• About
  • Contact
Wednesday, February 4, 2026
Wednesday, February 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୯ ଜାନୁୟାରୀ ୨୦୨୬

“ନବୀନ ବାବୁ ମିଛୁଆ” … “ନବୀନ ବାବୁ ଚୋର” …ଏହି ଭାଷାରେ ବିଜେଡି ସୁପ୍ରିମୋଙ୍କୁ ମିଡ଼ିଆ ସାମ୍ନାରେ ଗାଳି କଲେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ । ତାଙ୍କ ଘର ଆଗରେ ଡାକି ବଜେଇ ଗାଳି କଲେ । ଅରବିନ୍ଦଙ୍କ ଉପରୁ ନିଲମ୍ବନ ହଟାଅ, ନଚେତ୍ ବିଜେଡି ଛାଡ଼ିଦେବୁ ବୋଲି ଧମକେଇଲେ । ଶଙ୍ଖଭବନରୁ ଆରମ୍ଭ କରି ନବୀନ ନିବାସ ଯାଏ ରାସ୍ତାରେ ନାରାବାଜି କଲେ । ନବୀନଙ୍କ ଘରେ ପଶିଯିବାକୁ ଉଦ୍ୟମ କଲେ । ପୁଲିସ ଜଗି ନ ଥିଲେ ପରିସ୍ଥିତି ନିଶ୍ଚିତ ଅସମ୍ଭାଳ ହୋଇଥାଆନ୍ତା ।

ନବୀନ ପଟ୍ଟନାୟକଙ୍କ ଭଳି ଶକ୍ତିଶାଳୀ ନେତୃତ୍ୱକୁ ଚ୍ୟାଲେଞ୍ଜ ଦେବା ଏବଂ ତାଙ୍କ ଘର ଆଗରେ ଛିଡ଼ା ହୋଇ ତାଙ୍କୁ ମିଛୁଆ ଓ ଚୋର କହି ଗାଳିଦେବା ବିଜେଡି ଇତିହାସରେ ପ୍ରଥମ ଘଟଣା ଥିଲା । ଗତ ୨୩ ତାରିଖରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଶହ ଶହ ସମର୍ଥକଙ୍କ ଏହି କାର୍ଯ୍ୟକୁ ଓଡ଼ିଶାବାସୀ ରାଜ୍ୟର ପ୍ରମୁଖ ଗଣମାଧ୍ୟମରେ ଦେଖିଲେ । ଏହାଠାରୁ ଆହୁରି ଅଧିକ ଆଶ୍ଚର୍ଯ୍ୟ ଏବଂ ବିରଳ ଘଟଣା ହେଲା ବିଜେଡି ପକ୍ଷରୁ କେହି ଏହାର ପ୍ରତିବାଦ ନ କରିବା । ସେଦିନ ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ର ସମର୍ଥକଙ୍କ ମେଳି ବେଳେ ଶଙ୍ଖଭବନରେ ଉପସ୍ଥିତ ଥିଲେ ଦଳର ଦୁଇ ବରିଷ୍ଠ ମାମଲତକାର ନେତା ଦେବୀ ପ୍ରସାଦ ମିଶ୍ର ଏବଂ ପ୍ରତାପ ଜେନା । ନବୀନଙ୍କ ସୁରକ୍ଷା ପାଇଁ ବାହାରିବେ କ’ଣ ଅରବିନ୍ଦ ସମର୍ଥକଙ୍କୁ ଶଙ୍ଖ ଭବନକୁ ଡାକି ସାନ୍ତ୍ୱନା ଦେଇଥିଲେ । ଅରବିନ୍ଦଙ୍କ ଉପରେ ନିଲମ୍ବନ ଆଦେଶର ପୁନର୍ବିଚାର କରିବାକୁ ସଭାପତିଙ୍କୁ ଅନୁରୋଧ କରିବେ ବୋଲି ପ୍ରତିଶ୍ରୁତି ଦେଲେ । ତା’ ପରଦିନ ପାଟକୁରାରେ ଅରବିନ୍ଦ ନିଜେ ଶକ୍ତି ପ୍ରଦର୍ଶନ କଲେ । ଏକ ବିଦ୍ୟାଳୟ ଉତ୍ସବରେ ଯୋଗଦେଇ ନବୀନଙ୍କୁ ମିଛୁଆ ବୋଲି ସମ୍ବୋଧନ କଲେ । ମୋ ବିରୋଧରେ କ’ଣ ପ୍ରମାଣ ଅଛି ଦେଖାଅ ବୋଲି ସିଧା ସଳଖ ନବୀନଙ୍କୁ ଚ୍ୟାଲେଞ୍ଜ କଲେ ।

ଇତିମଧ୍ୟରେ ଅରବିନ୍ଦ କିମ୍ବା ତାଙ୍କ ସମର୍ଥକଙ୍କର ନବୀନ ପଟ୍ଟନାୟକଙ୍କ ପ୍ରତି କଟୁ ମନ୍ତବ୍ୟକୁ ବିଜେଡି ଶିବିରରୁ କେହି ଜଣେ ବି ପ୍ରତିବାଦ କରିନାହାନ୍ତି । ପ୍ରତାପ ଜେନା,ଦେବୀ ମିଶ୍ର ଶଙ୍ଖଭବନରେ ସବୁଦିନ ବସି ମାମଲତି କରୁଛନ୍ତି । ଅଥଚ ନବୀନଙ୍କୁ ସୁରକ୍ଷା କଥା ଉଠିଲେ ମୁହଁ ଲୁଚାଉଛନ୍ତି । ଶଙ୍ଖଭବନରେ ଦଳର ମୁଖପାତ୍ର ଏବଂ ଅନ୍ୟ ଅନ୍ୟନେତାମାନେ ପାଟି ଚୁପ୍ କରି ବସିଛନ୍ତି ।

ଏପରିକି ଗତ ୨୩ ତାରିଖରେ ଶଙ୍ଖଭବନରେ ଅରବିନ୍ଦଙ୍କ ସମର୍ଥକମାନେ ଶକ୍ତି ପ୍ରଦର୍ଶନ କରି ନବୀନଙ୍କୁ ଚୋର,ମିଛୁଆ ବୋଲି କହିଲା ପରେ ଦଳର ଆଜୀବନ ମୁଖପାତ୍ର ଲେନିନ୍ ମହାନ୍ତି ଶଙ୍ଖ ଭବନରେ ଧାନ ସଂଗ୍ରହ ଅବ୍ୟବସ୍ଥା ଉପରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ପ୍ରେସ୍ ବିବୃତି ଜାରି କଲେ,ମାତ୍ର ନବୀନଙ୍କ ସପକ୍ଷରେ ବାହାରିଲେ ନାହିଁ । ୨୪ ତାରିଖରେ ନିଜେ ଅରବିନ୍ଦ ମହାପାତ୍ର ପାଟକୁରାରେ ଶକ୍ତି ପ୍ରଦର୍ଶନ କରି ନବୀନଙ୍କୁ ମିଛୁଆ କହିଲା ପରେ ଶଙ୍ଖ ଭବନରେ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ସାଇବର ଅପରାଧ ବୃଦ୍ଧି ପାଇଁ ବିଜେପି ସରକାରଙ୍କୁ ସମାଲୋଚନା କରି ପ୍ରେସମିଟ୍ କରିଥିଲେ ମଧ୍ୟ ଅରବିନ୍ଦ ମହାପାତ୍ର ଓ ତାଙ୍କ ସମର୍ଥକ ନବୀନଙ୍କୁ କରିଥିବା ଗାଳିର ଜବାବ ଦେଇ ନଥିଲେ ।

ସେହିପରି ୨୫ ତାରିଖରେ ଶଙ୍ଖଭବନରେ ବଡ଼ନେତାଙ୍କର ସମାଗମ ହୋଇଥିଲା । ପ୍ରେସମିଟ୍ କରିଥିଲେ ବରିଷ୍ଠ ନେତା ସର୍ବଶ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ସଞ୍ଜୟ କୁମାର ଦାସବର୍ମା ଏବଂ ଅରୁଣ ସାହୁ । ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଏବଂ ପିଏସି ସଦସ୍ୟା ଟୁକୁନି ସାହୁ ମଧ୍ୟ ଉପସ୍ଥିତ ଥିଲେ । ରାଜ୍ୟରେ ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଭାଷଣ ଦେଇଥିଲେ । ମାତ୍ର ନବୀନଙ୍କୁ ଅରବିନ୍ଦ ଏବଂ ତାଙ୍କ ସମର୍ଥକଙ୍କ ଗାଳି ପ୍ରସଙ୍ଗରେ ଉଁ ଚୁଁ କିଛି କହିଲେନି ।

ଏଥିରୁ ସ୍ପଷ୍ଟ ଯେ ପାଟକୁରା ବିଧାୟକ ଅରବିନ୍ଦ ଏବଂ ତାଙ୍କ ସମର୍ଥକମାନଙ୍କ ସମାଲୋଚନା, ଗାଳି ଓ କଟାକ୍ଷକୁ ହଜମ କରିଯାଇଛନ୍ତି ନବୀନ ପଟ୍ଟନାୟକଙ୍କ ବରିଷ୍ଠ ମାମାଲତକାରୀ ନେତାମାନେ । ନବୀନଙ୍କ ଛାଇ ବୋଲି ନିଜକୁ ଦେଖେଇ ହେଉଥିବା ଦେବୀ ମିଶ୍ର, ପ୍ରତାପ ଜେନା, ସଞ୍ଜୟ ଦାସବର୍ମାଙ୍କ ଭଳି ବରିଷ୍ଠ ନେତାମାନେ ଏଭଳି ଏକ ଘଟଣାରେ ନିର୍ଲଜ ଆଚରଣ ପ୍ରଦର୍ଶନ କରିଛନ୍ତି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ତେବେ ଅନ୍ୟତମ ପ୍ରଭାବଶାଳୀ ନେତା ବୋଲାଉଥିବା ବବି ଦାସଙ୍କ ଭୂମିକା ମଧ୍ୟ ଏହି ଘଟଣାରେ ସନ୍ଦେହ ସୃଷ୍ଟି କରିଛି। ସେ ଅରବିନ୍ଦ ଓ ତାଙ୍କ ସମର୍ଥକଙ୍କ ଆକ୍ଷେପ ପରେ ସମ୍ପୂର୍ଣ୍ଣ ଭାବେ ନିରବ ରହିବା ସହ ନବୀନ ନିବାସରେ ତାଙ୍କର ଉପସ୍ଥିତି ବିଜେଡି କଟା ଘା’ରେ ଚୂନ ଦେଲା ଭଳି ହୋଇଛି । ଅନ୍ୟତମ ବରିଷ୍ଠ ଅତନୁ ସବ୍ୟସାଚୀ ନାୟକ ଗଣମାଧ୍ୟମକୁ ଦେଖି ଲୁଚୁଛନ୍ତି । ନବୀନଙ୍କୁ ସୁରକ୍ଷା ଦେବେ କ’ଣ ନିଜର ସୁରକ୍ଷା ତାଙ୍କ ପାଇଁ ଅସମ୍ଭାଳ ହୋଇଛି । ଦରମା ପ୍ରାପ୍ତ ଦଳର ମୁଖପାତ୍ର ଏବଂ ସୋସିଆଲ୍ ମିଡିଆ ବାହିନୀ ପ୍ରତିକ୍ରିୟାଶୂନ୍ୟ ହୋଇ ବସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

ଅତୀତରେ ପାଣ୍ଡିଆନଙ୍କୁ ଗାଳି ହେଲା ବେଳେ ଉପରୋକ୍ତ ନେତାମାନେ ଦମକଳ ବାହିନୀ କର୍ମଚାରୀ ଭଳି ନିଆଁ ଉପରକୁ ଡେଇଁ ପଡୁଥିଲେ । ମାତ୍ର ଖୋଦ୍ ନବୀନ ପଟ୍ଟନାୟକଙ୍କ ଉପରେ ଗାଳି ପଡ଼ିବା ବେଳକୁ ସମସ୍ତଙ୍କ ନିରବତା ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏହା ବିଜେଡି ରାଜନୀତିକୁ କେଉଁ ଦିଗକୁ ନେଉଛି ତାହା କେହି ବୁଝିପାରୁନାହାନ୍ତି । ନବୀନ ପଟ୍ଟନାୟକଙ୍କ ଭଳି ନେତା ଓ ତାଙ୍କ ଦଳର ଏଭଳି ଯେ ଦିନେ ଦୟନୀୟ ଅବସ୍ଥା ହେବ ତାହା କେହି କଳ୍ପନା କରି ନଥିଲେ ।

ଇତିମଧ୍ୟରେ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ଅରବିନ୍ଦ ମହାପାତ୍ର କହିଛନ୍ତି ଯେ, ବିଜେଡିରୁ ତାଙ୍କର ନିଲମ୍ବନକୁ ଦଳର ବରିଷ୍ଠ ନେତାମାନେ ନାପସନ୍ଦ କରିଛନ୍ତି । ନବୀନଙ୍କୁ ଚୋର, ମିଛୁଆ ଗାଳି ପରେ ବି ପ୍ରତିକ୍ରିୟାଶୂନ୍ୟ ଦଳୀୟ ନେତାଙ୍କ ଆଚରଣକୁ ଦେଖିଲେ ଅରବିନ୍ଦଙ୍କ ମନ୍ତବ୍ୟ ଶତ ପ୍ରତିଶତ ସତ ବୋଲି ପ୍ରମାଣିତ ହେଉଛି ।

ଏହି ପରିପ୍ରେକ୍ଷୀରେ ବିଜୟ ମହାପାତ୍ରଙ୍କ ତଥାକଥିତ ରାଜନୈତିକ ଗୋଟିଚାଳନା ସଫଳ ହେବାକୁ ଯାଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କାରଣ ବିଜେଡିକୁ ଦୁର୍ବଳ କରିବା ସହ ଦଳ ଭିତରେ ଅସ୍ଥିରତା କରିବାକୁ “ବାପ-ପୁଅ” ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ ନବୀନ ପଟ୍ଟନାୟକ ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରିଥିଲା ବେଳେ ଦଳର ବରିଷ୍ଠ ନେତାମାନେ ଚୁପ୍ ରହି ସେମାନଙ୍କ ନେତାଙ୍କ ଉପରେ ହେଉଥିବା ଆକ୍ଷେପ ଓ ଗାଳିକୁ ମନଭରି ଉପଭୋଗ କରୁଛନ୍ତି । ସେମାନଙ୍କର କୌଣସି ପ୍ରତିକ୍ରିୟା ନାହିଁ । ଅପରପକ୍ଷରେ ଦେବୀ ମିଶ୍ର, ପ୍ରତାପ ଜେନାଙ୍କ ଭଳି ନେତା ପୁଣି ନିଲମ୍ବନ ନିଷ୍ପତ୍ତିର ପୁନର୍ବିଚାରର ପ୍ରତିଶ୍ରୁତି ଦେଉଛନ୍ତି । ଏହାଠାରୁ ନବୀନ ପଟ୍ଟନାୟକ ଓ ତାଙ୍କ ବିଜେଡି ପାଇଁ ଆଉ ଦୁର୍ଭାଗ୍ୟର କଥା କିଛି ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସୂଚନାଥାଉକି, ଅରବିନ୍ଦଙ୍କୁ ବିଜେଡିକୁ ଆଣିବା ପଛରେ ବବି ଦାସ ଓ ପ୍ରତାପ ଜେନାଙ୍କର ମୁଖ୍ୟ ଭୂମିକା ଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ ବବି ଦାସଙ୍କ ଭୂମିକା ସମ୍ପୂର୍ଣ୍ଣ ସନ୍ଦେହରେ ଥିଲା ବେଳେ ପ୍ରତାପ ଜେନା ଅରବିନ୍ଦଙ୍କୁ ଭିତିରିଆ ସମର୍ଥନ କରୁଥିବା ପାଟକୁରାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି । ଅତୀତରେ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ୧୩ ନମ୍ବର ମୁଦାଲା ଥିବା ପ୍ରତାପ ଜେନାଙ୍କୁ ସୁରକ୍ଷା ଦେବା ନବୀନ ପଟ୍ଟନାୟକଙ୍କୁ ଭୀଷଣ ମହଙ୍ଗା ପଡ଼ିଥିଲା । ପ୍ରତାପଙ୍କୁ ସୁରକ୍ଷା ଦେବାକୁ ଦଳୀୟ ନେତାମାନଙ୍କୁ ନିଜେ ନବୀନ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏବେ ନବୀନଙ୍କ ବିପଦ ବେଳେ ଏହି ପ୍ରତାପ ଜେନା ଚିତାକଟା ଭୂମିକା ନେବା ଦଳୀୟ ମହଲରେ ଆଲୋଚନାର ବିଷୟ ହୋଇଛି ।

Nirvik Bureau

Nirvik Bureau

Related Posts

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ
More

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

by Nirvik Bureau
January 19, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୯ ଜାନୁୟାରୀ ୨୦୨୬ ବିଜୁ ଜନତା ଦଳରୁ ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରାଯିବା ପରେ ଏବେ...

Read more
ନୂଆବର୍ଷ ୨୦୨୬ : କାହା ପାଇଁ କେମିତି …

ନୂଆବର୍ଷ ୨୦୨୬ : କାହା ପାଇଁ କେମିତି …

January 10, 2026
ଜଗାଙ୍କୁ ବାନ୍ଧିଲେ, ଲଳିତଙ୍କୁ ଛାଡ଼ିଲେ : ଇଏ କି ବିଚିତ୍ର ନୀତି!

ଜଗାଙ୍କୁ ବାନ୍ଧିଲେ, ଲଳିତଙ୍କୁ ଛାଡ଼ିଲେ : ଇଏ କି ବିଚିତ୍ର ନୀତି!

January 7, 2026
ବିଧାୟକଙ୍କ ଦରମା : କଭି ଖୁସି କଭି ଗମ୍…

ବିଧାୟକଙ୍କ ଦରମା : କଭି ଖୁସି କଭି ଗମ୍…

December 25, 2025
ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ମେଳି

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ମେଳି

December 24, 2025
ଧରିପାରିବତ ସିବିଆଇ ?

ଧରିପାରିବତ ସିବିଆଇ ?

December 10, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.