• About
  • Contact
Monday, August 24, 2026
Monday, August 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Opinion

ଗାନ୍ଧୀ ବିଚାରଧାରା ଓ ସ୍ଵାଧୀନତା

ସତ୍ୟ, ଅହିଂସା, ତ୍ୟାଗ ଓ ଏକାଗ୍ରତା ମାନବୀୟ ସଂସ୍କୃତିର ବୈଶିଷ୍ଟ୍ୟ
Share on FacebookShare on Xshare on Whatsappshare on Linkedin

ଜୟନ୍ତ କୁମାର ଦାସ, ୧୫ ଅଗଷ୍ଟ

ଜଣେ ଲାଜକୁଳା ସ୍ୱଳ୍ପଭାଷୀ ଏବଂ ସତ୍ୟାନୁରାଗୀ ସାଧାରଣ ମଣିଷଟି କିପରି ନିର୍ଭୀକ, ସ୍ୱାଧୀନ ଚେତା ଓ ଜନମାନସର ନେତା ଭାବେ ସମସ୍ତଙ୍କ ହୃଦୟରେ ପ୍ରତିଷ୍ଠା ଲାଭ କରି ପାରିଲେ ତାହା ଏକ ବିସ୍ତୃତ ଇତିହାସ । ବାରିଷ୍ଟର ଯୋଗ୍ୟତା ହାସଲ ପରେ ଓକିଲାତି ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ଅତି ସାଧାରଣ ଜୀବନକୁ ଆଦରେଇ ନେଇଥିଲେ ଜନଗଣଙ୍କର ସେବା ପାଇଁ ଏହି ମହା ମନିଷୀ ତଥା ରାଷ୍ଟ୍ରପିତା ମୋହନ ଦାସ କରମ ଚାନ୍ଦ ଗାନ୍ଧୀ । ଲୋକଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ସମସ୍ୟା ଉପଲବ୍ଧି କରିବା ବିଭିନ୍ନ ଧର୍ମଗ୍ରନ୍ଥ ଅଧ୍ୟୟନ କରି ତାର ନିର୍ଯ୍ୟାସ ବାହାର କରିବା ଓ ଅବହେଳିତ ଗୋଷ୍ଠୀ ପାଇଁ କିଛି କରିବାର ପ୍ରୟାସ ତାଙ୍କୁ ଜନସାଧାରଣଙ୍କ ସହିତ ଏକାତ୍ମ କରିଦେଇଥିଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ସମସ୍ତଙ୍କ ପାଇଁ ଥିଲେ ଆଶାର ଆଲୋକ ୟଙ୍ଗ ଇଣ୍ଡିଆ ପତ୍ରିକାରେ ୧୯୨୧ ମାର୍ଚ୍ଚ ୧୩ ସଂଖ୍ୟାରେ ସେ ଲେଖିଥିଲେ ଯେ ଦେଶପ୍ରେମ ଓ ମାନବପ୍ରେମ ମଧ୍ୟରେ କିଛି ପ୍ରଭେଦ ନାହିଁ, ଦୁହେଁ ଏକ ଅଟନ୍ତି । ନିଜ ଦେଶର ହିତ ପାଇଁ ଅନ୍ୟ କୌଣସି ଦେଶର କ୍ଷତି କରିବା ନୀତି ବିରୁଦ୍ଧ ।

ସତ୍ୟ ଅହିଂସା ଆଧାରରେ ଭାରତବର୍ଷ ପରି ଏକ ବିଶାଳ ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିଲେ ଏହି ସାବରମତୀର ସନ୍ଥ ଏକ ବିଶାଳ ସତ୍ୟାଗ୍ରହ ଓ ସହକର୍ମୀଙ୍କ ଅକୁଣ୍ଠ ସାହାଯ୍ୟ ଓ ସହଯୋଗରେ ପ୍ରଖ୍ୟାତ ଐତିହାସିକ ଟଏନବିଙ୍କ ଭାଷାରେ ଗାନ୍ଧୀ କେବଳ ଭାରତକୁ ନୁହେଁ, ଇଂଲଣ୍ଡକୁ ବି ଏକ ବିପଦରୁ ରକ୍ଷା କରିଛନ୍ତି । ହିଂସା ଓ ଘୃଣାର ବାତାବରଣ ସୃଷ୍ଟି ହୋଇଥିଲେ ଦୁଇଟି ଦେଶ ସର୍ବନାଶ ପଥରେ ଆଗେଇଥାନ୍ତା । ଏକବିଂଶ ଶତାଦ୍ଦୀର ଦୁଇ ଦଶନ୍ଧି ପରେ ମଧ୍ୟ ଏହି କଥାର ତାତ୍ପର୍ଯ୍ୟ ଆମେ ବୁଝିପାରୁଛୁ । ୠଷିଆ- ୟୁକ୍ରେନ, ଚୀନ – ତାଇୱାନ ସଂପର୍କ ଏହାର ଜ୍ୱଳନ୍ତ ଉଦାହରଣ । ନିଃସନ୍ଦେହରେ କୁହାଯାଇପାରେ ମାନବ ସଭ୍ୟତା ତିଷ୍ଠି ରହିବା ପାଇଁ ସତ୍ୟ ଓ ଅହିଂସା ହେଉଛି ଏକମାତ୍ର ମାର୍ଗ । ସମଗ୍ର ମାନବ ସମାଜକୁ ଏକ ସୂତ୍ରରେ ବାନ୍ଧିବା ପାଇଁ ଗାନ୍ଧିଜୀ କରିଥିଲେ ଜୀବନବ୍ୟାପୀ ସଂଗ୍ରାମ । ଏହି ଅହିଂସାର ପୂଜାରୀଙ୍କ ଆହ୍ୱାନରେ ସ୍ୱାଧୀନତା ସଂଗ୍ରାମର ଅଧ୍ୟାୟ ଆରମ୍ଭ ହୁଏ ୧୯୨୦ ମସିହାରେ ଯଦିଓ ନ୍ୟାଯ୍ୟଦାବୀରୁ ବଂଚିତ ଚାଷୀ, ଶ୍ରମିକଙ୍କ ପାଇଁ ସତ୍ୟାଗ୍ରହ ଆରମ୍ଭ କରିଥିଲେ ୧୯୧୭ ମସିହାରୁ ୧୯୧୯ ରାଓଲାଟ ଆଇନ ଓ ଜାଲିୱାନାବାଗ ନରସଂହାରକୁ ବିରୋଧ କରି ଗାନ୍ଧିଜୀ ଗୋରା ସରକାର ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ ଡାକରା ଦେଲେ । ନିଷ୍ପତ୍ତି ହେଲା ସ୍କୁଲ, କଲେଜ ବର୍ଜନ, ସରକାରୀ ଚାକିରୀ ଓ ପଦବୀ ତ୍ୟାଗ, କଚେରୀ ବର୍ଜନ ଓ ସରକାରଙ୍କ ମନୋମୁଖୀ ନୀତିକୁ ଅସହଯୋଗ କରିବା । କ୍ରମଶଃ ଆଇନ ଅମାନ୍ୟ ଆନ୍ଦୋଳନ ବ୍ୟାପକ ଆକାର ଧାରଣ କଲା ।

ଶହ ଶହ ସଂଖ୍ୟାରେ ଲୋକ ସରକାରୀ ଚାକିରୀ ଛାଡି, ସ୍କୁଲ କଲେଜରେ ପଢୁଥିବା ପିଲା ପାଠରେ ଡୋରି ବାନ୍ଧି, ଓକିଲମାନେ ଓକିଲାତି ପେଶା ଛାଡି ଏହି ଆନ୍ଦୋଳନରେ ଯୋଗ ଦେଇ ବିଲାତି ଦ୍ରବ୍ୟ ବର୍ଜନ, ନିଶା ନିବାରଣ, ସ୍ୱଦେଶୀ ପ୍ରଚଳନ ଆଦି କାର୍ଯ୍ୟରେ ଲାଗି ପଡିଲେ । ଆଶ୍ଚର୍ଯ୍ୟର କଥା ଏପରିକି ଛୋଟ ପିଲା ବି ଏଥିରୁ ବାଦ୍ ପଡିନଥିଲେ । ବାନର ସେନା ସାଜି ମଦ, ଗଞ୍ଜେଇ, ଅଫିମ ଦୋକାନ ଆଗରେ ପିକେଟିଂ ଓ ମହିଳାମାନେ ବିଦେଶୀ ବସ୍ତ୍ର ଦୋକାନ ସମ୍ମୁଖରେ ପ୍ରତିବାଦ ଓ ପିକେଟିଂ ଆଦି କାର୍ଯ୍ୟରେ ସାମିଲ ହେଲେ । ଏହା ପରେ ୧୯୩୦ମସିହାରେ ଲବଣ ସତ୍ୟାଗ୍ରହ ଓ ଭାରତବର୍ଷରୁ ଇଂରେଜ ସରକାରଙ୍କୁ ହଟାଇବା ପାଇଁ ଭାରତ ଛାଡ ଆନ୍ଦୋଳନ ୧୯୪୨ରେ ଆରମ୍ଭ ହେଲା ଗାନ୍ଧିଜୀଙ୍କ ନେତୃତ୍ଵରେ, ଗାନ୍ଧିଜୀଙ୍କ ସମେତ ବହୁ ସଂଗ୍ରାମୀଙ୍କୁ କାରାବରଣ କରିବାକୁ ପଡିଲା । ଅର୍ଥନୈତିକ ସ୍ୱାଧୀନତା ପାଇଁ ଖଦୀ ପ୍ରଚଳନ ଉପରେ ଗୁରୁତ୍ୱ ପ୍ରଦାନ କରାଗଲା ଓ ଏହାକୁ ତ୍ୱରାନିତ କରିବା ପାଇଁ ଗାନ୍ଧିଜୀ ସହକର୍ମୀ ମାନଙ୍କୁ ପରାମର୍ଶ ଦେଲେ । ଆତ୍ମନିର୍ଭରଶୀଳତା ମାଧ୍ୟମରେ ସ୍ୱାବଲମ୍ବୀ ହେବା ଥିଲା ତାଙ୍କ ସ୍ୱଦେଶୀ କାର୍ଯ୍ୟକ୍ରମର ବାର୍ତ୍ତା । ଶିକ୍ଷା କ୍ଷେତ୍ରରେ ମୌଳିକ ଶିକ୍ଷା ଯାହାକି ଶ୍ରମଭିତ୍ତିକ ଶିକ୍ଷା ଥିଲା ଗାନ୍ଧିଜୀଙ୍କ ସ୍ୱଦେଶୀ ନୀତି । ରଚନାତ୍ମକ କାର୍ଯ୍ୟରେ ମନୋନିବେଶ କରିବା ପାଇଁ ଗାନ୍ଧିଜୀ ସବୁବେଳେ କର୍ମୀମାନଙ୍କୁ ପରାମର୍ଶ ଦେଇ ଆସୁଥିଲେ । ରଚନାତ୍ମକ କାର୍ଯ୍ୟ ଦ୍ୱାରା ହିଁ ସ୍ୱରାଜ ସମ୍ଭବ ବୋଲି ତାଙ୍କର ଅଗାଧ ବିଶ୍ୱାସ ଥିଲା । ଅସ୍ପୃଶ୍ୟତା ନିବାରଣ ପାଇଁ ମଧ୍ୟ ତାଙ୍କୁ ବହୁ ତ୍ୟାଗ ସ୍ୱୀକାର କରିବାକୁ ପଡିଥିଲା । ଜାତିପ୍ରଥା ହିନ୍ଦୁ ଧର୍ମର କଳଙ୍କ, ତେଣୁ ଏହି ଛୁଆଁ ଅଛୁଆଁ ଭେଦଭାବ କିପରି ଦୂର ହେବ ସେଥିଲାଗି ସେ ଥିଲେ ପ୍ରତିଜ୍ଞାବଦ୍ଧ । ସେଥିପାଇଁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ସହ ଟେକା ପଥର ମାଡ ବି ତାଙ୍କୁ ସହିବାକୁ ପଡିଥିଲା । ଗାନ୍ଧିଜୀଙ୍କ ଆହ୍ୱାନରେ ୧୯୩୪ ମସିହା ହରିଜନ ପଦଯାତ୍ରା ଥିଲା ଏକ ଐତିହାହିକ ପଦଯାତ୍ରା । ଏକମାସରୁ ଅଧିକ କାଳ ଓଡିଶାରେ ଅବସ୍ଥାନ କରି ବିଭିନ୍ନ ଅଞ୍ଚଳ ଗସ୍ତ କରି ହରିଜନମାନଙ୍କ ଉତ୍‌ଥାନ ପାଇଁ, ଛୁଆଁ ଅଛୁଆଁ ଭେଦଭାବ ଦୂରୀକରଣ କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରି ଅନେକ ପରିମାଣରେ ସଫଳ ହୋଇପାରିଥିଲେ । ଏହି ଗସ୍ତ ସମୟରେ ଯାଜପୁରଠାରେ ଏକ ସଭାରେ ଗାନ୍ଧିଜୀ କହିଥିଲେ ଯେ ଯେଉଁ ମନ୍ଦିରରେ ହରିଜନଙ୍କ ଦର୍ଶନ କରିବାର ଅଧିକାର ନାହିଁ, ସେ ମନ୍ଦିରର ବିଗ୍ରହରେ ଭଗବାନ ପ୍ରତିଷ୍ଠା ହୋଇନାହାନ୍ତି ବୋଲି ଧରିବାକୁ ପଡିବ । କଥା ପ୍ରସଙ୍ଗରେ ଗାନ୍ଧିଜୀ କହୁଥିଲେ , ଭଗବାନ ମନ୍ଦିରରେ ନାହାନ୍ତି କି ମସଜିଦରେ ନାହାନ୍ତି , ଯଦି ଥାଆନ୍ତି ତାହେଲେ ଦୀନଦୁଃଖୀଙ୍କ କ୍ଷୁଧାରେ, ତୃଷ୍ଣାରେ । ତେଣୁ ଦରିଦ୍ର ନାରାୟଣ ସେବା ହିଁ ପ୍ରକୃତ ସେବା ।

ଦେଶ ସ୍ୱାଧୀନତା ହାସଲ ପରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଗାନ୍ଧିଜୀ କହିଥିଲେ ଯେ କେବଳ ଇଂରେଜମାନେ ଦେଶ ଛାଡି ଚାଲିଯାଇଛନ୍ତି, ସାମାଜିକ ଓ ଅର୍ଥନୈତିକ ସ୍ୱାଧୀନତା ବିନା ଏ ସ୍ୱାଧୀନତା ପ୍ରକୃତ ସ୍ୱାଧୀନତା ନୁହେଁ । ସ୍ୱାଧୀନତାର ଦୁଇ ଦଶନ୍ଧି ପୂର୍ବରୁ ଗାନ୍ଧିଜୀ ପ୍ରକାଶ କରିଥିଲେ ଯେ କେବଳ କେତେକ ଲୋକ କ୍ଷମତା ହାସଲ କଲେ ପ୍ରକୃତ ସ୍ୱରାଜ ଆସିବ ନାହିଁ । ସବୁ ଲୋକ କ୍ଷମତାର ଅପବ୍ୟବହାରକୁ ପ୍ରତିରୋଧ କରିବାର ସାମର୍ଥ୍ୟ ହାସଲ କଲେ ହିଁ ସ୍ୱରାଜ ସମ୍ଭବ ହେବ । ଏହି ସ୍ୱରାଜ ଶିକ୍ଷିତ ଧନୀ ଲୋକଙ୍କର ଯେମିତି ଦୁଃଖୀରଙ୍କିଙ୍କର ବି ସେମିତି । ଗାନ୍ଧିଜୀଙ୍କ ‘ସ୍ୱପ୍ନର ଭାରତ ‘ ପରିକଳ୍ପନା ହେଉଛି ଏପରି ଏକ ଭାରତ ଯେଉଁଠି ସମାଜର ଦରିଦ୍ରତମ ଲୋକଟିଏ ବି ଅନୁଭବ କରିବ ଯେ ଏ ଦେଶ ଗଠନରେ ତା’ର ମଧ୍ୟ ଭୂମିକା ରହିଛି, ଯେଉଁଠି ନାରୀ ଓ ପୁରୁଷଙ୍କ ସମାନ ଅଧିକାର ଥିବ ଏବଂ ଯେଉଁଠି ମହିଳାଟି ରାତି ଅଧରେ ନିର୍ଭୟରେ ରାଜ ରାସ୍ତାରେ ବିଚରଣ କରିପାରୁଥିବ । ବିଦେଶୀ ଶକ୍ତି କବଳରୁ ଦେଶକୁ ମୁକ୍ତ କରିବା ସହ ସତ୍ୟ ଓ ଅହିଂସା ଭିତ୍ତିରେ ସାମାଜିକ ଓ ଅର୍ଥନୈତିକ ସ୍ୱାଧୀନତା ପ୍ରତିଷ୍ଠା କରିବା ଥିଲା ତାଙ୍କର ଲକ୍ଷ୍ୟ । ସ୍ୱରାଜ ମାଧ୍ୟମରେ ଶ୍ରେଣୀହୀନ, ବର୍ଣ୍ଣହୀନ, ଭେଦ ଭାବ ଶୂନ୍ୟ ସର୍ବୋଦୟ ସମାଜର ପ୍ରତିଷ୍ଠା ଚାହୁଁଥିଲେ ଗାନ୍ଧିଜୀ ।

ସ୍ୱାବଲମ୍ବୀ ସମାଜ ଗଠନରେ ଗାନ୍ଧିଜୀଙ୍କ ଯେଉଁ ସ୍ୱପ୍ନ ଥିଲା ତାହା ସ୍ୱାଧୀନତାର ୭୫ବର୍ଷରେ ଆଜି କେଉଁଠି ପହଞ୍ଚିଛି ଏହାର ଆକଳନ କରିବା ଦାୟିତ୍ୱ ଆମ ସମସ୍ତଙ୍କର, ଦେଶଭକ୍ତର ପରିଚୟ ଦେଇ ସ୍ୱାଧୀନ ଭାରତର ନେତୃବୃନ୍ଦ ଯଦି ସାମାନ୍ୟତମ ଦେଶଭକ୍ତ ହୋଇଥାଆନ୍ତେ ତାହେଲେ ଭାରତ ଆଜି ସାରା ବିଶ୍ୱ ପାଇଁ ଉଦାହରଣ ପାଲଟିଥାଆନ୍ତା । ତେଣୁ ଗାନ୍ଧୀ ଆଦର୍ଶ ଓ ବିଚାର ଧାରାରୁ ବିଚ୍ୟୁତ ନହୋଇ ଓ ଏହାର ବିପରୀତ ଦିଗରେ ନଯାଇ ଆଗକୁ ବଢିଲେ ହିଁ ଦେଶ ପ୍ରଗତି ପଥରେ ଆଗେଇବ ଏଥିରେ ଦ୍ୱିମତ ନାହିଁ । ମହାତ୍ମାଙ୍କ ଭାଷଣ ଓ କଷଣ କେବେ ବ୍ୟର୍ଥ ଯିବ ନାହିଁ । ସତ୍ୟ ଓ ଅହିଂସା ମାଧ୍ୟମରେ ଅସମ୍ଭବ ବି ସମ୍ଭବ ହୋଇପାରେ ଏହାର ଶ୍ରେଷ୍ଠ ନିଦର୍ଶନ ଆମ ରାଷ୍ଟ୍ର ପିତା ମହାତ୍ମା ଗାନ୍ଧୀ ।

ଜୟନ୍ତ କୁମାର ଦାସ

ଜୟନ୍ତ କୁମାର ଦାସ

ସଂପାଦକ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, କଟକ

Related Posts

MMDR Amendment: Odisha’s mineral wealth and the price of federalism
Opinion

MMDR Amendment: Odisha’s mineral wealth and the price of federalism

by Ambika Prasad Kanungo
August 23, 2026

Ambika Prasad Kanungo, Bhubaneswar, 23 August 2026 India’s mineral wealth may lie beneath the soil of individual States, but its...

Read more
How safe is Democracy when the Media becomes weak? The Fourth Estate, Democratic accountability, and the future of free Journalism

How safe is Democracy when the Media becomes weak? The Fourth Estate, Democratic accountability, and the future of free Journalism

August 10, 2026
Jay’s Thoughts: Gen Z – the new Jeans?

Jay’s Thoughts:
Gen Z – the new Jeans?

August 10, 2026
Pariksha Pe Charcha: How the Examination Conquered the World—and India

Pariksha Pe Charcha: How the Examination Conquered the World—and India

August 9, 2026
Eighty Years in Fast Forward

Eighty Years in Fast Forward

August 8, 2026
India’s changing political mood: Do the recent By-elections signal a shift?

India’s changing political mood: Do the recent By-elections signal a shift?

August 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.