• About
  • Contact
Saturday, May 2, 2026
Saturday, May 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୪୬)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ନଭେମ୍ବର ୨୦୨୪

ବୁଢାଖମଣରେ ପହଞ୍ଚିବା ବେଳକୁ ସନ୍ଧ୍ୟା ହୋଇ ଯାଇଥିଲା। ସମସ୍ତେ ଝରା ଭାଇ ଙ୍କ ଘରେ ରାତିଟା କଟାଇ ତାପର ଦିନ ଫୁଲଝର ଯିବାପାଇଁ କଥା ହେଲେ। ସେ ଦିନ ସନ୍ଧ୍ୟାରେ ବୁଢାଖମଣ ର ଦରବାର ଘରେ ଧାଙ୍ଗଡା ଧାଙ୍ଗେଡୀ (ଭୁୟାଁମାନେ ସେମାନଙ୍କ ସମ୍ପ୍ରଦାୟର ଅବିବାହିତ ଯୁବକ ମାନଙ୍କୁ ଧାଙ୍ଗଡା ଓ ଅବିବାହିତା ଯୁବତୀ ମାନଙ୍କୁ ଧାଙ୍ଗଡୀ କହିଥାନ୍ତି) ମାନେ ଚାଙ୍ଗୁ ବଜାଇ ନାଚଗୀତ ଆରମ୍ଭ କରିଦେଲେ। ଧିରେଧିରେ ଗାଁ ର ସମସ୍ତେ ସେଠି ରୁଣ୍ଡ ହୋଇ କିଛି ଚାଙ୍ଗୁ ଆଣିଥିଲେ ବଜାଇଲେ ଆଉ କିଛି ନାଚରେ ସାମିଲ୍ ହେଲେ। ମନ୍ମଥ, ବୈରାଗୀ ଭାଇ, ମୁଣ୍ଡା ଭାଇ ଓ ବିଲୁଆ ଭାଇ ଦରବାର ଘରେ ପହଞ୍ଚି ନାଚଗୀତ ରେ ସାମିଲ୍ ହେଲେ। ଏହି ସମୟରେ ଗାଁ ର ଜଣେ ବୟସ୍କ ଲୋକ ଗାଇ ଉଠିଲେ “ଚାଙ୍ଗୁର କାଛେଣି, ଚାଙ୍ଗୁର କାଛେଣି।ଶୋଇଥିଲେ ବୋହୂ ଉଠି ଆସିଥାଇ। ବସିଥିଲେ ବୋହୂ ଉଠି ଆସିଥାଇ।”
ନାଚଗୀତ ଚାଲିଥାଏ, ଝରା ଭାଇ ଙ୍କ ସ୍ତ୍ରୀ ଆସି ଖାଇବା ପାଇଁ ଡାକିଲେ। ତେଣୁ ମନ୍ମଥ, ବୈରାଗୀ ଭାଇ, ମୁଣ୍ଡା ଭାଇ ଓ ବିଲୁଆ ଭାଇ ଝରା ଭାଇ ଙ୍କ ସହିତ ଖାଇବା ପାଇଁ ଉଠି ଆସିଲେ। ତା ପରଦିନ ସମସ୍ତ ଙ୍କୁ ଫୁଲଝର ଯିବାପାଇଁ ପଡିବ। ତେଣୁ ଝରା ଭାଇ ଙ୍କ ଘରେ ପହଞ୍ଚି ସମସ୍ତେ ଖାଇଦେଇ ଶୋଇବା ପାଇଁ ଚାଲିଗଲେ।

ତାପର ଦିନ ସକାଳୁ ମନ୍ମଥ ଆଉ ଅନ୍ୟମାନେ ଫୁଲଝର ବାହାରି ଆସିଲେ। ଫୁଲଝର ରେ ପହଞ୍ଚିଲା ବେଳକୁ ସୂର୍ଯ୍ୟ ଦେବତା ମୁଣ୍ଡ ଉପରେ ହୋଇ ଯାଇଥିଲେ। ଗାଁ ପ୍ରଧାନ କୈଳାସ ଗିରି ଙ୍କ ଘରେ ପହଞ୍ଚି ପାଣିପୁଣା ପିଇ ଟିକିଏ ଗଡ଼ପଡ଼ ହେଲେ। କୈଳାସ ଭାଇ ଏମାନେ ସବୁ ଯିବା କଥା ଆଗରୁ ଖବର ପାଇ ଯାଇଥିଲେ। ତେଣୁ ଘରେ ଏମାନଙ୍କ ପାଇଁ ରୋଷେଇ କରିବାପାଇଁ ଭାଉଜ ଙ୍କୁ ଆଗରୁ କହି ଦେଇଥିଲେ। ତେଣୁ ରୋଷେଇ ଶିଘ୍ର ସରିଗଲା। ଖାଇ ସାରିବା ପରେ କଥା ଆରମ୍ଭ କରି ଝରା ଭାଇ କୈଳାସ ଭାଇ ଙ୍କୁ କେତେବେଳେ ଗାଁ ଦରବାର ଘରେ ବସିବା ପଚାରିଲେ। ଆଗରୁ ସନ୍ଧ୍ୟା ସମୟରେ ଦରବାର ଘରେ ବସିବା କଥା ହୋଇଥିବା ର କଥା ସେ କହିଲେ। ଏହା ପରେ ମନ୍ମଥ ତାଙ୍କ ଗାଁ ରେ ଥିବା ବିଭିନ୍ନ ବ୍ୟବସ୍ଥା ସମ୍ପର୍କ ରେ ପଚାରିବାରୁ ତା’ର ଉତ୍ତର ରେ କୈଳାସ ଭାଇ ଏହିପରି କହିଲେ, –
“ଫୁଲଝର ଗାଁ ରେ ଷାଠିଏ ସତୁରୀ ଘରେ ପାଉଡି ଭୂୟାଁ ଲୋକ ରହନ୍ତି। ଅଲଗା ଜାତି ବୋଇଲେ ଗଉଡ଼, ମୁଣ୍ଡା, ଗଣ୍ଡ ଲୋକ ରୁହନ୍ତି। ଦରବାର ଘର ଟିଏ ଥିଲା। ସେଠାରେ ନୁଆ କରି ଦରବାର ଘର ଗାଁ ଲୋକେ ତିଆରି କରିଛନ୍ତି। ଦରବାର ଘର ସମ୍ମୁଖରେ ଏକ କାଷ୍ଠ ଖୁଣ୍ଟ ପୋତାଯାଇଥାଏ ତାହାକୁ ଗାଁ ଶିରୀ ଖୁଣ୍ଟ କହନ୍ତି। ପର୍ବପର୍ବାଣି ମାନଙ୍କରେ ପିଠଉକନା ସହ ଏହା ଉପରେ ବାଉଁଶ ଛତା ବାନ୍ଧି ଦିଆଯାଏ। ଏହାକୁ ଠାକୁରାଣୀ ଛତ୍ର କୁହାଯାଏ। ଏହି ଗାଁ ଶିରୀଖୁଣ୍ଟକୁ ପ୍ରତି ଦଶ ବର୍ଷରେ ବଦଳାଯାଇଥାଏ। ଏକ ବିଶେଷ ପୂଜାର୍ଚନାପରେ ଜଙ୍ଗଲରୁ ଆଣିଥିବା ଶାଳକାଠର ଖୁଣ୍ଟକୁ ଗାଁର ଦେହୁରୀ ଦରବାର ଘର ସମ୍ମୁଖରେ ପୋତିଥାନ୍ତି।ଦରବାର ଘର ଭୁୟାଁ ଗାଁମାନଙ୍କର ଅସ୍ମିତା କହିଲେ ଅତ୍ୟୁକ୍ତି ହେବନି। ଗାଁରେ ନ୍ୟାୟନିଶାପ, ପୂଜାପର୍ବାଣି ଓ ଚାଷକାର୍ଯ୍ୟ ସଂମ୍ପର୍କିତ ସାମୁହିକ ଆଲୋଚନା ଓ ସିଦ୍ଧାନ୍ତ ଗଣତାନ୍ତ୍ରିକ ପଦ୍ଧତିରେ ବା ସର୍ବସମ୍ମତିକ୍ରମେ ସ୍ଥିର କରାଯାଇଥାଏ। ଗାଁର ଅବିବାହିତ ଯୁବକମାନେ, ଗାଁକୁ ଆସିଥିବା ଅତିଥିମାନେ ଏହି ଘରେ ରାତ୍ରୀଯାପନ କରିଥାନ୍ତି। ଗାଁରେ ଅତିଥିମାନେ ଖାଇବା ପାଇଁ ମଧ୍ୟ ଲୋକମାନେ ଚାଉଳ, ଡାଲି ଓ ପନିପରିବା ସଂଗ୍ରହ କରି ଏହି ଘରେ ରଖିଥାନ୍ତି। ବାହାର ଗାଁର କିମ୍ବା ଅନ୍ୟ ଅତିଥିମାନେ ଆସିଲେ ଗାଁର ଧାଙ୍ଗଡୀ ମାନେ ଖାଦ୍ୟ ରାନ୍ଧିକରି ସେମାନଙ୍କୁ ଦେବାସହ ଅତିଥିମାନଙ୍କ ସେବା ଯତ୍ନ ନେଇଥାନ୍ତି। ଦରବାରଘର ସମ୍ମୁଖରେ ଅତି ପ୍ରଶସ୍ତ ନୃତ୍ୟଭୂମି, ପଟାଭାଡ଼ି (ବଡ଼ବଡ଼ କାଠଗଣ୍ଡି ଦ୍ବାରା) ଥାଏ।ଦରବାରଘର ସମ୍ମୁଖରେ ଦିନରାତି ଅଖଣ୍ଡ ଧୂନି ଜଳୁଥାଏ। ଏଥିପାଇଁ କାଠଯୋଗାଇବାର ଦାୟିତ୍ବ ଭୂୟାଁ ଧାଙ୍ଗଡାମାନଙ୍କ ଉପରେ ନ୍ୟସ୍ତ ଥାଏ।ଦିନର ସମସ୍ତ କାର୍ଯ୍ୟ ସାରିବାପରେ ଧାଙ୍ଗଡା ଧାଙ୍ଗେଡୀ ମାନେ ଅଣ୍ଟାରେ ହାତକୁ ହାତ ଛନ୍ଦି ଦଳଗତଭାବେ ନୃତ୍ୟ କରିଥାନ୍ତି। ଯୁବକମାନେ ଚାଙ୍ଗୁ ବଜାଇଥାନ୍ତି। ସେମାନେ ବିଭିନ୍ନ ପଶୁପକ୍ଷୀଙ୍କୁ ଅନୁସରଣକରି ଯଥା ସାପ ପାଳି, ମିରିଗ ପାଳି, ଭାଲୁ ପାଳି, ବାଘ ପାଳି, ମୟୁରପାଳି ନୃତ୍ୟ କରିଥାନ୍ତି।” ଏହି ସମୟରେ କୈଳାସ ଭାଇ ଙ୍କ ସ୍ତ୍ରୀ ଖାଇବାକୁ ଡାକିବାରୁ ସମସ୍ତେ ଉଠିଗଲେ ଖାଇବା ପାଇଁ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ
More

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ

by Saswat Ranjan Das
April 28, 2026

ଇଂ. ଶାଶ୍ଵତ ରଞ୍ଜନ ଦାସ, କଟକ, ୨୮ ଅପ୍ରେଲ ୨୦୨୬ ଓଡ଼ିଶାର ଇତିହାସ କେବଳ ଘଟଣାବଳୀର ସମାହାର ନୁହେଁ, ବରଂ ଏହା ତ୍ୟାଗ, ଶୌର୍ଯ୍ୟ ଏବଂ ଆତ୍ମାଭିମାନର...

Read more
ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

April 27, 2026
ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର

ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର

April 23, 2026
Vipul’s Voice: One Kilogram of Awareness

Vipul’s Voice: 
One Kilogram of Awareness

April 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୪)

April 14, 2026
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.