• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ମାର୍ଚ୍ଚ ୨୦୨୬

ଶେଷ ହେଲା ରାଜ୍ୟସଭା ନିର୍ବାଚନ । ବିଜେପିରୁ ୨ ଜଣ, ବିଜେପି ସମର୍ଥିତ ଜଣେ ସ୍ୱାଧୀନ ପ୍ରାର୍ଥୀ ଓ ବିଜେଡିରୁ ଜଣେ ପ୍ରାର୍ଥୀ ଜିତିଗଲେ ଏହି ନିର୍ବାଚନ । ମାତ୍ର ନିର୍ବାଚନ ଫଳାଫଳକୁ ଓଡ଼ିଶାର ଜନସାଧାରଣ ଯେତେ ସମୟ ମନେରଖିବେ ତାଠାରୁ ଅଧିକ ମନେ ରହିବ ଏଥରର ନିର୍ବାଚନ ପ୍ରକ୍ରିୟା। ଗଣମାଧ୍ୟମରେ ଶିରୋନାମାରେ ରହିଲା “ବିଜେପିର ବାଜିମାତ୍”, “ବିଜେଡି ଓ କଂଗ୍ରେସର ଘୋଡ଼ା ବେପାର ଅଭିଯୋଗ” ଏବଂ “ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ହେଲେ ବାଜିଗର” । ମାତ୍ର ରାଜ୍ୟସଭା ନିର୍ବାଚନ ଫଳାଫଳ ଖବର ପଛର ଖବର କ’ଣ ? ତାହା ରାଜ୍ୟର ପ୍ରମୁଖ ଗଣମାଧ୍ୟମରେ ଚର୍ଚ୍ଚା ହୋଇପାରିଲା କି ? ଜନସାଧାରଣ ଏହା ଜାଣିପାରିଲେ କି ?

୨୦୨୬ ମସିହାର ଏହି ରାଜ୍ୟସଭା ନିର୍ବାଚନର ଅନେକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ଯାହା ରାଜ୍ୟର ସମସ୍ତ ରାଜନେତା, ବୁଦ୍ଧିବାଦୀ, ସାମ୍ବାଦିକ ଓ ସାଧାରଣ ଲୋକଙ୍କ ମନେରହିବା ଭଳି। ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଓଡ଼ିଶାର ୪ଟି ଆସନ ପାଇଁ ହୋଇଥିବା ରାଜ୍ୟସଭା ନିର୍ବାଚନରେ ହୋଇଥିବା “ଘୋଡ଼ା ବେପାର”। ଏହି ପ୍ରସଙ୍ଗ ଜାତୀୟ ସ୍ତରର ଗଣମାଧ୍ୟମରେ ବେଶ ସମୟଧରି ଓଡ଼ିଶା ବାବଦରେ ଚର୍ଚ୍ଚା ଆଲୋଚନା ପାଇଁ ଥିଲା ଏକ ଅବସର । ଯଦିଓ ଓଡ଼ିଶାରେ “ଘୋଡ଼ା ବେପାର” ଆଗରୁ ଅନେକବାର ହୋଇଛି, ଏଥରର ସ୍ଥିତି ଥିଲା ଭିନ୍ନ ଧରଣର। ରାଜନୀତିରେ ସଂଖ୍ୟାର ଖେଳକୁ ଓଲଟାଇଦେଲା ଏହି ଘୋଡ଼ା ବେପାର । ଯେଉଁ ଚତୁର୍ଥ ଆସନ ଉପରେ ସମସ୍ତଙ୍କର ନଜର ଥିଲା ତାର ଫଳାଫଳ ସମସ୍ତଙ୍କୁ ଚମକାଇ ଦେଲା। ଆବଶ୍ୟକ ସଂଖ୍ୟା ନଥିବା ସ୍ୱାଧୀନ ପ୍ରାର୍ଥୀ ତାଙ୍କର କରିସ୍ମା ଦେଖାଇଲେ। ୨୦୦୨ ମସିହାରେ ସେ ଯେଉଁଭଳି ଜିତିଥିଲେ ତାର ପୁନରାବୃତ୍ତି ଦେଖିବାକୁ ମିଳିଲା ୨୦୨୬ ମସିହାରେ। ୪ର୍ଥ ଆସନ ପାଇଁ ପ୍ରତିଦ୍ବନ୍ଦିତା ହେଲା ବିଜେଡି ଓ କଂଗ୍ରସର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା ଓ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ମଧ୍ୟରେ। ଯଦିଓ କଂଗ୍ରସ ଓ ବିଜେଡିର ଆବଶ୍ୟକୀୟ ସଂଖ୍ୟା ଥିଲା ନିଜ ପ୍ରାର୍ଥୀଙ୍କ ସପକ୍ଷରେ ମାତ୍ର ବାଜି ମାରିନେଲେ ବିଜେପି ସମର୍ଥିତ ଦିଲ୍ଲୀପ ରାୟ। ଏହା ସମ୍ଭବ ହେଲା କେବଳ “ଘୋଡ଼ା ବେପାର” ଯୋଗୁଁ।

ନିର୍ବାଚନର ଯଥେଷ୍ଟ ସମୟ ପୂର୍ବରୁ “ଘୋଡ଼ା ବେପାର” ପାଇଁ ବନ୍ଦୋବସ୍ତ ଆରମ୍ଭ ହେଲା। ଆତ୍ମଘୋଷିତ ବୁଦ୍ଧିବାଦୀ ଓ ତଥାକଥିତ ସାମ୍ବାଦିକ ମାନେ ପ୍ରମୁଖ ଗଣମାଧ୍ୟମରେ ଯୁକ୍ତି ଉପସ୍ଥାପନ କରି ପ୍ରମାଣିତ କଲେ ସଂଖ୍ୟା ବା ସମର୍ଥନ ନଥିଲେ ମଧ୍ୟ ନିର୍ବାଚନ ଜିତିପାରିବେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ। ମାଳ ମାଳ ଉଦାହରଣ ରଖିଲେ ଲୋକଙ୍କ ନିକଟରେ ଓ ବିଶ୍ୱାସ ମଧ୍ୟ ଜନ୍ମାଇଲେ ଯେ, ଦିଲ୍ଲୀପ ରାୟ ୨୦୦୨ରେ ଯେଉଁପରି ଅସମ୍ଭବକୁ ସମ୍ଭବ କରିଥିଲେ ସେ ପୁଣି ଏହାର ପୁନରାବୃତ୍ତି କରିବେ। ତାପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଗଲା ଛକାପଞ୍ଝାର ଖେଳ। ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ବିଧାୟକଙ୍କ ଉଦ୍ଦେଶ୍ୟରେ ହ୍ୱିପ ଜାରିକଲେ। ବିଜେଡି ପକ୍ଷରୁ ଜଗିବାକୁ ଚେଷ୍ଟା କରାଗଲା ନିଜର ସମସ୍ତ ବିଧାୟକଙ୍କୁ। ଦଳର ସୁପ୍ରିମୋ ନିଜେ ସମସ୍ତ ବିଧାୟକଙ୍କୁ ନବୀନ ନିବାସ ଡକାଇ ତାଙ୍କର ବିଶ୍ୱାସ ଜିତିବାକୁ ଚେଷ୍ଟା କଲେ। ନବୀନ ନିବାସରେ ବ୍ରେକଫାଷ୍ଟ ,ଡିନରରେ ଆପ୍ୟାୟିତ କରାଗଲା ସମସ୍ତ ବିଧାୟକ ମାନଙ୍କୁ। ବିଧାୟକମାନେ ପ୍ରତିଶୃତି ଦେଲେ ନବୀନଙ୍କୁ। ଏପରିକି ପୁଣି ସମସ୍ତେ ନୀଳ ରଙ୍ଗର ଲୁଙ୍ଗି ପିନ୍ଧି ଫଟୋ ସେସନ କଲେ, ନବୀନ ବାବୁ ଜିନ୍ଦାବାଦ କଲେ। ଭୋଟ ଗ୍ରହଣ ପୂର୍ବରୁ ପୁଣି ନବୀନ ପଟନାୟକଙ୍କୁ ନିର୍ଭର ପ୍ରତିଶୃତି ଦେଲେ ବିଜେଡି ବିଧାୟକ ମାନେ। ମାତ୍ର ଭୋଟ ଗ୍ରହଣ ଆରମ୍ଭ ହେବା ପରେ ପଦାକୁ ଆସିଲା ଅସଲ ଖେଳ। ବିଜେଡି ଘୋଡ଼ାଶାଳରୁ ସର୍ବାଧିକ ୮ ଘୋଡ଼ା ଡିଆଁ ମାରିଛନ୍ତି ବୋଲି ଗଣମାଧ୍ୟମରେ ପ୍ରଚାର ହେଲା। ଏପରିକି ବିଜେଡି ନେତା ପ୍ରତାପ ଦେବଙ୍କୁ ମଧ୍ୟ ଗଣମାଧ୍ୟମ ଆଗରେ ହିସାବ ରଖିବାକୁ ପଡ଼ିଲା ଡିଆଁ ମାରିଥିବା ଘୋଡ଼ା ମାନଙ୍କର। ଏମାନଙ୍କ ମଧ୍ୟରେ ରହିଲେ – ସନାତନ ମହାକୁଡ଼, ଅରବିନ୍ଦ ମହାପାତ୍ର, ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ, ନବକିଶୋର ମଲିକ, ଚକ୍ରମଣି କହଁର। ଘୋଡ଼ା ମାନେ ଖାଲି ଡିଆଁ ମାରିଲେ ତାହା ନୁହେଁ ବରଂ ବିଭିନ୍ନ ବାହାନା ଦେଖାଇ ନିଜର ଉଦ୍ଦେଶ୍ୟ ଅତ୍ୟନ୍ତ ମହାନ ବୋଲି ଗଣମାଧ୍ୟମରେ ବୟାନ ମଧ୍ୟ ଦେଲେ। ସେହିପରି କଂଗ୍ରେସ ପକ୍ଷରୁ ୮ ଜଣ ବିଧାୟକଙ୍କୁ ବେଙ୍ଗାଲୁର ପଠାଯାଇଥିଲା କେବଳ ଘୋଡ଼ା ବେପାରରୁ ଦଳକୁ ବଞ୍ଚାଇବା ପାଇଁ। ପରିସ୍ଥିତି ଏପରି ହେଲା ଯେ,ଘୋଡ଼ା ବ୍ୟବସାୟୀଙ୍କ ପ୍ରତିନିଧି ମାନେ କଂଗ୍ରେସ ବିଧାୟକଙ୍କୁ ଧରିବା ପାଇଁ ବେଙ୍ଗାଲୁର ପଳାଇଲେ। ସେଠାରେ ସେମାନେ ଧରାପଡ଼ି ନିଜେ ବନ୍ଧା ବି ହେଲେ, ଏହି ଖବର ମଧ୍ୟ ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହେଲା। ତଥାପି କଂଗ୍ରେସ ମଧ୍ୟ ନିଜ ବିଧାୟକଙ୍କୁ ଏକାଠି ରଖିବାରେ ଅସମର୍ଥ ହେଲା। ଭୋଟ ଗ୍ରହଣ ପରେ ଜଣାପଡ଼ିଲା ୩ଜଣ ଘୋଡ଼ା ଡେଇଁ ପଡ଼ିଛନ୍ତି। ଏ ଖବର ମଧ୍ୟ ଗଣମାଧ୍ୟମ ଆଗରେ ରଖିବାକୁ ପଡ଼ିଲା ଖୋଦ ରାଜ୍ୟର କଂଗ୍ରେସ ସଭାପତିଙ୍କୁ। ଏମାନଙ୍କ ମଧ୍ୟରେ ଥିଲେ ରମେଶ ଜେନା, ଦାଶରଥି ଗମାଙ୍ଗ ଓ ସୋଫିଆ ଫିରଦୋସ । ମୋଟାମୋଟି ଭାବେ ଏହି ରାଜ୍ୟସଭା ନିର୍ବାଚନନରେ ସାମ୍ନାକୁ ଆସିଲେ ଉଭୟେ ବିଜେଡି ଓ କଂଗ୍ରେସ ର ୧୧ ଜଣ ଘୋଡ଼ା ଯାହାଙ୍କୁ ରାଜ୍ୟର ସମସ୍ତ ଜନସାଧାରଣ ଜାଣିପାରିଲେ। ଏହା ସହିତ ଘୋଡ଼ା ମାନଙ୍କୁ କିଣିଥିବା ବ୍ୟବସାୟୀଙ୍କୁ ମଧ୍ୟ ଯଦିଓ ଲୋକେ ଆଗରୁ ଜାଣିଥିଲେ ତଥାପି ପୁଣି ଥରେ ଜାଣିବାକୁ ସୁଯୋଗ ପାଇଲେ ଓ ପ୍ରମାଣ ମଧ୍ୟ ପାଇଲେ ଯେ ଓଡ଼ିଶାରେ ମଧ୍ୟ ଅନ୍ୟ ରାଜ୍ୟ ଭଳି ସଫଳ ଘୋଡ଼ା ବେପାରୀ ଅଛନ୍ତି।

ତେବେ ଏହି ରାଜ୍ୟସଭା ନିର୍ବାଚନ ଫଳାଫଳ ଆଗାମୀ ଦିନରେ ଓଡ଼ିଶାର ରାଜନୈତିକ ସ୍ଥିତି ବାବଦରେ ଯଥେଷ୍ଟ କିଛି ସଂକେତ ଦେଲା, ଯାହା ମଧ୍ୟ ଆଲୋଚନା ସାପେକ୍ଷ। ମାତ୍ର ଜାତୀୟସ୍ତରର ଗଣମାଧ୍ୟମରେ ଯେଉଁଭଳି ଭାବେ ଓଡ଼ିଶାର ଏହି ରାଜ୍ୟସଭା ନିର୍ବାଚନ ନେଇ ଚର୍ଚ୍ଚା ଜାରି ରହିଛି ତାକୁ ସହଜରେ କେହି ଭୁଲି ପାରିବେ କି ? ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏବେ ଓଡ଼ିଶାର ଜନସାଧାରଣ ଯେଉଁମାନେ ଭୋଟ ଦେଇ ନିର୍ବାଚିତ କରିଥିବା ଲୋକ ପ୍ରତିନିଧି ମାନେ ଯେ ଏପରି ଘୋଡ଼ା ପାଲଟିଯିବେ ତାହାକୁ ବିଶ୍ୱାସ କରିବେ କିପରି ? ଏବେ ସେମାନେ ଏହି ଘଟଣା ଦେଖିବା ପରେ ନିଶ୍ଚିତ ଭାବେ ଚିନ୍ତା କରିବେ ନା ନାହିଁ ଯେ, ଆଗକୁ ସେମାନେ କିଭଳି ଲୋକପ୍ରତିନିଧିଙ୍କୁ ଭୋଟ ଦେବେ ? ଯେଉଁ ମାନେ ଘୋଡ଼ା ହେବାକୁ ପସନ୍ଦ କଲେ, ସେମାନଙ୍କ ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା ? ଯେଉଁମାନେ ସେମାନଙ୍କୁ ନିର୍ବାଚିତ କରି ପଠାଇ ଥିଲେ, ସେମାନଙ୍କ ଆଗରେ ଘୋଡ଼ା ବନିଥିବା ଲୋକ ପ୍ରତିନିଧି ମାନେ ମୁହଁ ଉଠାଇ ଚାଲିପାରିବେ ତ ? ଲୋକଙ୍କୁ କହି ପାରିବେ ତ ସେମାନେ ବିକ୍ରି ହୋଇଛନ୍ତି ଆଉ ପୁଣି କେତେ ଟଙ୍କାରେ ….?

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.