• About
  • Contact
Friday, March 13, 2026
Friday, March 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୩୯)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ଜୁଲାଇ ୨୦୨୪

ଭୋର୍ରୁ ଭୋର୍ରୁ ମନ୍ମଥ ଓ ମାମୁଁ ଉଠିପଡ଼ି ନିତ୍ୟକର୍ମ ସାରି ବାହାରି ପଡ଼ିଲେ ଖୁଣ୍ଟୁଗାଁ ହାଟକୁ। ବାପା ମଧ୍ୟ ସେମାନଙ୍କ ସହିତ ଗଲେ। ହାଟରେ ପହଞ୍ଚି ପରିବାପତ୍ର କିଣି ସାରି କ’ଣ ଟିକିଏ ଜଳଖିଆ କରିବା ପାଇଁ ବାହାରୁଛନ୍ତି ଏହି ସମୟରେ ଝରା ଭାଇ (ଝରା ନାଏକ, ବୁଢାଖମଣ) ଦେଖା ହୋଇଗଲେ। ମାମୁଁ ତାଙ୍କ ସହିତ କଥା ହୋଇ ମନ୍ମଥ କୁ ଚିହ୍ନାଇ ଦେଲେ। ଝରା ଭାଇ କିନ୍ତୁ ତାକୁ ଆଗରୁ ପିଢ ମିଟିଂ ରେ ଦେଖା ହୋଇଛି ବୋଲି କହିବାରୁ ମାମୁଁ ବାପା ଙ୍କୁ ଦେଖାଇ ତାଙ୍କ ଜ୍ବାଇଁ ବୋଲି କହିବାରୁ ସେ କହିଲେ, “ଓଃ ସେ ଆମ ଭାଇଙ୍କ ଜ୍ବାଇଁ। ଭଲ ହେଲା ତେବେ ଏବେ ସେ ମୋର ମଧ୍ୟ ଜ୍ବାଇଁ ହେବ।” ଏହାପରେ ବିଲୁଆ ଭାଇଙ୍କ (ବିଲୁଆ ନାଏକ) ହାଟକୁ ଆସିଛନ୍ତି କି ନାହିଁ ପଚାରିବାରୁ ଝରା ଭାଇ କହିଲେ ହଁ ଆସିଛନ୍ତି। ଏଇ ଆଖପାଖ ରେ ସେ ଅଛନ୍ତି। ଏହି ସମୟରେ ଜଣେ ବୟସ୍କ ଲୋକ ସେ ଆଡ଼କୁ ଆସୁଥିବା ଦେଖି ଝରା ଭାଇ କହିଲେ ଏଇ ପରା ଆସିଲେଣି। ମନ୍ମଥ ବିଲୁଆ ଭାଇ ଙ୍କୁ ପାଦ ଛୁଇଁ ପ୍ରଣାମ କଲା। ମାମୁଁ ମଧ୍ୟ ତା’ର ପରିଚୟ ବିଲୁଆ ଭାଇ ଙ୍କୁ ଦେଲେ। ସମସ୍ତେ ସାଙ୍ଗ ହୋଇ ଜଳଖିଆ ଦୋକାନ ଆଡ଼କୁ ଚାଲିଲେ।

ଜଳଖିଆ ଖାଇସାରି ସମସ୍ତେ ହାଟ ପାଖରେ ଥିବା ବରଗଛ ଛାଇରେ ବସିପଡ଼ିଲେ। ମାମୁଁ କଥା ଆରମ୍ଭ କରି କହିଲେ, “ବୁଝିଲ ଝରା ଆମ ପାଉଡି ଭୂୟାଁ ମାନଙ୍କ ମଧ୍ୟରେ ଏଭଳି କିଛି ଅନ୍ଧବିଶ୍ୱାସ ଓ କୁସଂସ୍କାର ରହୁଛି ସେସବୁ ବନ୍ଦ ହେବାର ଆବଶ୍ୟକତା ରହିଛି।” ଏହାପରେ ମନ୍ମଥ ତା ସହିତ ଘଟିଥିବା ଘଟଣା ଓ ମାମୁଁ କହିଥିବା ଘଟଣା ମଧ୍ୟ କହିଲା। ଏହାଶୁଣି ଝରା ଭାଇ କହିଲେ, “ଏ ଭଳି ଘଟଣା କେବଳ ବାଂଶପାଳ ନୁହେଁ, କି ବଣେଇଁ ଅଞ୍ଚଳରେ ଘଟୁନାହିଁ। ପାଳଲହଡା ଓ ବାରକୋଟ ରେ ମଧ୍ୟ ଘଟୁଛି। ଆଗାମୀ ମହାପିଢ ବୈଠକରେ ଏ ସମ୍ପର୍କରେ ଆଲୋଚନା କରିବା। ହଁ ଆଉ ଏକ କଥା ଆମ ଅଞ୍ଚଳରେ ହାଣ୍ଡିଆ ପିଇବା ଉପରେ ମଧ୍ୟ କଟକଣା କରାଯିବା ର ଆବଶ୍ୟକତା ରହିଛି।” ଏହି ସମୟରେ ମାମୁଁ କହିଲେ, “ଠିକ କହିଛ। ଏହା ମଧ୍ୟ ଏକ ଚିନ୍ତାଜନକ ବିଷୟ। ଶୁଣିବ ନୟାକୋଟ ନିକଟସ୍ଥ ସୁଡ଼ୁଙ୍ଗୁ ଗାଁ ର କଥା?” ସମସ୍ତେ ଉତ୍ସୁକତାର ସହ ଚାହିଁ ରହିଲେ ମାମୁଁ କ’ଣ କହୁଛନ୍ତି ଶୁଣିବା। ମନ୍ମଥ ଏହି ସମୟରେ ପଚାରିଲା, “ମାମୁଁ ସେ ଗାଁ ଟି ଆମ ଗାଁ ରୁ ପାଞ୍ଚ କିଲୋମିଟର ହେବ। ମୁଁ ବେଳେ ବେଳେ ଭାବେ ସେ ଗାଁ ର ନାଁ ଏପରି କାହିଁକି ରଖାଗଲା।” ମାମୁଁ କଥା ଆରମ୍ଭ କରି କହିଲେ, “ତେବେ ଶୁଣ ସେ ଗାଁ ର କଥା।”

“ଇଂରେଜ ଶାସନ କାଳରେ କିଛି ଗୋରା ସାହେବ ସେ ଗାଁ କୁ ଆସିଥିଲେ। ଗାଁ ଟି ଚାରିପଟରୁ ପାଖାପାଖି ସାତୋଟି ପାହାଡ଼ ଘେରି ରହିଛି। ସେମାନଙ୍କୁ ଲାଗିଲା ଯେପରି ସେମାନେ ଏକ ସୁଡ଼ଙ୍ଗ ଭିତରକୁ ଆସିଛନ୍ତି। ତେଣୁ ସେମାନେ ଗାଁ ର ନାଁ ସୁଡ଼ଙ୍ଗ ରଖିଲେ । ପରବର୍ତ୍ତୀ ସମୟରେ ଗାଁ ର ନାଁ ସୁଡ଼ଙ୍ଗ ରୁ ସୁଢୁଙ୍ଗୁ ହୋଇଗଲା। ତାପର କଥା ଶୁଣ। ଗାଁ ଟିକୁ ପ୍ରଥମେ ଆମ ପାଉଡି ଭୂୟାଁ ମାନେ ଆରମ୍ଭ କରିଥିଲେ। ପରେ ମୁଣ୍ଡା ଲୋକମାନେ ଆସି ରହିଲେ। ନିକଟରେ ସେ ଗାଁ କୁ ମୁଁ ଗୋଟିଏ କାମରେ ଯାଇଥିଲି। ଯାହା ଶୁଣିଲି ମୁଁ କାବା ହୋଇଗଲି। ମୋର ଗୋଟିଏ ଝିଆରୀ କୁ ସେହି ଗାଁ ରେ ଆମେ ଦେଇଛୁ। ତା’ର ବର ବିବାହର ପରଦିନ ହାଣ୍ଡିଆ ପିଇବା ପାଇଁ ମୋ ଝିଆରୀ ନେଇଥିବା ଶାଢ଼ୀ ରୁ ଚାରି ଖଣ୍ଡ ନେଇ ମୁଣ୍ଡା ସାହିକୁ ପଳାଇଗଲା। ଝିଆରୀ ମୋର ଗାଧୋଇ ଆସି ଲୁଗା ପାଲଟିବାକୁ ଯାଇ ଦେଖେତ ଜମା ଦୁଇଖଣ୍ଡ ଶାଢୀ ପଡ଼ିଛି। ସେ ତା ଶାଶୁ ଙ୍କୁ ଏ କଥା କହିବାରୁ ସେ କହିଲେ ହଁ ସେ ଟୋକା ବୋଧେ ସେ ମୁଣ୍ଡା ସାହିକୁ ଯାଇଛି ହାଣ୍ଡିଆ ପିଇତେ (ପିଇବା ପାଇଁ)। କିଛି ସମୟ ପରେ ତା ବରପିଲା ଆସି ପହଞ୍ଚିଲା। ଝିଅ ତାକୁ ଏକଥା ପଚାରିବାରୁ ନିଶାସକ୍ତ ବରପିଲାଟି ନିର୍ଦ୍ଦୟ ଭାବେ ଝିଅ କୁ ପିଟି ଲହୁ ଲୁହାଣ କରିଦେଲା। ଆମେ ସବୁ ଶୁଣି କରି ଯାଇଁ ପହଞ୍ଚିଲୁ। ଆମେ ପହଞ୍ଚିବା ପରେ ଜ୍ବାଇଁ ପିଲାଟି ଭୟରେ ଜଙ୍ଗଲକୁ ପଳାଇଗଲା। ଆମେ ଦୁଇଦିନ ସେ ଗାଁ ରେ ରହିଲୁ। ସେ ପିଲା ସେହି ଜଙ୍ଗଲରେ ଲୁଚି କରି ରହିଲା। ଆମେ ସେହି ସମୟ ମଧ୍ୟରେ ସେହି ଗାଁ ରେ ଯାହା ଶୁଣିଲୁ ସେଥିରେ ଆମେ ହତବାକ୍ ହୋଇଗଲୁ। ଏହା କେବଳ ସେହି ଗୋଟିଏ ପରିବାରର କଥା ନୁହେଁ। ସବୁ ଭୂୟାଁ ପରିବାରରେ ଏହି ପରି ହାଣ୍ଡିଆ ପିଇବା ପାଇଁ ପୁରୁଷ ଟି ନିଜ ସ୍ତ୍ରୀର ଲୁଗାପଟା, ବାସନକୁସନ ଓ ଅଳଙ୍କାର ମଧ୍ୟ ନେଇ ହାଣ୍ଡିଆ ବିକୁଥିବା ଲୋକ ପାଖରେ ଦେଇ ଆସୁଛନ୍ତି। ସେହି ଗାଁ ରେ ମଧ୍ୟ ଗୋଟିଏ ଝିଅ ସ୍ବାମୀ ର ଏଭଳି କାର୍ଯ୍ୟକୁ ବିରୋଧ କରିବାରୁ ନୃଶଂସ ସ୍ବାମୀ ତାକୁ ପିଟିପିଟି ମାରିଦେଲା। ଏହା ପରେ ଆମେ ଝିଅକୁ ଆମ ଘରକୁ ନେଇ ଆସିଲୁ। ସେ ଜ୍ବାଇଁ ପିଲାଟି ମଝିରେ ଆସିଥିଲା। ତାକୁ ଆମେ କହିଲୁ ତୁମକୁ ଆମେ ଏଠାରେ ଜାଗା ଦେଉଛୁ। ତୁମେ ଏଠାରେ ରୁହ। ପିଲାଟି ରାଜି ନ ହୋଇ ପଳେଇ ଗଲା। ନିକଟରେ ଆସିଥିଲା। ରହିବ ବୋଲି ରାଜି ଅଛି।”

ମନ୍ମଥ ପଚାରିଲା, “ତୁମ ଗାଁ ରେ ସେ ପୁଣି ପିଇବ ନାହିଁ ବୋଲି ଆପଣ କହି ପାରିବେ?” ମାମୁଁ କହିଲେ, “ଆମ ଗାଁ ରେ ଦରବାର ଘରେ ବସି ସମସ୍ତେ ସିଦ୍ଧାନ୍ତ ନେଇଛୁ ଯେ କେବଳ ପର୍ବପର୍ବାଣୀ କୁ ଛାଡିଦେଲେ ଅନ୍ୟ ଦିନେ କେହି ପିଇ ପାରିବେ ନାହିଁ। ତାଛଡା, ଗାଁ ନିକଟରେ ଥିବା ହାଟରେ ମଧ୍ୟ ହାଣ୍ଡିଆ ବିକିବାକୁ ମହିଳାମାନେ ବନ୍ଦ କରିଛନ୍ତି।”

ସମୟ ହୋଇ ଯାଇଥିଲା। ସମସ୍ତେ ଘରକୁ ବାହାରିଲେ ଯିବା ପାଇଁ। ଯିବା ସମୟରେ ଝରା ଭାଇ କହିଲେ, “ବାବୁ ମନ୍ମଥ ତୁମେ କାଲି ପହରଦିନ ଆମ ଘରଆଡ଼େ ଆସୁନ? ତୁମ ଗାଁ ଓ ପାଖ ଆଖ ଗାଁ ର ନୋଟିସ ଗୁଡ଼ିକ ନେଇ ଯାଆନ୍ତ।” ବାପା କହିଲେ, “ଝରା ବାବୁ, ଜ୍ବାଇଁ ଏବେ ଦେହ ଖରାପ ରୁ ଉଠିଛନ୍ତି। ଯଦି କହିବ ତେବେ ମୁଁ ଯାଇଁ ନେଇ ଆସନ୍ତି।” ଝରା ଭାଇ କହିଲେ, “ତୁମେ କାହିଁକି ଆସିବ? ମୁଁ ଓ ବିଲୁଆ ଆଜ୍ଞା ଉଭୟ ତୁମ ଘରେ ପହଞ୍ଚିବୁ। ଗାଁ ରେ ଲୋକମାନଙ୍କ ସହିତ କଥା ହେବା ଏବଂ ନୋଟିସ ମଧ୍ୟ ଜ୍ବାଇଁ ଙ୍କୁ ଦେଇ ଦେବା।” ଏହାପରେ ସମସ୍ତେ ଘରକୁ ବାହାରି ଆସିଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି
More

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

by ପ୍ରଭୁକଲ୍ୟାଣ ମହାପାତ୍ର
March 11, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୧ ମାର୍ଚ୍ଚ ୨୦୨୬ ପୂର୍ବତନ ବିଧାୟକ ପରମାନନ୍ଦ ମହାନ୍ତି ଏଭଳି ଜଣେ ବ୍ୟକ୍ତି ଥିଲେ, ଯାହାଙ୍କୁ ଦଳମତ ନିର୍ବଶେଷରେ ସମସ୍ତେ ଶ୍ରଦ୍ଧା ଓ...

Read more
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.