• About
  • Contact
Saturday, October 17, 2026
Saturday, October 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଟଙ୍କା ଦିଅ … ଚାକିରୀ ନିଅ

ଟଙ୍କା ଦିଅ … ଚାକିରୀ ନିଅ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୫ ଅକ୍ଟୋବର ୨୦୨୫

ଓଡ଼ିଶାରେ ଟଙ୍କା ଦେଲେ ସରକାରୀ ଚାକିରୀ ମିଳିପାରୁଛି ଏକଥାଟି ସମସ୍ତଙ୍କୁ ଅଡ଼ୁଆ ଲାଗିପାରେ ମାତ୍ର କିଛି ଦିନ ପୂର୍ବରୁ ପୋଲିସ ଏସ୍ଆଇ ପରୀକ୍ଷା ବାତିଲ ହେବା ପରେ ଏଭଳି ଏକ ଧାରଣା ଚାକିରୀ ଆଶାୟୀ ମାନଙ୍କ ମନରେ ସୃଷ୍ଟି ହୋଇଛି। କାହିଁକି ବାତିଲ ହେଉଛି ଏକାଧିକ ପରୀକ୍ଷା ? ପ୍ରଶ୍ନ ପତ୍ର ପ୍ରଘଟ ହେବା ପଛରେ କିଏ ? ପରୀକ୍ଷା ପରିଚାଳନାରେ ବିଗତ କିଛି ବର୍ଷ ଧରି ଦେଖା ଦେଇଥିବା ଏହି ବିଭ୍ରାଟକୁ ରୋକିବାରେ କାହିଁକି ସରକାର ବିଫଳ ହୋଇଛନ୍ତି ? ଏସବୁ ପ୍ରଶ୍ନ ଏବେ ଲକ୍ଷ ଲକ୍ଷ ଚାକିରୀ ଆଶାୟୀଙ୍କୁ ବ୍ୟଥିତ କରିଛି।

ଚଳିତ ଥର ପୋଲିସ ଏସ୍ଆଇ ପରୀକ୍ଷା ବାତିଲ ହେବାର ପ୍ରମୁଖ କାରଣ ହେଉଛି, ପରୀକ୍ଷା ପୂର୍ବରୁ କିଛି ସଂସ୍ଥା ଚାକିରୀ ଆଶାୟୀ ମାନଙ୍କୁ ଏକ ବସ ଯୋଗେ ରାଜ୍ୟ ବାହାରକୁ ନେଇଥିଲେ, ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଚାକିରୀ କରାଇ ଦେବା ସେମାନଙ୍କର ଉଦ୍ଦେଶ୍ୟ ଥିଲା। ଯାହାକି ଧରା ପଡ଼ିଗଲା ପରୀକ୍ଷା ହେବା ପୂର୍ବରୁ। ଏହି କଥା ସାମ୍ନାକୁ ଆସିବା ପରେ ସରକାରଙ୍କ ପକ୍ଷରୁ ତଦନ୍ତ ଆରମ୍ଭ କରାଯିବା ସହିତ ପୋଲିସ ଏସ୍ଆଇ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। କେବଳ ଯେ ଏପରି ଘଟଣା ପ୍ରଥମ ଥର ପାଇଁ ଓଡ଼ିଶାରେ ଘଟିଛି ତାହା ନୁହେଁ, ବରଂ ୨୦୨୫ ର ଓଟିଇଟି ପରୀକ୍ଷା ବାତିଲ ହୋଇଛି, ୨୦୨୨ ରେ ଷ୍ଟାଫ ସିଲେକ୍ସନ ଦ୍ୱାରା ପରିଚାଳିତ ଜେଇ (ସିଭିଲ) ପରୀକ୍ଷା ବାତିଲ ହୋଇଥିଲା, ସେହିପରି ୨୦୨୨ ର ପୋଲିସ ନିଯୁକ୍ତି ପରୀକ୍ଷା, ୨୦୧୫ ର ପୋଲିସ କନଷ୍ଟେବଳ ନିଯୁକ୍ତି ଏବଂ ୨୦୧୫ ର ଓଟିଇଟି ପରୀକ୍ଷା ମଧ୍ୟ ବାତିଲ ହୋଇଥିବାର ନଜିର ରହିଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରତିଟି ବାତିଲ ହୋଇଥିବା ପରୀକ୍ଷା ବାବଦରେ ଅଧିକ ଖୋଳତାଡ଼ କରିବାର ଦେଖାଯାଇନାହିଁ। ଯାହା ଦ୍ୱାରା ଏହି ପରୀକ୍ଷା ବାତିଲର ଧାରା ଲମ୍ବି ଲମ୍ବି ଚାଲିଛି । ବିଭିନ୍ନ ସଂସ୍ଥା ଓ ଦଲାଲଙ୍କ ଦ୍ୱାରା ସରକାରୀ ଚାକିରୀ ବଣ୍ଟା ମଧ୍ୟ ଚାଲିଛି। ଏଥର ପୋଲିସ ଏସ୍ଆଇ ଅଶାୟୀଙ୍କ ମଧ୍ୟରୁ ବସ୍ ରେ ଯାଇଥିବା କିଛି ଯୁବକଙ୍କ ଅଭିଯୋଗ ଆଧାରରେ କିଛି ପ୍ରମୁଖ କୋଚିଂ ସେଣ୍ଟର ଏଥିରେ ଜଡ଼ିତ ଥିବା କଥା ସାମ୍ନାକୁ ଆସିଛି। ତେବେ ତଦନ୍ତ ଆଗକୁ ବଢୁଥିବା ବେଳେ ଭୁବନେଶ୍ୱରର ଏକ ପ୍ରମୁଖ କୋଚିଂ ଅନୁଷ୍ଠାନ “ବଣିକ” ଉପରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ପରେ ସମ୍ପୃକ୍ତ ସଂସ୍ଥାର ମାଲିକ ତଥା ବିଜେଡିର ଯୁବ ନେତା ସୁବ୍ରତ ଛାଟୋଇ ନିଜ ବାବଦରେ ସଫେଇ ଦେବା ସହ ଏହି ଚଢ଼ାଉ କୁ ରାଜନୈତିକ ଆକ୍ରୋଶ ଭାବେ ଦର୍ଶାଇଛନ୍ତି। ଏପରିକି ଶାସକ ଦଳ ବିଜେପି ଓ ବିରୋଧୀ ଦଳ ବିଜେଡି ମଧ୍ୟରେ ଏହାକୁ ନେଇ କଥା କଟାକଟି ଚାଲିଛି। ମାତ୍ର ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ କିଛି ଯୁବ ନେତା “ବଣିକ” କୋଚିଂ ଅନୁଷ୍ଠାନ ଓ ଚାକିରୀ ବାବଦରେ ଅନେକ ସଂଗୀନ ଅଭିଯୋଗ ମଧ୍ୟ ଆଣିଛନ୍ତି। କାରଣ “ବଣିକ” କୋଚିଂ ଅନୁଷ୍ଠାନ ଉପରେ ଆଗରୁ ଆଇଟି ଓ ଜିଏସଟି ବିଭାଗ ପକ୍ଷରୁ ଦୁଇଥର ଚଢ଼ାଉ କରାଯାଇଛି । ଏପରିକି ଏହି ସଂସ୍ଥାର କାର୍ଯ୍ୟକଳାପ ମଧ୍ୟ ସନ୍ଦେହ ମୁକ୍ତ ନୁହେଁ ।

ଅପରପକ୍ଷେ ବଣିକ ଭଳି କିଛି କୋଚିଂ ସଂସ୍ଥା ସହିତ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯାଇଥିବା ସିଲିକନ ଟେକ୍ ଲାବ, ପଞ୍ଚସଫ୍ଟ ଟେକ୍ନୋଲୋଜି ଆଦିର ଭୂମିକା ମଧ୍ୟ ଅଧିକ ଭାବେ ସନ୍ଦେହ ଜନକ ରହିଛି। ଆଶ୍ଚର୍ଯ୍ୟର କଥା ଯେ, ପୋଲିସ ଏସ୍ଆଇ ପରୀକ୍ଷା ବିଭ୍ରାଟ ବାବଦରେ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ମଧ୍ୟ ସଠିକ ଭାବେ କାରଣ ଖୋଜି ନପାଇବା ଏହି ଘଟଣାକୁ ଅଧିକ ରହସ୍ୟମୟ କରିଛି।

ତେବେ ତଦନ୍ତର ସମୟ ଗଡ଼ି ଚାଲିଥିବାବେଳେ “ବଣିକ” କୋଚିଂ ଅନୁଷ୍ଠାନ ପାଖରେ ଏହା ଅଟକି ଯାଇଥିବା ପରି ମନେହୁଏ। ଏହି ପରୀକ୍ଷା ପରିଚାଳନାରେ ତ୍ରୁଟି କାହିଁକି ହୋଇଛି, ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥା ମାନଙ୍କର ଭୂମିକା କ’ଣ ରହିଛି, ପରୀକ୍ଷା ପରିଚାଳନା ବାବଦରେ କାହିଁକି ପୋଲିସ ନିଯୁକ୍ତି ବୋର୍ଡ଼ ନିରବତା ଅବଲମ୍ବନ କରୁଛି ଏହା ଏବେ ସବୁଠାରୁ ଚିନ୍ତାଜନକ ବିଷୟ। ଯଦି ଏହି ତଦନ୍ତ ଆଗକୁ ବଢ଼େ ଓ ଯେଉଁମାନେ ଏହି ଘଟଣାର ପ୍ରକୃତ ଦୋଷୀ ସେମାନେ ସାମ୍ନାକୁ ନଆସନ୍ତି କେବଳ ତଦନ୍ତ ରାଜନୈତିକ ଆକ୍ଷେପ ଓ ପ୍ରତିଆକ୍ଷେପ ଭିତରେ ଅଟକି ଯାଏ, ତେବେ ତେବେ ସରକାରୀ ପଦବୀ ପାଇଁ ଆଶାୟୀ ଥିବା ଓ ନିଜକୁ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରୁଥିବା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭାଗ୍ୟ କ’ଣ ହେବ ?ଓଡ଼ିଶା ସରକାରଙ୍କ ନିଯୁକ୍ତି ବ୍ୟବସ୍ଥା ଉପରେ ଯୁବପୀଢ଼ିଙ୍କର ଆଉ ଭରସା ରହିବ ତ ? ବର୍ତ୍ତମାନର ସରକାର ଯଦି ପୂର୍ବ ସରକାର ଭଳି ଏହି ଦୁର୍ନୀତିକୁ ଚାପି ଦେବା ପାଇଁ ଚେଷ୍ଟା କରନ୍ତି ଓ ଏଥିରେ ସଂପୃକ୍ତ ସଂସ୍ଥା, ବ୍ୟକ୍ତି ବିଶେଷଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ନିଷ୍ପତ୍ତି ନିଅନ୍ତି, ତେବେ ଏଭଳି ଏକ ଧାରଣା କାହିଁକି ତିଆରି ହେବନାହିଁ ଯେ, ଆମ ରାଜ୍ୟରେ ଟଙ୍କା ଦେଲେ ସରକାରୀ ଚାକିରୀ ମିଳୁଛି ବୋଲି।

Nirvik Bureau

Nirvik Bureau

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.