• About
  • Contact
Monday, July 27, 2026
Monday, July 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ରାଉରକେଲା: ଦିନରାତି

ରାଉରକେଲା: ଦିନରାତି
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୫ ନଭେମ୍ବର ୨୦୨୪

ଆମେ ବୋଧେ ଜୁନ୍ ମାସରେ ରାଉରକେଲା ଗଲୁ। ମା ଓ ମୁଁ। ନାନୀକୁ ବୋଉ ଛାଡ଼ିଲାନି। ସେ ରାଉରକେଲା ଗଲାନି। ରାଉରକେଲା ସେତେବେଳେ ଶିଶୁ । କକେଇଂକ କ୍ବାଟର୍ସରେ ପହଂଚି କିଛିଦିନ ରହିଲୁ। ଦିନେ ନେଳି ରଂଗର ଆମ୍ବାସାଡ଼ର କାରଟିଏ ଆମ ଘର ସାମ୍ନାରେ ପହଂଚିଲା। ଜାଣିଲି, ଆମେ କୁଆଡ଼େ ଯିବୁ। ସଂଜ ବେଳକୁ କକେଇ ଅଫିସ୍‌ରୁ ଫେରିଲେ। ମା ଓ ମୁଁ ରେଡ଼ି ହେଲୁ।

ସେଇ ରାତିରେ ଆମେ ବାରିପଦା ବାହାରିଲୁ। ପରଦିନ ସକାଳୁ ଆମ କାର୍ ବାରିପଦାରେ ପହଂଚିଲା। ଅଜା ଅପେକ୍ଷା କରିଥିଲେ। ଭୁବା ମାମୁଁ, ଧର୍ମା ମାମୁଁ, ନିଶା ମାଉସୀ ଓ ବେବି ମାଉସୀ ବି। ସେମାନେ ଥିଲେ ଆମ ଖୁଡ଼ିଙ୍କ ନିଜ ଭାଇଭଉଣି।

ଖୁଡ଼ିଙ୍କୁ ଦେଖିଲୁ। ତାଂକ ପାଖରେ କୁନି ଝିଅଟିଏ ଶୋଇଥାଏ। ଖୁଡ଼ି ଦେଖେଇଦେଲେ- ବାବୁ, ଏ ତୁମର କୁନି ଭଉଣି। ଗୁଲଗୁଳି ଝିଅଟିଏ ଶୋଇଥାଏ। ମୁଁ ତାକୁ କୋଳରେ ଧରିବାକୁ ଜିଦି କଲି। ସେଇ ରାତିରେ ଆମେ ଖୁଡ଼ି ଓ କୁନି ଝିଅଙ୍କୁ ନେଇ ରାଉରକେଲା ଫେରିଆସିଲୁ। ପରଦିନ ରାଉରକେଲାରେ ପହଂଚିଗଲୁ। ଦି ଚାରିଦିନ ପରେ ଅଜା ଆସିଲେ। କୁନି ଝିଅର ନାଁ ଦିଆ ହେଲା। ବାରିପଦାରେ ଜନ୍ମ ହେଇଥିବାରୁ ତା ନାଁ ଅମ୍ବିକା ରଖାଗଲା। ଡାକ ନାଁ -ମାମିନା ଦିଆଗଲା।

ରାଉରକେଲାରେ ମୋ ନାଁ- ଉଦିତ୍ ନଗର ଉ.ପ୍ରା. ବିଦ୍ୟାଳୟରେ ଲେଖା ହୋଇଥିଲା। ସେ ସ୍କୁଲ ଏନ୍.ଏ.ସି. ଅଫିସ୍ ପାଖରେ ଥିଲା। ସ୍କୁଲ ପଛରେ ଥିଲା ପାର୍କଟିଏ ପ୍ରଧାନଶିକ୍ଷକଙ୍କ ନାଁ ଥିଲା ସାହେବ ସିଂହ।

ଆମ କ୍ବାଟର୍ସ ଓ ସ୍କୁଲ ମଝିରେ ପଡ଼ିଆଟିଏ ଥିଲା। ମାମିନା ଓ ମୁଁ ସନ୍ଧ୍ୟାବେଳେ ମାମିନାର ଛୋଟ ଖେଳ ରିକ୍‌ସା ନେଇ ଯାଉଥୁଲୁ। ମାମିନା ସେ ରିକ୍‌ସାରେ ବସୁଥୁଲା, ମୁଁ ତାକୁ ଠେଲୁଥୁଲି।

ସେଇଠି ମୋର ସାଙ୍ଗ ଦୁଇଜଣଙ୍କ ନାଁ ମନେଅଛି- ଅନିଲ କୁମାର ପାତ୍ର ଓ ପ୍ରଭାତ ସେନାପତି l ଅନିଲ ଏବେ ପୁରୀରେ ଅଛି। ତା ଚାକିରି ସରିଗଲାଣି। ପ୍ରଭାତ କୁଆଡ଼େ ଗଲା କେଜାଣି ! ଅନିଲ କହେ- ସେ ଆଜିକାଲି ରାଉରକେଲାରେ ହିଁ ଅଛି।

ଅନିଲ ଥିଲା ମୋର ରାଉରକେଲାର ସବୁଠୁ ଘନିଷ୍ଠ ସାଙ୍ଗ। ତାର ବାପା ତ୍ରିନାଥ ପାତ୍ର ପ୍ରମୋସନରେ ଓ.ଏ.ଏସ୍. ପାଇ ରାଉରକେଲା ଆସିଥିଲେ। ସମ୍ଭବତଃ ସେ ଥିଲେ ଏମର୍ଜେନ୍ସି ଅଫିସର। ଅନିଲର ବଡ଼ ଭାଇ ସୁନିଲ ଭାଇ ଓ ଭଉଣି ଆରତି ନାନୀ ଓ ଭାରତୀ ନାନୀ ସେଇଠି ପଢୁଥିଲେ। ତାଙ୍କ କ୍ବାଟର୍ସ ଥିଲା ଆମ କ୍ବାଟର୍ସରୁ ତିନି ଲେନ୍ ଛାଡ଼ି। ଆମେ ଏକା ଟିଉସନ୍‌ରେ ପଢୁଥିଲୁ। ରାତିରେ ଫେରିଲାବେଳେ ମାଉସୀ କେବେ କେବେ ମୋତେ ଓ ଅନିଲକୁ ଏକାଠି ରୁଟି ଓ ସାଧା ତରକାରି ଖାଇବାକୁ ଦେଉଥିଲେ।

ଆମେ ଦୁହେଁ ସାଂଗ ହୋଇ କେବେ ଓଭରବ୍ରିଜ୍ ଚଢ଼ି ପଲିଟେକ୍‌ନିକ୍ ଦେଖିବାକୁ ଯାଉଥିଲୁ। କକେଇ ତାଙ୍କ ଜିପ୍ ଗାଡ଼ିରେ ମତେ ଓ ଖୁଡିଂକୁ ନେଇ ସେକ୍ଟର ଆଡ଼େ, ବିଶେଷ କରି ସିଭିକ୍ ସେଣ୍ଟର ଯାଉଥିଲେ। ଖରାବେଳେ କକେଇ ଅଫିସ୍ ଯାଇଥିବା ବେଳେ ଖୁଡ଼ି ମତେ ନେଇ କେବେ କେବେ ରକ୍‌ସି ବା କୋଣାର୍କ ବା ଅପ୍‌ସରା ସିନେମା ହଲ୍‌କୁ ଫିଲ୍ମ ଦେଖିବାକୁ ଯାଉଥିଲେ। ମାମିନା ବୋଧେ ମା ପାଖେ ରହୁଥିଲା।

ଏନ୍.ଏ.ସି.ର ଏକ୍‌ଜିକ୍ୟୁଟିଭ୍ ଅଫିସର ହେଇଥିବାରୁ କକେଇଂକର ଯଥେଷ୍ଟ ସମ୍ମାନ ଥିଲା। ତାଂକର ଅନେକ ସାଂଗ ଥିଲେ, ବିଶେଷ କରି ଗୌରଂଗ ଲେଂକା। ଗୌରଂଗ ଲେଂକା, ଅନାଦି ସାହୁ ଓ କକେଇ ପ୍ରଥମେ ଓ.ଏ.ଏସ୍. ପାଇ ଓ.ପି.ଏସ୍. ଅର୍ଥାତ୍ ପୋଲିସ ଚାକିରୀରେ ଯାଇଥିଲେ। ଅନାଦି ସାହୁ ଓ ଗୌରାଂଗ ଲେଂକା ପୋଲିସ୍ ଚାକିରୀରେ ରହିଲେ। କକେଇ ଓ.ଏ.ଏସ୍. ଅର୍ଥାତ୍ ପ୍ରଶାସନିକ ଚାକିରିକୁ ଫେରିଆସିଲେ।

ହଠାତ୍ ଦିନେ ଭବା ମାମୁଁ ବାରିପଦାରୁ ଆସି ପହଂଚିଲେ। ଜଣାଗଲା, ଅଜା ତାଂକୁ ମାରିଲେ। ବଡ଼ ପିଲା, ଅଭିମାନରେ ଉଭଣି ପାଖକୁ ଚାଲିଆସିଲେ। ସେଇଠି ତାଂକ ନାଁ ଇଂଜିନିୟରିଂ ଡିପ୍ଲୋମାରେ ଲେଖାଗଲା। ମୋର ଓ ମାମିନାର ସିଏ ହେଲେ ନୂଆ ସାଂଗ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

Vipul’s Voice: Realisation at the age of 70
More

Vipul’s Voice:
 Realisation at the age of 70

by Vipul Agarwal
July 19, 2026

Vipul Agarwal, Delhi, 19 July 2026 I fail to even imagine how it will feel when somebody realises at the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.