• About
  • Contact
Tuesday, March 10, 2026
Tuesday, March 10, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୪୮)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଡିସେମ୍ବର ୨୦୨୪

ସେ ଦିନ ସନ୍ଧ୍ୟାରେ ମନ୍ମଥ, ଝରା ଭାଇ, ବିଲୁଆ ଭାଇ ଓ ବାରିକ ଭାଇ ମିଶି ତଳବରଡା ଗାଁ ର ଦରବାର ଘରେ ପ୍ରଥମେ ଆଗାମୀ ପିଢ ବୈଠକ ସମ୍ପର୍କ ରେ ସୂଚନା ଦେବା ପରେ ଗାଁ ଲୋକମାନେ ସେ ସମ୍ପର୍କ ରେ ଆଲୋଚନା କରିବା ପରେ କେଉଁମାନେ ସେହି ବୈଠକରେ ଯୋଗ ଦେବେ ଓ ଗାଁ ତରଫରୁ କେତେ ପରିମାଣର ଚାଉଳ, ଡାଲି ଓ ପନିପରିବା ପଠାଯିବ ସେ ସବୁ ବିଷୟ ଆଲୋଚନା କରିବା ପରେ ଗାଁ ଡାକୁଆ ଓ କିଛି ଯୁବକଙ୍କୁ ପ୍ରତ୍ୟେକ ଘରୁ ତା ପରଦିନ ସକାଳେ ଆଦାୟ କରି ବିଶ୍ରୀ କୋଠି ରେ ରଖିବା ପାଇଁଁ କହିଲେ। ଏହାପରେ ଗାଁ ବିଷୟରେ ଆଲୋଚନା ଆରମ୍ଭ ହେଲା। ଡେରି ଗାଁ ର ଗିରି ଭାଇ ଥିଲେ ସେ କଥା ଆରମ୍ଭ କରି କହିଲେ, – “ଆମ ଉପରବରଡା, ତଳବରଡା ଓ ଡେରୀ ଗ୍ରାମରେ ରହୁଥିବା ଭୂୟାଁ ସମ୍ପ୍ରଦାୟର ଲୋକମାନେ କୃଷିଭିତ୍ତିକ ପର୍ବ ମଢା ପର୍ବ ପାଳନ କରନ୍ତି। ଏହି ତିନୋଟି ଗାଁରେ ମଳିକ ଗୋତ୍ର ବା ଖିଲୀର କିଛି ଭୂୟାଁ ରହନ୍ତି। ଏହି ଭୂୟାଁମାନେ ବିଶ୍ରୀ ଓଷାର କିଛିଦିନ ପରେ ଗାଁରେ ଏକତ୍ରିତ ହୁଅନ୍ତି ଓ ମଢା ପର୍ବର ଦିନ ସ୍ଥିର କରନ୍ତି।

ନିର୍ଦ୍ଧାରିତ ଦିନ ମଳିକ ଗୋତ୍ରୀୟ ଭୂୟାଁମାନେ ଉପବାସ ରହନ୍ତି ଓ ଗ୍ରାମଶିରୀଙ୍କ ନିକଟରେ ପୂଜା କରନ୍ତି। ପ୍ରତ୍ୟେକ ଘରୁ ଧାନ ସଂଗ୍ରହ କରାଯାଇ ବେଣ୍ଟି ଆକାରରେ ଦେବୀଙ୍କ ସମ୍ମୁଖରେ ରଖାଯାଏ। ଗୋଟିଏ ୧୦ ରୁ ୧୨ ବର୍ଷିୟ ପୁଅ କିମ୍ବା ଝିଅକୁ ଠାକୁରାଣୀଙ୍କ ନିକଟରେ ପୂଜା ହୋଇଥିବା ଭୋଗ ଖାଇବାକୁ ଦିଅନ୍ତି। ସେ ଭୋଗ ଖାଇସାରିବା ପରେ ତାକୁ ଦେବୀଙ୍କ ସମ୍ମୁଖରେ ମନ୍ତ୍ର ପଢି ଦେହୁରୀ ପୂଜା କରନ୍ତି। କିଛି ସମୟପରେ ସେ ଚେତା ହରାଇ ଭୂମିରେ ଲୋଟିପଡେ। କିନ୍ତୁ ଲୋକମାନେ ସେ ଭୂମିରେ ପଡିବା ପୂର୍ବରୁ ତାକୁ ଧରିନିଅନ୍ତି। ତାକୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବାଉଁଶ ତିଆରି କୋକେଇ ଉପରେ ଶୁଆଇ ଓ ତା ଉପରେ ଧଳା ଚଦର ଘୋଡାଇ ଗାଁ ପ୍ରଦକ୍ଷିଣ କରାଇ ଦେବୀଙ୍କ ନିକଟରେ ଶୁଆଇ ଅନ୍ୟ କିଛି ମନ୍ତ୍ର ଦେହୁରୀ ପଢନ୍ତି। କିଛି ସମୟରେ ପିଲାଟି ହାତ ଗୋଡ଼ ହଲାଏ ଓ କିଛି ସମୟରେ ଉଠି ବସେ। ସେ ଅଞ୍ଚଳର ଭୂୟାଁ ଲୋକମାନେ କହନ୍ତି ଯେ ଏହି ପର୍ବ ସୂଚିତ କରାଏ ଯେପରି ମଲା ପିଲାଟି ଜୀବନ ପାଇଲା ସେହିପରି ଅଭିମନ୍ତ୍ରିତ ଧାନ ଜିବନ୍ୟାସ ପାଇବା ସହ ଦୈବୀ ଆଶିର୍ବାଦ ପ୍ରାପ୍ତ ହୋଇଥିବାରୁ ସେହି ବର୍ଷ ଅଧିକ ଅମଳ ପ୍ରଦାନ କରିବ। ଏହାପରେ ଧାନ ବେଣ୍ଟିକୁ ନେଇ ବିଶ୍ରି କୋଠିରେ ରଖାଯାଏ। ଏଠାରେ କହି ରଖିବି ବାଁଶପାଳର ଅନ୍ୟ ଭୂୟାଁ ଗାଁ ମାନଙ୍କ ରେ କିମ୍ବା ସୁନ୍ଦରଗଡ, ଦେବଗଡ ଓ ଅନୁଗୁଳର ଭୂୟାଁମାନେ ଏହି ମଢା ପର୍ବ କରନ୍ତି ନାହିଁ। କିଛି ଲୋକ କହନ୍ତି ଯେ ସୁନ୍ଦରଗଡର ବଣେଁଇ ଅଞ୍ଚଳରେ ବିବାହ କରିଥିବା ଉପରବରଡାର ଗୋଟିଏ ଝିଅ ବହୁବର୍ଷ ତଳେ ସେ ଅଞ୍ଚଳରେ ଏହି ପୂଜା ଆରମ୍ଭ କରିଥିଲା କିନ୍ତୁ ଦୁଃଖର କଥା ପୂଜା ହୋଇଥିବା ଝିଅଟି ପୂଜା ପରେ ବଞ୍ଚିଲା ନାହିଁ। ବିଶ୍ରୀ କୋଠିରେ ରଖାଯାଇଥିବା ଧାନକୁ ଗାଁ ର ଲୋକମାନେ ଅକ୍ଷିତୃତୀୟା ପୂର୍ବଦିନ ବାହାର କରି ସମସ୍ତଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟି ଦିଅନ୍ତି। ଏହି ଧାନକୁ ଅଖିତୃତିୟା ଦିନ ଲୋକମାନେ ବୀହନ ଧାନ ସହିତ ମିଶାଇ ବିଲରେ ବୁଣନ୍ତି।”

ଏ ସବୁ କଥାକୁ ଆଗ୍ରହ ସହିତ ଶୁଣୁଥବା ମନ୍ମଥ କହିଲା, “ହଁ ଆମ ତଳବରଡା ଗାଁ ଲୋକମାନେ ଏହି ପୂଜା କରିଥାନ୍ତି।” ଏହି ସମୟରେ ଝରା ଭାଇ କହିଲେ, “ହଁ ଆମ ଅଞ୍ଚଳରେ ମାନେ ବଣେଇଁ ଅଞ୍ଚଳ ର ଭୂୟାଁମାନେ ମଧ୍ୟ କିଛି ପୂଜା, ଯେପରି କନ୍ତଦେବୀ, ଓ କିଛି ଗୁପ୍ତ ପୂଜା କରନ୍ତି ଯାହା ଅନ୍ୟ ଅଞ୍ଚଳର ଭୂୟାଁ ମାନେ କରନ୍ତି ନାହିଁ।”

ରାତି ଅନେକ ହୋଇ ଯାଇଥିବାରୁ ସମସ୍ତେ ମନ୍ମଥ ସହିତ ତାଙ୍କ ଘରକୁ ଗଲେ। ସେଠାରେ ସେମାନଙ୍କ ପାଇଁ ଖାଇବା ଓ ରାତ୍ରି ରହଣି ର ବ୍ୟବସ୍ଥା କରାଯାଇଥିଲା।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Dhanada’s Discourse: In the Aftermath of the US Losing the War to Iran: Prof Jiang
More

Dhanada’s Discourse:
In the Aftermath of the US Losing the War to Iran: Prof Jiang

by Dhanada K. Mishra
March 8, 2026

Dhanada K Mishra, Hong Kong, 8 March 2026 In the midst of escalating tensions between the United States and Iran...

Read more
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.