• About
  • Contact
Tuesday, August 11, 2026
Tuesday, August 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଶରତ କର ଥିଲେ ବହୁମୁଖି ପ୍ରତିଭାର ଅଧିକାରୀ

ଶରତ କର  ଥିଲେ ବହୁମୁଖି ପ୍ରତିଭାର ଅଧିକାରୀ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, କୁଆଁପାଳ, ୧୨ ଅକ୍ଟୋବର ୨୦୨୩

ଶରତ କୁମାର କର କେବଳ ରାଜ ନେତା ନଥିଲେ, ସେ ଏକାଧାରରେ ଜଣେ ବିଶିଷ୍ଟ ବାଗ୍ମୀ, ସୁସାହିତ୍ୟିକ, ପ୍ରବୀଣ ରାଜନୀତିଜ୍ଞ ଏବଂ ଦରଦୀ ଜନସେବକ ଥିଲେ ବୋଲି ତାଙ୍କ ତୃତୀୟ ବାର୍ଷିକ ପୁଣ୍ୟ ତିଥିରେ ବହୁ ବିଶିଷ୍ଟ ବ୍ୟକ୍ତି ମତ ପୋଷଣ କରିଛନ୍ତି । ସ୍ୱର୍ଗତଃ ଶରତ କୁମାର କରଙ୍କ ୩ୟ ବାର୍ଷିକୀ ଶ୍ରାଦ୍ଧ ଦିବସ ଉପଲକ୍ଷେ ୧୨ ତାରିଖ ଗୁରୁବାର ପୂର୍ବାହ୍ନ ୧୦ ଘଟିକା ସମୟରେ କୁଆଁପାଳ ଠାରେ ମାହାଙ୍ଗା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ତାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହିତ ସ୍ୱର୍ଗତଃ କରଙ୍କ ସ୍ମୃତି ସଭା ମାହାଙ୍ଗା ମୈତ୍ରୀ ମଞ୍ଚର ସଂପାଦକ ତଥା ସ୍ତମ୍ଭକାର ଅବନୀ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବର୍ଷୀୟାନ ଗାନ୍ଧିବାଦୀ ଜନନେତା, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସରୋଜବଂଧୁ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିବଂଗତ ଶରତ ବାବୁଙ୍କ ଅମ୍ଳାନ ସ୍ମୃତି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଜଣେ ଦରଦୀ ମଣିଷ ଭାବେ ସେ ସର୍ବଦା ମାହାଙ୍ଗା ବାସୀଙ୍କ ସୁଖ ଦୁଃଖରେ ଅଂଶୀଦାର ହେଉଥିଲେ ବୋଲି କହିଥିଲେ ।

ଶରତ କର ଓ ଅନିମା କର ଫାଉଣ୍ଡେସନ ଅଧ୍ୟକ୍ଷ ତଥା ପ୍ରାକ୍ତନ ଆୟକର କମିଶନର ଶୋଭନ କର ସମ୍ମାନିତ ବରେଣ୍ୟ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ଶରତ କରଙ୍କ ଅମାୟିକ ବ୍ୟବହାର, ପରୋପକାର, ଜନସେବା ଏବଂ ଲୋକପ୍ରିୟତା ତାଙ୍କ ପାଇଁ ଏବଂ ସମସ୍ତ ଜନ ସାଧାରଣଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଭାଷଣ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ । ସ୍ୱର୍ଗୀୟ ପିତାଙ୍କ ସ୍ମୃତି ଚାରଣ କରି ମାହାଙ୍ଗାବାସୀଙ୍କ ସେବାକରିବା ର ସୁଯୋଗ ପାଇଲେ ସେ ନିଜକୁ ଧନ୍ୟ ମଣିବେ ବୋଲି ମଧ୍ୟ କହିଥିଲେ । ଶରତ କର ଓ ଅନିମା କର ଫାଉଣ୍ଡେସନ, ମାହାଙ୍ଗା ମୈତ୍ରୀ ମଞ୍ଚ ଏବଂ ସ୍ଥାନୀୟ ଶରତ କର ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗା ଓ ନିଶ୍ଚିନ୍ତ କୋଇଲି ଅଞ୍ଚଳର ପ୍ରାୟ ୬୦ ରୁ ଉର୍ଦ୍ଧ୍ବ ପଞ୍ଚାୟତ ରୁ ବହୁ ନିର୍ବାଚିତ ଜନପ୍ରତିନିଧି, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ବରିଷ୍ଠ ନାଗରିକ, ବୁଦ୍ଧିଜୀବି, ବୟୋଜ୍ୟେଷ୍ଠ ମୂରବୀ, ସମାଜ ସଂଗଠକ, ମହିଳା, ଯୁବା, ଛାତ୍ର ସଂଗଠନର କର୍ମକର୍ତ୍ତା, ବ୍ୟବସାୟୀ, କୃଷକ ନେତା ପ୍ରମୁଖ ଯୋଗ ଦେଇ ଦିବଂଗତ ନେତା ଶରତ କରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଶୋକ କୁମାର ମିଶ୍ର, ରୁଦ୍ର. ନାରାୟଣ ସିଂହ, ରାମ ଚନ୍ଦ୍ର ସ୍ୱାଇଁ, ହୃଷୀକେଶ ବେହେରା, ରତ୍ନାକର ମହାନ୍ତି, ରାମ ଚନ୍ଦ୍ର ମହାପାତ୍ର, ବସନ୍ତ କୁମାର ପଣ୍ଡା, ଶୁଭେନ୍ଦୁ କୁମାର ସାମଲ ,ଜ୍ଞାନେନ୍ଦ୍ର ପ୍ରସାଦ ତ୍ରିପାଠୀ,ଅଜୟ ନାୟକ ପ୍ରମୁଖ ଶରତ କର ଙ୍କ ବହୁମୁଖି ପ୍ରତିଭା ସଂପର୍କରେ ବକ୍ତବ୍ୟ ପ୍ରଦାନ କରି ସ୍ମୃତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ଧନ୍ୟବାଦ୍ ଦେଇଥିଲେ ।

ଶ୍ରୀ ପ୍ରଦୀପ କୁମାର କର, ଜ୍ଞାନେନ୍ଦ୍ର ତ୍ରିପାଠୀ, ଅଜିତ୍ କୁମାର ସାହୁ, ଦିଲ୍ଲୀପ କୁମାର ମହାନ୍ତି, ଦୀପ୍ତି ରଞ୍ଜନ ମହାପାତ୍ର, ସମ୍ ଶେର ଅଲ୍ଲୀ ଖାଁ, କାର୍ତ୍ତିକ ଚନ୍ଦ୍ର ବିହାରୀ, ରାଜ କୁମାର ବେହେରା, ସନ୍ଦୀପ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗିତା କରିଥିଲେ ।

Nirvik Bureau

Nirvik Bureau

Related Posts

Dhanada’s Discourse: The Cloud Has a Thirst – India’s data-centre dilemma
More

Dhanada’s Discourse: 
The Cloud Has a Thirst – India’s data-centre dilemma

by Dhanada K. Mishra
August 10, 2026

Dhanada K Mishra, Hong Kong, 10 August 2026 At first glance, a data centre appears almost unreal. There are no...

Read more
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.