• About
  • Contact
Thursday, January 22, 2026
Thursday, January 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ସ୍ମୃତି: ସଚ୍ଚି ରାଉତରାୟ (ଭାଗ ୧୭)

ସ୍ମୃତି: ସଚ୍ଚି ରାଉତରାୟ (ଭାଗ ୧୭)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୦ ମାର୍ଚ୍ଚ ୨୦୨୫

“ଖୋର୍ଦ୍ଧାରେ ତୁମେ କେତେ ବର୍ଷ ଥିଲ?” ସଚ୍ଚିଦାନନ୍ଦ ରାଉତରାୟ ପଚାରିଲେ। ୧୯୯୨ ମସିହା। ଭୁବନେଶ୍ୱରରେ ଏନବିଟିର ପ୍ରଥମ ଜାତୀୟ ପୁସ୍ତକ ମେଳା ମୁଁ ଆୟୋଜନ କରୁଥାଏ। ସେହି ଅବସରରେ ଦୁଇଟି ଗଳ୍ପ ସଂକଳନ ପ୍ରକାଶ କରିବାର ଯୋଜନା ମୋର ଥାଏ- ସଚ୍ଚିଦାନନ୍ଦ ରାଉତରାୟ ଓ ମନୋଜ ଦାସଙ୍କ ସୁନିର୍ବାଚିତ ଗଳ୍ପ ସଂକଳନ।

ସ୍ୱତ୍ତ୍ୱାଧିକାର ଅନୁମତି ଓ ପାଣ୍ଡୁଲିପି ମନୋଜ ବାବୁ ଶୀଘ୍ର ଦେଇଦେଲେ। ସଚ୍ଚିବାବୁ ବୟସ୍କ। ତାଙ୍କ ପାଖକୁ ଯିବାକୁ ହେଲା। ସେ ମୋ ଖୋର୍ଦ୍ଧାରେ ରହିବା ଏବଂ ତାଙ୍କ ପୈତୃକ ଘର ଦେଖିବାକୁ ଯିବା କଥା ଜାଣିଲେ। ମୁଁ ଖୋର୍ଦ୍ଧାରେ କେତେ ବର୍ଷ ଥିଲି ଜାଣିବାକୁ ପଚାରିଲେ।

ମୁଁ କେମିତି କହିପାରିଥାନ୍ତି ମୁଁ ମାତ୍ର କିଛିମାସ ସପ୍ତମ ପରୀକ୍ଷା ଦେବା ଲାଗି ଖୋର୍ଦ୍ଧାରେ ଥିଲି? କାହିଁକି ଖୋର୍ଦ୍ଧାରେ ପଢ଼ିବାକୁ ଯାଇଥିଲି, ଲାଜରେ କହିପାରିଲିନି।

ଖୋର୍ଦ୍ଧାରେ ସପ୍ତମ ଶ୍ରେଣୀ ପଢ଼ିବା ପରେ ମୁଁ ଫେରିଆସିଥିଲି ପୁରୀ। ବୋଉ କଳି କରିଥିଲା ନନାଙ୍କ ସାଥିରେ ଯେ କକେଇଙ୍କ ପାଖରେ ରହିଲେ ବୋଧେ ମୁଁ ଭଲ ପଢ଼ିବି। ଷଷ୍ଠ ପରେ ସପ୍ତମ ଆରମ୍ଭରେ ନନା ବୋଉଙ୍କ ପାଖକୁ ଫେରିଆସିବାର ଭୁଲ୍ ନନା ବୋଉ ଉଭୟେ ବୁଝି ପାରିଥିଲେ।

ଏଥରକ ପ୍ରଶ୍ନ ଉଠିଲା, ପଢ଼ିବି କେଉଁଠି? ବିଶ୍ୱମ୍ଭର ବିଦ୍ୟାପୀଠ ଦୂର ହେଇଥିଲା ବୋଲି ସମସ୍ତେ ବୁଝିପାରିଥିଲେ। ପୁରୀ ଜିଲ୍ଲା ସ୍କୁଲରେ ପାଠ ପଢିବାକୁ ଯେତିକି ନମ୍ବର ଦରକାର, ମୋର ନଥିଲା।ଏପଟେ ନନାଙ୍କ ବଂଧୁ ରାମପାଲ୍ ସାହା ବି ମୁଁ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ପଢ଼ିବା ନେଇ ନନାଙ୍କୁ କହିଲେ। କକେଇଙ୍କ ଘରୁ ଉତ୍କଳ ହିନ୍ଦୀ ବିଦ୍ୟାପୀଠ ପାଖ ଥିଲା। ଗୁଣ୍ଡିଚା ଘର ଦେଇ ସେଠିକୁ ଦୂରତା ଗୋଟେ କିଲୋମିଟରରୁ କମ୍ ଥିଲା। ସେ ଉତ୍କଳ ହିନ୍ଦୀ ବିଦ୍ୟାପୀଠ ଏବେ ଭୋଳାନାଥ ବିଦ୍ୟାପୀଠ ହାଇସ୍କୁଲ ହୋଇଯାଇଛି।

ସେତେବେଳେ ଉତ୍କଳ ହିନ୍ଦୀ ବିଦ୍ୟାପୀଠ ଥିଲା ସବୁଠୁ ମନୋରମ ପରିବେଶର ସ୍କୁଲ। ସାରା ସ୍କୁଲରେ ଆମ୍ବ ଓ ନଡ଼ିଆଗଛ। ଖରାଦିନେ ଆମେ ଗଛତଳେ ଥଣ୍ଡା ପବନରେ ବସୁ। ସ୍କୁଲରେ ଥିଲା ଦୁଇଟି ପୋଖରୀ।
ଏ ସ୍କୁଲ ବେଳର ଅନେକ ବନ୍ଧୁ ଏବେ ଅଛନ୍ତି। ମାତ୍ର ଦୁଇଜଣ-ମହମ୍ମଦ ଅବୁ ତାହେର୍ ଓ ସୁରେନ୍ଦ୍ର ନାରାୟଣ ତ୍ରିପାଠୀ ଏବେ ପରଲୋକରେ। ସ୍କୁଲର ପ୍ରଧାନଶିକ୍ଷକ ଥିଲେ ହରଦେବ ତିୱାରୀ। ମତେ ଦୁଇଜଣ ଶିକ୍ଷକ ସବୁଠୁ ବେଶୀ ପ୍ରଭାବିତ କରିଥିଲେ, ଲୋକନାଥ ସାର୍ ଓ ସୋମନାଥ ସାର୍। ଅନ୍ୟମାନେ ଯେ ଭଲ ଲାଗୁନଥିଲେ, ତାହା ନୁହେଁ।ହେଲେ, ଏ ଦୁଇଜଣ ଥିଲେ ନିଆରା।

ସେଇଠି ମୋ ସହ ପଢ଼ୁଥିଲା ମୋର ଏବର ପତ୍ନୀ, ଏକଦା ପ୍ରେମିକା ଶୈଳବାଳା। ହେଲେ, ଅଷ୍ଟମ ଶ୍ରେଣୀରେ ମୁଁ ତାକୁ ଚିହ୍ନି ନଥିଲି, ସେ ବି ମୋତେ ଜାଣି ନଥିଲା, ଅଷ୍ଟମ ଶ୍ରେଣୀରେ ପ୍ରେମ କରିବାର ପରମ୍ପରା ସେତେବେଳେ ନଥିଲା।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ
More

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

by Nirvik Bureau
January 19, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୯ ଜାନୁୟାରୀ ୨୦୨୬ ବିଜୁ ଜନତା ଦଳରୁ ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରାଯିବା ପରେ ଏବେ...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
Dhanada’s Discourse: Hong Kong Help Group: When WhatsApp Becomes a Lifeline

Dhanada’s Discourse:
Hong Kong Help Group: When WhatsApp Becomes a Lifeline

January 8, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୦)

December 29, 2025
ମାହାଙ୍ଗାରେ ବିଶିଷ୍ଟ ରାଜନେତା ମତଲୁବ ଅଲ୍ଲୀ  ଏବଂ ସମାଜ ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ଜୟନ୍ତୀ ପାଳିତ

ମାହାଙ୍ଗାରେ ବିଶିଷ୍ଟ ରାଜନେତା ମତଲୁବ ଅଲ୍ଲୀ ଏବଂ ସମାଜ ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ଜୟନ୍ତୀ ପାଳିତ

December 18, 2025
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୬୯)

December 16, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.