• About
  • Contact
Sunday, August 30, 2026
Sunday, August 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଘୋଷ ଯାତ୍ରା

ଘୋଷ ଯାତ୍ରା
Share on FacebookShare on Xshare on Whatsappshare on Linkedin
ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୬ ଜୁଲାଇ ୨୦୨୬

ହୋ ଡାହୁକେ ହୋ, ହୋ ଭକତେ ହୋ
ବଡ଼ଦାଣ୍ଡେ ଆଜି ଗହଳି ଲାଗିଛି
ଛୁଟୁଅଛି କେତେ ଭକତ ସୁଅ ।।
ହୋ ଭକତେ……….

ଆଗରେ ଗଲେଣି ଚାଲି ବଡଭାଇ
ପଛରେ ଆସୁଛି ହଳଦିଆ ମୁହିଁ।
ନିରାଶେ ଭକତ ରାହା ଦେଖୁଛନ୍ତି
କାଳିଆ ରାଜାର ଦେଖିବେ ମୁହଁ।।
ହୋ ଭକତେ……….

ଟାହିଆ ହଲାଇ ଆସୁଛି କାଳିଆ
ଅଣ୍ଟା ଦୋହଲାଇ ନାଚନ୍ତି ଘଣ୍ଟୁଆ।
ବଡଦାଣ୍ଡେ କେତେ ଗଡି ଯାଇଛନ୍ତି
ଭାବରେ ଭକତ ଝରାଏ ଲୁହ।।
ହୋ ଭକତେ……….

ଯାଉଛୁ ତୁ ତୋର ମାଉସୀର ଘର
ଜଗତେ ଦେଖନ୍ତି ଲୀଳା ଯେ ତୋହର।
ନେଇଯା ତୁ ଥରେ ମୋତେ ତୋ ସାଥେ
ମାନବ ଜନମ ଆଉ ନ ଦିଅ।।
ହୋ ଭକତେ……….

ସଂସାର ମୋହରେ ହେଉଛି ମୁଁ ଘାଣ୍ଟି
କାଳ କବଳରେ ହୁଏ ଛାଟିପିଟି।
ଭରଷା କରିଛି ଭକତ ବାନ୍ଧବ
ମାୟା ବନ୍ଧନରୁ ଫିଟାଇ ଦିଅ।।
ହୋ ଭକତେ……….

ବିଜୟ କୁମାର ପାଣି

ବିଜୟ କୁମାର ପାଣି

ସମାଜସେବୀ ଏବଂ କବି

Related Posts

ବର୍ଷା ଭିଜା ରାତି
Literature

ବର୍ଷା ଭିଜା ରାତି

by ପ୍ରଭୁକଲ୍ୟାଣ ମହାପାତ୍ର
August 29, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୯ ଅଗଷ୍ଟ, ୨୦୨୬ ବର୍ଷା ଭିଜା ଅନ୍ଧାର ରାତିରେ ମନେ ମୋର ରୋମାଞ୍ଚ ଜାଗେରେ ତୁମେ ସଖୀ ନଥିଲେ ପାଖରେ ଚିତ୍ତ ଭରେ...

Read more
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.