• About
  • Contact
Wednesday, August 26, 2026
Wednesday, August 26, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ସାବରମତୀର ସନ୍ଥଙ୍କ ବାଣୀ: ଏବେବି ପ୍ରଯୁଜ୍ୟ

ସାବରମତୀର ସନ୍ଥଙ୍କ ବାଣୀ: ଏବେବି ପ୍ରଯୁଜ୍ୟ
Share on FacebookShare on Xshare on Whatsappshare on Linkedin
ଜ୍ଞାନ ରଞ୍ଜନ ଷଡ଼ଙ୍ଗୀ, ଭୁବନେଶ୍ୱର, ୨ ଅକ୍ଟୋବର ୨୦୨୪

“ଭଗବାନ ହେଉଛନ୍ତି ସତ୍ୟ । ଅହିଂସା ମାଧ୍ୟମରେ ହିଁ ସତ୍ୟର ବାଟ ରହିଛି” – ସାବରମତୀ, ୧୩ ମାର୍ଚ୍ଚ ୧୯୨୭

ମୋହନଦାସ କରମଚାନ୍ଦ ଗାନ୍ଧୀ ଆମର ପ୍ରିୟ ବାପୁଜୀ ସତ୍ୟାଗ୍ରହକୁ ଆତ୍ମଅନୁଭବ, ଅହିଂସା, ନିରାମିଷଭକ୍ଷଣ ଏବଂ ସାର୍ବଜନୀନ ପ୍ରେମର ବେଦାନ୍ତିକଆଦର୍ଶ ଉପରେ ଆଧାରିତ କରିଥିଲେ । ଅହିଂସା ଓ ସତ୍ୟାଗ୍ରହ ଉପରେ ଗାନ୍ଧୀଙ୍କ ଧାରଣା ଅଦ୍ବୈତବେଦାନ୍ତର ଦାର୍ଶନିକ ଭିତ୍ତିଭୂମିଉପରେ ଆଧାରିତ ଥିଲା । ଏହି ଧାରଣା ଗୁଡ଼ିକ କେବଳ ହିନ୍ଦୁଧର୍ମର ପରମ୍ପରାରେ ନୁହେଁ, ବରଂଜୈନ ଓ ବୌଦ୍ଧଧର୍ମରେ ମଧ୍ୟଦେଖିବାକୁ ମିଳେ,କିନ୍ତୁଗାନ୍ଧୀଙ୍କ ସଂଶ୍ଳେଷଣ ଏହିଧାରଣାଗୁଡ଼ିକୁ ଏକ ପ୍ରମୁଖ ରାଜନୈତିକ ଅସ୍ତ୍ରରେ ପରିଣତକଲା, ଯାହା ସତ୍ୟାଗ୍ରହର ନାମ ନେଲା ।

ସତ୍ୟାଗ୍ରହର ସାର ହେଉଛି ଏକ ରାଜନୈତିକ ମାଧ୍ୟମରେ ଆତ୍ମଶକ୍ତି ଜାଗ୍ରତ କରିବା, ଯାହା ଅତ୍ୟାଚାରୀ ଓ ଅତ୍ୟାଚାରିତ ଙ୍କ ମଧ୍ୟରେ ଥିବା ବିଦ୍ୱେଷ ଦୂର କରି ଅତ୍ୟାଚାରୀମାନଙ୍କୁ ପରିବର୍ତ୍ତନ ବା ଶୁଦ୍ଧକରିବାରେ ସାହାଯ୍ୟକରିବ, ଏହା ନିଷ୍କ୍ରିୟତାନୁହେଁ ବରଂ ନିଷ୍କ୍ରିୟ ପ୍ରତିରୋଧ ଏବଂ ଅସହଯୋଗ ଯେଉଁଠାରେ, ପ୍ରେମ ଘୃଣାକୁ ଜିତିଥାଏ ।ଏହା ବ୍ୟକ୍ତିକୁ ଶାରୀରିକ ଶକ୍ତିପରିବର୍ତ୍ତେ ନୈତିକଶକ୍ତି ପ୍ରଦାନ କରିଥାଏ । ସତ୍ୟାଗ୍ରହକୁ “ସାର୍ବଜନୀନଶକ୍ତି” ମଧ୍ୟ କୁହାଯାଏ, କାରଣ ଏହା ମୂଳତଃ ପରିଚିତ କିମ୍ବା ଅପରିଚିତ, ଯୁବକ ଏବଂ ବୃଦ୍ଧ, ପୁରୁଷ କିମ୍ବା ମହିଳା, ବନ୍ଧୁ ଏବଂଶତ୍ରୁଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ରଖେନାହିଁ ।

ଗାନ୍ଧିଜୀଙ୍କମତରେ, “ଏଥିରେ କୌଣସି ଅଧର୍ଯ୍ୟ ହେବାର କଥାନାହିଁ, କୌଣସି ବର୍ବରତା ନାହିଁ, କୌଣସି ଅସଦାଚରଣ ନାହିଁ, କୌଣସି ଅଯଥା ଚାପନାହିଁ।ଯଦି ଆମେ ଗଣତନ୍ତ୍ରର ପ୍ରକୃତଭାବନା ସୃଷ୍ଟିକରିବାକୁ ଚାହୁଁଛୁ, ତେବେ ଆମେ ଅସହିଷ୍ଣୁ ହୋଇପାରିବା ନାହିଁ । ଅସହିଷ୍ଣୁତା କାହାର ଉଦ୍ଦେଶ୍ୟ ଉପରେ ବିଶ୍ୱାସ ରଖିବାକୁ ଧୋକା ଦେଇଥାଏ ।ସତ୍ୟାଗ୍ରହ ଅଧୀନରେ ପ୍ରଚଳିତ ନାଗରିକ ଅବମାନନା ଏବଂ ଅସହଯୋଗ “ଦୁଃଖରନିୟମ” ଉପରେ ଆଧାରିତ, ଏହା ଏପରି ଏକ ସିଦ୍ଧାନ୍ତ ଯାହା ଦୁଃଖକୁ ଦୂର କରିବାରେ ସକ୍ଷମ ହୋଇଥାଏ । ଏହି ଉଦ୍ଦେଶ୍ୟ ସାଧାରଣତଃ ଜଣେ ବ୍ୟକ୍ତି କିମ୍ବା ସମାଜର ନୈତିକ ଉନ୍ନତି କିମ୍ବା ପ୍ରଗତିକୁ ସୂଚିତକରେ । ତେଣୁ ସତ୍ୟାଗ୍ରହରେ ଅସହଯୋଗ ବାସ୍ତବରେ ସତ୍ୟ ଓ ନ୍ୟାୟ ସହିତ ବିରୋଧୀଙ୍କ ସହଯୋଗକୁ ସୁରକ୍ଷିତ ରଖିବାର ଏକ ମାଧ୍ୟମ I ଡେନିସ୍ ଡାଲଟନଙ୍କ ମତରେ, ସତ୍ୟାଗ୍ରହ ରଚନା ଓ ପଦକ୍ଷେପ ହିଁ ତାଙ୍କ ଲୋକମାନଙ୍କର ବିଶ୍ୱାସ ଓ ସଂସ୍କୃତିରେ ଗଭୀରଭାବରେ ପ୍ରତିଫଳିତ ହୋଇଥିଲା, ଯାହା ତାଙ୍କୁ ଜନଚେତନାରେ ବାନ୍ଧି ଦେଇଥିଲା ଏବଂ ତାଙ୍କୁ ଶୀଘ୍ର ମହାତ୍ମାରେ ପରିଣତ କରିଥିଲା ।

୧୯୦୯ ମସିହା ଗାନ୍ଧିଜୀଙ୍କ ଦ୍ୱାରା ଲିଖିତ ହିନ୍ଦ୍ ସ୍ଵରାଜ, ଯେଉଁଟାକି ୧୯ ଟି କ୍ଷୁଦ୍ର ଅଧ୍ୟାୟ ତିରିଶ ହଜାର ଶବ୍ଦ ବିଶିଷ୍ଟ I ଉକ୍ତ ପୁସ୍ତକରେ ସ୍ଵୟଂ ସଂପୂର୍ଣ୍ଣ ଗ୍ରାମ ଓ ଗୋଷ୍ଟି ଚେତନାର ସଠିକ ଅବତIରଣ କରାଯାଇଛି, ଭବିଷ୍ୟତର ସମାଜ ସଂପର୍କରେ ସୂଚିତ କରାଯାଇଛି, ଯାହା ବେଦ ଓ ଉପନିଷଦ ପ୍ରଦର୍ଶିତ ସତ୍ୟ ଓ ଅହିଂସାର ମୂଳଦୁଆ ଉପରେ ପ୍ରତିଷ୍ଠିତ ।ସତ୍ୟ, ଅହିଂସା ଓ ସତ୍ୟାଗ୍ରହର ପ୍ରୟୋଗ ଯେ କେବଳ ଜାତୀୟ ସ୍ତରର ସ୍ୱାଧୀନତା ସଂଗ୍ରାମରେ କରା ଯାଇଥିଲା ତା ନୁହେଁ ବରଂ ଓଡ଼ିଶାରେ ମଧ୍ୟ ତାର ପ୍ରତିଫଳନ ଦେଖାଯାଏ ।ଜାତୀୟସ୍ତରର ଦIଣ୍ଡିଯାତ୍ରା ଭଳି, ଆମ ଓଡ଼ିଶାର ଇରମ ଓ ଇଞ୍ଚୁଡ଼ି ସର୍ବଜନ ବିଦିତ ।

୧୯୨୧ ରୁ ୧୯୪୬ ମଧ୍ୟରେ ଗାନ୍ଧିଜୀ ଓଡ଼ିଶାକୁ ୮ ଥର ଆସିଥିଲେ I ଉତ୍କଳମଣି ଗୋପବନ୍ଧୁଙ୍କ ଡାକରାରେ ବାପୁ ପ୍ରଥମଥର ୧୯୨୧ ମସିହାରେ ଓଡ଼ିଶା ଆସିଥିଲେ ।୨୪ ମାର୍ଚ୍ଚ ୧୯୨୧ର କାଠଯୋଡ଼ି ନଦୀଶଯ୍ୟାରେ ହୋଇଥିବା ସାଧାରଣସଭା, ଓଡ଼ିଶା ଇତିହାସରେ ସ୍ଵର୍ଣ୍ଣIକ୍ଷରରେ ଲିପିବଦ୍ଧ ।ଖଣ୍ଡିତ ଓଡ଼ିଶା ଭୂଖଣ୍ଡରେ ସ୍ୱାଧୀନତା ସଂଗ୍ରାମର ରଣନ୍ଦୁନ୍ଦୁଭି ବାଜିଉଠେ ଏହି ସଭାରୁ ।

ଉତ୍କଳଗୌରବ ମଧସୂଦନ ଦାସଙ୍କ ଡାକରାରେ ବାପୁ ଦ୍ୱିତୀୟଥର ପାଇଁ ଓଡ଼ିଶା ଆସିଥିଲେ ୧୯୨୫ ମସିହା ଆଗଷ୍ଟ ମାସରେ ।୧୯ ଅଗଷ୍ଟ ୧୯୨୫ ମସିହାର ଦିନରେ ଓଡ଼ିଶାର ଗୌରବମୟ ଇତିହାସରେ ଯୋଡ଼ିହୁଏ ଆଉ ଏକ ଫର୍ଦ୍ଦ । ମଧୁବାବୁଙ୍କ ଉତ୍କଳଟ୍ୟାନେରୀରେ ଦୁଇ ମହାରଥୀଙ୍କ ସାକ୍ଷାତ ହୁଏ, ଉପସ୍ଥିତ କର୍ମଚାରୀ ବିଶେଷକରି ହରିଜନ ମାନଙ୍କୁ ଜାତୀୟଜାଗରଣ ଉପରେ ସମ୍ବୋଧିତ କରନ୍ତି ବାପୁଜୀ । ଏହା ହେଉଛି ଏସିଆର ପ୍ରଥମ ଯୌଥ ଉଦ୍ୟୋଗରେ ପ୍ରତିଷ୍ଠିତକାରଖାନା, ଯାହା ସମବାୟ ଆନ୍ଦୋଳନର ବୀଜବପନ କରିଥିଲା, ତାହାପରେ ବାପୁ ପ୍ରତ୍ୟେକଟି ଜାଗାରେ ସମବାୟର ଚର୍ଚ୍ଚା କରୁଥିଲେ ।

ମାହାତ୍ମଙ୍କର ତୃତୀୟଗ୍ରସ୍ତ,ମାହାଙ୍ଗା ଇତିହାସରେ ଯୋଡ଼ିହୁଏ ଏକ ସୁବର୍ଣ୍ଣ ଅଧ୍ୟାୟ I ଦଶପଲ୍ଲl ମାଟିର ସୁଯୋଗ୍ୟସନ୍ତାନ ପ୍ରଖ୍ୟାତ ସ୍ୱାଧୀନତାସଂଗ୍ରାମୀ ଶ୍ରୀଯୁକ୍ତ ଗୋବିନ୍ଦଚନ୍ଦ୍ର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ କଇଥାଠାରେ ସ୍ଥାପିତ ହୁଏ ଗାନ୍ଧୀସେବାଶ୍ରମ । ଯଦିଓ ମହାତ୍ମାଗାନ୍ଧୀ ଚାରବାଟିଆ-ଚୌଦ୍ଵାରରେ ଉପସ୍ଥିତ ଥିଲେ, କିନ୍ତୁ ଅସୁସ୍ଥତା କାରଣରୁ ସେ କଇଥା ଆସି ପାରିନଥିଲେ । ତେଣୁ ତାଙ୍କର ପ୍ରିୟଶିଷ୍ୟl ମୀରାବେନ୍ ୨୦ ଡିସେମ୍ବର ୧୯୨୭ରେ ଗାନ୍ଧୀସେବାଶ୍ରମ,କଇଥାର ଶିଳlନ୍ୟାସ କରିଥିଲେ ।

ଓଡିଶାକୁ ଗାନ୍ଧିଜୀଙ୍କ ପଞ୍ଚମଗ୍ରସ୍ତ ୧୯୩୪ ମସିହାରେ, ଯାହା ହରିଜନ ପଦଯାତ୍ରା ନାମରେ ଖ୍ୟାତି ଲାଭକରେ । ଏହିଗ୍ରସ୍ତ ଦୁଇଭାଗରେ ବିଭକ୍ତ, କିନ୍ତୁ ଗ୍ରସ୍ତର ଦ୍ଵିତୀୟଭାଗ ୨୧ମେ ୧୯୩୪ ରୁ ୮ଜୁନ ୧୯୩୪ର ସମୟ ସବୁଠୁ ଗୌରବମୟ । ୨୧ମେ ୧୯୩୪ରେ ବୈରୀ ରେଳଷ୍ଟେସନରେ ଓହ୍ଲାଇବାପରେ, ଗାନ୍ଧୀସେବାଶ୍ରମ, କଇଥାରେ ସେଦିନ ରାତ୍ରିଯାପନ । ତI ପରଦିନ ଅର୍ଥାତ ୨୨ମେ ୧୯୩୪, ଭେଡାମାଟିରେ ହୁଏ ନୂତନ ସୂର୍ଯ୍ୟୋଦୟ । ସେଦିନ ଗାନ୍ଧିଜୀ ରାତ୍ରିଯାପନ କରନ୍ତି ଭେଡାର ଚୌଧୁରୀ ପରିବାରରେ, ସେଦିନ ହରିଜନମାନଙ୍କୁ ସମ୍ବୋଧିତ କରନ୍ତି ମଧ୍ୟ । ପଇଡ଼ପାଣି ଓ ସାମାନ୍ୟ କିଛି ଫଳାହାର କରି ରାତ୍ରିଯାପନ କରନ୍ତିବାପୁଜୀ । ଚିରାଚରିତଭାବେ ସୁତକଟା ଓ ଲୁଗାବୁଣl କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖନ୍ତି ମହାତ୍ମା ।

ତହିଁ ଆରଦିନ ଯାତ୍ରା ଆରମ୍ଭ ହୁଏ ଏହା ଭେଡା – ଲେଖନପୁର – ବହୁଗ୍ରାମ – ପାଟପୁର – ନିଶ୍ଚିନ୍ତକୋଇଲି – କIକତିଆ – ସଲାର – କେନ୍ଦ୍ରାପଡ଼ା – ବରି – କବୀରପୁର – ଯାଜପୁର – ଭଦ୍ରକଠାରେ ୮ଜୁନ ୧୯୩୪ ସମାପ୍ତହୁଏ । ଆସନ୍ତା ୨୦୩୪ରେ ହରିଜନ ପଦଯାତ୍ରା ୧୦୦ ବର୍ଷ ପୂରଣ କରୁଛି । ମାହାଙ୍ଗା – ସାଲେପୁର – ନିଶ୍ଚିନ୍ତକୋଇଲି ଦେଇ ଯାଇଥିବା ଏହି ହରିଜନ ପଦଯାତ୍ରାର ସ୍ମାରକୀ ନିର୍ମାଣ ଏବେ ଗଭୀରଭାବେ ଅନୁଭୂତ ହୁଏ ।

ମଧ୍ୟପ୍ରାଚୀର ଯୁଦ୍ଧ ଘନଘଟl , ୟୁକ୍ରେନଉପରେ ରୁଷିଆର ଘନଘନ ଆକ୍ରମଣ, ଦୁଇ କୋରିଆ ମଧ୍ୟରେଉତ୍ତେଜନା, ଜାପାନ – ଚୀନ ପରସ୍ପର ମୁହଁlମୁହିଁ ଓ ସର୍ବୋପରି ଆମେରିକା – ଋଷିଆ ମଧ୍ୟରେ ଚାଲିଥିବା ଛକାପଞ୍ଝା ପରିପ୍ରେକ୍ଷୀରେ, ଗାନ୍ଧିଜୀଙ୍କ ସତ୍ୟ, ଅହିଂସା ଓ ସତ୍ୟାଗ୍ରହର ବାସ୍ତବମୁଖୀ ବ୍ୟବହାର ସ୍ଵତଃ ମନକୁ ଆସେ । ଗାନ୍ଧିଜୀଙ୍କୁ ଅନୁସରଣକରି ଦକ୍ଷିଣଆଫ୍ରିକାର ନେଲସନମଣ୍ଡେଲା, ଆମେରିକାର ମାଟିନଲୁଥରକିଙ୍ଗ କନିଷ୍ଠ, ବ୍ରହୁ ଦେଶର ଅଙ୍ଗ ସାନ୍ସୁକୀ ପ୍ରଭୁତି ଯଦି ସଫଳ ହୋଇପାରିଲେ ତେବେ ଶିଶୁ, ମହିଳା, ସାଧାରଣ ଜନତାର ରକ୍ତରେ ହୋଲି ଖେଳୁଥିବା ପୁଟିନ,ଜେଲେନେସ୍କିକିମ-ଜଙ୍ଗ-ଉନ ଇତ୍ୟାଦି ଙ୍କୁ କାହିଁକି ପରିବର୍ତ୍ତନ କରାଯାଇ ପାରିବ ନାହିଁ, ଏଥିପାଇଁ କେବଳ ଲୋଡା ବିନୋବାଭାବେ, ସୀମାନ୍ତଗାନ୍ଧୀ, ନବକୃଷ୍ଣ ଚୌଧୁରୀ ଙ୍କ ଭଳି ସଚ୍ଚl ଗାନ୍ଧୀବାଦୀଙ୍କର, ଯେଉଁମାନେ ସତ୍ୟାଗ୍ରହମାର୍ଗରେ ଚାଲିସତ୍ୟ ଓ ଅହିଂସାର ବାନା ଉଡ଼ାଇ ପାରିବେ ।

ଆଶା ଏବେବି ଉଜ୍ଜୀବିତ, ଗାନ୍ଧିଦର୍ଶନ ଓ ଗାନ୍ଧି ଚିନ୍ତନ ପତିପାବନୀ ଗଙ୍ଗା ପରି ଅବିରତ ବହୁଥିବ ।

” ମହାତ୍ମାଙ୍କର ପଦବ୍ରଜରେ ପବିତ୍ର ହୋଇଥିବା
ଭଡୋମାଟିରେ ଲେଖକଙ୍କ ଜନ୍ମ”

Gyana Ranjan Sarangi

Gyana Ranjan Sarangi

Social Worker and Writer

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.