• About
  • Contact
Sunday, February 15, 2026
Sunday, February 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ହାଇସ୍କୁଲ ଜୀବନର ଆରମ୍ଭ

ହାଇସ୍କୁଲ ଜୀବନର ଆରମ୍ଭ
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୩୦ ଡିସେମ୍ବର ୨୦୨୪

ରାଉରକେଲାରୁ ଆସିବା ପରେ ମୋର ନାଁ ଷଷ୍ଠ ଶ୍ରେଣୀରେ ବିଶ୍ଵମ୍ଭର ବିଦ୍ୟାପୀଠ, ପୁରୀରେ ଲେଖାହେଲା। ପ୍ରଧାନ ଶିକ୍ଷକ ପଦ୍ମନାଭ ଦାଶ ହେଲେ ନନାଂକ ବଂଧୁ। ସ୍କଲାରସିପ ପରୀକ୍ଷା ଦେଇଥ‌ିବାରୁ ମତେ ବିଶେଷ ସମ୍ମାନ ମିଳିଥିଲା। ଧୀରେ ଧୀରେ ସେସବୁ ମୁଁ ନଷ୍ଟ କରିଦେଲି ।

ନନା ଡେରି ରାତିରେ ଘରକୁ ଆସୁଥିଲେ। ଅଧିକାଂଶ ଦିନ ରାତି ଖାଇବା ବାହାରୁ ଆସୁଥିଲା। ନାନୀ ମା’ ପାଖେ ବେଶି ସମୟ ରହୁଥିଲା। ମୁଁ ବି ରାତିରେ ମା ପାଖେ ଶୋଉଥିଲି। ନନା ବୋଉ ଛାତ ଉପରେ ଶୋଉଥିଲେ|| ମା ମତେ ଓ ନାନୀକୁ ସ୍କୁଲକୁ ପଠାଉଥିଲା। ମୋର ସକାଳୁଆ ସ୍କୁଲ ଥିଲା। ନାନୀର ଦଶଟା ବେଳା। ମୁଁ କେବେ ବି ଠିକ୍ ସମୟରେ ସ୍କୁଲ ପହଂଚି ପାରୁନଥିଲି। ପଦ୍ମନାଭ ସାର୍ ସକାଳୁ ସ୍କୁଲ ଗେଟ୍ ସାମ୍ନାରେ ମିଳୁଥିଲେ। ମତେ ଠିକ୍ ସମୟରେ ଆସିବାକୁ ତାଗିଦ୍ କରୁଥିଲେ।

ଧୀରେ ଧୀରେ ମୁଁ ସାର୍‌ଙ୍କୁ ଲୁଚିବା ଆରମ୍ଭ କଲି। ଆମ ଘରଠୁ ପାଥାରପୁରୀ ହଷ୍ଟେଲ ଦେଇ ବାଲିବାଟ (ପରବର୍ତୀ ସମୟରେ ଏଲ୍.ଆଇ.ସି. କଲୋନୀ) ଦେଇ ମୋଚିସାହି ଓ ଦୋଳମଣ୍ଡପ ସାହି ଦେଇ ହାବିଳି ଗଳି ଦେଇ ସ୍କୁଲ ପଛପଟ କାନ୍ଥ ଡେଇଁ ସ୍କୁଲ ଆସୁଥୁଲି।

ଷଷ୍ଠ ଶ୍ରେଣୀ ‘ଡି’ ସେକ୍ସନ ସେଇ କାନ୍ଥ ପାଖରେ ଥିଲା। ବିନାୟକ ସାର୍ ଥିଲେ ଆମ ଶ୍ରେଣୀ ଶିକ୍ଷକ। ସେ ଦୟାକରି ମୋ ଉପସ୍ଥାନ ନେଇଯାଉଥିଲେ। ଯଦି ମୋର ଡେରି ହେଇଗଲା ଓ ଦ୍ଵିତୀୟ ପିରିୟଡ଼ରେ ପହଂଚିଲି, କାଶୀ ଖୁଣ୍ଟିଆ ସାର୍ ମିଳୁଥିଲେ। ସେ ବହୁତ ମାରୁଥିଲେ। ତାଂକୁ ଡରି ମୁଁ ସ୍କୁଲ ଯିବା ବନ୍ଦ କରିଦେଲି। ନନା ମାସେ ପରେ ଜାଣିଲେ। କିଛି କହିଲେନି। କକେଇ ଜାଣିଲେ। ମତେ ଆସି ବୋଉ ସହ ଝଗଡ଼ା କରି ନେଇଗଲେ। ନାନୀ ସେଇଠି ମା ପାଖେ ଥିଲା। ଆମେ କକେଇଂକ ନୂଆ ଘର ତାଳବଣିଆରେ ରହୁଥୁଲୁ। ସେଇଠୁ ମୁଁ ଚାଲି ଚାଲି ବିଶ୍ବମ୍ଭର ବିଦ୍ୟାପୀଠ ସକାଳୁ ଯାଉଥିଲି।

ଏମିତି ମୁଁ ଷଷ୍ଠ ପରୀକ୍ଷା ଦେଲି। ପାଶ୍ କଲି ଭଲରେ। ପୁଣି ଫେରିଆସିଲି ନନାଂକ ପାଖକୁ। ଖରା ଛୁଟି ପରେ ପୁଣି ପୁରୁଣା ରୁଟିନ୍। ସ୍କୁଲ ଯିବା ବନ୍ଦ। ଖୋର୍ଦ୍ଧାରେ ଜଣେ ନନାଂକ ସ୍ବାଧୀନତା ସଂଗ୍ରାମୀ ସାଥୀ ଥିଲେ। ସମସ୍ତେ ତାଂକୁ ଦୀନବଂଧୁ ଭାଇନା ବୋଲି ଡାକୁଥିଲେ। ନନା ଦିନେ ମତେ ଖୋର୍ଦ୍ଧାରେ ଛାଡ଼ି ଆସିଲେ। ଦୀନବଂଧୁ ଭାଇନାଂକର ଦୁଇ ଝିଅ ଥିଲେ, ଛୋଟି ଓ ଗଜି। ଗଜି ଓ ମୁଁ ଗୋଟିଏ ଶ୍ରେଣୀରେ ପଢୁଥିଲୁ। ମୋର ବି.ଜେ.ବି. ହାଇସ୍କୁଲ, ଖୋର୍ଦ୍ଧାରେ ନାଁ ଲେଖା ହେଲା।

ବି.ଜେ.ବି. ହାଇସ୍କୁଲରେ ପଢ଼ିଲା ବେଳେ କ’ଣ ଘଟିଛି, ମୋର ମନେ ନାହିଁ। ହେଲେ, ଗୋଟିଏ କଥା ମନେଅଛି, ଭାଇନାଂକର ପ୍ରିୟ ଥିଲେ ପର୍ଶୁ ମଉସା। ସେ ଗୀତ ଲେଖୁଥିଲେ ବୋଲି ପରେ ଜାଣିଲି। ଖୋର୍ଦ୍ଧାରୁ ମୁଁ ସପ୍ତମ ଶ୍ରେଣୀ ପରୀକ୍ଷା ଦେଇ ଆସିଲି। ପୁରୀ ଆସିବା ପରେ ନନା ଉତ୍କଳ ହିନ୍ଦୀ ବିଦ୍ୟାପୀଠ (ଏବର ଭୋଳାନାଥ ବିଦ୍ୟାପୀଠ)ରେ ନାଁ ଲେଖେଇଦେଲେ। ମୁଁ କକେଇଂକ ଘରେ ରହିଲି। କକେଇ ନିଜେ ଯାଇ ବୋଉ ସହ ଲଢ଼ି ମତେ ପାଖକୁ ନେଇଆସିଥିଲେ। ନାନୀ ଆଗରୁ ସେଇଠି ଥିଲା।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

Fifty-five Years of Unspoken & Emotional Journey of a Journalist’s Wife
More

Fifty-five Years of Unspoken & Emotional Journey of a Journalist’s Wife

by Ambika Prasad Kanungo
February 9, 2026

Ambika Prasad Kanungo, Bhubaneswar, 9 February 2026 If one were to wander through an old Odia neighbour hood—those sun-soaked lanes...

Read more
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
Dhanada’s Discourse: Hong Kong Help Group: When WhatsApp Becomes a Lifeline

Dhanada’s Discourse:
Hong Kong Help Group: When WhatsApp Becomes a Lifeline

January 8, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୦)

December 29, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.