• About
  • Contact
Friday, March 20, 2026
Friday, March 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଧର୍ମେନ୍ଦ୍ରଙ୍କ ଶଶିକଳା ଉପାଖ୍ୟାନ…

ଧର୍ମେନ୍ଦ୍ରଙ୍କ ଶଶିକଳା ଉପାଖ୍ୟାନ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୭ ମଇ ୨୦୨୩

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କପିଳେଶ୍ୱର ମନ୍ଦିର ପ୍ରସଙ୍ଗକୁ ନେଇ କଡ଼ା ଶବ୍ଦରେ ଜବାବ ଦେଇଛନ୍ତି ବିଜେଡିକୁ । ସେ କହିଛନ୍ତି ଯେ, ଶଶିକଳା ସିଣ୍ଡ୍ରୋମ କଥା କହିଥିବାରୁ ଏହା ରାଜ୍ୟ ସରକାରଙ୍କୁ ବେଶ୍ ବାଧିଛି । ଓଡ଼ିଶାର ଶାସକ ଦଳ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ତାଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ଅପରାଜିତାଙ୍କୁ ଭଉଣୀ ବୋଲି କହିବା ସହ ବିଜେଡିକୁ କଟାକ୍ଷ କରିଛନ୍ତି । ଯଦି ବିଜେଡି ଚାହୁଁଥାଏ ଏଭଳି ରାଜନୀତି କରିବାପାଇଁ ତାହା ଭୁଲ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ପୂର୍ବରୁ ଶଶିକଳା ସିଣ୍ଡ୍ରୋମ କଥା କହି ରାଜ୍ୟସରକାରଙ୍କୁ ସମାଲୋଚନା କରିଥିବା କେନ୍ଦ୍ରମନ୍ତ୍ରୀ ଏଥର ମଧ୍ୟ ପଛକୁ ହଟିନାହାନ୍ତି । ଓଡ଼ିଶାର ଅସ୍ମିତା, ସ୍ୱାଭିମାନ, ଓଡ଼ିଶା ବାସୀଙ୍କ ସ୍ବପ୍ନ ଓ ଓଡ଼ିଶାକୁ ବଡ଼ କରିବା ଏବଂ ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ କାମ କରୁଛୁ ବୋଲି ସେ କହିଛନ୍ତି । ଶଶିକଳା ସିଣ୍ଡ୍ରୋମରେ ରାଜ୍ୟ କି ଦେଶର ଉନ୍ନତି ହେବନାହିଁ ବୋଲି କହି ସେ ଶାସକ ଦଳକୁ ବାରମ୍ବାର ସମାଲୋଚନା କରିବାକୁ ପଛାଇ ନାହାନ୍ତି । ଏପରିକି ବର୍ତ୍ତମାନର ସରକାର ଡବଲ୍ ଇଂଜିନ୍ ହୋଇ ପାରିବ ନାହିଁ ବୋଲି କହିବା ସହ ଓଡ଼ିଶାରେ ଫାଳେ ଇଞ୍ଜିନ ସରକାର ଚାଲିଛି ବୋଲି ସେ କଟାକ୍ଷ କରିଛନ୍ତି।

ଯେଉଁଭଳି ଢଙ୍ଗରେ କେନ୍ଦ୍ରମନ୍ତ୍ରୀ କପିଳେଶ୍ୱର ମନ୍ଦିର ସଂରକ୍ଷଣ ନେଇ ଶାସକ ବିଜେଡିର ଆକ୍ଷେପର ଜବାବ ରଖିଲେ ତାହା ଯଥେଷ୍ଟ କିଛି ସଂକେତ ଦେଇଛି । ବୋଧହୁଏ ୨୦୧୯ ଭଳି କେନ୍ଦ୍ରମନ୍ତ୍ରୀ ଏବେ ଆକ୍ରମଣାତ୍ମକ ଆଭିମୁଖ୍ୟ ବିଜେଡି ପ୍ରତି ବଜାୟ ରଖିବାର ଏହା ଏକ ବାର୍ତ୍ତା ହୋଇଥାଇପାରେ । ଏପରିକି ସାଂସଦ ଅପରାଜିତାଙ୍କ ସହ ତାଙ୍କର ବିବାଦ ନେଇ ଯେଉଁ ଚର୍ଚ୍ଚା ଦୀର୍ଘ ଦିନ ଚାଲିଛି ସେଥିରେ ମଧ୍ୟ ପୂର୍ଣ୍ଣଛେଦ ପକାଇବାର ପ୍ରୟାସ କରିଥିବା ଭଳି କେନ୍ଦ୍ରମନ୍ତ୍ରୀଙ୍କର ବୟାନକୁ ଦେଖାଯାଇପାରେ । କେନ୍ଦ୍ରମନ୍ତ୍ରୀ ନିଜର ବକ୍ତବ୍ୟ ମାଧ୍ୟମରେ ରାଜ୍ୟ ବିଜେପି ଓ ଶାସକ ଦଳ ବିଜେଡି ପାଇଁ ଏକାଧିକ ବାର୍ତ୍ତା ଦେବାକୁ ଚେଷ୍ଟା କରିଥିବା ପରି ମନେହୁଏ । ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ପରେ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଓ ଗଣମାଧ୍ୟମରେ ସେ ଦେଇଥିବା ବୟାନ ଏବେ ଉଭୟ ଦଳରେ ଥିବା ତାଙ୍କ ସମର୍ଥକ ଓ ଓ ବିରୋଧୀ ମାନଙ୍କୁ ମଧ୍ୟ ଭାବିବାକୁ ବାଧ୍ୟ କରିବ । ଆଗପରି ଧର୍ମେନ୍ଦ୍ର ପ୍ରଧାନ ଆଉ ଦଳ ଭିତରର କିଛି ବ୍ୟକ୍ତିଙ୍କର ନିଜର ନହୋଇ ଦଳର ସର୍ବମାନ୍ୟ ନେତା ହେବାପାଇଁ ବୋଧହୁଏ ଚେଷ୍ଟା କରୁଛନ୍ତି।

ସେହିପରି ଦଳ ଭିତରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ତାଙ୍କ ଭିତରେ ଥିବା ମତପାର୍ଥକ୍ୟକୁ ନେଇ ରାଜନୀତି କରାନଯାଉ ବୋଲି ସେ ପରୋକ୍ଷରେ ମଧ୍ୟ ଚେତାଇ ଦେଇଛନ୍ତି। ଏଣୁ ଦଳ ଭିତରର କୌଣସି ନିର୍ଦ୍ଦିଷ୍ଟ କୋଟେରୀ ଦ୍ୱାରା ପରିଚାଳିତ ହେବାକୁ ଚାହୁଁ ନାହାଁନ୍ତି ବୋଲି ସେ ଜଣାଇବାକୁ ଚାହିଁଛନ୍ତି ।

ଅପରପକ୍ଷେ, ତାଙ୍କ ନେତୃତ୍ୱକୁ ନେଇ ବିଜେଡି ଯେଉଁ ବିବାଦ ତିଆରି କରିବାକୁ ଚାହୁଁଛି ତାହା ସେ ଭଲ ଭାବେ ବୁଝିଛନ୍ତି ବୋଲି ଶାସକ ଦଳକୁ ଜଣାଇ ଦେଇଛନ୍ତି । ଆଉ ନିରବ ନରହି ଶାସକ ବିଜେଡି ବିରୋଧରେ କେହି ନ ଲଢ଼ିଲେ ବି ସେ ଏକା ମୁକାବିଲା କରିବା ପାଇଁ ଏଥର ପ୍ରସ୍ତୁତ ଥିବା କଥା ମଧ୍ୟ ଶାସକ ଦଳକୁ ସୂଚାଇ ଦେଇଛନ୍ତି । ଶଶିକଳା ସିଣ୍ଡ୍ରୋମରେ ରାଜ୍ୟସରକାର ପରିଚାଳିତ ବୋଲି ବାରମ୍ବାର କହିବା ଦ୍ୱାରା କେନ୍ଦ୍ରମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ, ଓଡ଼ିଶାର ଲୋକଙ୍କୁ ଏହି ଶବ୍ଦ ସହ ଭଲ ଭାବେ ପରିଚିତ କରାଇ ପାରିଲେ ଲୋକେ ସରକାର କିଏ ଚଳାଉଛି ପ୍ରଶ୍ନର ଉତ୍ତର ପାଇପାରିବେ ଓ ରାଜ୍ୟସରକାରଙ୍କ ଵିକଳ୍ପ ବାବଦରେ ଚିନ୍ତା କରିବେ।

ପରିଶେଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆକ୍ରମଣାତ୍ମକ ଅନ୍ଦାଜ, ପରିପକ୍ଵ ବୟାନ ଓ ତାଙ୍କ ବଦଳିଥିବା ରଣନୀତି ନେଇ ନିଜ ଦଳର ନେତାଙ୍କୁ ସେ ଦ୍ଵନ୍ଦରେ ପକାଇଥିବା ବେଳେ ଶାସକ ଦଳକୁ ମଧ୍ୟ ଏକ ପ୍ରକାର ନୂଆ ବାର୍ତ୍ତା ଦେଇଥିବା ଭଳି ବିଚାର କରାଯାଇପାରେ।

Nirvik Bureau

Nirvik Bureau

Related Posts

ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…
Politics

ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

by Nirvik Bureau
March 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ମାର୍ଚ୍ଚ ୨୦୨୬ ଶେଷ ହେଲା ରାଜ୍ୟସଭା ନିର୍ବାଚନ । ବିଜେପିରୁ ୨ ଜଣ, ବିଜେପି ସମର୍ଥିତ ଜଣେ ସ୍ୱାଧୀନ ପ୍ରାର୍ଥୀ ଓ...

Read more
ଘୋଡ଼ା ବେପାରକୁ ସ୍ୱୀକୃତି !

ଘୋଡ଼ା ବେପାରକୁ ସ୍ୱୀକୃତି !

March 14, 2026
ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

March 5, 2026
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.