• About
  • Contact
Monday, June 8, 2026
Monday, June 8, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ସେ ଥିଲେ ଜଣେ ସମାଜବାଦୀ ଚିନ୍ତକ

ସେ ଥିଲେ ଜଣେ ସମାଜବାଦୀ ଚିନ୍ତକ
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୫ ଜୁଲାଇ ୨୦୨୩

ସକାଳୁ ସକାଳୁ ଦେବୀ ଭାଇନାଙ୍କର ଫୋନ୍ ଆସିଲା । ତାଙ୍କ ଘର ଡାକ ନାଁ ଓ ମୋ ଘର ଡାକ ନାଁ ଗୋଟିଏ ‘ବାବୁ’। ସେ ସୁକାନ୍ତି ନାନୀଙ୍କର ସାନ ଭାଇ । ଦେବୀ ନନ୍ଦ ଏବେ ଶ୍ରୀକ୍ଷେତ୍ର ସଂସ୍କୃତି ଉପରେ ନିୟମିତ ଭାବେ ଲେଖୁଛନ୍ତି ।

ଗଲାକାଲି ଭାଇନାଙ୍କ ସହ କଥା ହେଇଥିଲା । ମଂଗଳାର ଫୋନ୍ ଆସିଲା – ଉମା ପ୍ରସାଦ ମିଶ୍ର ଋଲିଗଲେ । ସେ ଆମ ସୁକାନ୍ତି ନାନୀଙ୍କ ସ୍ଵାମୀ ଉମାପ୍ରସାଦ ମିଶ୍ର ନୁହେ ତ !

ବୁଝୁବୁଝୁ ଯେ ସେଇ ଉମା ଭାଇନା ବା ଉମା ପ୍ରସାଦ ମିଶ୍ର । ଆମଠୁ ସାତ ଆଠ ବର୍ଷ ବଡ଼ ହେବେ । ଦେହ ଗଲା କିଛି ବର୍ଷ ଧରି ଭଲ ନଥୁଲା । ସୁକୁନାନୀ ସଭା ସମିତିକୁ ପ୍ରାୟ ଆସୁନଥିଲେ । ଭାଇନାଂକ କଥା ବୁଝିବାରେ ତାଂକ ସମୟ ବିତିଯାଉଥିଲା । ତାଂକର ଏକମାତ୍ର ଝିଅ ଏବେ ଆମେରିକାରେ ସ୍ଵାମୀ ସହ । ସୁକୁନାନୀ ଏକଦା ଥିଲେ ଶନିବାର ସାହିତ୍ୟ ସଂଧ୍ୟାର ଅନ୍ୟତମ ଅଂଶ ।

ସୁକାନ୍ତି ନନ୍ଦଙ୍କୁ ଚିହ୍ନିବା ଆଗରୁ ମୁଁ ଉମାଭାଇନାଙ୍କୁ ଜାଣିଥିଲି।

୧୯୭୮ ମସିହା । ମୁଁ ସେବେ ସେକେଣ୍ଡ ଇୟରରେ ଥାଏ । ଜରୁରୀ ପରିସ୍ଥିତି ପରେ ପ୍ରଥମ ଥର କଲେଜ ନିର୍ବାଚନ ହେଉଥାଏ । ବ୍ରଜ କିଶୋର ତ୍ରିପାଠୀ ଏମ୍.ଏଲ୍.ଏ ହୋଇଥାନ୍ତି । ଆମେମାନେ ଦେବଦତ୍ତ ସାମନ୍ତସିଂହାରଙ୍କ ନେତୃତ୍ଵରେ ତାଂକ ପାଇଁ ନିର୍ବାଚନ ପ୍ରୟର କରିଥିଲୁ । ସମସ୍ତେ ତାଂକୁ ତାଂକ ଘର ନାଁ ବୁଟୁ ଭାଇନା ନାମରେ ଡାକୁଥାନ୍ତି ।

ମୋର କଲେଜ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଇଚ୍ଛା ହେଲା। ମୋ ମନକଥା ବୁଟୁ ଭାଇନାଙ୍କୁ କହିଲି ।

-‘ଦି ଦିନ ପରେ ଉମା ଘରକୁ ଯାଅ । ଗୁଡ଼ିଆ ସାହିର ଉମା ପ୍ରସାଦ ମିଶ୍ର । ତିନିଶ’ ପୁସିଂ କାର୍ଡ ନେଇଯିବ‘। ବୁଟୁ ଭାଇନା କହିଲେ ।

ଦୁଇଦିନ ବିତିଗଲା । ଗୁଡ଼ିଆ ସାହିର ଉମାପ୍ରସାଦ ମିଶ୍ରଙ୍କ ଘରେ ପହଞ୍ଚିଲି ସକାଳୁ ସକାଳୁ । ଛୋଟିଆ ଚାଳଘରଟିଏ । ଉମାପ୍ରସାଦ ମିଶ୍ର ପିଣ୍ଡାରେ ବସିଥାନ୍ତି । ଦେଖାହେବାରୁ ଜାଣିଲି ବୁଟୁ ଭାଇନାଙ୍କ ନିର୍ବାଚନ ପ୍ରଚାର ବେଳେ ଆମର ଦେଖା ହୋଇଛି । ନାଟୁ (ପ୍ରଦୀପ) ମହାରଥୀ ଓ ସେ ଦେବଦତ୍ତ ଭାଇଙ୍କ ଘରକୁ ନିୟମିତ ଆସୁଥିଲେ । ପ୍ରଦୀପ ମହାରଥୀ ସେ ବର୍ଷ କଲେଜ ନିର୍ବାଚନରେ ସଭାପତି ପ୍ରାର୍ଥୀ।

କାର୍ଡ ମିଳିଗଲା । ନିର୍ବାଚନ ସରିଗଲା । ମୁଁ ହାରିଗଲି । ଉମାପ୍ରସାଦ ମିଶ୍ରଙ୍କ ସହ ମୋର ଭାଇଭାଇ ସଂପର୍କ କିନ୍ତୁ ସରିଲା ନାହିଁ । ସେ ଥିଲେ ଆମ ସଭିଙ୍କ ପ୍ରିୟ ଉମାଭାଇନା।

ଶନିବାର ସାହିତ୍ୟ ସଂଧ୍ୟା ସେତେବେଳେ ଶିଶୁ । ପୁରୀରେ ସାହିତ୍ୟ ସଭା କାଁ ଭାଁ କେଉଁଠି କେଉଁଠି ହେଉଥାଏ । ଧୀରେଧୀରେ ସେ ସଭାମାନଙ୍କରେ ଉମାଭାଇନାଙ୍କୁ ମୁଁ ଭେଟିଲି । ସାହିତ୍ୟ ଛଡ଼ା ସଂଗୀତ, ରାଜନୀତିରେ ବି ତାଙ୍କର ରୁଚି ଥିଲା । ସେ ଥିଲେ ନେହେରୁପନ୍ଥୀ ସମାଜବାଦୀ ।

୧୯୮୪ରେ ମୁଁ ଚାକିରି କରିବାକୁ ପୁରୀ ଛାଡ଼ି ବାହାରକୁ ଗଲି । ହଠାତ୍ ଦିନେ ବାହାଘର ନିମନ୍ତ୍ରଣ ପତ୍ରଟିଏ ପାଇଲି । ସୁକାନ୍ତି ନାନୀଙ୍କ ବାହାଘର ହେଉଛି ଉମା ଭାଇନାଙ୍କ ସହ । ମୁଁ ସେ ବାହାଘର ଭୋଜିକୁ ଉମାଭାଇନାଙ୍କ ନିମନ୍ତ୍ରଣ ଓ ସୁକାନ୍ତି ନାନୀଙ୍କ ନିମନ୍ତ୍ରଣ ଉଭୟ ପାଇଥାଏ । ଉମା ଭାଇନାଙ୍କ ଚତୁର୍ଥୀ ଭୋଜିକୁ ଗଲି । ତିଆଡ଼ି ସାହି ଓ ଗୁଡ଼ିଆ ସାହି ମଝିରେ ଗୋଟେ ମନ୍ଦିର, ଜାଗାଘର କି କ୍ଳବ କେଉଁଠି ହେଉଥିଲା । ହରିହର ବାହିନୀପତି, ବ୍ରଜକିଶୋର ତ୍ରିପାଠୀ, ବାମଦେବ ମିଶ୍ର, ପଦ୍ମଚରଣ ସାମନ୍ତସିଂହାର ଆଦି ଅନେକ ନେତା । ପୁରୀର ସବୁ ସାହିତ୍ୟିକ ସେଠି ଥିଲେ । ଏହା ୧୯୮୮ର ଘଟଣା । ମୁଁ ସେତେବେଳେ ଲକ୍ଷ୍ନୌରେ ଥାଏ ।

ଉମାଭାଇନାଙ୍କ ସହ ମୋର ଭାଇଚାରା ସେଠି ସରିଲା ନାହିଁ।

ନନା ଷ୍ଟାମ୍ପ ଭେଣ୍ଡିଂ ବ୍ୟବସାୟ କରୁଥାନ୍ତି । କଚେରୀରେ ଗୋଟେ କଣରେ ସେ ବସୁଥାନ୍ତି । ଦିନେ ସେଠି ମୁଁ କୋଟ୍ ପିନ୍ଧିଥିବା ଜଣେ ନୂଆ ଓକିଲ ଭାବେ ଉମାପ୍ରସାଦ ମିଶ୍ରଙ୍କୁ ଭେଟିଲି । ସେ ବୋଧେ ତା ଆଗରୁ କିଛି ବର୍ଷ ଅର୍ବାନ୍ ବ୍ୟାଙ୍କରେ କର୍ମଚାରୀ ଥିଲେ । ଓକିଲାତି ପଢ଼ିବା ପରେ ଚାକିରି ଛାଡ଼ି ସ୍ଵାଧୀନ ଭାବେ ଓକିଲାତି ଆରମ୍ଭ କରିଥାନ୍ତି । ବୋଧେ ସେ ପ୍ରଥମେ ବାମଦେବ ମିଶ୍ର କି ହରିହର ବାହିନୀପତିଙ୍କ ଜୁନିଅର ଥିଲେ, ପରେ ନିଜେ ନିଜେ ବୁଝିଲେ । ସେ ଥିଲେ ଓକିଲ, ସମାଜସେବୀ, ରାଜନୀତି ବିଶାରଦ ଓ ଲେଖକ ।

ବୁଟୁ ଭାଇନାଙ୍କ ରାଜନୈତିକ ପତନ ଓ ପିନାକୀ ମିଶ୍ରଙ୍କ ଉତ୍‌ଥାନ ସହ ଉମାଭାଇନା ଓ ବୁଟୁଭାଇନାଙ୍କ ସଂପର୍କ ଖରାପ ହେଲା ବୋଲି ମୁଁ ଶୁଣିଛି । ଓଡ଼ିଶା ବାହାରେ ଥିବାରୁ ଏ ଖବର ରଖିବା ମୋ ପକ୍ଷେ ସମ୍ଭବ ହେଲାନାହିଁ ।

ତେବେ ଗୋଟିଏ କଥା ମନେଅଛି । ସୁକୁନାନୀ ଓ ମୋ ସ୍ତ୍ରୀ ଶୈଳବାଳାଙ୍କ ବନ୍ଧୁତା ଅବକାଶରେ ଆମେ ବାରଂବାର ଦେଖାହୋଇଛୁ । ତାଂକ ଝିଅର ଜନ୍ମଠାରୁ ବାହାଘର ଯାଏଁ, ଜଟିଆବାବାଜୀ ଛକରେ ସୁକୁନାନୀ ଓ ଶୈଳ ବସ୍ ଧରି ବ୍ରହ୍ମଗିରି ଗଲାବେଳେ ହେଉ ବା ପୁରୀର ସାହିତ୍ୟ ସଭାମାନଙ୍କରେ ହେଉ ।

ଉମା ଭାଇନା କିଛି କିଛି ଲେଖୁଥିଲେ । ବହୁତ ବଡ଼ ଲେଖକ ହେବାର ଇଚ୍ଛା ତାଂକର କେବେ ନଥିଲା । ରାଜନୀତି ଓ ସାହିତ୍ୟ ସେ ଅଲଗା ରଖିଥିଲେ । ଅର୍ବାନ୍ ବ୍ୟାଙ୍କ ନିର୍ବାଚନ ବେଳେ ଆମର ବୋଧହୁଏ ଶେଷଥର ଦେଖାହୋଇଥିଲା । ସୁକୁନାନୀଙ୍କ ଠାରୁ ମୁଁ ତାଙ୍କ ଖବର ରଖୁଥୁଲି କେବଳ ।

ଆମ ପାଖାପାଖି ସମୟର କେତେ ଲୋକ ପ୍ରତିଦିନ ଚାଲିଯାଉଛନ୍ତି । ହେଲେ ମୁଁ ଉମା ଭାଇନାଙ୍କ କଥା ଆଜି ଏତେ ମନେପକାଉଛି କାହିଁକି କେଜାଣି ?

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ
More

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

by Nirvik Bureau
June 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ଜୁନ୍ ୨୦୨୬ ମାହାଙ୍ଗା ମାଟିର ଅନ୍ୟତମ ବରପୁତ୍ର ତଥା ଓଡ଼ିଆ ଅସ୍ମିତାର ଆଦ୍ୟ ଉଦ୍ ଗାତା ରାୟ ବାହାଦୁର ନନ୍ଦ କିଶୋର...

Read more
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

May 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.