• About
  • Contact
Tuesday, September 30, 2025
Tuesday, September 30, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ରମାବୋଉ

ରମାବୋଉ
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୫ ଅଗଷ୍ଟ ୨୦୨୪

ରମାବୋଉ- ଘରେ ଅଛ ?

ମଧ୍ୟବୟସ୍କା ସ୍ତ୍ରୀ ଲୋକ ଜଣେ ଲଂଠନ ନେଇ ଆସିଲେ । ଆମେ କୋଠା ଘରଟିର ତଳେ ଅଂଧାରରେ ଠିଆ ହୋଇଥାଉ ! ମା, ବଡ଼ କକେଇ, ନାନୀ, ନନା ଓ ମୁଁ ।

ସେ ଆମକୁ ଘରର ଚାବି ଖୋଲି ପଛପଟେ ନେଲେ । ଆଗରେ ଘରର ବାଲିକୁଦରେ ଦୁଆର ପୋତି ହୋଇ ରହିଥାଏ । ପରଦିନ ସକାଳୁ ମୁଁ ସାମ୍ନାରେ କୁଦ ଉପରକୁ ଚଢ଼ି ସମୁଦ୍ରକୁ ଦେଖିଲି । ଏତେ ପାଖରେ ସମୁଦ୍ର… । ସେ ମୋର ପ୍ରଥମ ସମୁଦ୍ର ଅନୁଭବ ।

ଏବେ ମନେପକାଉଛି- ସେ ଥିଲା ୧୯୬୪ ମସିହା ।

ଧୀରେ ଧୀରେ ରମାବୋଉଂକ ପରିବାର ସହ ଆମର ପରିଚୟ ହେଲା । ତାଂକ ସ୍ୱାମୀ ହଟ ଦାସ ରହନ୍ତି ଭୁବନେଶ୍ୱରରେ । ପୁଅ ରାଜୁଭାଇ ବି ବିଦ୍ୟୁତ ବିଭାଗରେ ଭୁବନେଶ୍ଵରରେ ଥିଲେ । ଅନ୍ୟ ପୁଅ ରବିଭାଇ ମୋ’ଠୁ ବର୍ଷେ ବଡ଼ ଥିଲା । ସେ ବି ଭୁବନେଶ୍ଵରରେ ରାଜୁଭାଇଙ୍କ ପାଖେ ରହି ପଢୁଥିଲା ।

ରମାବୋଉଂକ ଦୁଇ ଝିଅ ଓ ଦୁଇ ଭଉଣି ସେଇଠି ଥିଲେ । ସେମାନଙ୍କ ସହ ଆମେ ମିଶିଗଲୁ । ଜଣେ ଝିଅ ସ୍ଵାମୀଠୁ ଅଲଗା ଥିଲେ । ଅନ୍ୟ ଝିଅ ରମାନାନୀ ଆମଠୁ ଟିକେ ବଡ଼ ଥିଲେ । ଅନ୍ୟ ଭଉଣିମାନଂକ ପିଲାମାନେ ରେବନାନୀ, ଟୁନି, ଫୁନାବାସୀ, ଭାଇ ପ୍ରଫୁଲ୍ଲ, ପ୍ରମୋଦ ସମସ୍ତେ ଆମ ପାଖାପାଖି ବୟସର ଥିଲେ । ନାନୀ ରେବନାନୀ ସହ ମିଶି ଖୁଦୁରୁକୁଣି ଓଷା କରିବା ଆରମ୍ଭ କଲା ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୬୪)

by ଭବେଶ ଚନ୍ଦ୍ର କର
August 30, 2025

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୩୦ ଅଗଷ୍ଟ ୨୦୨୫ ଖରାବେଳ ଖାଇବା ଖାଇସାରି ଆସି ସମସ୍ତେ ପିଢ ବୈଠକରେ ପହଞ୍ଚିବା ବେଳକୁ ତିନିଟା ବାଜି ଯାଇଥିଲା। ବିଲୁଆ...

Read more
Vipul’s Voice: Unconcerned and Responsible

Vipul’s Voice:
Unconcerned and Responsible

August 19, 2025
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୬୩)

August 14, 2025
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୬୨)

July 28, 2025
ପୀଡ଼ିତାଙ୍କୁ ନ୍ୟାୟ ସମ୍ପର୍କରେ

ପୀଡ଼ିତାଙ୍କୁ ନ୍ୟାୟ ସମ୍ପର୍କରେ

July 16, 2025
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୬୧)

July 14, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.