• About
  • Contact
Wednesday, March 25, 2026
Wednesday, March 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ,୬ ଫେବୃଆରୀ ୨୦୨୬

ନୂଆପଡ଼ାର ଉପ ନିର୍ବାଚନର ଫଳାଫଳକୁ ନେଇ ଓଡ଼ିଶା ରାଜନୀତିରେ ଘଣ୍ଟା ଚକଟା ଚାଲିଥିବା ବେଳେ ଚର୍ଚ୍ଚାର ପରିସରକୁ ଧସେଇ ପଶିଛି ବିଜେଡି ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଲିଖିତ ପୁସ୍ତକ “ପୀଡ଼ା”। ଏହି ନିର୍ବାଚନରେ କାହିଁକି ଏପରି ଫଳାଫଳ ହେଲା ? ୨୪ ବର୍ଷ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ କାହିଁକି ୩ୟ ସ୍ଥାନକୁ ଚାଲିଗଲା ? ନୂଆକରି କ୍ଷମତାକୁ ଆସିଥିବା ସରକାର ବାବଦରେ ଲୋକମାନେ ଆଲୋଚନା ନକରି କାହିଁକି ଏକ ବିକଳ୍ପ ରାଜନୈତିକ ଦଳର ଆବଶ୍ୟକତା ନେଇ ଚର୍ଚ୍ଚା କରୁଛନ୍ତି ? ଏସବୁ ପ୍ରଶ୍ନର ଉତ୍ତର ଦେଇଛି ବିଜେଡି ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ପୁସ୍ତକ”ପୀଡ଼ା”। ଏହି ବହିଟିର ପ୍ରମୁଖ ଚରିତ୍ର ଓ ପ୍ରସଙ୍ଗ କ’ଣ ? କାହିଁକି ସମସ୍ତଙ୍କୁ ଏହି ବହିଟି ଆଲୋଚନା କରିବା ପାଇଁ ଖୋରାକ ଯୋଗାଇଛି ? ନୂଆପଡ଼ାର ଜଣେ ବାସିନ୍ଦା ନୋଚା ଲାଖି ଓ ତା’ର ପରିବାରର କାହାଣୀ ହିଁ ସମସ୍ତଙ୍କୁ ସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ଯଥେଷ୍ଟ। କେବଳ ନୂଆପଡ଼ା କାହିଁକି ସାରା ଓଡ଼ିଶାର ସମସ୍ତ ପଡ଼ାର ବାସ୍ତବ ସ୍ଥିତିର ବଳିଷ୍ଠ ପ୍ରମାଣ ହେଉଛି ଏହି ନୋଚା ଲାଖି ଓ ତା’ର ପରିବାର। ନୋଚା ଲାଖି ଓ ତା’ର ପରିବାରର ଅନୁଭୂତିକୁ ନିଖୁଣ ଭାବେ ସାଉଁଟି କରି ଲୋକଙ୍କ ସାମ୍ନାକୁ ଆଣିଛନ୍ତି ଓଡ଼ିଶାରେ ପ୍ରଚଳିତ ଶାସନ ବ୍ୟବସ୍ଥାର ଅଂଶବିଶେଷ ଥିବା ଜଣେ ନିର୍ବାଚିତ ଲୋକ ପ୍ରତିନିଧି ଡ. ଅରୁଣ କୁମାର ସାହୁ ନିଜର ପୁସ୍ତକ “ପୀଡ଼ା” ମାଧ୍ୟମରେ।

କିଏ ସେ ନୋଚା ଲାଖି ଓ କ’ଣ ତାହାର ଅନୁଭବ ? ଲେଖକ ତଥା ବିଜେଡି ବିଧାୟକ ଡ. ଅରୁଣ କୁମାର ସାହୁ ଉପନିର୍ବାଚନ ପ୍ରଚାରରେ ନୂଆପଡ଼ା ଯାଇଥିବା ବେଳେ ଭେଟିଥିଲେ ନୋଚା ଲାଖି ଓ ତାର ପରିବାରକୁ। ତାଠାରୁ ଶୁଣିଥିଲେ ନୂଆପଡ଼ାର ସାମଗ୍ରିକ ସ୍ଥିତି ବାବଦରେ। ନୋଚା ଲାଖି ଲେଖକଙ୍କ ଆଗରେ ଗୋଟି ଗୋଟି କରି ସେ ସାମ୍ନା କରିଥିବା ସମସ୍ତ ପରିସ୍ଥିତିକୁ ବଖାଣିଛି। ଅନେକ ସରକାର ଆସିଛି ଓ ଅନେକ ସରକାର ଯାଇଛି ମାତ୍ର ନୋଚା ଲାଖିର ନୂଆପଡ଼ା ଯେମିତି କୁ ସେମିତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସବୁ କିଛି ପହଞ୍ଚି ବି ତା’ ପାଇଁ ଅପହଞ୍ଚ। ଏପରିକି ନିଜର ମାତୃଭାଷାକୁ ମଧ୍ୟ ଉଚିତ ସମ୍ମାନ ମିଳିପାରି ନାହିଁ ବୋଲି କ୍ଷୋଭ ପ୍ରକାଶ କରିଛି ନୋଚା ଲାଖି। ଶିକ୍ଷା ବ୍ୟବସ୍ଥା ବଦଳିଛି, ସ୍କୁଲ ଘର ରଙ୍ଗ ମରା ହୋଇଛି, ତଥାପି ତାର ପରିବାରର ସଦସ୍ୟଙ୍କୁ ଅଧାରୁ ପାଠ ଛାଡ଼ିବାକୁ ପଡିଛି। ସ୍କୁଲରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଅଛି ମାତ୍ର ତାର ପିଲା ଛୁଆ ଅପପୁଷ୍ଟିର ଶିକାର ହୋଇଛନ୍ତି। ପ୍ରଶାସନର ପରିସଂଖ୍ୟାନରୁ ଗରିବୀ ହଟିଛି, ଦାଦନ ସଂଖ୍ୟା କମିଛି ମାତ୍ର ତାକୁ ମଧ୍ୟ ଦାଦନ ଶ୍ରମିକ ହେବାକୁ ପଡ଼ିଛି। ୨୪ ବର୍ଷର ଗୋଟିଏ ସରକାର ଯାଇଛି, ନୂଆ ସରକାର ଆସିଛି ତଥାପି ନୂଆପଡ଼ାରୁ ଗରିବୀ, ଦାଦନ, ଅପପୁଷ୍ଟି ଯେମିତି ଥିଲା, ସବୁ ସେମିତି ରହିଛି ବୋଲି ନୂଆପଡ଼ାର ନୋଚା ଲାଖି ସ୍ୱୀକାର କରିଛି ଲେଖକଙ୍କ ଆଗରେ ଓ ପ୍ରମାଣ ଦେଇଛି ଗୋଟି ଗୋଟି କରି। ଆଉ ଶେଷରେ ସବୁ ବଦଳିଛି, ବିକାଶ ହୋଇଛି ବୋଲି ସରକାରୀ ସ୍ତରରେ ସଚେତନ କରାଯାଇଛି, ଗଣମାଧ୍ୟମରେ ବିଜ୍ଞାପନ ଦିଆଯାଇଛି କିନ୍ତୁ ଏସବୁ ଯେ, କେବଳ ସରକାର ଓ ପ୍ରଶାସନର ଛଳନା ବୋଲି ଦର୍ଶାଇଛି ନୂଆପଡ଼ାର ନୋଚା ଲାଖି । ସେ ଓ ତାର ପରିବାର କିପରି ଅଶିକ୍ଷା, ଦାରିଦ୍ର୍ୟ, ଖାଦ୍ୟାଭାବ, ଦାଦନ ପରି ପ୍ରତିଟି ସ୍ଥିତିକୁ ସାମ୍ନା କରିଛି ସେନେଇ ନିଜ ମନର ବେଦନାକୁ ନଲୁଚାଇ ଲେଖକଙ୍କ ପାଖରେ ରଖିଛି ସ୍ବୀକାରୋକ୍ତି। ନୋଚା ଲାଖିର ମନର ବେଦନାକୁ ବୁଝିବା ପରେ ସେହି ବ୍ୟବସ୍ଥାର ଅଂଶୀଦାର ଥିବା ଲେଖକ ମଧ୍ୟ ଯଥାସାଧ୍ୟ ଚେଷ୍ଟା କରିଛନ୍ତି ନିଜର କଲମ ମୁନରେ ଏହାକୁ ତୋଳି ଧରିବାକୁ ଓ ନୂଆପଡ଼ା ସମେତ ଓଡ଼ିଶାର ସମସ୍ତ ପଡ଼ାର ବାସ୍ତବ ସ୍ଥିତିକୁ ଏହି ପୁସ୍ତକ ମାଧ୍ୟମରେ ଲୋକଲୋଚନକୁ ଆଣିବାରେ ଆଦୌ ସଂକୋଚ କରି ନାହାଁନ୍ତି। ତା ସହିତ ଯେଉଁ ସରକାର ଓ ପ୍ରଶାସନିକ ଅଧିକାରୀମାନେ ଏଭଳି ପରିସ୍ଥିତି ପାଇଁ ଦାୟୀ, ସେମାନଙ୍କୁ ପଚାରିଛନ୍ତି ଅନେକ ପ୍ରଶ୍ନ। ନିଜ ଦଳର ଅମେରୁଦଣ୍ଡୀ ମାନଙ୍କ ଗହଣରେ ଥାଇ ମଧ୍ୟ ଲେଖକ ନିଜର ମେରୁଦଣ୍ଡ ଟିଏ ଅଛି ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି । ନୂଆପଡ଼ା ସମେତ ରାଜ୍ୟର ଅନେକ ପଡ଼ାର ଏହି ଦୁର୍ଗତି ପାଇଁ ଦାୟୀ କିଏ ? ପ୍ରଚଳିତ ବ୍ୟବସ୍ଥାର ଅସଲ ମାଲିକ କିଏ ? ନିର୍ବାଚିତ ସରକାର, ରାଜନେତା, ଅମଲାତନ୍ତ୍ରୀ ନା ଜନସାଧାରଣ ? ନୋଚା ଲାଖି ପାଇଁ ଏହା ଅବୁଝା ହୋଇ ରହିଥିବା ବେଳେ ଲେଖକ ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ନିଜ ସମେତ ପ୍ରଚଳିତ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମଧ୍ୟ ଟାଣିଛନ୍ତି ବିବେକର କାଠଗଡ଼ାକୁ।

ତେବେ ବିଜେଡି ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଏହି “ପୀଡ଼ା” ପୁସ୍ତକଟି ଆମ ରାଜ୍ୟର ବାସ୍ତବ ସ୍ଥିତିକୁ ସାମ୍ନାକୁ ଆଣିଛି। ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳ ଆଧାର ଅର୍ଥାତ ନୋଚା ଲାଖି ଭଳି ସାଧାରଣ ଲୋକ, ଯେଉଁମାନେ ଭୋଟ ଦେଇ ସରକାରକୁ ନିର୍ବାଚିତ କରନ୍ତି, ସରକାର ହାତରେ ସବୁ କ୍ଷମତା ଧରାଇ ଦିଅନ୍ତି, ସେମାନେ ଆଜିର ଦିନରେ ନିଜେ ତିଆରି କରିଥିବା ସରକାର ଓ ପ୍ରଶାସନକୁ ପ୍ରଶ୍ନ କରିବାର ସୁଯୋଗ ହରାଇ ବସିଛନ୍ତି, ନିର୍ବାଚିତ ଲୋକ ପ୍ରତିନିଧି ମାନେ ଅମଲାତନ୍ତ୍ର ପାଖରେ ଆତ୍ମସମର୍ପଣ କରିସାରିଛନ୍ତି, ଗଣମାଧ୍ୟମ ଗୁଡ଼ିକ ଲୋକଙ୍କ ସ୍ୱର ହେବା ପରିବର୍ତ୍ତେ ସରକାରୀ ବିଜ୍ଞାପନ ଓ ପ୍ରଚାରର ମାଧ୍ୟମ ହୋଇଛନ୍ତି ,ଏଭଳି ଅନେକ ନିଛକ ସତ କଥାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାରେ ସଫଳ ହୋଇଛି କହିଲେ ଭୁଲ ହେବ ନାହିଁ। ତେଣୁ ଏହି “ପୀଡ଼ା” କେବଳ ବିଜେଡି ଭଳି ଏକ ଆଞ୍ଚଳିକ ଶକ୍ତିଶାଳୀ ରାଜନୈତିକ ଦଳର ନିର୍ବାଚନ ଓ ଉପ ନିର୍ବାଚନ ହାରିଯିବାର କାରଣକୁ ଦର୍ଶାଇଛି, ତାହା ନୁହେଁ କିମ୍ବା ନୂଆପଡ଼ାର ନୋଚା ଲାଖିର ମନର ବେଦନା ଅବା ବ୍ୟବସ୍ଥାର ଅଂଶବିଶେଷ ହୋଇ ରହିଥିବା ବିଧାୟକ ତଥା ଲେଖକ ଡ. ଅରୁଣ ସାହୁଙ୍କ ବ୍ୟକ୍ତିଗତ ପୀଡ଼ା ବୋଲି ବୁଝିବା ଯଥେଷ୍ଟ ହେବ ନାହିଁ ବରଂ ଏକଥା ସ୍ୱୀକାର କରିବାକୁ ପଡ଼ିବଯେ, ଲେଖକ ଏହି ପୁସ୍ତକ ମାଧ୍ୟମରେ ବର୍ତ୍ତମାନର ପ୍ରଚଳିତ ବ୍ୟବସ୍ଥାର ବ୍ୟବଚ୍ଛେଦ କରିଛନ୍ତି । ଯାହା ପ୍ରମାଣିତ କରିଛି ଏହି “ପୀଡ଼ା” ଜଣେ ବ୍ୟକ୍ତିର ନୁହେଁ ବରଂ ସାରା ଓଡ଼ିଶାର “ପୀଡ଼ା”ବୋଲି…. ।

Nirvik Bureau

Nirvik Bureau

Related Posts

ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…
Politics

ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

by Nirvik Bureau
March 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ମାର୍ଚ୍ଚ ୨୦୨୬ ଶେଷ ହେଲା ରାଜ୍ୟସଭା ନିର୍ବାଚନ । ବିଜେପିରୁ ୨ ଜଣ, ବିଜେପି ସମର୍ଥିତ ଜଣେ ସ୍ୱାଧୀନ ପ୍ରାର୍ଥୀ ଓ...

Read more
ଘୋଡ଼ା ବେପାରକୁ ସ୍ୱୀକୃତି !

ଘୋଡ଼ା ବେପାରକୁ ସ୍ୱୀକୃତି !

March 14, 2026
ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

March 5, 2026
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.