳେଶ୍ୱର ନନ୍ଦଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ଓ ପଦ୍ମଶ୍ରୀ ରଜତ କୁମାର କର ସ୍ମୃତି ସଂସଦ ଦ୍ୱାରା ଆୟୋଜିତ ଶ୍ରୀ କରଙ୍କ ୯୧ତମ ଜୟନ୍ତୀ ସମାରୋହ ରେ ଡାକ୍ତର ନନ୍ଦ ରଜତ କରଙ୍କ ସହ ତାଙ୍କର ୭୦ ବର୍ଷର ସାହିତ୍ୟ ଯାତ୍ରା ବିଷୟରେ କହିଥିଲେ। ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଓ ସ୍ଥମ୍ଭକାର ଶ୍ରୀ ପ୍ରଦୋଷ ପଟ୍ଟନାୟକ ଶ୍ରୀ ରଜତ କୁମାର କରଙ୍କ ଖବରକାଗକ ଓ ଟିଭି ବିଭିନ୍ନ ଗୁଣାତ୍ମକ ଆଲୋଚନା ସବୁକୁ ସ୍ମରଣ କରି ତାଙ୍କ ଭଳି ବ୍ୟକ୍ତି ଯୋଗଜନ୍ମା ବୋଲି କହିଥିଲେ।

ପାଲା ସାହିତ୍ୟ ଓ ସଂସ୍କୃତି ର ପ୍ରଚାର ପ୍ରସାର ସହ ପାଳକଳାକାର ମାନଙ୍କ ସଂରକ୍ଷଣ କରିବାରେ ପ୍ରାର୍ଥନା ଚ୍ୟାନେଲ ର ‘ବାଦୀ ପାଲା’ ମଞ୍ଚ ର ପରିଚାଳନା ଓ ପରିକଳ୍ପନା ରେ ପଦ୍ମଶ୍ରୀ କରଙ୍କ ଭୂମିକା ଲାଗି ଜାତି ତାଙ୍କ ପାଖରେ ସଦା ଋଣୀ ରହିବ ବୋଲି ସମ୍ମାନିତ ବକ୍ତା ଓଟିଭି ର ସୃଜନଶୀଳ ପ୍ରମୁଖ ଶ୍ରୀ ରଞ୍ଜନ କୁମାର ଶତପତି କହିଥିବା ବେଳେ ପଦ୍ମଶ୍ରୀ ରଜତ କୁମାର କର ରଥ ଯାତ୍ରା ଧାରାବିବରଣୀ ଦେଲା ବେଳେ ତାଙ୍କ ଭିତରେ ଐଶ୍ୱରିକ ସତ୍ତା ର ଅନୁଭୂତି ହେଉଥିବା କଥା ସ୍ମରଣ କରି ଅନ୍ୟତମ ସମ୍ମାନିତ ବକ୍ତା ନ୍ୟୁଜ ୭ ର ସାମ୍ପ୍ରତିକ କାର୍ଯ୍ୟ ମୁଖ୍ୟ ଶ୍ରୀ ବିଜୟ କୁମାର ମହାନ୍ତି ତାଙ୍କୁ ଜଣେ ଅସାଧାରଣ ବାଗ୍ମୀ ବୋଲି କହିଛନ୍ତି। ଅନ୍ୟତମ ବକ୍ତା ଆକାଶବାଣୀ କଟକର ପୂର୍ବତନ ସହ-ନିର୍ଦ୍ଧେଶକ ଶ୍ରୀ ସୁଜିତ କୁମାର ଦାସ ପ୍ରଫେସର କର ଙ୍କ ବେତାରରେ ପ୍ରସାରିତ ନାଟକ, ଅନୁଚିନ୍ତା, ବୈଦେହୀଶ ବିଳାସ ଧାରାବାହିକ, ରଥ ସମୟର ଆଲୋଚନା ଆଦିକୁ ସ୍ମରଣ କରି ତାଙ୍କ ଅନୁପସ୍ଥିତ ରେ ଜାତି ଜଣେ ଚିନ୍ତାନାୟକଙ୍କୁ ହରେଇଛି ବୋଲି କହିଥିଲେ।

ସ୍ମୃତି ସଂସଦ ତରଫରୁ ଡାକ୍ତର ଅଂଶୁମାନ କର ପଦ୍ମଶ୍ରୀ କରଙ୍କ କାଳଜୟୀ ଟିଭି କାର୍ଯ୍ୟକ୍ରମ ମାନଙ୍କ ବିଷୟରେ କହି ଏହି କାର୍ଯ୍ୟକ୍ରମ ମାନଙ୍କ ପୁନଃ ପ୍ରସାରଣ ଦ୍ୱାରା ଶ୍ରୀ କର ଙ୍କ ସ୍ମୃତି ଆମର ରହିବ ବୋଲି କହିଥିଲେ। ଇଂ ରଣଜୀତ କର ଅତିଥି ପରିଚୟ ଦେଇ ଥିବା ବେଳେ ଅଧ୍ୟାପକ ଡ଼. ରାଜୀବ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ ଏହି ଉତ୍ସବରେ ବରିଷ୍ଠ ପାଲାଗାୟକ ଶ୍ରୀ ସୁଦର୍ଶନ ମହାପାତ୍ର ବେଦ ପାଠ କରିଥିଲେ। ଆକାଶବାଣୀ ର ବିଶିଷ୍ଠ କଳାକାର ଶ୍ରୀ ପ୍ରଫୁଲ୍ଲ କୁମାର ପାଢ଼ୀ ‘ଏକତରା’ ରେ ରଜତ କରଙ୍କ ଜଣାଣ ପରିବେଷଣ କରିଥିବା ବେଳେ ଶ୍ରୀ ବାବୁଲି ନାଥ ପାରମ୍ପରିକ ଶୈଳୀରେ କେନ୍ଦେରା ବାଦନରେ ଜଣାଣ ପରିବେଷଣ କରିଥିଲେ ଓ ସୁବୋଧ କାନୁନଗୋ କବିତା ପାଠ କରିଥିଲେ।ଶିକ୍ଷା, ସାହିତ୍ୟ, ସଂଗୀତ ଓ ସୃଜନ ରେ ପରିପୂର୍ଣ ସ୍ବର୍ଗତ ପଦ୍ମଶ୍ରୀ ରଜତ କରଙ୍କ ବହୁମୁଖୀ ପ୍ରତିଭା ବିଷୟ ରେ ସଭାରେ ଉପସ୍ଥିତ ଅନେକ ବିଶିଷ୍ଟ ପାଲାଗାୟକ, ସମ୍ପାଦକ ଓ ସାହିତ୍ୟିକ ମାନେ ଆଲୋଚନା କରି ଥିଲେ। ଶ୍ରୀମତୀ ସାଗରିକ ପ୍ରହରାଜ ସଭା ପରିଚାଳନା କରିଥିବା ବେଳେ, ନିବେଦିତା କର, ଦେବସ୍ମିତା ମହାପାତ୍ର, ଆଦ୍ୟା, ଅଂଶୁମିତା ଓ ଶକ୍ତିସ୍ୱରୂପା, ଡାକ୍ତର ଉପେନ୍ଦ୍ର ନାୟକ, ଶ୍ରୀ ପ୍ରଭାତ କୁମାର ନନ୍ଦ, ଶ୍ରୀ ପୀତବାସ ରାଉତ୍ରାୟ, ଶ୍ରୀମତୀ ତପସ୍ୱିନୀ କର, ଶ୍ରୀ ଅଶୋକ କୁମାର ଦାଶ, ଡାକ୍ତର ଦୀପକ ରାଜ, ଅମୁଲ୍ୟ କୁମାର ସ୍ୱାଇଁ, ପ୍ରଦୀପ କର, ଅନୁପ ମାର୍ଥା, ଆଦି ସ୍ମୃତି ସଂସଦ ର ସଭ୍ୟ ମାନେ ସହଯୋଗ କରିଥିବା ବେଳେ ବହୁ ବୁଦ୍ଧିଜୀବୀ ଓ ରଜତ ପ୍ରେମୀ ସାହିତ୍ୟ ଅନୁରାଗୀ ଉପସ୍ଥିତ ଥିଲେ।

Nirvik Bureau

Nirvik Bureau

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.