• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ରାମଙ୍କ ଅଯୋଧ୍ୟା

ରାମଙ୍କ ଅଯୋଧ୍ୟା
Share on FacebookShare on Xshare on Whatsappshare on Linkedin
ଡଃ ମନୋଜ କୁମାର ଦାଶ, ଭୁବନେଶ୍ୱର, ୩୦ ଜାନୁଆରୀ ୨୦୨୪

(ମୂଳ ଲେଖାଟି ହିନ୍ଦୀ ରେ ସରୋଜ ମିଶ୍ର ଲେଖିଥିଲେ ଓ ବିବେକ୍ କୁମାର ତାକୁ କାଫିଲା ୱେବସାଇଟ ରେ ଉପସ୍ଥାପନ କରିଥିଲେ। ପରେ ଏହାକୁ ନିବେଦିତା ମେନନ୍ ଇଂରାଜୀ ରେ ଅନୁବାଦ କରିଥିଲେ। ମନୋଜ ଦାଶ ଇଂରାଜୀରୁ ଓଡ଼ିଆ ଅନୁବାଦ କରିଛନ୍ତି।)

(ଅଯୋଧ୍ୟାରେ ଥିବା ତିନି ଶହ ବର୍ଷର ଏହି ପୁରୁଣା “ଜନ୍ମସ୍ଥାନ ମନ୍ଦିର” ଜଣେ ମୁସଲମାନ ଜମିଦାରଙ୍କ ଦ୍ୱାରା ପ୍ରଦତ୍ତ ଜମି ଉପରେ ନିର୍ମିତ ହୋଇଥିଲା। ଏକ ବିଶାଳ ଏବଂ ବିସ୍ତାରିତ ନୂତନ ରାମ ମନ୍ଦିର ନିର୍ମାଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗଷ୍ଟ ୨୦୨୦ ରେ ଏହି ଅଟ୍ଟାଳିକାକୁ ଭାଙ୍ଗି ଦିଆଯାଇଥିଲା। ରାମଙ୍କ ଅଯୋଧ୍ୟା ଯାହାକି ବିଭିନ୍ନ ଧର୍ମ ଅନୁସରଣ କରୁଥିବା ଗୋଷ୍ଠୀ ମାନଙ୍କର ସହାବସ୍ଥାନ ପାଇଁ ଦିନେ ଉଦାହରଣୀୟ ଥିଲା, ସେହି ଅସ୍ତିତ୍ବ ଅଯୋଧ୍ୟାରେ ଏବେ ଆଉ ନାହିଁ । ଫୋଟୋ ସୌଜନ୍ୟ: ଦ ୱାୟାର)

ଲୋକମାନେ ଦୃଢ ବିଶ୍ୱାସ କରନ୍ତି ଯେ, ରାମ ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିଲେ; ଅଯୋଧ୍ୟାରେ ସେ କିଶୋରାବସ୍ଥାରେ ଖେଳିଥିଲେ ଏବଂ ବୁଲିଥିଲେ, ପରିଣତ ବୟସରେ ପଦାର୍ପଣ କରିବା ପର୍ଯ୍ୟନ୍ତ ବଢ଼ିଥିଲେ। ସେଠାରୁ ତାଙ୍କୁ ବନବାସରେ ପଠାଯାଇଥିଲା, ଏବଂ ପରେ ସେଠାରେ ଶାସନ କରିବାକୁ ଫେରି ଆସିଥିଲେ। ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତକୁ ସ୍ମରଣ କରିବା ପାଇଁ ଅଯୋଧ୍ୟାରେ ମନ୍ଦିର ରହିଛି। ଯେଉଁଠି ସେ ଖେଳିଥିଲେ, ସେଠାରେ ଗୁଲେଲା ମନ୍ଦିର ରହିଛି। ଯେଉଁଠାରେ ସେ ପାଠ ପଢିଥିଲେ ସେଠାରେ ରହିଛି ବଶିଷ୍ଠ ମନ୍ଦିର। ଯେଉଁଠାରେ ସେ ବସି ଶାସନ କରୁଥିଲେ, ସେଠାରେ ଏକ ମନ୍ଦିର ରହିଛି। ଯେଉଁଠି ସେ ଖାଦ୍ୟ ଖାଉଥିଲେ, ସେଠାରେ ରହିଛି ସୀତା ରସୋଇ। ଭରତ ଯେଉଁଠି ରହୁଥିଲେ, ସେଠାରେ ବି ଏକ ମନ୍ଦିର ଅଛି। ସେଠାରେ ହନୁମାନ ମନ୍ଦିର ଓ କୋପ ଭବନ ରହିଛି। ଆଖପାଖରେ ସୁମିତ୍ରା ମନ୍ଦିର ଆଉ ଦଶରଥ ଭବନ ମଧ୍ୟ ରହିଛି। ଏମିତି ଅନେକ ମନ୍ଦିର ଅଯୋଧ୍ୟାରେ ରହିଛି ଏବଂ ସବୁ ମନ୍ଦିର ପ୍ରାୟ ୪୦୦ ରୁ ୫୦୦ ବର୍ଷ ପୁରୁଣା। ଅର୍ଥାତ୍, ଏହି ମନ୍ଦିରଗୁଡ଼ିକ ସେତେବେଳେ ନିର୍ମାଣ କରାଯାଇଥିଲା ଯେତେବେଳେ ହିନ୍ଦୁସ୍ତାନ ମୋଗଲମାନଙ୍କ ଦ୍ୱାରା ଅର୍ଥାତ ମୁସଲମାନମାନଙ୍କ ଦ୍ୱାରା ଶାସିତ ହେଉଥିଲା ।

କେତେ ବିଚିତ୍ର କଥା! ମୋଗଲ ବା ମୁସଲମାନମାନେ ଏହି ମନ୍ଦିରଗୁଡିକ କିପରି ନିର୍ମାଣ କରିବାକୁ ଅନୁମତି ଦେଲେ? ମନ୍ଦିର ଧ୍ୱଂସ ପାଇଁ ସେମାନଙ୍କୁ ବିଶେଷ କରି ମନେ ପକାଯାଏ। ସେମାନଙ୍କ ନାକ ତଳେ ଏକ ସମ୍ପୂର୍ଣ୍ଣ ସହର ଧୀରେ ଧୀରେ ଅନେକ ମନ୍ଦିରରେ ଭର୍ତ୍ତି ହୋଇଯାଇଥିଲା, ଅଥଚ ସେମାନେ କୌଣସି କଠୋର ପଦକ୍ଷେପ ନେଇ ନଥିଲେ? ମନ୍ଦିର ପାଇଁ ଜମି ଦେଉଥିବା ଏଭଳି ଶାସକ କେଉଁ ପ୍ରକାରର ସାମ୍ରାଜ୍ୟ ବିସ୍ତାରବାଦୀ ଥିଲେ? ଗୁଲେଲା ମନ୍ଦିର ଯେଉଁ ଜାଗାରେ ଠିଆ ହୋଇଛି, ତାହା ମୁସଲମାନ ଶାସକମାନେ ଦେଇଥିଲେ ବୋଲି ଯିଏ ବି କହୁଛନ୍ତି, ସେମାନେ ନିଶ୍ଚୟ ମିଛ କହୁଛନ୍ତି! ଏବଂ ଦିଗମ୍ବର ଆଖଡ଼ାରେ ଥିବା ଦଲିଲ ନିଶ୍ଚିତ ଭାବରେ ନକଲି ହୋଇଥିବ, ଯେଉଁଥିରେ ଲେଖାଯାଇଛି ଯେ, ମୁସଲମାନ ଶାସକମାନେ ଅଯୋଧ୍ୟାରେ ଅନେକ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ୫୦୦ ବିଘା (ପ୍ରାୟ ୩୧୦ ଏକର) ଜମି ଦାନ କରିଥିଲେ। ଆଉ ଏହା କେବେ ହେଲେ ସତ ହୋଇନଥିବ ଯେ ନିର୍ମୋହୀ ଆଖଡ଼ା ଯେଉଁ ଜମି ଉପରେ ଠିଆ ହୋଇଛି, ସେହି ଜମିକୁ ନବାବ ସିରାଜ୍ ଉଦ-ଦୌଲା ଯୋଗାଇ ଦେଇଥିଲେ। ଅଯୋଧ୍ୟାର ଏକମାତ୍ର ସତ୍ୟ ହେଉଛି ବାବର ଏବଂ ତାଙ୍କ ଦ୍ୱାରା ନିର୍ମିତ ବାବ୍ରି ମସଜିଦ!

ଏବେ ଲାଗୁଛି ତୁଳସୀଦାସ ମଧ୍ୟ ଭୁଲ ଥିଲେ, ଯିଏ ୧୫୨୮ ଖ୍ରୀଷ୍ଟାବ୍ଦ ସମୟରେ ଜୀବିତ ଥିଲେ, କାରଣ ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ସେ ୧୫୧୧ ରେ ଜନ୍ମ ହୋଇଥିଲେ। ଲୋକେ କୁହନ୍ତି, ଯେଉଁ ସ୍ଥାନରେ ରାମଙ୍କ ଜନ୍ମ ହୋଇଥିଲା ଠିକ ସେହି ସ୍ଥାନରେ ଥିବା ରାମ ମନ୍ଦିରକୁ ଧ୍ୱଂସ କରି ୧୫୨୮ ମସିହାରେ  ମୋଗଲ ସମ୍ରାଟ ବାବର ବାବ୍ରି ମସଜିଦ୍ ନିର୍ମାଣ କରିଥିଲେ। ଯେହେତୁ ରାମଚରିତମାନସ ର ଲେଖକ ତୁଳସୀଦାସ ସେ ସମୟରେ ଜୀବିତ ଥିଲେ, ସ୍ୱାଭାବିକ ଭାବରେ ତାଙ୍କ ସମୟରେ ଘଟିଥିବା ଏତେ ବଡ ଘଟଣା ବିଷୟରେ ସେ ଜାଣିଥିବା କଥା। ବାବର ଯେଉଁ ସମୟରେ ରାମଙ୍କର ଜନ୍ମସ୍ଥାନ ଧ୍ବଂସ କରିଥିଲେ, ତୁଳସୀଦାସ ସେତେବେଳେ ନିଜର ଜୀବନ ଶୈଳୀ ବିଷୟରେ ଲେଖିଥିଲେ ଯେ, “ମୁଁ ଭିକ୍ଷା ମାଗି ଖାଇବି ଆଉ ମସଜିଦରେ ଶୋଇବି”। ଏବଂ ତା’ପର ସମୟରେ ସେ ରାମଚରିତମାନସ ଲେଖିଥିଲେ । ରାମ ମନ୍ଦିର ଧ୍ୱଂସ କରି ତାହାର ଧ୍ୱଂସାବଶେଷ ଉପରେ ବାବ୍ରି ମସଜିଦ ନିର୍ମାଣ ଘଟଣା ପାଇଁ ତୁଳସୀଦାସ ଦୁଃଖ ଅନୁଭବ କରି କଣ ଆଦୌ କିଛି ଲେଖି ନଥିଲେ? ସେ ନିଶ୍ଚୟ ଏହା ବିଷୟରେ କିଛି ତ ଲେଖିଥିବେ!

କିନ୍ତୁ, ଆଜିର ଅଯୋଧ୍ୟାରେ ସତ୍ୟ ଏବଂ ମିଥ୍ୟା ମଧ୍ୟରେ ଫରକ ଆଉ କିଛି ନାହିଁ, ଏସବୁ ନିଜର ସମସ୍ତ ଅର୍ଥ ହରାଇଛନ୍ତି।

ପାଞ୍ଚ ପିଢ଼ି ଧରି ମୁସଲମାନମାନେ ଅଯୋଧ୍ୟାରେ ଫୁଲ ଚାଷ କରି ଆସିଛନ୍ତି। ସେମାନଙ୍କ ଦ୍ୱାରା ଯୋଗାଣ ହୋଇଥିବା ଫୁଲଗୁଡିକ ମନ୍ଦିରରେ, ଦେବତାମାନଙ୍କ ଶରୀରରେ, ଏବଂ ରାମଙ୍କ ମସ୍ତକରେ ଚଢ଼ାଯାଇଥିବା ଯୋଗୁଁ ପବିତ୍ର ହୋଇଛନ୍ତି।

କିଏ ଜାଣେ କେବେଠାରୁ ମୁସଲମାନମାନେ ସେଠାରେ କଠଉ ତିଆରି କରି ଆସିଛନ୍ତି? ସନ୍ୟାସୀ, ସାଧୁ, ଏବଂ ରାମଙ୍କ ଭକ୍ତଗଣ ଆଦି, ବର୍ଷ ବର୍ଷ ଧରି ମୁସଲମାନମାନଙ୍କ ଦ୍ୱାରା ନିର୍ମିତ ଏହି କଠଉ ପିନ୍ଧି ଆସିଛନ୍ତି।

ଅଯୋଧ୍ୟାର ସୁନ୍ଦର ଭବନ ମନ୍ଦିର ବିଗତ ଚାରି ଦଶନ୍ଧି ଧରି ଜଣେ ମୁସଲମାନ ଦ୍ୱାରା ସମ୍ପୁର୍ଣ୍ଣ ଭାବରେ ପରିଚାଳିତ ହେଉଥିଲା। ୧୯୪୯ ମସିହାରେ, ମୁନୁ ମିଆଁ ଏହାର ଦାୟିତ୍ୱ ନେଇଥିଲେ ଏବଂ ୧୯୯୨ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ସେ ଏହାର ପରିଚାଳକ ରହିଥିଲେ। ସେତେବେଳେ କିଛି ସମୟରେ ଏଭଳି ପରିସ୍ଥିତି ମଧ୍ୟ ଆସିଥିଲା ଯେତେବେଳେ ମନ୍ଦିରରେ ଭକ୍ତ କମ୍ ଥିଲେ, ମୁନୁ ମିଆଁ ନିଜେ ପ୍ରାର୍ଥନା ସମୟରେ ତାଳରେ ତାଳ ଦେଇ ତାଳି ମାରିଥିଲେ। ସେ କଣ କେବେ ବି ଭାବିଥିବେ, ଅଯୋଧ୍ୟାର କେଉଁ କଥା ସତ୍ୟ ଏବଂ କେଉଁ କଥା ମିଥ୍ୟା?

ସେ ସହରର ଅଗ୍ରୱାଲଙ୍କ ଦ୍ୱାରା ନିର୍ମିତ ଏକ ମନ୍ଦିରର ପ୍ରତ୍ୟେକ ଇଟା ଉପରେ ‘୭୮୬’ ଲେଖାଯାଇଛି। ଏହି ମନ୍ଦିର ନିର୍ମାଣ ପାଇଁ ସମସ୍ତ ଇଟା ରାଜା ହୁସେନ୍ ଅଲି ଖାନ୍ ଦେଇଥିଲେ। ଏହା କ’ଣ ସତ୍ୟ? ମନ୍ଦିର ନିର୍ମାଣ କରିଥିବା ଅଗ୍ରୱାଲ ଗୋଷ୍ଠୀର ସଦସ୍ୟମାନେ କଣ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ? କିମ୍ବା ହୁସେନ୍ ଅଲି ଖାନ୍ ଏଭଳି ପାଗଳ ଥିଲେ ଯେ ସେ ଏକ ମନ୍ଦିର ନିର୍ମାଣ ପାଇଁ ଇଟା ଦାନ କରିଥିଲେ? ଏଠାରେ ପ୍ରାର୍ଥନା ସମୟରେ ଉଠିଥିବା ହାତ ଗୁଡିକ କଣ ହିନ୍ଦୁ କିମ୍ବା ମୁସଲମାନଙ୍କର ଥିଲା? ଏଭଳି ମଣିବା ଠିକ ହେବ ନାହିଁ କାହିଁକି’ନା ପ୍ରତ୍ୟେକ ହାତ ଦେବତାଙ୍କର ପ୍ରାର୍ଥନା ଉଦ୍ଦେଶ୍ୟରେ ହିଁ ଉଠିଥିଲା। କେବଳ ଗୋଟିଏ ନମ୍ବର ‘୭୮୬’ ଯୋଗୁଁ ଏହି ମନ୍ଦିରଟି ସମସ୍ତଙ୍କର ହୋଇଯାଇଥିଲା। ଅଯୋଧ୍ୟା ପରିପ୍ରେକ୍ଷୀରେ ୧୯୯୨ ମସିହା ଡିସେମ୍ବର ୬ ତାରିଖ କଣ ଏକମାତ୍ର ସତ୍ୟ?

ଡିସେମ୍ବର ୬, ୧୯୯୨ ତାରିଖ ପରେ ସରକାର ଅଯୋଧ୍ୟାର ଅଧିକାଂଶ ମନ୍ଦିରକୁ ନିଜ ଅଧୀନକୁ ନେଇଯାଇଥିଲେ। ସେ ସବୁ ମନ୍ଦିରରେ ତାଲା ଝୁଲିଥିଲା। ତା ଫଳରେ, ସେ ସବୁ ଜାଗାରେ ପୂଜା ଆଳତି ମଧ୍ୟ ସମାପ୍ତ ହେଲା । ଲୋକମାନେ ସେହି ମନ୍ଦିର ଗୁଡ଼ିକୁ ଯିବା ବନ୍ଦ କରିଦେଲେ । ବନ୍ଦ ଦ୍ୱାର ପଛରେ ବସିଥିବା ଦେବତାମାନେ ଏଭଳି ପରିସ୍ଥିତିରେ କଣ ଭାବିଥିବେ? ରାମଲାଲାଙ୍କ ମନ୍ଦିର ସୁରକ୍ଷିତ କରିବା ପାଇଁ ମସଜିଦକୁ ଧୂଳିସାତ କରିବାର ଆକାଂକ୍ଷା ନେଇ ଯେଉଁମାନେ ଗୁମ୍ବଜ ଉପରେ ଚଢିଥିଲେ, ବନ୍ଦ ହୋଇଯାଇଥିବା ମନ୍ଦିର ଗୁଡିକର କବାଟ ପଛରେ ବସିଥିବା ଦେବତାମାନେ ସେମାନଙ୍କୁ କଣ ଅଭିଶାପ ଦେଇଥିବେ?

ଅଯୋଧ୍ୟାର ପ୍ରାଚୀନ ମନ୍ଦିରଗୁଡ଼ିକର ନିଶ୍ୱାସ ପ୍ରଶ୍ୱାସରୁ କଣ ରକ୍ତର ଦୁର୍ଗନ୍ଧ ନିର୍ଗତ ହେଉଛି, ଯେଉଁ ରକ୍ତପାତ ଭଗବାନ ରାମଙ୍କ ନାମରେ ଭାରତର ଅଯୋଧ୍ୟାରେ ହୋଇଥିଲା?

ଅଯୋଧ୍ୟା ହେଉଛି ଏଭଳି ଏକ ରୂପାନ୍ତରିତ କାହାଣୀ ଯାହା ଏକ ସାଧାରଣ ସହରକୁ ଏକ ପ୍ରମୁଖ ବିଷୟବସ୍ତୁରେ ପରିଣତ କରିଦେଇଥିଲା।

ସାମ୍ପ୍ରତିକ ଅଯୋଧ୍ୟା ହେଉଛି ଏକ ଅନନ୍ୟ ସଭ୍ୟତାର ମୃତ୍ୟୁର କାହାଣୀ।

Dr. Manoj Dash

Dr. Manoj Dash

He is a Bhubaneswar-based public policy researcher, social development practitioner and public narrative builder; views expressed are personal.

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.