• About
  • Contact
Wednesday, July 15, 2026
Wednesday, July 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୦ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୦ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ
Share on FacebookShare on Xshare on Whatsappshare on Linkedin
ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୬ ଜୁନ୍ ୨୦୨୪

( ସମାଜସେବୀ କ୍ଷୀରୋଦ ଚନ୍ଦ୍ର ପଟ୍ଟନାୟକଙ୍କୁ ନନ୍ଦକିଶୋର ସ୍ମୃତି ସମ୍ମାନ)

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୦ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ରାଜଧାନୀ ଭୁବନେଶ୍ଵର ସ୍ଥିତ ରେଡ୍ କ୍ରସ୍ ଭବନ ସଭକକ୍ଷ ରେ ପାଳିତ ହୋଇ ଯାଇଛି ।

ଫାଉଣ୍ଡେସନ ଅଧ୍ୟକ୍ଷ ତଥା ପୂର୍ବତନ ଆୟକର କମିଶନର ଶ୍ରୀଯୁକ୍ତ ଶୋଭନ କର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଜୟନ୍ତୀ ସମାରୋହକୁ ବିଶିଷ୍ଟ ଭାଷା ବିଜ୍ଞାନୀ ପଦ୍ମଶ୍ରୀ ଡ଼ଃ ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ଶାନ୍ତନୁ କୁମାର ଆଚାର୍ଯ୍ୟ ଯୋଗଦେଇ ରାୟ ବାହାଦୁର ନନ୍ଦ କିଶୋର ଦାସ ଙ୍କ ଆଦର୍ଶ ଅନୁଚିନ୍ତା ରେ ଅନୁପ୍ରାଣିତ ହୋଇ ସଭ୍ୟତା ଓ ସଂସ୍କୃତିର ବିକାଶ ତଥା ଓଡ଼ିଆ ଅସ୍ମିତା ର ସୁରକ୍ଷା ଦିଗରେ ଯତ୍ନବାନ୍ ହେବାକୁ ପରାମର୍ଶ ଦେଇ ଥିଲେ । ପ୍ରାରମ୍ଭରେ ରାୟ ବାହାଦୁର ନନ୍ଦ କିଶୋର ଙ୍କ ପ୍ରତିଛବିର ଅନୁଷ୍ଠାନ ର କର୍ମକର୍ତ୍ତାଙ୍କ ସମେତ ଅତିଥି ମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଫାଉଣ୍ଡେସନ ପକ୍ଷରୁ ପୂଜ୍ୟପୂଜା କ୍ରମରେ ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ସ୍ମୃତି ରକ୍ଷା ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି ଅଧ୍ୟକ୍ଷ ଶ୍ରୀ ଶୋଭନ କର ନିଜ ଅଭିଭାଷଣ ରେ ପ୍ରକାଶ କରିଥିଲେ ।


ମାହାଙ୍ଗା ମୈତ୍ରୀ ମଞ୍ଚ ର ସମ୍ପାଦକ ତଥା ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ଅବନୀ ଚନ୍ଦ୍ର ଦାସ ସ୍ବାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଇତ୍ୟବସରରେ ଅନୁଗୁଳ ଜିଲ୍ଲା ପୁରୁଣାଗଡ ଠାରେ ଥିବା ନନ୍ଦକିଶୋର ଦାସ ଙ୍କ ସମାଧି ପୀଠ ର ପୁନରୁଦ୍ଧାର କାର୍ଯ୍ୟ ରେ ସ୍ଥାନୀୟ ସହଯୋଗ ଦେଇଥିବା ସମାଜସେବୀ ଶ୍ରୀଯୁକ୍ତ କ୍ଷୀରୋଦ ଚନ୍ଦ୍ର ପଟ୍ଟନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ରାୟ ବାହାଦୁର ନନ୍ଦ କିଶୋର ଦାସ ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।


ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ପରିବେଶବିତ୍ ଶ୍ରୀ ପ୍ରମୋଦ କୁମାର ଦାସ ଯୋଗ ଦେଇଥିବା ବେଳେ ଶରତ କର ଓ ଅନିମା କର ଫାଉଣ୍ଡେସନ ର ସହ – ଅଧ୍ୟକ୍ଷ ଅଧ୍ୟାପକ ସୁମନ କର ଧନ୍ୟବାଦ୍ ଅର୍ପଣ କରିଥିଲେ ।


ଉତ୍ସବରେ ଫାଉଣ୍ଡେସନ ତରଫରୁ ସଦ୍ୟ ପ୍ରକାଶିତ ଶ୍ରୀ ଭବେଶ ଚନ୍ଦ୍ର କରଙ୍କ ଲିଖିତ ଗଳ୍ପ ସଙ୍କଳନ “ଦେବା ବସନ୍ତ” ଓ ଶ୍ରୀ ବିବେକାନନ୍ଦ ଦାସ ଙ୍କ ରଚିତ ପୁସ୍ତକ “ଷଣ୍ଢ ଉବାଚ” ଅତିଥି ମାନଙ୍କ ଦ୍ଵାରା ଲୋକାର୍ପଣ ହୋଇଥିଲା ।

ସର୍ବଶ୍ରୀ ଅଜିତ୍ କୁମାର ସାହୁ, ଅମୂଲ୍ୟ କୁମାର ସ୍ବାଇଁ, ବିଜୟ କୁମାର ବେହେରା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।

Nirvik Bureau

Nirvik Bureau

Related Posts

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ
More

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

by Nirvik Bureau
July 12, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୨ ଜୁଲାଇ ୨୦୨୬ ଶରତ କର ଓ ଅନିମା କର ଫାଉଣ୍ଡେସନ ଦ୍ବାରା ପ୍ରକାଶିତ ଆଧ୍ୟାତ୍ମିକ ପୁସ୍ତକ ସଂକଳନ "ବ୍ରହ୍ମ ଅଚ୍ୟୁତ" କଟକ...

Read more
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
Vipul’s Voice:Burden of the Known

Vipul’s Voice:
Burden of the Known

June 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୬)

June 14, 2026
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.