• About
  • Contact
Tuesday, May 26, 2026
Tuesday, May 26, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ଓ ଆମ ସମ୍ବିଧାନ

ଆମେ ଓ ଆମ ସମ୍ବିଧାନ
Share on FacebookShare on Xshare on Whatsappshare on Linkedin
ଶ୍ରୀ ଦାଶରଥୀ ଶତପଥୀ, ଭୁବନେଶ୍ଵର, ୨୬ ଜାନୁଆରୀ ୨୦୨୫

ଆଜି ବିଶ୍ୱର ସର୍ବବୃହତ୍ତ ଗଣତନ୍ତ୍ର ରାଷ୍ଟ୍ର ଆମ ଦେଶ ଭାରତ ବର୍ଷର ପବିତ୍ର ସାଧାରଣତନ୍ତ୍ର (ସମ୍ବିଧାନ ପ୍ରଣୟନ ଦିବସ) ଦିବସ ପାଳନ କରାଯାଉଅଛି। ଭାରତର ସ୍ୱାଧିନତାପ୍ରାପ୍ତି ପରେ ରାଷ୍ଟ୍ରନାୟକ ଡଃ. ଭିମରାଓ ରାମଜୀ ଆମ୍ବେଦକର ସ୍ୱାଧିନ ରାଷ୍ଟ୍ରକୁ କେତେକ ନୀତି ନିୟମରେ ଚଳାଇବା ନିମନ୍ତେ ସମ୍ବିଧାନ ପ୍ରଣୟନ କରିଥିଲେ। ସେହି ପ୍ରଣୀତ ସମ୍ବିଧାନ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଗୃହୀତ ହୋଇ କାର୍ଯ୍ୟକାରୀ କରାଯାଇଥିଲା ଯଦିଓ ୧୯୪୯ ମସିହା ନଭେମ୍ୱରର ୨୬ ତାରିଖ ଦିନ ଆମର ସମ୍ବିଧାନ ପ୍ରଣୟନ ସଭା ଏହି ସମ୍ବିଧାନକୁ ପ୍ରଣୟନ କରିଥିଲେ। ଗଣତନ୍ତ୍ର ଦିବସ ପୂର୍ବରୁ ଇଂରେଜମାନଙ୍କ ଦ୍ୱାରା ଗଠିତ ସମ୍ବିଧାନ ଢାଞ୍ଚାରେ କିଛି ଦିନ ଆମ ଦେଶର ଶାସନତନ୍ତ୍ର ଅନୁବନ୍ଧିତ ଥିଲା। ଶାସ୍ତ୍ରରେ କୁହାଯାଇଛି :

“ଶ୍ରେୟାନ୍ ସ୍ୱଧର୍ମୋ ବିଗୁଣଃ, ପରଧର୍ମାତ୍ ସ୍ୱନୁଷ୍ଠିତାତ୍”।
ସ୍ୱଧର୍ମେ ନିଧନଂ ଶ୍ରେୟଃ, ପରଧର୍ମେ ଭୟାବହଃ”।।(ଗୀତା- ୩/୩୫)

ଉତ୍ତମ ଆଚରଣ ସହିତ ପାଳିତ ହେଉଥିବା ଅନ୍ୟର ଧର୍ମଠାରୁ ଗୁଣରହିତ ହେଲେ ମଧ୍ୟ ସ୍ୱଧର୍ମ ଅଧିକ ମଙ୍ଗଳକର। ନିଜ ଧର୍ମରେ ମରିବା ମଧ୍ୟ କଲ୍ୟାଣକର, କିନ୍ତୁ ଅନ୍ୟର ଧର୍ମ ଭୟାବହ ଅର୍ଥାତ୍ ବିବେକାନୁମୋଦିତ ପନ୍ଥାରେ ଐକାନ୍ତିକ ଭାବେ ନିଷ୍ଠାରେ କାର୍ଯ୍ୟ କରିବା ଉଚିତ୍। ସଫଳତା ବା ବିଫଳତା ଯାହା ମିଳୁନା କାହିଁକି ତାକୁ ସମାନ ଭାବରେ ଗ୍ରହଣ କଲେ ତାହା ସାମାଜିକ ଜୀବନରେ ନାନା ସମସ୍ୟା ସମାଧାନ ହୋଇଥାଏ।

ଆମ ସମ୍ବିଧାନ ପ୍ରସ୍ତାବନାରେ ରହିଛି: ଆମ୍ଭେ ଭାରତବାସୀ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମ ନିରପେକ୍ଷ, ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରୂପେ ଗଠନ କରିବା ପାଇଁ ଦୃଢ ସଂକଳ୍ପ ନେଇ ଓ ଏହାର ନାଗରିକଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ, ଚିନ୍ତା, ଅଭିବ୍ୟକ୍ତି, ପ୍ରତ୍ୟୟ, ଧର୍ମୀୟ ବିଶ୍ୱାସ ଏବଂ ଉପାସନାର ସ୍ୱତନ୍ତ୍ରତା, ସ୍ଥିତି ଓ ସୁବିଧା ସୁଯୋଗର ସମାନତାର ସୁରକ୍ଷା ପ୍ରଦାନ କରିବାକୁ ତଥା, ବ୍ୟକ୍ତି ମର୍ଯ୍ୟାଦା ଏବଂ ରାଷ୍ଟ୍ରର ଐକ୍ୟ ଓ ସଂହତି ନିଶ୍ଚିତ କରି ସେମାନଙ୍କ ମଧ୍ୟରେ ଭ୍ରାତୃଭାବ ଉତ୍ସାହିତ କରିବାକୁ ଏହି ୧୯୪୯ ନଭେମ୍ୱର ୨୬ ତାରିଖ ଦିନ ଆମର ସଂବିଧାନ ପ୍ରଣୟନ ସଭାରେ ଏତଦଦ୍ୱାରା ଏହି ସଂବିଧାନକୁ ଗ୍ରହଣ ଓ ପ୍ରଣୟନ କରୁଅଛୁ ଏବଂ ଆମ ନିଜକୁ ଅର୍ପଣ କରୁଅଛୁ।

ସମ୍ବିଧାନ ପ୍ରଣେତା ଡଃ. ଭିମରାଓ ରାମଜୀ ଆମ୍ବେଦକର ସମ୍ବିଧାନ ସଭାର ଅନ୍ତିମ ଭାଷଣରେ କହିଥିଲେ ସମ୍ବିଧାନର ପ୍ରସ୍ତୁତି ସରିଛି, ଆମ ସମସ୍ତଙ୍କୁ ହିଂସା, ଦ୍ୱେଷ ଓ ଅରାଜକତାକୁ ପରିହାର କରିବାକୁ ପଡିବ। ସମ୍ବିଧାନ ମାଧ୍ୟମରେ ବିଚାର ବିମର୍ଶ କରି ସମାସ୍ୟାର ସମାଧାନ କରିବାକୁ ପଡିବ। ବିଭିନ୍ନ ସମ୍ବିଧାନ ପ୍ରଣୟନ ସଭାରେ ଧାରାବାହିକ ଆଲୋଚନା ପର୍ଯ୍ୟାଲୋଚନା ପରେ ଆମର ଯେଉଁ ସମ୍ବିଧାନ ପ୍ରଣୟନ ହେଲା ତାହା ବିଶ୍ୱବାସୀଙ୍କ ନୂଆ ବାତାବରଣ ସୃଷ୍ଟି କରିଥିଲା। ଏହି ପରିପ୍ରେକ୍ଷୀରେ ଅନେକ ରାଜନୈତିକ ସମୀକ୍ଷକ ସ୍ୱୀକାର କରନ୍ତି ଯେ ଭାରତୀୟ ସମ୍ବିଧାନ ବିଶ୍ୱରେ ବିରଳ ଓ ସମୟୋପଯୋଗୀ। ଆଇନ ସମ୍ମୁଖରେ ସମସ୍ତେ ସମାନ ଓ ସମସ୍ତଙ୍କ ପାଇଁ ସମାନ ଭାବରେ ପ୍ରଜୁଯ୍ୟ । ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଲୋକ ପ୍ରତିନିଧିଙ୍କ ସରକାର ଜନସାଧାରଣଙ୍କ ହିତ ପାଇଁ କାର୍ଯ୍ୟ କରିଆସୁଛି। ଏହା ଆମକୁ ବଂଚିବା, ବଢିବାର ଧାର୍ମିକ କୌଶଳ, ସମବେଦନାର କୌଶଳ, ଭାତୃତ୍ୱ ବନ୍ଧନରେ ବାନ୍ଧିବାର କୌଶଳ ଓ ମଣିଷ ହୋଇ ତିଷ୍ଠି ରହିବାର ଅଭିମନ୍ତ୍ରରେ ବାନ୍ଧିରଖିଛି।

ସ୍ୱାଧିନତା ପ୍ରାପ୍ତି ପରେ ଭାରତ ବିକାଶର ପଥରେ ଅଗ୍ରସର ହୋଇ ଆଜି ପୃଥିବୀର ଏକ ସମୃଦ୍ଧ ରାଷ୍ଟ୍ର ରୂପେ ପରିଗଣିତ ହେଉଛି। ଭାରତୀୟ ଗଣତନ୍ତ୍ର ହୋଇଛି ସୁଦୃଢ ଓ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳତା ହାସଲ ଦିଗରେ ଏହାର ଜୟଯାତ୍ରା ଅବ୍ୟାହତ ରହିଛି। ଆଜି ପୃଥିବୀର ଅନେକ ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଷୁଡି ଯାଇ ସାମରିକ ବା ଏକଛତ୍ରବାଦ ଶାସନ ଚାଲିଥିବାବେଳେ ଆମ ଦେଶରେ ଓ ରାଜ୍ୟରେ ଗଣତନ୍ତ୍ର ପଦ୍ଧତିରେ ଶାସନ ଚାଲିଛି ଯାହାକି ଭାରତୀୟ ସଂସ୍କୃତିର ମହତ ପଣିଆକୁ ସୂଚାଇ ଦେଉଛି। ଦେଶବାସୀ ଓ ରାଜ୍ୟବାସୀଙ୍କ ହିତ ସାଧନ ପାଇଁ ସରକାର ଅନେକ ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି।

ବିଶ୍ୱରେ ଶାନ୍ତି, ସ୍ଥିରତା ବଜାୟ ରଖିବା ଦିଗରେ ଭାରତ ଏକ ମହତ ଭୂମିକା ଗ୍ରହଣ କରିଆସୁଛି। ଆଜି ବିଜ୍ଞାନ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ କ୍ରୀଡା କ୍ଷେତ୍ରରେ ଆମ ଦେଶ ତଥା ରାଜ୍ୟ ଅଗ୍ରଣୀ ଲାଭ କରିଛି। ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ଦଳିତ, ଗରୀବ ଲୋକଙ୍କ ଉନ୍ନତି ପାଇଁ ଚେଷ୍ଟା ଅହରହ ଚାଲିଛି। ଗାନ୍ଧିଜୀର ଆଦର୍ଶ ତଥା ସତ୍ୟ, ଧର୍ମ, ନ୍ୟାୟ, ଶୃଙ୍ଖଳା ଓ ଅନୁଶାସନ ପଥରେ ରହି ଆମକୁ କାର୍ଯ୍ୟ କରିବାକୁ ପଡିବ। ଦେଶକୁ, ରାଜ୍ୟକୁ ଶକ୍ତିଶାଳି କରିବା ପାଇଁ ଓ ଆର୍ଥିକ ଅବସ୍ଥାର ସୁଧାର ପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ପଡିବ ଯାହାକି ଏକମାତ୍ର ମାର୍ଗ। ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି :-

“କର୍ମଣ୍ୟୋ ବାଧିତାରସ୍ତେ ମା ଫଳେଷୁ କଦାଚନ
ମା କର୍ମଫଳହେତୁର୍ଭୁର୍ମା ତେ ସଙ୍ଗୋଦ୍ଧ ସ୍ତ୍ୱକର୍ମଣି”।

ଅର୍ଥାତ୍ କର୍ମ କରିବାରେ ହିଁ ତୋର ଅଧିକାର ଅଛି। ତାହାର ଫଳରେ କଦାପି ନୁହେଁ। ତେଣୁକରି ତୁ କର୍ମ ଫଳର ହେତୁ ହୁଅନାହିଁ ତଥା କର୍ମ ନକରିବାରେ ବି ତୋର ଆସକ୍ତି ନହେଉ। ତେଣୁ ଏହି ପବିତ୍ର ଦିନରେ ଆମେ ଶପଥ ନେବା ଯେ ସୁଖ-ଦୁଃଖ, ଜୟ-ପରାଜୟ, ଲାଭ-କ୍ଷତି, ମାନ-ଅପମାନ ଆଦି ଦ୍ୱନ୍ଦରୁ ଉର୍ଦ୍ଧକୁ ଯାଇ ଦେଶକୁ, ସମାଜକୁ କିପରି ଆଗେଇ ନେଇପାରିବା, ନିଷ୍କାମ ହୃଦୟରେ ଚିନ୍ତା କରିବା, ସତ୍ କର୍ମ, ଶୁଭ କର୍ମ ମାଧ୍ୟମରେ ଦେଶର ମଙ୍ଗଳ ସାଧନା କରିପାରିବା ଯେଉଁଥିରେକି ସମଗ୍ର ଦେଶର ଜନସାଧାରଣଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହୋଇପାରିବ ଓ ଏହା ସହିତ ଦେଶରୁ ସନ୍ତ୍ରାସବାଦୀ କାର୍ଯ୍ୟାକଳାପକୁ ସଂପୁର୍ଣ୍ଣ ଧ୍ୱଂସ କରିବା ନିମନ୍ତେ ସମସ୍ତ ନାଗରିକ ପ୍ରତିଜ୍ଞାବଦ୍ଧ ହେବା ଉଚିତ୍। ଦେଶକୁ ଏକ ପୃଥିବାର ଅଗ୍ରଣୀ ଦେଶ ଭାବେ ପରିଣତ କରିବା ପାଇଁ ଆଜିର ଦିନରେ ଆମେ ଶପଥ ନେବା ଉଚିତ୍।

ଜୟହିନ୍ଦ୍

Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

Story Not So Untrue
More

Story Not So Untrue

by Sudipta Mishra
May 21, 2026

Sudipta Mishra, Puri, 21 May 2026 I was in college then. It happened almost two decades ago, sometime between 2006...

Read more
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

May 8, 2026
ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ

April 28, 2026
ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

April 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.