• About
  • Contact
Friday, May 1, 2026
Friday, May 1, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଗଣ କବି ଜୟନ୍ତୀ

ଗଣ କବି ଜୟନ୍ତୀ
Share on FacebookShare on Xshare on Whatsappshare on Linkedin
ବଟ କୃଷ୍ଣ ସ୍ୱାଇଁ, ୧୭ ଅକ୍ଟୋବର ୨୦୨୪

ମାହାଙ୍ଗା ମଉଡ଼ମଣି
ପୂଜ୍ୟ ଗଣ କବି ପାଣି
ଓଡ଼ିଶା ରାଇଜେଖ୍ୟାତ ବୈଷ୍ଣବ ପାଣି
ପବିତ୍ର ଜନ୍ମଜୟନ୍ତୀ
ଅଞ୍ଚଳବାସୀ ପାଳନ୍ତି
ତବ ଯଶ କୀର୍ତ୍ତି ଖ୍ୟାତି ସୁଗୁଣ ଗୁଣି
ବାଣୀ ବୀଣାପାଣି
କରୁଣା କୃପାବଳେ ପଦ୍ୟେ ଭଣି।

ନାଟ୍ୟରଚନା –
ଲୋକନାଟ୍ୟ ଲୋକକଳା
ଗୀତିନାଟ୍ୟ ପରମ୍ପରା
ସୃଷ୍ଟି କରି ସ୍ରଷ୍ଠା ଶ୍ରେଷ୍ଠରେ ବିବେଚିତ
ପୌରାଣିକ କଥା ବସ୍ତୁ
ଆଧାରେ ରଚନା ହେତୁ
ଦର୍ଶକ ମନୋରଞ୍ଜନ ପ୍ରଶଂସାପାତ୍ର
ହେ ସାରସ୍ୱତ ବରପୁତ୍ର
ରାଜ୍ୟେ ମାହାଙ୍ଗା ଗର୍ବ ଗୌରବମଣ୍ଡିତ।

ଆଦି ନାଟ୍ୟକାର ଗଣ୍ୟ
ଲାଲା ଜଗନ ମୋହନ
ପଲ୍ଲି କବି କାବ୍ୟ ଧନ୍ୟ
ପ୍ୟାରୀମୋହନ
ବାଗ୍ନୀ ବିଶ୍ୱନାଥ କର
ଶିଳ୍ପୀ ଗୁରୁ ବିମ୍ବାଧର
କର୍ମଯୋଗୀ କର୍ମବୀର ଗୌରୀଶଙ୍କର
ଦ୍ୱିତୀୟ ଭଞ୍ଜ ଗୋଲକ ପ୍ରଧାନ
ଜନମ ଲଭି ମାହାଙ୍ଗା ଅଞ୍ଚଳ ଧନ୍ୟ।

କୋଟପଦା ଗ୍ରାମେ ଜାତ
ଦୁଃଖରେ କାଳାତିପାତ
ବ୍ରାହ୍ମ ସମାଜୁ ବାସନ୍ଦ ଲଭି
ଯାତନା ସମାଜ ବିଧିବିଧାନ
ଜାତିପ୍ରଥା ଉଲଘଂନ
ଜାତୀୟ ସମାଜବାଦୀ ଚିନ୍ତାଚେତନା
ସମାଜ ସଂସ୍କାର ପ୍ରୟାସ
ସ୍ୱାଧୀନତା ଆନ୍ଦୋଳନ ଭାରତବର୍ଷ।

ରଚିଗିତ ଅଭିନୟ
ବାଣାସୁର ପରାଜୟ
ପର୍ଶୁରାମ ମାତୃହତ୍ୟା,
ଭକ୍ତ ସୁଦାମ କର୍ଣ୍ଣ,
ମହିକର୍ଣ୍ଣବଧ
ସମୁଦ୍ର ମନ୍ଥନ ଦ୍ୱନ୍ଦ୍ୱ
ଦ୍ରୌପଦୀ ବସ୍ତ୍ର ହରଣ,
ଶ୍ରୀବତ୍ସ ରାଣା
ତ୍ରିପୁର ମୋହିନୀ ହରଣ
ମହିଁଷା ମର୍ଦ୍ଦିନୀ,
ସୁରାସୁର ନିଧନ।

ମଞ୍ଚେ ଅଭିନୟ ରଙ୍ଗେ
ହାସ୍ୟ ସୁଆଙ୍ଗ ପ୍ରସଙ୍ଗେ
ନଟ ନଟୀ,
ଦୂତ ଦୂତୀ ଗୀତିନାଟକ
ମଣ୍ଡି ରାଜଦରବାର
ଧନୀଶ୍ରେଷ୍ଠ ଜମିଦାର
ଓଡ଼ିଶା ବଙ୍ଗ ବିହାର ଜନରଞ୍ଜକ
ଅଭିନୟରେ ଜନପ୍ରିୟ
ଶ୍ରେଷ୍ଠ ଗୀତିନାଟ୍ୟ ମାନ୍ୟ ଗୀତାଭିନୟ।

ପ୍ରାକ୍ତନ ସଂସ୍କୃତି ମନ୍ତ୍ରୀ
ପ୍ରଚେଷ୍ଟା ପାଣି ଜୟନ୍ତୀ
ମହାନ ପ୍ରତିଭାପୂଜା ପୁଜ୍ୟପୂଜନ
ସମଗ୍ର ଓଡ଼ିଶା ରାଜ୍ୟ
ଗଉରବାନ୍ବିତ ଆଜ
ଗଣକବି ବୈଷ୍ଣବ ପାଣିହିଁ ଧନ୍ୟ
ଚୀର ବନ୍ଦ୍ୟ ଚୀର ବରେଣ୍ୟ
କଳାକୃତି ସଂସ୍କୃତି ଅସ୍ମିତା ସର୍ଜନ।

ବଟ କୃଷ୍ଣ ସ୍ୱାଇଁ

ବଟ କୃଷ୍ଣ ସ୍ୱାଇଁ

କବି ଓ ସମାଜସେବୀ

Related Posts

ମଧୁବାବୁ
Literature

ମଧୁବାବୁ

by ପ୍ରଭୁକଲ୍ୟାଣ ମହାପାତ୍ର
April 29, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୯ ଏପ୍ରିଲ, ୨୦୨୬ ମଧୁବାବୁ ନାମେ ତୁମେ ରାଜ୍ୟେ ପରିଚିତ ଏମ.ଏସ.ଦାସ ଭାବେ ଦେଶରେ ବିଦିତ ପ୍ରକୃତରେ ତୁମେ ସାରା ପୃଥିବୀ ବିଖ୍ୟାତ...

Read more
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
What You Call Right

What You Call Right

April 18, 2026
ମହା ବିଷୁବ ସଂକ୍ରାନ୍ତି

ମହା ବିଷୁବ ସଂକ୍ରାନ୍ତି

April 14, 2026
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.