• About
  • Contact
Monday, September 14, 2026
Monday, September 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Opinion

ଶରତ କରଙ୍କ ପାଇଁ ବିଧାନସଭା ଓ ଲୋକସଭାରେ ଶୋକ

ଶରତ କରଙ୍କ ପାଇଁ ବିଧାନସଭା ଓ ଲୋକସଭାରେ ଶୋକ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର , ୨୦ ସେପ୍ଟେମ୍ବର ୨୦୨୨

ଶରତ କୁମାର କର ହେଉଛନ୍ତି ଅର୍ଦ୍ଧ ଶତାବ୍ଦୀର ଇତିହାସ । ସେ ଏହି ଧାରାରେ ଜଣେ ବିଶିଷ୍ଟ ରାଜନୀତିଜ୍ଞ, ସୁନିପୁଣ ଲେଖକ ଓ ଅପ୍ରତିଦ୍ବନ୍ଦି ବକ୍ତା ଥିଲେ । ଆଦ୍ୟ ଯୌବନ ଅର୍ଥାତ୍ ମାତ୍ର ୩୨ବର୍ଷ ବୟସରେ ସେ ରାଜ୍ୟର ଗୁରୁତ୍ୱପୂର୍ଣ ଶିକ୍ଷା, ସସ୍କୃତି ଭଳି ବିଭାଗରେ କ୍ୟାବିନେଟ ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ପ୍ରଖ୍ୟାତ ସାହିତ୍ୟିକ ଭାବରେ ଅନେକ ଉପାଦେୟ ପୁସ୍ତକ ରଚନା କରି ସେ ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ । ତେଣୁ ତାଙ୍କର ବିୟୋଗ ପରିବାର ତଥା ସମସ୍ତ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି ଓଡ଼ିଶା ବିଧାନସଭାରେ ଆଗତ ଶୋକ ପ୍ରସ୍ତାବରେ କୁହାଯାଇଛି ।

ପୂର୍ବତନ ମନ୍ତ୍ରୀ, ସାଂସଦ ତଥା ବାଚସ୍ପତି ଶରତ କୁମାର କରଙ୍କ ବିୟୋଗରେ ୨୦୨୦ ନଭେମ୍ବର ୨୦ ତାରିଖ ଦିନ ଓଡ଼ିଶା ବିଧାନସଭାରେ ଏକ ଶୋକ ପ୍ରସ୍ତାବ ଆସିଥିଲା । ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ଶୋକ ପ୍ରସ୍ତାବଟି ଆଗତ କରି ଦର୍ଶାଇଥିଲେ ଯେ, ସ୍ବର୍ଗତ କର ୧୯୩୯ ସେପ୍ଟେମ୍ବର ୫ ତାରିଖରେ କଟକ ସହର ଅନ୍ତର୍ଗତ ଅଲିଶା ବଜାରରେ ଜନ୍ମ ଗ୍ରହଣ କରିଥିଲେ । ୧୯୭୭ ମସିହାରେ କଟକ ଆସନରୁ ଷଷ୍ଠ ଲୋକସଭାକୁ ନିର୍ବାଚିତ ହୋଇଥିବା ଶରତ ବାବୁ ୧୯୭୧, ୧୯୯୦ ଓ ୨୦୦୦ ମସିହାରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ମୋଟ ତିନି ଥର ଲାଗି ଓଡ଼ିଶା ବିଧାନସଭାକୁ ପ୍ରତିନିଧିତ୍ୱ କରିଥିଲେ । ସେ ଶିକ୍ଷା, ପର୍ଯ୍ୟଟନ, ସୂଚନା ଓ ଲୋକ ସମ୍ପର୍କ, କ୍ରୀଡ଼ା, ସଂସ୍କୃତି ଓ ଯୁବ ସେବା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବରେ ରାଜ୍ୟ ପାଇଁ କାର୍ଯ୍ୟ କରିଥିଲେ । ଅନ୍ୟ ପକ୍ଷରେ ଅନେକ ପୁସ୍ତକର ରଚୟିତା ସ୍ବର୍ଗତ କର ୨୦୦୦ ମସିହାରେ ଓଡ଼ିଶା ବିଧାନସଭାର ମର୍ଯ୍ୟାଦାଜନକ ବାଚସ୍ପତି ପଦବୀ ଅଳଙ୍କୃତ କରିଥିଲେ ।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଯେ, ଶରତ କୁମାର କର ହେଉଛନ୍ତି ଅର୍ଦ୍ଧ ଶତାବ୍ଦୀର ଇତିହାସ । ଶିକ୍ଷା ସମାପ୍ତି ପରେ ହିଁ ତତକ୍ଷଣାତ୍ ରାଜନୀତିରେ ପ୍ରବେଶ କରିଥିବା ସ୍ବର୍ଗତ କର ୧୯୭୧ ମସିହାରେ ବିଜୁ ବାବୁଙ୍କ ଦ୍ୱାରା ପ୍ରତିଷ୍ଠିତ ଉତ୍କଳ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ସେହି ଦଳର ସରକାର ରେ ଦୁଇଜଣ ଯୁବ ମନ୍ତ୍ରୀଙ୍କ ମଧ୍ୟରେ ସେ ଅନ୍ୟତମ ମନ୍ତ୍ରୀ ଥିଲେ । ବହୁମୁଖୀ ପ୍ରତିଭାର ଅଧିକାରୀ ସ୍ବର୍ଗତ କର ଜଣେ ବିଶିଷ୍ଟ ରାଜନୀତିଜ୍ଞ, ସୁନିପୁଣ ଲେଖକ, ପ୍ରଥିତଯଶା ସାହିତ୍ୟିକ ଓ ସର୍ବୋପରି ଲୋକପ୍ରିୟ ରାଜନେତା ଥିଲେ । ସ୍ମୃତି ଚାରଣ କରି ବାଚସ୍ପତି ଶ୍ରୀ ପାତ୍ର କହିଲେ, ମୁଁ ତାଙ୍କ ସହିତ ମନ୍ତ୍ରୀ ଥିବାବେଳେ ସେ ଥରେ ମତେ ତାଙ୍କ ନିର୍ବାଚନମଣ୍ଡଳୀ ମାହାଙ୍ଗାକୁ ଡାକି ନେଇଥିଲେ । ସେତେବେଳେ ମାହାଙ୍ଗାର ଲୋକ କହୁଥିଲେ, “ଘରକୁ ଘର ଶରତ କର”, “ଚୁଲିକୁ ଚୁଲି – ମତଲୁବ ଅଲ୍ଲୀ” । ଏହା ଥିଲା ସେତେବେଳେ ମାହାଙ୍ଗା ଲୋକ ମାନଙ୍କର ସ୍ଲୋଗାନ୍ । ସେ ଅନେକ ଉପାଦେୟ ପୁସ୍ତକ ରଚନା କରି ବେଶ ସୁନାମ ଅର୍ଜନ କରିଥିଲେ । ବିରୋଧୀ ଦଳର ନେତା ପ୍ରଦୀପ୍ତ କୁମାର ନାୟକ ଶୋକ ପ୍ରସ୍ତାବକୁ ସମର୍ଥନ କରି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ କୁ ଦୋହରାଇଥିଲେ । ଅନ୍ୟ ପକ୍ଷରେ ବହୁ ଲୋକପ୍ରିୟ ପୁସ୍ତକର ରଚୟିତା ସ୍ବର୍ଗତ କର ରାଜ୍ୟର ଜଣେ ସୁବକ୍ତା ଥିଲେ ବୋଲି କହିଥିଲେ ।

କଂଗ୍ରେସ ଦଳର ନେତା ନରସିଂହ ମିଶ୍ର ଦର୍ଶାଇଥିଲେ ଯେ, ଶରତ କୁମାର କରଙ୍କ ଦେହାନ୍ତରେ ମୁଁ ମୋର ଜଣେ ଘନିଷ୍ଠ ବନ୍ଧୁ ତଥା ସହଯୋଗୀଙ୍କୁ ହରାଇଲି । ସେ ତାଙ୍କ ନିଜସ୍ୱ କ୍ଷେତ୍ରରେ ଯଥେଷ୍ଟ ଯଶ ଓ ସୁନାମ ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ ଜନସାଧାରଣ ସେମାନଙ୍କର ଜଣେ ଲୋକପ୍ରିୟ ନେତାଙ୍କୁ ହରାଇଲେ ବୋଲି ସେ ସ୍ପଷ୍ଟ କରିଥିଲେ ।

ସର୍ବୋପରି ବିଧାନସଭାର ଏକମାତ୍ର ସି.ପି.ଆଇ.(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ସ୍ୱର୍ଗତ କରଙ୍କ ନିଧନରେ ଗଭୀର ଦୁଃଖ ପ୍ରକଟ କରିଥିଲେ । ଅପରପକ୍ଷେ ଗୃହର ସମବେଦନା ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଜଣାଇ ଦେବା ଲାଗି ସେ ବାଚସ୍ପତିଙ୍କୁ ନିବେଦନ କରିଥିଲେ ।

ଶେଷରେ ଦିବଂଗତ ଆତ୍ମାର ସଦ୍ ଗତି କାମନା କରି ବିଧାନସଭାରେ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

ଅନୁରୂପ ଭାବେ ୨୦୨୧ ମସିହା ମାର୍ଚ୍ଚ ୮ ତାରିଖରେ ଲୋକସଭା ପକ୍ଷରୁ ଶରତ କୁମାର କର ଙ୍କ ତିରୋଧାମରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଉକ୍ତ ପ୍ରସ୍ତାବ ରେ ଲୋକ ସଭାର ବାଚସ୍ପତି ଉଲ୍ଲେଖ କରିଥିଲେ, “ଶ୍ରୀ ଶରତ କୁମାର କର ଷଷ୍ଠ ଲୋକସଭାର ସଦସ୍ୟ ଥିଲେ । କଟକ ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ପ୍ରତିନିଧିତ୍ବ କରିଥିବା ଏହି ନେତା ତିନି ଥର ପାଇଁ ଓଡ଼ିଶା ବିଧାନସଭା କୁ ନିର୍ବାଚିତ ହୋଇଥିଲେ ଏବଂ ବିଧାନସଭାର ବାଚସ୍ପତି ରୂପେ କାର୍ଯ୍ୟ ସମ୍ପାଦନ କରି ଗୌରବ ମଧ୍ୟ ଅର୍ଜନ କରିଥିଲେ । ଏତଦ୍ ଭିନ୍ନ ସେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ ଓ ବିଧାନସଭା କମିଟିର ଅଧ୍ୟକ୍ଷ ରୂପେ ମଧ୍ୟ ଦକ୍ଷତାର ସହିତ ଦାୟିତ୍ୱ ନିଭାଇ ଥିଲେ । ଶ୍ରୀ ଶରତ କୁମାର କର ୨୦୨୦ ମସିହା ଅକ୍ଟୋବର ୧୨ ତାରିଖ ଦିନ ୮୨ ବର୍ଷ ବୟସରେ ଭୁବନେଶ୍ୱରରେ ପରଲୋକ ଗମନ କରିଥିଲେ ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

Pariksha Pe Charcha: One Leak, Millions Betrayed—How India Must Re-engineer Its Public Examinations
Opinion

Pariksha Pe Charcha: One Leak, Millions Betrayed—How India Must Re-engineer Its Public Examinations

by Dr. Manoj Dash
September 12, 2026

Dr Manoj Dash, Bhubaneswar, 12 September 2026 Every major examination cycle in India now unfolds under a cloud of suspicion....

Read more
When the Referee becomes part of the Game!

When the Referee becomes part of the Game!

September 5, 2026
Why Frequent Use of the Term “Civilisational History” Needs Regular Unpacking?

Why Frequent Use of the Term “Civilisational History” Needs Regular Unpacking?

September 4, 2026
Gen Z: The Powerhouse of Future India

Gen Z: The Powerhouse of Future India

August 25, 2026
MMDR Amendment: Odisha’s mineral wealth and the price of federalism

MMDR Amendment: Odisha’s mineral wealth and the price of federalism

August 23, 2026
How safe is Democracy when the Media becomes weak? The Fourth Estate, Democratic accountability, and the future of free Journalism

How safe is Democracy when the Media becomes weak? The Fourth Estate, Democratic accountability, and the future of free Journalism

August 10, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.