• About
  • Contact
Sunday, March 15, 2026
Sunday, March 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଉତ୍କଳୀୟ ପାଲା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ସାମୁହିକ ଉଦ୍ୟମ ଲୋଡା

ଉତ୍କଳୀୟ ପାଲା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ସାମୁହିକ ଉଦ୍ୟମ ଲୋଡା
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, କଟକ, ୧୮ ଜାନୁଆରୀ ୨୦୨୫

ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦ ଅବିଭକ୍ତ କଟକ ଜିଲ୍ଲା ଶାଖା ଶ୍ରୀ ଶ୍ରୀ ମହାପୁରୁଷ ହାଡ଼ିଦାସ ପାଲାକାର ମଣ୍ଡଳର ତ୍ରିଦିବସୀୟ ବାର୍ଷିକ ସମ୍ମେଳନ ଜାନୁଆରୀ ୧୭ ତାରିଖ ଦିନ ବାଜପୁରା ପଞ୍ଚାୟତ ଅନ୍ତର୍ଗତ ପହି ଗୋପାଳପୁର ସତ୍ୟନାରାୟଣ ପାଲାମଣ୍ଡପ ଠାରେ ଜଳୌକା ସ୍ଥିତ ସତ୍ୟସେବାଶ୍ରମ ମଠାଧୀଶ ଅମୃତାନନ୍ଦ ଦାସ ମହାରାଜଙ୍କ ଦ୍ଵାରା ଉଦ୍ ଘାଟିତ ହୋଇ ଯାଇଛି।

ମଣ୍ଡଳ ସଭାପତି ଗାୟକ ଅରୁଣୋଦୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ଆୟକର କମିଶନର ତଥା ଶରତ କର ଓ ଅନିମା କର ଫାଉଣ୍ଡେସନ ଅଧ୍ୟକ୍ଷ ଶୋଭନ କର ଉତ୍କଳ ର ପ୍ରାଚୀନ ପାଲା ସଂସ୍କୃତି କୁ ବଞ୍ଚାଇରଖିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ମତ ବ୍ୟକ୍ତ କରିଥିଲେ।

ସମ୍ମାନିତ ବକ୍ତା ଭାବେ ସାହିତ୍ୟିକ ଓ ସ୍ତମ୍ଭକାର ତଥା ନିର୍ଭୀକ ପତ୍ରିକାର ସମ୍ପାଦକ ଅବନୀ ଚନ୍ଦ୍ର ଦାସ କହିଲେ ଓଡ଼ିଶାର ଏହି ଅନନ୍ୟ ଲୋକକଳା ପାଲା ଆମ ସାହିତ୍ୟ, ସଙ୍ଗୀତ, ନୃତ୍ୟ, ବାଦ୍ୟ, ଅଭିନୟ ଆଦି ସମସ୍ତ କଳାତ୍ମକ ଅଭିବ୍ୟକ୍ତିର ସମ୍ମିଳିତ ମିଶ୍ରଣ ଯାହାକି ମନୋରଞ୍ଜନ ମାଧ୍ୟମରେ ଜନଜୀବନକୁ ବହୁ ଭାବେ ଉଦ୍ ବୁଦ୍ଧ କରି ଆସିଛି।

ମୁଖ୍ୟ ବକ୍ତା ପ୍ରଫେସର୍ ଡ଼ଃ ରବିନାରାୟଣ ପଣ୍ଡା ପୁରାଣ ବର୍ଣ୍ଣିତ ବିଭିନ୍ନ ଉପାଖ୍ୟାନ ଦେଇ ମଣିଷର ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ।

କଟକ ଜିଲ୍ଲା ଶାଖା ସମ୍ପାଦକ ଗାୟକଜ୍ୟୋତି ସନ୍ତୋଷ କୁମାର ପଟ୍ଟନାୟକ ପାଲାକାର ମଣ୍ଡଳ ଗଠନର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ କବିରାଜ ଅକ୍ଷୟ କୁମାର ଗୁରୁ, ସମାଜସେବୀ ସଚ୍ଚିତ୍ର କୁମାର ମାହଲା, ଗାୟକ ବୃନ୍ଦାବନ ପଣ୍ଡା, ପଣ୍ଡିତ ଅନିରୁଦ୍ଧ ଦାସ ପ୍ରମୁଖ ପାଲା ସଂସ୍କୃତି ର ପ୍ରଚାର ପ୍ରସାର ଦିଗରେ ସାମୁହିକ ଉଦ୍ୟମ ଲୋଡା ବୋଲି ବକ୍ତବ୍ୟ ରଖିଥିଲେ।

ଗାୟକ ରଶ୍ମି ରଂଜନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବ ଶେଷରେ ସମ୍ପାଦକ ଗାୟକ ନେତ୍ରାନନ୍ଦ ଦାସ ଧନ୍ୟବାଦ ଦେଇଥିଲେ । ପରିଶେଷରେ ଗାୟକ ଅରୁଣୋଦୟ ପଣ୍ଡା, ଗାୟକ କ୍ଷୀରୋଦ ଚନ୍ଦ୍ର ଦାସ ଏବଂ ଗାୟିକା ଉତ୍କଳିକା ଘଡେ଼ଇ ଙ୍କ ତିନି ଦଳୀୟ ପାଲା ପରିବେଷଣ କରାଯାଇଥିଲା।

ଏଥିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ପାଲା ପ୍ରେମୀ ଜନସାଧାରଣ ଦର୍ଶକ ଭାବେ ଯୋଗ ଦେଇଥିଲେ।

Nirvik Bureau

Nirvik Bureau

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୩)

by ଭବେଶ ଚନ୍ଦ୍ର କର
March 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ମାର୍ଚ୍ଚ ୨୦୨୬ ସନ୍ଧ୍ୟା ହେଲା କିନ୍ତୁ ମନ୍ମଥ ଜଙ୍ଗଲରୁ ନ ଫେରିବାରୁ ମନରେ ମୋର ଛନକା ପଶିଲା। କୁଆଡେ ଗଲା...

Read more
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.