• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଶ୍ରୀକ୍ଷେତ୍ରର ଅନନ୍ୟ ଆକର୍ଷଣ

ଶ୍ରୀକ୍ଷେତ୍ରର ଅନନ୍ୟ ଆକର୍ଷଣ
Share on FacebookShare on Xshare on Whatsappshare on Linkedin
ଶୈଳବାଳା ମହାପାତ୍ର, ୦୨ ସେପ୍ଟେମ୍ବର ୨୦୨୨

ନୀଳାଚଳ ଧାମ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ପୁରୀ – ସାରା ବିଶ୍ଵର ଏକ ଚିରନ୍ତନ ମହିମାମୟ କ୍ଷେତ୍ର।ଏହି ଧାମରେ ପୂଜିତ ଠାକୁର ଶ୍ରୀଜଗନ୍ନାଥ କେବଳ ଓଡ଼ିଆଙ୍କର ଆଧ୍ୟାତ୍ମିକ ଦେବତା ନୁହନ୍ତି ; ସେ ସମଗ୍ର ବିଶ୍ୱର ଦେବତା।ଜଗତର ଦେବତା। ସେଇଥିପାଇଁ ତାଙ୍କ ନାମ ଜଗନ୍ନାଥ।ଜଗତର ନାଥ ସେ ।

ପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ କେନ୍ଦ୍ର କରି ଓଡ଼ିଆଙ୍କର ସାମାଜିକ ତଥା ସାଂସ୍କୃତିକ ପରମ୍ପରା ଗଢ଼ି ଉଠିଛି। ବିଶେଷ କରି ପୁରୀ ର ପର୍ଵ ପର୍ବାଣୀ, ଯାନିଯାତ୍ରା, ବିବାହ ବ୍ରତଘର ଇତ୍ୟାଦି ସମସ୍ତ କାର୍ଯ୍ୟ ରେ ଜଗନ୍ନାଥ ଙ୍କ ସ୍ଥାନ ଏକ ସ୍ଵତନ୍ତ୍ର ମହତ୍ତ୍ଵ ରଖେ ।

ପୁରୀ ବାହାରୁ କେହି ଜଣେ ପୁରୀକୁ ଆସିଲେ ପ୍ରଥମେ ବାଟରେ “ବାଟ ମଙ୍ଗଳା”ଙ୍କୁ ଦର୍ଶନ କରି ଅଠର ନଳା ଦେଇ ପାବନ କ୍ଷେତ୍ର ପୁରୀ ରେ ପାଦ ଦିଅନ୍ତି । ପୁରୀ ବା ଶ୍ରୀକ୍ଷେତ୍ର ର ଦ୍ଵାରପାଳ ରୂପେ ବିରାଜିତ “ସିଦ୍ଧ ମହାବୀର”ପୀଠ ଏହାର ଏକ ଦର୍ଶନୀୟ ସ୍ଥାନ। ସିଦ୍ଧ ମହାବୀର ଭଳି ପୁରୀର ଅନ୍ୟତମ ସଙ୍କଟ ମୋଚନକାରୀ ହେଲେ ଦରିଆ ମହାବୀର।”ବେଡ଼ି ମହାବୀର”ନାମରେ ସେ ପ୍ରସିଦ୍ଧ । ସମୁଦ୍ରର ଭୀଷଣ ପ୍ରଭାବ ରୁ ପୁରୁଷୋତ୍ତମ କ୍ଷେତ୍ର କୁ ରକ୍ଷା କରିବା ପାଇଁ “ଦରିଆ ମହାବୀର”ଙ୍କର ଉତ୍ପତ୍ତି ।

ଏହାର ଅନ୍ୟତମ ଆକର୍ଷଣ ନୃସିଂହ ମନ୍ଦିର। ଏହାଙ୍କୁ “ଯଜ୍ଞ ନୃସିଂହ” ବୋଲି ମଧ୍ୟ କୁହାଯାଏ। କୁହାଯାଏ ଯେ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ରେ ସ୍ନାନ କରି ନୀଳକଣ୍ଠ ତଥା ପଞ୍ଚମୁଖୀ ହନୁମାନଙ୍କୁ ଦର୍ଶନ କରି ନୃସିଂହ ଦର୍ଶନ କଲେ ଅତ୍ୟନ୍ତ ପୂଣ୍ଯଫଳ ମିଳିଥାଏ।

ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଭଳି ଅନ୍ୟ ତୀର୍ଥ ପୁଷ୍କରିଣୀ ଗୁଡ଼ିକ ହେଲା -“ମାର୍କଣ୍ଡେଶ୍ୱର ତୀର୍ଥ ପୁଷ୍କରିଣୀ”,”ମଣିକର୍ଣ୍ଣିକା “,”ଶ୍ଵେତଗଙ୍ଗା “ଏବଂ ସମୁଦ୍ର । କାର୍ତ୍ତିକ ମାସର ପଞ୍ଚୁ ତୀର୍ଥ ବେଳେ ଏହି ତୀର୍ଥ ପୋଖରୀ ଗୁଡ଼ିକ ପରିକ୍ରମା କରାଯାଏ। ଶଙ୍ଖକ୍ଷେତ୍ର ପୁରୀ ର ପରିସୀମା ଏହି ପାଞ୍ଚଟି ତୀର୍ଥ ସ୍ଥଳ ମଧ୍ୟରେ ଆବଦ୍ଧ ।

ଏହି ପବିତ୍ର ପରିସୀମା ମଧ୍ୟରେ ଅନେକ ଦେବାଦେବୀ ମନ୍ଦିର ମଠ ଇତ୍ୟାଦି ବିଦ୍ୟମାନ । ଗୁଣ୍ଡିଚା ମନ୍ଦିର ଓ ମାଉସୀ ମାଆ ମନ୍ଦିର ପୁରୀ ର ଦୁଇଟି ଜଣାଶୁଣା ଦର୍ଶନୀୟ ସ୍ଥାନ। ରଥଯାତ୍ରା ସମୟରେ ପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଗୁଣ୍ଡିଚା ମନ୍ଦିର କୁ ଆସିଥାନ୍ତି। ବାଟରେ ପଡ଼େ ମାଉସୀ ମାଆ ମନ୍ଦିର। ସେଠାରେ ତିନି ଠାକୁର ପୋଡ଼ ପିଠା ଖାଇଥାଆନ୍ତି।

ଏହି ଶ୍ରୀକ୍ଷେତ୍ର ପୁରୀର ଏକ ପ୍ରାଚୀନ ମନ୍ଦିର ହେଉଛି “ଶ୍ରୀଲୋକନାଥ”ମନ୍ଦିର। ଏହା ପୁରୀର ଏକ ପ୍ରାଚୀନ ଶୈବପୀଠ। ଶ୍ରୀଲୋକନାଥ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କର ଭଣ୍ଡାର ରକ୍ଷକ। ଏହି କ୍ଷେତ୍ରରେ ବିରାଜମାନ ଅଛନ୍ତି “ପଞ୍ଚୁପାଣ୍ଡବ”। ପାଞ୍ଚ ମହାଦେବ ଭାବରେ ସେମାନେ ବିଖ୍ୟାତ।ଶ୍ରୀ ଜମ୍ବେଶ୍ଵର (ଯୁଧିଷ୍ଠିର),ଶ୍ରୀଲୋକନାଥ (ଭୀମ),ଶ୍ରୀମାର୍କଣ୍ଡେଶ୍ଵର (ଅର୍ଜୁନ) ଶ୍ରୀକପାଳ ମୋଚନ(ନକୁଳ ) ଏବଂ ଶ୍ରୀ ନୀଳକଣ୍ଠେଶ୍ଵର (ସହଦେବ) । ଏହି ମନ୍ଦିର ଗୁଡିକ ପୁରୁଷୋତ୍ତମ କ୍ଷେତ୍ର କୁ ଅଧିକ ମହିମା ବନ୍ତ କରିଛି।

ପୁରୀ ର ଅନ୍ୟତମ ବିଶିଷ୍ଟ ଆକର୍ଷଣ ମହୋଦଧି। ଏହାର ଅନ୍ୟ ନାମ କଳିଙ୍ଗ ସାଗର। ପୃଥିବୀର ସମସ୍ତ ସାଗର ମହାସାଗର ର ସୈ।ନ୍ଦର୍ଯ୍ଯ ଠୁଁ ବଳି ପୁରୀ ସମୁଦ୍ର ର ସୈ।ନ୍ଦର୍ଯ୍ଯ !ନୀଳସମୁଦ୍ର ରେ ସ୍ନାନ କରି ନୀଳପର୍ବତରେ ନୀଳାଚଳିଆଙ୍କୁ ଦର୍ଶନ କଲେ ମୋକ୍ଷ ମିଳିଥାଏ ।

ଶ୍ରୀ ଶଙ୍କରେଶ୍ଵର ବା ଓଁକାରେଶ୍ଵର ମନ୍ଦିର, ଅଦ୍ଵୈତ ବ୍ରହ୍ମ ଆଶ୍ରମ ବା ଗିରିନାରୀ ବନ୍ତ ପୁରୀର ଅନ୍ୟତମ ଦର୍ଶନୀୟ ସ୍ଥାନ। ସବୁଠୁ ବଡ଼ କଥା ହେଲା ପୁରୀର ପୀଠପତି ଶ୍ରୀଜଗନ୍ନାଥ ମହାପ୍ରଭୁ ସାମ୍ୟ ,ମୈତ୍ରୀ ଓ ପ୍ରୀତି ର ମହାପତାକା ତଳେ ସମଗ୍ର ପୃଥିବୀକୁ କୋଳାଗ୍ରତ କରିବା ପାଇଁ ଅପଲକ ନୟନରେ ଅପେକ୍ଷାରତ !!

ଶୈଳବାଳା ମହାପାତ୍ର

ଶୈଳବାଳା ମହାପାତ୍ର

ବିଶିଷ୍ଟ କବି ଓ ସାହିତ୍ୟିକ, ଦୂରଭାଷ ନଂ ୭୦୦୮୫୮୬୫୦୧

Related Posts

Jay’s Thoughts:Dated Rituals and our unquestioning acceptance of them
More

Jay’s Thoughts:
Dated Rituals and our unquestioning acceptance of them

by Jay Jagdev
February 22, 2026

Jay Jagdev, Bhubaneswar, 22 Februry 2026 The past few weeks have been unbearably hectic—marked by shock, grief, and strain. A...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.