• About
  • Contact
Monday, July 27, 2026
Monday, July 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ପାଥାରପୁରୀ ହଷ୍ଟେଲ୍‌

ପାଥାରପୁରୀ ହଷ୍ଟେଲ୍‌
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୫ ଅକ୍ଟୋବର ୨୦୨୪

ସବୁ ଖରାଛୁଟିରେ ମା, ନାନୀ ଓ ମୁଁ ପୁରୀ ଫେରି ଆସୁଥୁଲୁ। ପୁରୀରେ ସେତେବେଳେ ଖରାଦିନେ କମ୍ ଗରମ। ଆମ ଘର ବି ସମୁଦ୍ର କୂଳରେ। ରବି ଭାଇ, ରେବନାନୀ ଓ ଆମର ଅନ୍ୟ ସାଂଗମାନେ ଖେଳିବା ଆରମ୍ଭ କରିଦେଉ। ଲୁଚକାଳି, ଦଉଡ଼ା ଦଉଡ଼ି ଇତ୍ୟାଦି ଇତ୍ୟାଦି।

ନାନୀ ଓ ମୁଁ ଥିଲୁ ସବୁଠୁ ପ୍ରିୟ ସାଙ୍ଗ। ମୋର ମନେଅଛି, ଆମେ ଏକାଠି ଫୁଲ ତୋଳିବାକୁ ଯାଉଥିଲୁ। ପାଥାରପୁରୀ ହଷ୍ଟେଲରୁ ଆରମ୍ଭ କରୁ ଓ ସାରୁ କଲେଜ ଛକ ଆଗରୁ ଡା. ଜେ. ଚୌଧୁରୀଙ୍କ ଘର ପାଖରେ।

ପାଥାରପୁରୀ ହଷ୍ଟେଲରେ ଗୋଟେ କାଠଚଂପା ଗଛ ଥାଏ। ନାନୀ ତା ଡାଳରେ ଚଢ଼ି ଫୁଲ ତୋଳେ। ମତେ ଭାରି ଡର ଲାଗେ। ଏ ଡାଳରୁ ସେ ଡାଳ ବୁଲି ନାନୀ ଯେମିତି ଫୁଲ ତୋଳେ, ମୁଁ ସେମିତି କରିପାରେନାହିଁ। ଗଛମୂଳରେ ଠିଆହେଇ ମୁଁ କାନ୍ଦେ- ନାନୀ, ତୁ ଓହ୍ଲେଇ ଆ’- ନାନୀ ଶୁଣେନି, ଫୁଲ ତୋଳିବାରେ ଲାଗିଥାଏ। ସେପଟେ ଥାଏ ଉଦିଆ ଭାଇନାଂକ ଘର। ସେ ଆମକୁ ଦେଖି ଗଛ ନଚଢ଼ିବାକୁ କୁହନ୍ତି।

ଆମେ ପାଥାରପୁରୀ ହଷ୍ଟେଲରୁ ଆଗକୁ ବଢ଼ୁ। ଲେଡ଼ିଜ ହଷ୍ଟେଲ ପାଖେ ଗୋଟେ ବଂଗାଳି ଘର ଥାଏ। ସେଠି ବି ଫୁଲଗଛ ଥାଏ, ଫୁଲ ତୋଳୁ। ସେ ଗଛ ସବୁର ଉଚ୍ଚତା କମ୍ -ମୁଁ ସେଠୁ ଆରାମରେ ଫୁଲ ତୋଳିପାରେ।

ଆମେ ଧୀରେ ଧୀରେ ଆଗକୁ ବଢ଼ୁ। ଡାକ୍ତର ଜେ. ଚୌଧୁରୀଙ୍କ ଘର ପାଖେ ଗୁଡ଼ାଏ ଫୁଲଗଛ ଥାଏ। ଆଗରେ ଗୋଟେ ପଟେ ଆର୍.ଟି. ଓ. ଅଫିସ୍ ଓ ଆରପଟେ ରାମ ରାଉତରାୟଙ୍କ ଘର। ସେଇଠି ଥାଏ ଆମର ଶେଷ ଫୁଲଗଛ। ଆମେ ଫୁଲ ତୋଳି ଘରକୁ ଫେରୁ ଫେରୁ ଦିନ ୯ଟା। କେବେ କେବେ ଦଶଟା। ନନା ସେ ଫୁଲ ନେଇ ଦିଅଁ ପୂଜା କରନ୍ତି। ନନା ବୋଉ ଉଠୁ ଉଠୁ ସକାଳ ୯ଟା ହୋଇଯାଏ। ମା ଆମକୁ ଖାଇବାକୁ ଦିଏ।

ଏମିତି ଚାଲୁଥିଲା ଆମର ଜୀବନ। ସକାଳୁ ଫୁଲ ତୋଳା, ଉପରବେଳା ପାଖ ଭଂଗା ଘରେ ପଶି ଲୁଚକାଳି ଖେଳିବା। ସଂଜ ହେଲେ ମାଆ ପାଖେ ବସି ଗପ ଶୁଣିବା।

ଏମିତି ହଠାତ୍ ଦିନେ କକେଇ ଜଣକୁ ପଠେଇଲେ। ଆମେ କେନ୍ଦ୍ରାପଡ଼ା ଗଲୁ। ୧୯୬୭ ମସିହା। ବାତ୍ୟା ପରେ କେନ୍ଦ୍ରାପଡ଼ା ମ୍ୟୁନିସ୍‌ପାଲିଟିର ଏକ୍‌ଜିକ୍ୟୁଟିଭ୍ ଅଫିସର ଭାବେ କକେଇ ଯୋଗ ଦେଇଥାନ୍ତି। କକେଇଂକ କ୍ବାଟର୍ସ ଥାଏ ଫ୍ରେଜର ବାଳିକା ବିଦ୍ୟାଳୟ ପଡ଼ିଶା। ନାନୀ ସେଇଠି ଚତୁର୍ଥରେ ପଢ଼ିଲା। ପ୍ରଥମ କିଛି ଦିନ ମୁଁ ନାନୀ ସ୍କୁଲରେ ପଢ଼ିଲି। ତା’ପରେ ଗୋଟେ ନୂଆ ସ୍କୁଲରେ ମୋ ନାଁ ଲେଖାହେଲା। ଲୋକେ ସେ ସ୍କୁଲକୁ ବିଦୁର ଉ.ପ୍ରା. ବିଦ୍ୟାଳୟ କହୁଥିଲେ। କକେଇ ଚାହୁଁଥିଲେ ନାନୀ ଗୀତ ଶିଖୁI ଆମ ଘରକୁ ଜଣେ ଗୀତ ଶିକ୍ଷକ ଆସିଲେ। ତାଂକ ସହ ତବଲା ବଜେଇବା ଜଣେ ଲୋକ ବି ଥାଆନ୍ତି। ମୁଁ ବେଳେବେଳେ ତବଲାରେ ବି ହାତ ରଖେ। ହେଲେ ତବଲା ମୋ ହାତରେ ହେଉନଥାଏ, ଗୀତ ଗାଇ ପାରୁଥାଏ।

ଅନେକ ବର୍ଷ ପରେ ଜାଣିଲି, ଆମର ସେ ସଂଗୀତ ଶିକ୍ଷକ ଥିଲେ ବିଶିଷ୍ଟ ସଂଗିତଜ୍ଞ ଶ୍ରୀ ଭିକାରି ବଳ। କେତେ ବର୍ଷ ପରେ କେନ୍ଦ୍ରାପଡ଼ା ଯାଇଥିଲା ବେଳେ ମୋର ସେ ସ୍କୁଲ ବିଦୁର ଉ.ପ୍ରା. ବିଦ୍ୟାଳୟକୁ ଖୋଜିଲି। ସେଠୁ ଜାଣିଲି, ସେମିତି କୌଣସି ସ୍କୁଲ ନାହିଁ। କେହି ଜଣେ ବିଦୁର ପ୍ରାଇମେରି ସ୍କୁଲଟିଏ କରିଥିଲେ। ସେ ସ୍କୁଲର ନାଆଁ ପରେ ସାଆନ୍ତ ସାହି ଉ.ପ୍ରା.ବିଦ୍ୟାଳୟ ହୋଇଯାଇଥିଲା। ନାନୀର ଫ୍ରେଜର ବାଳିକା ଉ.ପ୍ରା. ବିଦ୍ୟାଳୟର ଚିହ୍ନ ବର୍ଣ୍ଣ ନଥିଲା।

ମୋର ଆନୁଷ୍ଠାନିକ ସ୍କୁଲ ପଢ଼ା କେନ୍ଦ୍ରପଡ଼ାରୁ ହିଁ ଆରମ୍ଭ ହେଲା। ବାତ୍ୟା ବିଧ୍ବସ୍ତ ସହର ଚାରିଆଡ଼େ ଚାଳ ଉଡ଼ିଯାଇଥବା ଘର। ଛଅ/ସାତ ମାସ ବିତିଗଲା। କକେଇଙ୍କର ବଦଳି ହେଲା ରାଉରକେଲା। ମା, ନାନୀ ଓ ମୁଁ ପୁରୀ ଚାଲିଆସିଲୁ। ୧୯୬୮ ମସିହା ଖରାଦିନ। ପୁଣି ଆରମ୍ଭ ହେଲା ଆମର ପୁରୀର ଫୁଲତୋଳା, ଭଂଗା ଘରେ (ବୋଧେ ସେ ଘରର ନାଁ ନୀଳିମା ହାଉସ୍ ଥିଲା) ଲୁଚକାଳି ଖେଳ ସାଂଗମାନଂକ ସହ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

Vipul’s Voice: Realisation at the age of 70
More

Vipul’s Voice:
 Realisation at the age of 70

by Vipul Agarwal
July 19, 2026

Vipul Agarwal, Delhi, 19 July 2026 I fail to even imagine how it will feel when somebody realises at the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.