• About
  • Contact
Thursday, January 22, 2026
Thursday, January 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ସ୍ମୃତିରେ ଡ଼ଃ ପି.କେ. ଜେନା

ସ୍ମୃତିରେ ଡ଼ଃ ପି.କେ. ଜେନା
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୭ ମାର୍ଚ୍ଚ ୨୦୨୪

ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବୈଜ୍ଞାନିକ ପ୍ରଫେସର ପ୍ରଫୁଲ୍ଲ କୁମାର ଜେନା ଓଡିଶାରେ ଡ଼ଃ ପି.କେ. ଜେନା ନାମରେ ପରିଚିତ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ପାଇଁ ସେ ସାରା ଜୀବନ ଉଦ୍ୟମ କରିଥିଲେ । ସେଥିପାଇଁ ସେ ଖଣିଜ ପଦାର୍ଥର ସଂରକ୍ଷଣ, ଜଳ ଓ ଶକ୍ତି ସମ୍ବଳର ବିକାଶ, ଶିଳ୍ପସଂସ୍ଥା ବର୍ଜ୍ୟବସ୍ତୁର ଉପଯୋଗ, ପରିବେଶ ପରିଚାଳନା ପ୍ରଭୃତି କ୍ଷେତ୍ରର ନୂତନ ପରିକଳ୍ପନା ଗୁଡ଼ିକର ଆଦାନ ପ୍ରକାନକୁ ସୁଗମ କରିବା ଲାଗି ଦୀର୍ଘ ତିରିଶ ବର୍ଷ (୧୯୯୦-୨୦୨୦) ଧରି ଅନେକ ଜାତୀୟ ଓ ଆନ୍ତର୍ଜାତିକ କର୍ମଶାଳା ତଥା ଆଲୋଚନାଚକ୍ରମାନ ଆୟୋଜନ କରିଥିଲେ । ଅନ୍ୟପକ୍ଷରେ ପ୍ରାକୃତିକ ସମ୍ବଳ ଗୁଡକର ସଂରକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ, ପରିବେଶ ସୁରକ୍ଷା, ଖଣିଜ ପଦାର୍ଥ ସମେତ ଜଳ, ଜଙ୍ଗଲ ଓ ବର୍ଜ୍ୟବସ୍ତୁର ପରିଚାଳନା ସଂପର୍କିତ ବହୁ ଲୋକପ୍ରିୟ ଆଲେଖ୍ୟ ଉଭୟ ଇଂରାଜୀ ଏବଂ ଓଡିଆ ପ୍ରତ୍ରପତ୍ରିକାରେ ସେ ପ୍ରକାଶନ କରିଥିଲେ ।

ଭାରତ ସରକାର ଡ଼ଃ ପି.କେ. ଜେନାଙ୍କୁ ୧୯୭୭ ମସିହାରେ ସମ୍ମାନ ଜନକ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିଭିନ୍ନ କ୍ଷେତ୍ରକୁ ଅତୁଳନୀୟ ଅବଦାନ ଲାଗି ତାଙ୍କୁ ଏହି ଉପାଧିରେ ବିମଣ୍ଡିତ କରାଯାଇଥିଲା । ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ କଲାମଙ୍କ ଘନିଷ୍ଠ ବନ୍ଧୁ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ବୈଜ୍ଞାନିକ ପରାମର୍ଶଦାତା ଡ଼ଃ ଜେନା କେନ୍ଦ୍ର ସରକାରଙ୍କ ସଂଭ୍ରାନ୍ତ ବିଜ୍ଞାନ ପ୍ରତିଷ୍ଠାନ “କାଉନସିଲ ଅଫ୍ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ” (ସି.ଏସ.ଆଇ.ଆର.) ର ଡାଇରେକ୍ଟର ଜେନେରାଲ ବା ମହାନିର୍ଦେଶକ ପଦବୀରୁ ଅବସର ଗ୍ରହଣ କରିଥିଲେ ।

ତା’ପୂର୍ବରୁ ସେ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ମିନେରାଲସ ଆଣ୍ଡ ଟେକ୍ନୋଲୋଜି (ଆଇ.ଏମ.ଏମ.ଟି.) ବା ଅତୀତର ରିଜିଓନାଲ ରିସର୍ଚ୍ଚ ଲାବରେଟୋରି (ଆର.ଆର.ଏଲ.) ସଂସ୍ଥାକୁ ନିର୍ଦେଶକ ହିସାବରେ ଗଢି ତୋଳିଥିଲେ । ତାଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ଯୋଗୁଁ ଏହି ଅନୁଷ୍ଠାନ ସି.ଏସ.ଆଇ.ଆର. ଅଧିନସ୍ଥ ଆନ୍ତର୍ଜାତିକ ମାନର ଏକ ପରୀକ୍ଷାଗାରରେ ପରିଣତ ହୋଇ ପାରିଥିଲା ।

ରେଭେନ୍ସା କଲେଜରୁ ଫିଜିକାଲ କେମିଷ୍ଟ୍ରିରେ ପି.ଏଚ.ଡି. ଲାଭ କରିଥିବା ଡ଼ଃ ଜେନା ଫେଲୋସିପ ପାଇ କାନାଡାସ୍ଥିତ ସଂଭ୍ରାନ୍ତ ବ୍ରିଟିଶ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଉଚ୍ଚତର ଗବେଷଣା କାର୍ଯ୍ୟକ୍ରମ ସଂପାଦନ କରିଥିଲେ । ବିଦେଶରୁ ଉଚ୍ଚଶିକ୍ଷା ସମାପନ ପରେ ସେ ୧୯୫୯ ମସିହାରେ ଭାରତ ପ୍ରତ୍ୟାବର୍ତ୍ତନ କରି ମୁମ୍ବାଇସ୍ଥିତ ଆଟମିକ ଏନର୍ଜି ସଂସ୍ଥାର ବରିଷ୍ଠ ବୈଜ୍ଞାନିକ ରୂପେ ଚାକିରି ଜୀବନ ଆରମ୍ଭ କରିଥିଲେ ।

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ମେଟାଲର୍ଜିକାଲ ଇଞ୍ଜିନିୟରିଂ ବିଭାଗରେ ପ୍ରଫେସର ଭାବରେ କାର୍ଯ୍ୟ ନିର୍ବାହ କରିଥିବା ଏହି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବୈଜ୍ଞାନିକ ୧୯୯୦ ରୁ ୨୦୦୪ ଦୀର୍ଘ ଚଉଦ ବର୍ଷ ଧରି ଜାପାନ ଓ ବ୍ରାଜିଲର କେତେକ ସମ୍ମାନଜନକ ବିଶ୍ୱବିଦ୍ୟାଳୟରେ ଭିଜିଟିଂ ପ୍ରଫେସର ରୂପେ ମଧ୍ୟ ଅତ୍ୟନ୍ତ ନିଷ୍ଠାର ସହିତ ଦାୟିତ୍ୱ ସଂପାଦନ କରିଥିଲେ ।

ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ ଧରି ରାଜ୍ୟ ଯୋଜନା ବୋର୍ଡର ସଭ୍ୟ ଭାବରେ ଓଡିଶାର ଶିଳ୍ପାୟନ ଏବଂ ବିଭିନ୍ନ ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରିଥିବା ଡ଼ଃ ପି.କେ. ଜେନାଙ୍କୁ ୨୦୧୯ ମସିହାରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତ ବାର୍ଷିକୀ ଅବସରରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅନ୍ୟ ପକ୍ଷରେ ଖଡଗପୁର ଆଇ.ଆଇ.ଟି.ର ଇଞ୍ଜିନିୟରିଂ ବିଭାଗସ୍ଥ ଟାଟା ଚେୟାରର ପ୍ରଥମ ବିଶିଷ୍ଟ ପ୍ରଫେସର ହେବାର ବିରଳ ଗୌରବ ଅର୍ଜନ କରିଥିବା ଏହି ମହାନ୍ ବ୍ୟକ୍ତିତ୍ୱ ଜଣକ ଜାତୀୟ ଓ ଆନ୍ତର୍ଜାତିକ ପତ୍ରିକା ମାନଙ୍କରେ ୨୫୦ରୁ ଅଧିକ ଗବେଷଣାତ୍ମକ ତଥା ବୈଷୟିକ ସମୀକ୍ଷାମୂଳକ ଲେଖା ପ୍ରକାଶ କରିଥିଲେ ।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଅସାମାନ୍ୟ ଅବଦାନ ଲାଗି ଡ଼ଃ ଜେନା ଅନେକ ମର୍ଯ୍ୟାଦାଜନକ ସମ୍ମାନର ଅଧିକାରୀ ହୋଇ ପାରିଥିଲେ । ସେଥି ମଧ୍ୟରେ ନ୍ୟାସନାଲ ମେଟାଲର୍ଜି ଏୱାର୍ଡ ୧୯୬୯, ଫିକି(ଫେଡେରେସନ ଅଫ୍ ଇଣ୍ଡିଆନ ଚେମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ) ଏୱାର୍ଡ ୧୯୮୨, ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟର୍ସ (ଇଣ୍ଡିଆ) ଏୱାର୍ଡ ୧୯୯୮, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଉଲ୍ଲେଖନୀୟ ସେବା ପୁରସ୍କାର ୨୦୦୮, ଓଡିଶା ଲିଡରସିପ ଏୱାର୍ଡ (ଟାଇମ୍‌ସ ଅଫ୍ ଓଡିଶା ଗ୍ରୁପ ଦ୍ୱାରା ପରିବେଶ ପରିଚାଳନା କ୍ଷେତ୍ର ନିମନ୍ତେ) ୨୦୧୦, ଏଚିଭମେଣ୍ଟ ଏୱାର୍ଡ ଅଫ ଏକସିଲେନ୍‌ସ (ଆଇ.ଏମ.ଏମ.ଟି., ଭାରତ ସରକାରଙ୍କ ସି.ଏସ.ଆଇ.ଆଇ. ସଂସ୍ଥା ଦ୍ୱାରା), ଭାରତୀୟ ବିଦ୍ୟା ଭବନ ଦ୍ୱାରା ଭବନ ସମ୍ମାନ ଓଡିଶା ପୁରସ୍କାର ୨୦୧୫, କଳିଙ୍ଗ ସମ୍ମାନ ୨୦୧୫, ଓଡିଶା ଇଞ୍ଜିନିୟର୍ସ ଫୋରମ ଦ୍ୱାରା ସମ୍ମାନଜନକ ବିଶେଶ୍ୱରାୟ ପୁରସ୍କାର ୨୦୧୫, ରେଭେନ୍ସା ରତ୍ନ ସମ୍ମାନ ୨୦୨୦ ପ୍ରଭୃତି ଅନ୍ୟତମ ।

ଏହି ସବୁ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇ ସୁଦ୍ଧା ଡ଼ଃ ଜେନାଙ୍କ ମନରେ ସମାନ୍ୟତମ ଗର୍ବ କିମ୍ବା ଅହଂକାର ନଥିଲା । ସେ ଅତ୍ୟନ୍ତ ସରଳ, ନିରାଡମ୍ବର, ସଚ୍ଚୋଟ ଏବଂ ଅହଂକାରଶୂନ୍ୟ ଜୀବନ ବିତାଇ ଥିଲେ । ତେବେ ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ଅନନ୍ୟ ସମ୍ମାନର ଅଧିକାରୀ ହୋଇ ପାରିଥିବା ଡ଼ଃ ପି.କେ. ଜେନାଙ୍କ ଭଳି ଜଣେ ବିଶିଷ୍ଟ ଓଡିଆ ବୈଜ୍ଞାନିକଙ୍କୁ ଆମେ କେବଳ ପଦ୍ମଶ୍ରୀ ଉପାଧି ପ୍ରଦାନ କରି ସନ୍ତୁଷ୍ଟ ହୋଇଛନ୍ତି । ତାଙ୍କର ଉପଯୁକ୍ତ ସ୍ମୃତିରକ୍ଷା ପାଇଁ ଉଭୟ ସରକାର ଓ ଘରୋଇ ଉଦ୍ୟମରେ ଯଥାର୍ଥ ଉଦ୍ୟମ ହେବା ନିହାତି ଆବଶ୍ୟକ ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ
More

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

by Nirvik Bureau
January 19, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୯ ଜାନୁୟାରୀ ୨୦୨୬ ବିଜୁ ଜନତା ଦଳରୁ ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରାଯିବା ପରେ ଏବେ...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
Dhanada’s Discourse: Hong Kong Help Group: When WhatsApp Becomes a Lifeline

Dhanada’s Discourse:
Hong Kong Help Group: When WhatsApp Becomes a Lifeline

January 8, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୦)

December 29, 2025
ମାହାଙ୍ଗାରେ ବିଶିଷ୍ଟ ରାଜନେତା ମତଲୁବ ଅଲ୍ଲୀ  ଏବଂ ସମାଜ ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ଜୟନ୍ତୀ ପାଳିତ

ମାହାଙ୍ଗାରେ ବିଶିଷ୍ଟ ରାଜନେତା ମତଲୁବ ଅଲ୍ଲୀ ଏବଂ ସମାଜ ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ଜୟନ୍ତୀ ପାଳିତ

December 18, 2025
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୬୯)

December 16, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.