• About
  • Contact
Thursday, January 22, 2026
Thursday, January 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ସଂସ୍କାରକ ବୈରାଗୀ ମିଶ୍ରଙ୍କ ଜୟନ୍ତୀ ପାଳିତ

ସଂସ୍କାରକ ବୈରାଗୀ ମିଶ୍ରଙ୍କ ଜୟନ୍ତୀ ପାଳିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ମାହାଙ୍ଗା, ୧୭ ଡିସେମ୍ବର ୨୦୨୨

ମାହାଙ୍ଗାର ଗୁଣୁପୁରରେ ଜନ୍ମିତ ବିଶିଷ୍ଟ ସମାଜ ସଂସ୍କାରକ ବୈରାଗୀ ମିଶ୍ରଙ୍କ ୧୩୭ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଜୟନ୍ତୀ ଉତ୍ସବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥକରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ।

ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତନ ଆୟକର ଆୟୁକ୍ତ ଶ୍ରୀ ଶୋଭନ କର ୧୮୮୫ମସିହା ଡିସେମ୍ବର ୧୭ତାରିଖରେ ମାହାଙ୍ଗାର ଗୁଣୁପୁରରେ ଜନ୍ମିତ ବୈରାଗୀ ମିଶ୍ରଙ୍କୁ ସଂସ୍କାରକ ତଥା ସମାଜ ସୁଧାରକ ଭାବେ ବର୍ଣ୍ଣନା କରିଛନ୍ତି ।

ତାଙ୍କ ଜୀବନାଦର୍ଶ ଆଜିର ବ୍ୟୟ ବହୁଳ ସମାଜକୁ ଦିଗ୍ ଦର୍ଶନ ଦେଇ ଆସୁଛି ଏବଂ ତାହା ମଧ୍ୟ ଯୁବପିଢ଼ିଙ୍କ ପାଇଁ ଧେୟ ହେବା ଉଚିତ୍ ବୋଲି ସେ କହିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମାହାଙ୍ଗା ମୈତ୍ରୀ ମଞ୍ଚର ସମ୍ପାଦକ ଶ୍ରୀ ଅବନୀ ଚନ୍ଦ୍ର ଦାସ ସାମାଜିକ ଉତ୍ଥାନ ପାଇଁ ସ୍ଵର୍ଗତଃ ବୈରାଗୀ ମିଶ୍ର ସମସ୍ତଙ୍କ ପ୍ରେରଣାର ଉତ୍ସ ବୋଲି ମତ ବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିଥି ଭାବେ ସର୍ବଶ୍ରୀ ରାମଚନ୍ଦ୍ର ମହାପାତ୍ର, ଶିକ୍ଷାବିତ୍ ରତ୍ନାକର ମହାନ୍ତି ଯୋଗ ଦେଇଥିବା ବେଳେ ବକ୍ତା ଭାବେ ଶିଶୁ ସାହିତ୍ୟିକ ଶଶୀଭୁଷଣ ମିଶ୍ର, ଅଧ୍ୟାପକ ମନୋରଞ୍ଜନ ବେହୁରା, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବେହେରା, ଧନେଶ୍ୱର ପ୍ରଧାନ ପ୍ରମୁଖ ସ୍ଵର୍ଗତଃ ମିଶ୍ରଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ପଣ୍ଡିତ ବାନାମ୍ବର କର ଗୀତା ପାଠ କରିଥିଲେ, ମାହାଙ୍ଗା ବରପୁତ୍ର ସ୍ମୃତି ସଂସଦ ଓ ବୈରାଗୀ ମିଶ୍ର ପୂଜ୍ୟ ପୂଜା ସ୍ମୃତି କମିଟିର ଆବାହକ ଶୁଭେନ୍ଦୁ ସାମଲ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ ।

 କପିଳେନ୍ଦ୍ର ରଣା ଧନ୍ୟବାଦ୍ ଦେଇଥିଲେ ଏବଂ ସର୍ବଶ୍ରୀ ଅଜିତ୍ କୁମାର ସାହୁ, ମାଧବ ପଲେଇ, ଶେଖ୍ ଅବଦୁଲ କୁଦୁସ, ସମ୍ ଶେର ଅଲ୍ଲୀ ଖାଁ, ହୃଷୀକେଶ ବେହେରା, କାର୍ତ୍ତିକ ଚନ୍ଦ୍ର ବିହାରୀ, ଦିଲ୍ଲୀପ କୁମାର ମହାନ୍ତି, ରାଜ କିଶୋର ବାରିକ, ବିଜୟ ରାଉତରାୟ, କମଳାକାନ୍ତ ଦାସ, ବିଭୂତି ସାହୁ, ମାନସ ସାମଲ, ଅଜୟ ମହାପାତ୍ର ଓ ପାର୍ଥ ସାରଥୀ ନାୟକ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଉତ୍ସବ ଶେଷରେ ଛୋଟ ପିଲାମାନଙ୍କ ଦ୍ଵାରା ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା ।

Nirvik Bureau

Nirvik Bureau

Related Posts

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ
More

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

by Nirvik Bureau
January 19, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୯ ଜାନୁୟାରୀ ୨୦୨୬ ବିଜୁ ଜନତା ଦଳରୁ ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରାଯିବା ପରେ ଏବେ...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
Dhanada’s Discourse: Hong Kong Help Group: When WhatsApp Becomes a Lifeline

Dhanada’s Discourse:
Hong Kong Help Group: When WhatsApp Becomes a Lifeline

January 8, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୦)

December 29, 2025
ମାହାଙ୍ଗାରେ ବିଶିଷ୍ଟ ରାଜନେତା ମତଲୁବ ଅଲ୍ଲୀ  ଏବଂ ସମାଜ ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ଜୟନ୍ତୀ ପାଳିତ

ମାହାଙ୍ଗାରେ ବିଶିଷ୍ଟ ରାଜନେତା ମତଲୁବ ଅଲ୍ଲୀ ଏବଂ ସମାଜ ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ଜୟନ୍ତୀ ପାଳିତ

December 18, 2025
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୬୯)

December 16, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.