• About
  • Contact
Tuesday, July 28, 2026
Tuesday, July 28, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ସଂସ୍କୃତି ପ୍ରାଣ: ପଦ୍ମଶ୍ରୀ ଡ଼ ରଜତ କୁମାର କର
(୯୧ତମ ଜୟନ୍ତୀ ଉପଲକ୍ଷ ରେ)

ସଂସ୍କୃତି ପ୍ରାଣ: ପଦ୍ମଶ୍ରୀ ଡ଼ ରଜତ କୁମାର କର (୯୧ତମ ଜୟନ୍ତୀ ଉପଲକ୍ଷ ରେ)
Share on FacebookShare on Xshare on Whatsappshare on Linkedin
ଡାକ୍ତର ଅଂଶୁମାନ କର, ଭୁବନେଶ୍ୱର, ୨ ସେପ୍ଟେମ୍ବର ୨୦୨୪

୧୯୩୩ ସେପ୍ଟେମ୍ବର ୨ ଭାଦ୍ରବ ଶୁକ୍ଳ ଚତୁର୍ଦଶୀ ପବିତ୍ର ଅନନ୍ତ ବ୍ରତ ଓ ବାମନ ଜନ୍ମ ଦିନ ପିତା କୁଳମଣି କର ଓ ମାତା ଇନ୍ଦୁମତୀ ଦେବୀଙ୍କ କୋଳ ମଣ୍ଡନ କରିଥିଲେ ରଜତ କୁମାର କର । ଭଞ୍ଜ ସାହିତ୍ୟର ଅଲୋଚକ, ଶ୍ରୀ ଜଗନ୍ନାଥ ସଂସ୍କୃତି ର ଗବେଷକ ଓ ପ୍ରଚାରକ ଭାବେ ଓଡିଶା ର ସାହିତ୍ୟ ଓ ସଂସ୍କୃତିକୁ ସୁଦୂର ପ୍ରସାର କରିବାରେ ରେ ସେ ଥିଲେ ସିଦ୍ଧ ହସ୍ତ । ସାତ ବର୍ଷ ର ଅଧ୍ୟାପନା ପରେ ଶିକ୍ଷା ପ୍ରଶାସନ ରେ ଯୋଗ ଦେଇ ଶିକ୍ଷା ନିର୍ଦେଶକ ଭାବେ ଅବସର ଗ୍ରହଣ କରିଥିଲେ । ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କ ପ୍ରତିଷ୍ଠିତ କଳିଙ୍ଗ ଭାରତୀ ଓ ଉତ୍କଳ ଛାତ୍ର ସାହିତ୍ୟ ସମାଜ ରେ ଗୁରୁଦେବଙ୍କ ସହ ଓ ପରେ ଦୀର୍ଘ କାଳ ଯାଏ ଏହାର ସଭାପତି ହୋଇ ସାତ ଦଶନ୍ଧି କାଳ ଭଞ୍ଜ ସାହିତ୍ୟ ଓ ଓଡ଼ିଶା ସଂସ୍କୃତିର ସଂରକ୍ଷଣ ରେ ଚିର ବ୍ରତୀ ଥିଲେ । ୧୯୫୯ ମସିହାରୁ ଦୀର୍ଘ ୬୨ ବର୍ଷ କାଳ ବେତାର ଓ ଟେଲିଭିଜନ ପର୍ଦା ରେ ଶ୍ରୀ ଜଗନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ର ଧାରାବିବରଣୀ ପ୍ରଦାନ କରି ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ୧୯୫୦ ରୁ ଶେଷ ପର୍ଯ୍ୟନ୍ତ ଆକାଶବାଣୀ କଟକ ରେ ୭୦୦ ରୁ ଉର୍ଦ୍ଧ ବେତାର ନାଟକ ରେ ଅଭିନୟ କରିବା ସହ ଅନେକ ସଂକଳାପ ରଚନା କରି ଜଣେ ବରିଷ୍ଠ ନାଟ୍ୟକାର ଭାବେ ସେ ପରିଚିତ ଥିଲେ । ପାଲା ସଂସ୍କୃତି ର ସଂରକ୍ଷଣ ଓ ପୁନଃରୁଦ୍ଧାର ରେ ତାଙ୍କ ଭୂମିକା ଅଦ୍ବିତ୍ୟ. ଶିକ୍ଷା,ସାହିତ୍ୟ ଓ ସଂସ୍କୃତି କ୍ଷେତ୍ର ରେ ନିଜର ଅସାଧାରଣ ଅବଦାନ ଯୋଗୁଁ ୨୦୨୧ ରେ ଭାରତ ସରକାର ଙ୍କ ଦ୍ୱାରା “ ପଦ୍ମଶ୍ରୀ” ସମାନ ରେ ସମ୍ମାନିତ ହେବ ସହ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ର “ ଶ୍ରେଷ୍ଠ ନାଟ୍ୟକାର”, ଓଡ଼ିଶା ସାହିତ୍ୟ ଏକାଡେମୀ ର “ ବରିଷ୍ଠ ସାହିତ୍ୟିକ ସମ୍ମାନ”, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ରୁ ସମ୍ମାନ ସୂଚକ ଦି.ଲିଟ ଆଦି ଅନେକ ଅନ୍ତରାଷ୍ଟ୍ରୀୟ, ରାଷ୍ଟ୍ରୀୟ, ଓ ସ୍ଥାନୀୟ ସଂସ୍ଥାନ ମାନଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି । ତାଙ୍କ ଦ୍ବାରା ରଚିତ ପ୍ରବନ୍ଧ ପୁସ୍ତକ “ଭାରତ ଦୀପ୍ତି”, “ ଅନନ୍ୟ ଜଗନ୍ନାଥ ଅନୁଭୂତିରେ”, “ ଜନ ମାନସ ରେ ଭଞ୍ଜ”, “ ଜନ ଜୀବନ ରେ ଜଗନ୍ନାଥ”, “ଭଂଜ ରାମାୟଣ”, “ସ୍ମୃତି ର ଅତଳ ଗର୍ଭରୁ ଓଡ଼ିଶାର ସାଂସ୍କୃତିକ ଇତିହାସ”, କବିତା ସଂକଳନ “ଭକ୍ତ ଭଜୟୀ ଭଗବାନ”, “ ଜଣାଣ ବାଈଶିପାହଚ”,ନାଟକ ପୁସ୍ତକ “ବାଈଶିପାବଛ”, “ନିଷିଧ ନିଳାଚଳ”, “ବୀର ଚାଖି ଖୁଣ୍ଟିଆ” ଆଦି ଅନେକ ପ୍ରକାସିତ ପ୍ରବନ୍ଧ, କବିତା ଓ ନାଟକ ପୁସ୍ତକ ସବୁ ଜନାଦୃତ ହୋଇଛି ।

ଓଡିଶାର ପ୍ରତି ଘରେ ଘରେ ବାଦୀ ପାଲା ମଂଚ ମଧ୍ୟମରେ ସେ ଆମ ସାହିତ୍ୟ, ପୁରାଣ, ସଂସ୍କୃତି, ଓ ଲୋକକଥା କୁ ଆଦୃତ କରିପାରି ଜନ ଚେତନା ରେ “ ସଂସ୍କୃତି ସମ୍ରାଟ” ର ଉପାଧି ପାଇଛନ୍ତି. ଜଣେ ପ୍ରଗଳ୍ଭ ବକ୍ତା, ଗାଳ୍ପିକ, ସ୍ତମ୍ଭାକାର, ନାଟ୍ୟକାର, ସଂସ୍କୃତି ଗବେଷକ, ଅଭିନେତା ଓ ସର୍ବୋପରି ଶ୍ରୀ ଜଗନ୍ନାଥ ଙ୍କ ଜଣେ ଅନନ୍ୟ ସେବକ ଭାବେ ମେ ୮,୨୦୨୨ ରେ ନିଜର ଶେଷ ନିଶ୍ୱାସ ତ୍ୟାଗ କଲା ବେଳକୁ ଜାତି ପାଇଁ ଛାଡ଼ିଯାଇଛନ୍ତି ଏକ ବିରାଟ ସାଂସ୍କୃତିକ ସମ୍ପଦ। ରଥଯାତ୍ରା ସମୟ ରେ ତାଂକ ସରଗଭିର, ଇତିହାସ ସମ୍ପନ ଜଗନ୍ନାଥ ସଂସ୍କୃତି କଥା କୁ ଆଜି ମଧ୍ୟ ସ୍ରୋତା ମନେ ଝୁରୁଛନ୍ତି । ନିଜର ବିଭୁ ଭକ୍ତି ଓ ସମ୍ପର୍ପିତ ଜୀବନର ସମସ୍ତ କିର୍ତୀ କୁ ମହାପ୍ରଭୁଂକ କୃପା ବୋଲି କହି ସେ ଏକ ଭକ୍ତ ଧର୍ମ ପାଳନ କରିଥିବା ବେଳେ ଦେଶ ବିଦେଶ ରେ ଓଡିଶା ତଥା ଭାରତୀୟ ସଂସ୍କୃତି ର କଥା ଓ ଗାଥା ଗାନ କରି ନିଜର ଦେଶଭକ୍ତି ର ପରିଚୟ ଦେଇଛନ୍ତି । ଶେଷ ସମୟରେ “ ଜଯ ଜଗନ୍ନାଥ” “ଜୟ ମା କଳିଂଗ ଭାରତୀ” ଓ “ଜୟ ଅନନ୍ତ ଶ୍ରୀ ବାବା” କହି ଓଡିଶାର୍ ଏହି ବାଣୀପୁତ୍ର ଚୀର ବିଶ୍ରାମ ନେଇଥିଲେ ତାଙ୍କରି ୯୦ ତମ ଜୟନ୍ତୀ ରେ ତାଙ୍କୁ କୋଟି କୋଟି ପ୍ରଣାମ ।

ଡା. ଅଂଶୁମାନ କର
ପଦ୍ମଶ୍ରୀ ରଜତ କୁମାର କର ସ୍ମୃତି ସଂସଦ
ଭୁବନେଶ୍ବର, ୯୭୭୮୦୩୦୪୯୪

Dr. Ansuman Kar

Dr. Ansuman Kar

The Author is a doctor by profession with a passion for literature. He is a noted columnist, author, poet and literary researcher. He is presently the Secretary of Kalinga Bharati and Utkal Chhatra Sahitya Samaj, Cuttack.
N-1/183, IRC VILLAGE
9778030494

Related Posts

Vipul’s Voice: Realisation at the age of 70
More

Vipul’s Voice:
 Realisation at the age of 70

by Vipul Agarwal
July 19, 2026

Vipul Agarwal, Delhi, 19 July 2026 I fail to even imagine how it will feel when somebody realises at the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.