• About
  • Contact
Monday, September 14, 2026
Monday, September 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Opinion

ସଙ୍ଘ ଓ ସେମାନଙ୍କ ଆନ୍ଦୋଳନ..

ସଙ୍ଘ ଓ ସେମାନଙ୍କ ଆନ୍ଦୋଳନ..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୫ ମାର୍ଚ୍ଚ ୨୦୨୩

୧୦ ଦଫା ଦାବି ନେଇ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ଡ୍ରାଇଭର ମହାସଂଘ । ବିଭିନ୍ନ ସ୍ଥାନରେ ହଜାର ହଜାର ଡ୍ରାଇଭର ରାସ୍ତାକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବାସହ ପ୍ରତିବାଦ କରିଛନ୍ତି । ଯାନବାହାନ ଚଳାଚଳରେ ମଧ୍ୟ ବ୍ୟାପକ ଅସୁବିଧା ପରିଲକ୍ଷିତ ହୋଇଛି ଏହି ଆନ୍ଦୋଳନ ଦ୍ୱାରା । ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ମଧ୍ୟ ଏହି ଆନ୍ଦୋଳନକୁ ନେଇ ସେତେଟା ବ୍ୟସ୍ତ ଥିବା ପରି ଜଣାପଡ଼ୁନାହିଁ । ଏପରିକି ଡ୍ରାଇଭର ସଂଘ ସହ ଆଲୋଚନା କରି ଏହି ଆନ୍ଦୋଳନକୁ ଟାଳିବା ପାଇଁ ଚେଷ୍ଟା ମଧ୍ୟ କଲାନାହିଁ ସମ୍ପୃକ୍ତ ବିଭାଗ । ଏଥରକୁ ମିଶାଇ ଡ୍ରାଇଭର ମହାସଂଘ ପାଖାପାଖି ୩ ଥର ଏଭଳି ଆନ୍ଦୋଳନ ଡ଼ାକରା ଦେଇସାରିଲାଣି । ତେବେ କ’ଣ ଏମାନଙ୍କ ଦାବୀ ? କାହିଁକି ପୂରଣ ହୋଇପାରୁନି ଏହି ଦାବୀ ଗୁଡ଼ିକ ? ସଂଘ ଓ ସରକାର ମଧ୍ୟରେ ଆଲୋଚନା ବିଫଳ ହେବାର କାରଣ କ’ଣ ? ଏସବୁ ପ୍ରଶ୍ନର ଉତ୍ତର ଖୋଜିଲେ ଅନେକ ରୋଚକ ତଥ୍ୟ ମିଳେ ଏହି ଆନ୍ଦୋଳନ ବାବଦରେ ।

ପୂର୍ବରୁ କେବେ ଡ୍ରାଇଭର ମାନେ ଏଭଳି ରାଜ୍ୟବ୍ୟାପି ଆନ୍ଦୋଳନ କରିନଥିଲେ ଅବା ଡ୍ରାଇଭର ମାନଙ୍କର ଏଭଳି ଶକ୍ତିପ୍ରଦର୍ଶନ ରାଜରାସ୍ତାରେ ଦେଖିବାକୁ ମିଳିନଥିଲା । ଗତବର୍ଷ ହଠାତ୍ ଏମାନଙ୍କର ଆବିର୍ଭାବ ହେଲା ତା ପୁଣି ରାଜଧାନୀର ରାଜରାସ୍ତାରେ । କମିସନରେଟ୍ ପୋଲିସର ଅଜାଣତରେ ହଠାତ୍ ରାତି ଅଧରେ ରାଜ୍ୟର ବହୁ ସ୍ଥାନରୁ ମାଟିଆ ପୋଷାକ ପିନ୍ଧା ଡ୍ରାଇଭର ସଂଘର ସଦସ୍ୟ ମାନେ ରାଜଧାନୀରେ ପହଞ୍ଚିଗଲେ । ସକାଳ ହେଉହେଉ ମୁଖ୍ୟ ରାସ୍ତା ଗୁଡ଼ିକୁ ଅବରୋଧ କରି ଗାଡ଼ି ମୋଟର ଚଳାଚଳକୁ ରୋକିବା ସହ ଭଙ୍ଗାରୁଜା ମଧ୍ୟ ଆରମ୍ଭ କରିଦେଲେ । ଡ୍ରାଇଭର ସଂଘର ସଦସ୍ୟ ମାନଙ୍କ ଆକ୍ରମଣରୁ ସ୍କୁଲ ଯାଉଥିବା ଛାତ୍ର ଛାତ୍ରୀଙ୍କ ଗାଡ଼ି ସମେତ ସାଧାରଣ ଲୋକେ ମଧ୍ୟ ବାଦ୍ ପଡ଼ିଲେ ନାହିଁ । ସତେ ଯେମିତି କମିସନରେଟ୍ ପୋଲିସ ହାତଟେକି ଦେଇଥିଲା ଏମାନଙ୍କ ସଂଖ୍ୟା ଆଗରେ । ପରେ ଘଟଣା ବାବଦରେ ଖୋଳତାଡ଼ କରିବାରୁ ଜଣାପଡିଲାଯେ, ଶାସକ ବିଜେଡିର କିଛି ଛାମୁଆଁ ନେତା ରାତାରାତି ଏଭଳି ସଂଘ ଗଠନ କରିବାସହ ସେମାନଙ୍କୁ ପୋଷାକ ଯୋଗାଇ ପଠାଇଥିଲେ ରାଜଧାନୀକୁ । କାରଣ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ବିଜେପିର ଆନ୍ଦୋଳନକୁ ଭଣ୍ଡୁର କରିବାପାଇଁ ଶାସକ ଦଳର ଏହା ଏକ ସୁଚିନ୍ତିତ ରଣନୀତି ଥିଲା ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ତେବେ ଡ୍ରାଇଭର ମାନଙ୍କ ଏହି ଆନ୍ଦୋଳନ ଫିକା ପକାଇ ଦେଲା ବିରୋଧୀ ଦଳର ଆନ୍ଦୋଳନକୁ ।

ସନ୍ଧ୍ୟାରେ ଶାସକ ଦଳ ନେତାମାନେ ଡ୍ରାଇଭର ସଂଘର ସଦସ୍ୟ ମାନଙ୍କୁ ବୁଝାଇ ଘରକୁ ପଠାଇ ଦେଇଥିଲେ ଓ ପ୍ରତିଶୃତି ମଧ୍ୟ ଦେଇଥିଲେ ସମସ୍ତ ଦାବୀ ପୁରଣ କରିବା ଲାଗି । ଏପରିକି ସେତେବେଳେ ଚାଲିଥିବା ଅଙ୍ଗନବାଡ଼ି କର୍ମଚାରୀ ଓ ଶିକ୍ଷକଙ୍କ ଆନ୍ଦୋଳନକୁ ବି ଏତେ ଗୁରୁତ୍ୱ ଦେଇନଥିଲେ ସରକାର ଓ ଶାସକ ଦଳର ନେତାମାନେ ।

ତେବେ କିଛିଦିନ ପରେ ପୁଣି ଡ୍ରାଇଭର ସଂଘର ପ୍ରତିନିଧିମାନେ ଏକାଠି ହେଲେ ଓ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଲେ । ସେମାନଙ୍କର ଏହି ଆଭିମୁଖ୍ୟ ଦେଖିବାପରେ ତତ୍କାଳୀନ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସଙ୍ଘ ପ୍ରତିନିଧିଙ୍କ ସହ ଆଲୋଚନା କରି ଦାବୀ ପୁରଣ ହେବ ବୋଲି ପ୍ରତିଶୃତି ଦେଇଥିଲେ । ତେବେ ସେମାନଙ୍କର ଦାବୀ ପୁରଣ ନହେବାରୁ ପୁନର୍ବାର ସେମାନେ ଏବେ ଆନ୍ଦୋଳନଙ୍କୁ ଓହ୍ଲାଇଛନ୍ତି । ଇଏ ହେଉଛି ଡ୍ରାଇଭର ସଂଘର ଆନ୍ଦୋଳନର କାହାଣୀ । ଏହିପରି ଅନେକ ସଂଘ ରାଜଧାନୀକୁ ଆସନ୍ତି ଆନ୍ଦୋଳନ କରିବାକୁ । ଅନୁମତି ମିଳେ ସେମାନଙ୍କୁ ଆନ୍ଦୋଳନ କରିବାକୁ । ପ୍ରତିଶୃତି ବି ମିଳେ ସେମାନଙ୍କ ଦାବୀ ପୂରଣ କରିବା ପାଇଁ । ପୁଣି ସେମାନେ ଫେରି ଯାଆନ୍ତି ନିଜ ନିଜ କର୍ମସ୍ଥଳୀକୁ। ସମୟ ଗଡ଼ିଯାଏ, ଦାବି ପୂରଣ କଥା ସରକାର ଭୁଲି ଯାଆନ୍ତି ଓ ପୁଣି ବିଧାନସଭା ଅଧିବେଶନ ଆରମ୍ଭ ହେଲେ ସଂଘମାନେ ଏକାଠି ହୋଇ ଆସନ୍ତି ଆନ୍ଦୋଳନ କରିବା ପାଇଁ । ଏହା ଏକ ନିୟମିତ ଘଟଣା ଭାବେ ଦେଖିବାକୁ ମିଳେ ରାଜଧାନୀ ଭୁବନେଶ୍ୱରରେ । ସାଧାରଣ ନିର୍ବାଚନ ପୂର୍ବରୁ ବହୁ ସଂଘଙ୍କର ବାକିଥିବା ଦାବୀ ମଧ୍ୟରୁ କିଛି ଦାବିକୁ ସରକାର ଗ୍ରହଣ କରିଥାନ୍ତି ଓ ସଂଘ କର୍ମକର୍ତ୍ତାମାନେ ଖୁସିରେ ନାଚନ୍ତି ଓ ନିର୍ବାଚନ ପ୍ରକ୍ରିୟାରେ ସରକାରୀ ଦଳକୁ ସାହାଯ୍ୟ କରନ୍ତି ।

ତେବେ ଏହି ଆନ୍ଦୋଳନ ପ୍ରକ୍ରିୟାକୁ ବୁଝିବାକୁ ଚେଷ୍ଟାକଲେ ଯାହା ଜଣାପଡ଼େ ବୋଧ ହୁଏ ସଂଘ ଓ ସରକାରଙ୍କ ସଂପର୍କ ବେଶ୍ ନିବିଡ଼ । ଉଭୟ ଉଭୟଙ୍କ ଆବଶ୍ୟକତା ପାଇଁ କାର୍ଯ୍ୟ କରନ୍ତି । ଠିକଣା ସମୟରେ ଉଭୟ ଉଭୟଙ୍କୁ ସାହାଯ୍ୟ କରନ୍ତି । ସରକାରଙ୍କ ଦରକାର ବେଳେ ସଂଘ ଗୁଡ଼ିକ ଆନ୍ଦୋଳନ କରନ୍ତି ଓ ପ୍ରତିଶୃତି ମୁତାବକ ନିର୍ବାଚନ ପୂର୍ବରୁ ସରକାର ସଂଘ ଗୁଡ଼ିକର ପିଠି ଥାପୁଡ଼େଇ ଦିଅନ୍ତି । ଆନ୍ଦୋଳନ ସମୟରେ ସଂଘ ଗୁଡ଼ିକ ସରକାରଙ୍କ ବିରୋଧରେ ଗର୍ଜିବେ ଓ ସରକାରଙ୍କୁ ବିରୋଧୀଙ୍କ ଆକ୍ରମଣରୁ ରକ୍ଷା କରିବେ । ପୁଣି ନିର୍ବାଚନ ଆସିଲେ ପ୍ରତିଶୃତି ମୁତାବକ ନିଜର ପ୍ରାପ୍ୟ ହାସଲ କରିବେ ଓ ଶାସକ ଦଳ ନିର୍ଦ୍ଦେଶରେ କାର୍ଯ୍ୟ କରିବାସହ ଭୋଟଦାନ ପ୍ରକ୍ରିୟାରେ ସକ୍ରିୟ ଅଂଶ ଗ୍ରହଣ କରି ସରକାରଙ୍କୁ ପୁଣି କ୍ଷମତାସୀନ କରାଇବାରେ ଏମାନଙ୍କ ଭୂମିକାକୁ କେହି ଅସ୍ବୀକାର କରିପାରିବେ ନାହିଁ । ତେବେ ବିଭିନ୍ନ ସଂଘ ମାନଙ୍କ ଆନ୍ଦୋଳନ କ’ଣ ପାଇଁ ? କାହା ସ୍ୱାର୍ଥ ହାସଲ ପାଇଁ ସଂଘ ଗୁଡ଼ିକ ଲଢ଼େଇ କରନ୍ତି ? ନିଜର ନା ଶାସକଦଳ ଓ ଶାସନ କଳର ?

Nirvik Bureau

Nirvik Bureau

Related Posts

Pariksha Pe Charcha: One Leak, Millions Betrayed—How India Must Re-engineer Its Public Examinations
Opinion

Pariksha Pe Charcha: One Leak, Millions Betrayed—How India Must Re-engineer Its Public Examinations

by Dr. Manoj Dash
September 12, 2026

Dr Manoj Dash, Bhubaneswar, 12 September 2026 Every major examination cycle in India now unfolds under a cloud of suspicion....

Read more
When the Referee becomes part of the Game!

When the Referee becomes part of the Game!

September 5, 2026
Why Frequent Use of the Term “Civilisational History” Needs Regular Unpacking?

Why Frequent Use of the Term “Civilisational History” Needs Regular Unpacking?

September 4, 2026
Gen Z: The Powerhouse of Future India

Gen Z: The Powerhouse of Future India

August 25, 2026
MMDR Amendment: Odisha’s mineral wealth and the price of federalism

MMDR Amendment: Odisha’s mineral wealth and the price of federalism

August 23, 2026
How safe is Democracy when the Media becomes weak? The Fourth Estate, Democratic accountability, and the future of free Journalism

How safe is Democracy when the Media becomes weak? The Fourth Estate, Democratic accountability, and the future of free Journalism

August 10, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.