• About
  • Contact
Wednesday, April 22, 2026
Wednesday, April 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ସୋମନାଥର ଦୋକାନ (ଭାଗ ୧୨)

ସୋମନାଥର ଦୋକାନ (ଭାଗ ୧୨)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୩ ଫେବୃଆରୀ ୨୦୨୫

କମଳା ମ୍ୟାଟର୍ନିଟି ଡାକ୍ତରଖାନା ସେତେବେଳେ ପୁରୀର ଏକମାତ୍ର ମହିଳା ପ୍ରସୂତି ଡାକ୍ତରଖାନା। ତା ସାମ୍ନାରେ ପଥର-ସିମେଣ୍ଟ ଦୁଇ ଖଂଡ ବ୍ୟବହାର କରି ସେ ତା ସେଲୁନ୍ ଖୋଲିଥାଏ। ନାଁ ତା’ର ସୋମନାଥ ବାରିକ।

ସୋମନାଥର ପୂର୍ବପୁରୁଷ ଆସିଥିଲେ ଗଂଜାମ ଜିଲ୍ଲାରୁ। ପୁରୀରେ ରହିଗଲେ। ଅନେକ ବର୍ଷ ଧରି ସେମାନଂକ କୌଳିକ କାମ ବାଳ ଓ ଦାଢ଼ିକଟା ସେମାନେ କରୁଥିଲେ। ମୋ ବଡ଼ କକେଇ ସେଇଠି ନିୟମିତ ବାଳ କାଟୁଥିଲେ। ଧୀରେ ଧୀରେ ନନା ବି କାଟିଲେ। ସମୟକ୍ରମେ ମୋ ବଡ଼ ଭଉଣୀ, ମୁଁ ଓ ଅନ୍ୟ ଭାଇଭଉଣୀମାନେ ସେଇଠି ବାଳକାଟିବା ଆରମ୍ଭ କଲୁ।

ସେତେବେଳେ ପୁରୀରେ ବାଳକଟା ୫୦ ପଇସା। ଦାଢ଼ି କୋଡ଼ିଏ ପଇସାରେ କଟା ହୁଏ। ସୋମନାଥ ଦାଢ଼ି ଓ ବାଳ ମିଶାଇ ଦର ରଖିଥାଏ ୬୦ ପଇସା। ଧୀରେ ଧୀରେ ନନା, କକେଇ ଓ ଭାଇଭଉଣୀମାନେ ସେଠି ବାଳ କଟାଇବା ବଂଦ କଲେ। ମୁଁ କିନ୍ତୁ ୧୯୮୪ ଯାଏଁ ବାଳ କଟେଇବା ଜାରି ରଖିଲି।

୧୯୮୪ରେ ମୁଁ ଚାକିରି କରିବାକୁ ଉମରକୋଟ ଗଲି। ପ୍ରତି ତିନିମାସରେ ପୁରୀ ଆସେ ଓ ସୋମନାଥ ପାଖରେ ବାଳ କାଟେ, ଘରେ ଦାଢ଼ି କାଟିଦିଏ। ହେଲେ ୧୯୮୭ରେ ଲକ୍ଷ୍ନୌ ଗଲା ପରେ ଆଉ ନିୟମିତ ଦାଢ଼ି, ବାଳ ସୋମନାଥ ପାଖରେ କଟେଇବା ସମ୍ଭବ ହେଲାନାହିଁ। କେବେ କେମିତି ଆସେ। ତା’ ପାଖକୁ ଯାଏ। ସେ ବଡ଼ ଆଗ୍ରହରେ କାଟେ। ଦର ବୋଧେ ସେତେବେଳକୁ ଦାଢ଼ିବାଳ ମିଶାଇ ୫ଟଂକା ଲାଗେ। ସୋମନାଥର ଗର୍ବ ଲକ୍ଷ୍ନୌରୁ ତା’ ପାଖକୁ ବାଳ କାଟିବାକୁ ଆସନ୍ତି। ୧୯୯୦ରେ ଦିଲ୍ଲୀ ଯିବା ଯାଏଁ ମୋର ଏ ରୁଟିନ ଜାରି ରହିଲା। ସବୁ ଥର ସମାନ ଆଦର। ସୋମନାଥର ପୁଅ ବଡ଼ ସେଲୁନ୍ ଟେ କଲା। ବାପ ବୁଢ଼ା ହୋଇଗଲା। ନୂଆ କଟିଂ ଷ୍ଟାଇଲ୍ ସିଏ ଜାଣିନି। ପୁଅ ଦୋକାନକୁ ଆସିବାକୁ ମନାକଲା। ସୋମନାଥ ବାହାରେ ବୁଲି ବୁଲି ବାଳକାଟିଲା। ହଠାତ୍ ଦିନେ ସେ ମରିଗଲା ବୋଲି ତା ସେଲୁନ୍ ପାଖରେ ଥିବା ସାଇକେଲ୍ ମରାମତି ଦୋକାନୀ ବଟ ଠାରୁ ଜାଣିଲି।

ସୋମନାଥର ସେଲୁନ୍ କିଛି ଦୂରରେ ଥିଲା ବୀରବାବୁ ଡାକ୍ତରଙ୍କ ଘର। ତା’ଠୁ ଆଉ କିଛି ଦୂରରେ ଶ୍ରୀଧର ତେଜରାତି ଦୋକାନ। ସେହି ଗଳିରେ ଥାଏ ପାଲ୍ ସାଇକେଲ ଷ୍ଟୋର। ପାଲବାବୁଙ୍କ ପୁଅ ବାବୁଲି ମୋର ସାଙ୍ଗ ଥିଲା।

ସୋମନାଥ ପନ୍ଦରବର୍ଷ ତଳୁ ମରିଗଲାଣି। ତା’ ପୁଅ ବି ସେଲୁନ୍ ଛାଡ଼ି ଏବେ ପ୍ରପର୍ଟି ବ୍ୟବସାୟ କରେ। ବେଲାରାଣୀ ଦତ୍ତ ଓ ଦେବେନ୍ଦ୍ର ଦତ୍ତ କେବେଠୁ ମରିଗଲେଣି। ତାଂକ ପୁଅ ବାବୁ ଦା’ ଥିଲେ ମୋର ଅଧ୍ୟାପକ। ପରେ ସେ ଏସ୍.ସି.ଏସ୍. କଲେଜ ପ୍ରିନ୍ସପାଲ ହେଲେI ତାଂକ ପୁଅ ଏବେ ଆୟୁର୍ବେଦ ପଢ଼ି ସେ ‘ଆୟୁଦ୍ୱାର’ କ୍ଲିନକ୍ କରିଛି। ଦେବ ଭାଇନା ସେଠି ତାର ପାର୍ଟନର। ଦେଶ ବିଦେଶରୁ ଅନେକ ରୋଗୀ ସେଠି ଚିକିତ୍ସିତ ହୁଅନ୍ତି। ଦେବ ଭାଇନା ବି କେତେ ଥର ବିଦେଶ ବୁଲି ଆସିଲେଣି।

ସେଇଠି ଥିଲା ପଶୁ ଡାକ୍ତରଖାନା। ଏବେ ବି ଅଛି। ତା ସାମ୍ନାରେ ଧୃବ ଦୋକାନ ଥିଲା। ସେଇଠି ଥିଲା ଜିଲ୍ଲାସ୍କୁଲର ହଷ୍ଟେଲ। ମୋ ବଂଧୁ ଜୟକୃଷ୍ଣ ମିଶ୍ର ଓ କନିଷ୍ଠ ପ୍ରସାଦ ହରିଚଂଦନ ସେଠି ଥିଲେ। ପ୍ରସାଦ ଓଡ଼ିଶାର ସଂସ୍କୃତି ମନ୍ତ୍ରୀ କିଛି କାଳ ପାଇଁ ହୋଇଥିଲା ।

ଶ୍ରୀଧର ମହାଜନର ଭାଇ ଦୀନବଂଧୁ ଭାଇସ୍ ଚାନ୍ସେଲର ହେଲା। ଏକଦା ସେ ଇଂଫାଲରେ ଥିଲା। ମୁଁ ନର୍ଥ ଇଷ୍ଟର୍ଣ କାଉନସିଲ୍‌ରେ ନିର୍ଦେଶକ ଥିଲାବେଳେ ଆମର ଦେଖା ହୋଇଥିଲା। ଭାଇ ବିନା ଚିକିତ୍ସାରେ ମରିଗଲା, ସିଏ ପଚାରିଲାନି। ସେଇ ଭାଇ ତା’କୁ ପାଠ ପଢ଼ିବା ଲାଗି ଦିଲ୍ଲୀ ବିଶ୍ବବିଦ୍ୟାଳୟକୁ ପଠେଇଥିଲା! ସୋମନାଥର ପୁଅ ଏବେ କୋଉଠି ଅଛି କେଜାଣି?

ଏତେ ବଡ଼ ଦୁନିଆରେ କେତେ ଲୋକ ଆସୁଛନ୍ତି, ଯାଉଛନ୍ତି। ମୁଁ କାହିଁକି ସୋମନାଥ ବାରିକ କଥା ଭାବିହେଉଛି?

-ଆସ ବାବୁ, ବାଳ କାଟିବ।

-ସୋମନାଥ ଭାଇ, ପଇସା ନାହିଁ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

Vipul’s Voice: One Kilogram of Awareness
More

Vipul’s Voice: 
One Kilogram of Awareness

by Vipul Agarwal
April 19, 2026

Vipul Agarwal, Delhi, 19 April 2026 Recently, we had a very interesting discussion at a Sunday dialogue session at Delhi....

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୪)

April 14, 2026
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
Vipul’s Voice: Herd Ego

Vipul’s Voice:
Herd Ego

March 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୩)

March 14, 2026
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.