• About
  • Contact
Thursday, September 17, 2026
Thursday, September 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୪୯)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୯ ଡିସେମ୍ବର ୨୦୨୪

ତାପର ଦିନ ସକାଳୁ ସକାଳୁ ସମସ୍ତେ ସିଂପୁର ବାହାରି ପଡ଼ିଲେ। ସିଂପୁର ର ବିଷ୍ଣୁ ଭାଇଙ୍କ ଘରେ ଆଠଟା ମଧ୍ୟରେ ପହଞ୍ଚି ପାଣିପୁଣା ପିଇ ସମସ୍ତେ ଦରବାର ଘର ନିକଟକୁ ଗଲେ। ସେଠାରେ ସମସ୍ତଙ୍କୁ ମହାପିଢ ବୈଠକ ସମ୍ପର୍କ ରେ ସୂଚନା ଦେବା ପରେ ଗାଁ ଲୋକମାନଙ୍କୁ ତାଙ୍କର ହାନିଲାଭ ପଚାରି ବୁଝିଥିଲେ। ଗାଁ ର ମହିଳାମାନେ ସେମାନେ ଖାଉଥିବା ବିଭିନ୍ନ ଖାଦ୍ୟ ସମ୍ପର୍କ ରେ କହିଥିଲେ।

ସେମାନେ କହିଥିଲେ ଯେ ସେମାନେ ଖାଉଥିବା ସମସ୍ତ ଖାଦ୍ୟ ପାନୀୟକୁ ନୁଆ ଖାଇବା ପୁର୍ବରୁ ପ୍ରଥମେ ତାକୁ ଦେବାଦେବୀଙ୍କ ନିକଟରେ ଅର୍ପଣ କରିବା ପରେ ସେହି ଖାଦ୍ୟକୁ ସେ ଖାଇଥାନ୍ତି ଯାହାକୁକି ନୁଆଖିଆ କୁହାଯାଏ। ସେମାନେ ପାରମ୍ପରିକ କୃଷି ପଦ୍ଧତିକୁ ଅନୁସରଣ କରୁଥିବାରୁ ସେମାନଙ୍କ ପ୍ରଧାନ ଖାଦ୍ୟ ହେଲା ଭାତ।କିନ୍ତୁ ଅମଳ କରୁଥିବା ଧାନ ସାଧାରଣତଃ ବର୍ଷକ ନଯିବାରୁ ସେମାନେ ମିଶ୍ରିତ ଚାଷମାଧ୍ୟମରେ ଅମଳ କରୁଥିବା ନାଲି, କଳା, ଧଳା, ହଳଦିଆ, ନାଲିକଳା ମିଶା ରଙ୍ଗର ମକା ବର୍ଷକ ବାରମାସ ଖାଇଥାନ୍ତି। ଏତଦ ବ୍ୟତିିତ ଜଙ୍ଗଲରୁ ବିଭିନ୍ନ ପ୍ରକାରର ଫଳ, ଅଣକୃଷିଜାତ ଫଳମୂଳ, ଛତୁ, ଶାଗ ମଧ୍ୟ ସେମାନେ ଖାଦ୍ୟ ଆକାରରେ ଖାଇଥାନ୍ତି।

ମାଣ୍ଡିଆ, କାଙ୍ଗୁ, ଜାଲି, ରୁମା, କ୍ଷିରା ଇତ୍ୟାଦି କ୍ଷୁଦ୍ରଶସ୍ୟରୁ ମଧ୍ୟ ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ କିନ୍ତୁ ପୃଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି ସେମାନେ ଖାଇଥାନ୍ତି।ଜଙ୍ଗଲରୁ ସଂଗ୍ରହ କରିଥିବା କେନ୍ଦୁ, ଚାରକୋଳି, ପଣସ, ଆମ୍ବ ପିତାଳୁ, ଛତୁ (ପ୍ରାୟ ୩୮ରୁ ୪୩ ପ୍ରକାରର ଛତୁ), ଶାଗକୁ ସାପ୍ତାହିକ ହାଟରେ ବିକ୍ରି କରି ସେହି ପଇସାରେ ତେଲ, ଲୁଣ ଓ ଅନ୍ୟାନ୍ୟ ତେଜରାତି ସଉଦା କିଣିଥାନ୍ତି।ବାଡି କିମ୍ବ କମାଣରେ କରିଥିବା ପନିପରିବାକୁ ମଧ୍ୟ ଖାଇବା ସଙ୍ଗେ ସଙ୍ଗେ ବିକ୍ରିକରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି।

ମହୁଲରୁ ପ୍ରସ୍ତୁତ ମହୁଲି, ହାଣ୍ଡିଆ, ଖଜୁରୀ ତାଡି, ପଣସରୁ ପ୍ରସ୍ତୁତ ହାଣ୍ଡିଆ ଓ ସଳପ ରସ ଆଦି ନିଶା ହେଉଥିବା ପାନୀୟକୁ ସେମାନେ ସେବନ କରିଥାନ୍ତି। ପୂର୍ବେ ପୂଜାପାର୍ବଣ, ଶୁଦ୍ଧକ୍ରିୟା ସମୟରେ ଏହି ପାନୀୟକୁ ସେବନ କରି ଚାଙ୍ଗୁ ନାଚ କରିବାର ପ୍ରଥାଥିଲା କିନ୍ତୁ ବର୍ତ୍ତମାନ ଯୁରିଆ ପକାଇ ଶିଘ୍ର ତିଆରି ହେଉଥିବା ହାଣ୍ଡିଆ ଓ ମହୁଲି ଅତ୍ୟଧିକମାତ୍ରାରେ ସେବନ କରି ବହୁ ଲୋକ ୫୦ ବର୍ଷ ମଧ୍ୟରେ ବିଭିନ୍ନ ରୋଗରେ ପଡି ମୃତ୍ୟୁବରଣ କରୁଛନ୍ତି। ନିଶାସେବନ କୁ ବନ୍ଦକରିବା ପାଇଁ କିଛି ମହିଳା ମାନେ ସାପ୍ତାହିକ ହାଟରେ ଏହାର ବିକ୍ରି ବନ୍ଦ ସହିତ ହାଣ୍ଡିଆ ପ୍ରସ୍ତୁତ କରୁଥିବା ମହିଳାମାନଙ୍କ ଘର ସଙ୍ଗବଦ୍ଧ ଭାବେ ଘେରାଉ କରି ହାଣ୍ଡିଆ ରଖା ଯାଇଥିବା ପାତ୍ର ମାନଙ୍କୁ ଭାଙ୍ଗି ଦେବାସହ ସେମାନଙ୍କୁ ହାଣ୍ଡିଆ ପ୍ରସ୍ତୁତ ନକରିବା ପାଇଁ ସତର୍କ କରାଇ ଦେଉଛନ୍ତି। ଏହି କଥା ଶୁଣି ଝରା ଭାଇ କହିଲେ, “ଯଦି ପର୍ବପର୍ବାଣୀ କୁ ଛାଡ଼ି ଅନ୍ୟ ଦିନମାନଙ୍କରେ ହାଣ୍ଡିଆ ପାନୀୟ ଆକାରରେ ବ୍ଯବହାର କରିବା ବନ୍ଦ କରିଦିଆଯାଏ ତେବେ ଭୂୟାଁ ମାନଙ୍କ ଅର୍ଥନୈତିକ ବିକାଶ କୌଣସି ବାହାରର ସମର୍ଥନ ବିନା ଆପେ ୨ ଗୁଣ ହୋଇଯିବ।” ଏହା ଶୁଣି ବିଲୁଆ ଭାଇ କହିଲେ, “ହଁ ତୁମେ ଠିକ କହିଛ। ଏ ବାବଦରେ ଆମେ ମହାପିଢ ବୈଠକ ରେ ଆଲୋଚନା କରିବା।”

ଖାଇବା ସମୟ ହୋଇଯାଇଥିଲା। ତେଣୁ ସମସ୍ତେ ଖାଇବା ପାଇଁ ଗଲେ। ମନ୍ମଥ ଓ ଅନ୍ୟମାନେ ବିଷ୍ଣୁ ଭାଇଙ୍କ ଘରକୁ ଖାଇବା ପାଇଁ ଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.