• About
  • Contact
Monday, July 27, 2026
Monday, July 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଦେବଦତ୍ତ ଭାଇ (ଭାଗ ୧୧)

ଦେବଦତ୍ତ ଭାଇ (ଭାଗ ୧୧)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୭ ଜାନୁଆରୀ ୨୦୨୫

ଦେବଦତ୍ତ ଭାଇଂକ କଥା ନକହିଲେ ମୋ ଆତ୍ମଚରିତ ଅପୂର୍ଣ ରହିବ।

ଦଶମ ଶ୍ରେଣୀରେ ପଢ଼ିଲା ବେଳେ ୧୯୭୫ ମସିହାରେ ମୋ ପ୍ରଥମ କବିତା ମୀନାବଜାରରେ ବାହାରିଲା। ଜହୁରି ଭାଇ ଶ୍ରୀ ନୃସିଂହ ଚରଣ ସାହୁ ପୋଷ୍ଟକାର୍ଡ଼ ଚିଠିଟିଏ ଲେଖିଲେ। ତାଂକୁ ଦେଖା କରିବାକୁ ଚର୍ଚ୍ଚ ଲାଇବ୍ରେରୀ ସାମ୍ନାରେ ପ୍ରଦୀପ୍ତ ମହାନ୍ତି ଟୁଲୁ ଭାଇଂକ ଘରକୁ ଗଲି। ସେଇଠୁ ଆମେ ଗଲୁ ଜେନାରି ଗଛ ଛକ- ଦେବଦତ୍ତ ସାମନ୍ତସିଂହାରଂକ ଘରକୁ। ତାଂକ ବାପା ସଦାନନ୍ଦ ସାମନ୍ତସିଂହାର ଥିଲେ ପୁରୀର ଜଣାଶୁଣା ଓକିଲ। ମାଆ ବିଷ୍ଣୁପ୍ରିୟା ସାମନ୍ତସିଂହାର ସଂଗୀତ ଶିକ୍ଷୟିତ୍ରୀ ଥିଲେ।

ଦେବଦତ୍ତ ଭାଇଂକ ପ୍ରେରଣାରେ ଚାଲୁଥାଏ- ‘ଉଦୟନ’ ମୀନାମଣ୍ଡଳୀ ଓ ଶିଶୁସ୍ରୋତା ସମିତି। ମୁଁ ସେଇ ସମିତିର ସଭ୍ୟ ହେଲି। ସେତେବେଳ ଆକାଶବାଣୀର ଶିଶୁ ସଂସାର କାର୍ଯ୍ୟକ୍ରମ ପ୍ରତି ରବିବାର ହେଉଥାଏ। ସିଧା ପ୍ରସାରଣ। ଆମେ ଗୋଟେ ରବିବାର ସକାଳୁ ବସ୍‌ରେ କଟକ ଗଲୁ। ଆକାଶବାଣୀରେ ବଡ଼ଭାଇ ନଦିଆ ବିହାରୀ ମହାନ୍ତି ଓ ଅପା ବୀଣା ଦେବୀ କାର୍ଯ୍ୟକ୍ରମ ସଂଯୋଜନା କରୁଥିଲେ। ମୋର ସେଇ ଥିଲା ଆକାଶବାଣୀର ପ୍ରଥମ କାର୍ଯ୍ୟକ୍ରମ।

ଆକାଶବାଣୀ ସହ ମୋର ସେଇ ସଂପର୍କ ଆଜି ବି ଅଛି। ନିକଟରେ ଆକାଶବାଣୀ, କଟକରୁ ପ୍ରସାରିତ ହେଲା ମୋ କବିତା। ପୁରୀ ଫେରିବା ପରେ ବି ସେମାନେ ମୋ କବିତା ଓ ଆଲୋଚନା ପ୍ରଚାର କରିଥିଲେ। ଭାରତର ୨୪ଟି ଆକାଶବାଣୀ କେନ୍ଦ୍ରରୁ ମୁଁ ପ୍ରସାରିତ ହୋଇଛି। ଦୁଇଥର ଆକାଶବାଣୀର ସର୍ବଭାରତୀୟ କବି ସମ୍ମିଳନୀରେ ଭାଗ ନେଇଛୁ ମୁଁ ଓ ଶୈଳବାଳା। ତା’ଛଡ଼ା କେତେଥର ମୁଁ ସର୍ବଭାରତୀୟ କବି ସମ୍ମିଳନୀର ନିର୍ଣ୍ଣାୟକ ରହିଛି-ହିସାବ ନାହିଁ।

ଦେବଦତ୍ତ ଭାଇ ଏବେ ନାହାନ୍ତି। ସଦାନନ୍ଦ ମଉସା ଓ ମାଉସୀ ଚାଲିଯିବାର ତିନି ଦଶନ୍ଧି ହୋଇଗଲାଣି। ଦେବଦତ୍ତ ଭାଇଂକ ସ୍ତ୍ରୀ ଓ ସାନଭାଇ ବି ଚାଲିଗଲେଣି। ଉଦୟନ ବି ବୋଧେ ଏବେ ବନ୍ଦ।

ଦେବଦତ୍ତ ଭାଇଂକ ସାଂଗ ବସନ୍ତ କୁମାର ପଣ୍ଡା ଏବେ ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ। ହେଲେ, ଦେବଦତ୍ତ ଭାଇଂକ ଭଳି ଲୋକଟିଏ ପାଇବା ଆଜିର ଦିନରେ ସହଜ ନୁହେଁ।

ଦେବଦତ୍ତ ଭାଇଂକ ପ୍ରେରଣାରେ ପ୍ରଥମେ ଆମେ ଅନ୍ନପୂର୍ଣ୍ଣା ରଂଗମଂଚରେ କରିଥିଲୁ ‘ଶବ ପଡ଼ିଛି’ ନାଟକ। ନିର୍ଦ୍ଦେଶକ ଥିଲେ ନିତିଆ ଭାଇନା – ନିତ୍ୟାନନ୍ଦ ମିଶ୍ର । ମୋ ସହ ଅଭିନୟ କରିଥିଲେ ବଟରାଜ ଦେବ ଗୋସ୍ୱାମୀ। ସେ ବି ଦୁଇ ବର୍ଷ ତଳେ କରୋନାରେ ଚାଲିଗଲେ। ତାଂକ ସ୍ତ୍ରୀ ବି।

ଯିବା ଆସିବାର କିଛି ହିସାବ ନାହିଁ।

କାଲି ପ୍ରକାଶ ରଥଙ୍କୁ ଫୋନ୍ କଲି। ତାଂକଠୁ ଜାଣିଲି ଉଦୟନକୁ ପୁଣି ଥରେ ଆରଂଭ କରିବା ପ୍ରୟାସ ତିନିବର୍ଷ ତଳେ ଆରମ୍ଭ ହୋଇଥିଲା। କରୋନା ପରେ ତାହା ବଂଦ।

ଏତେ ବଡ଼ ଦୁନିଆରେ କେତେ ଲୋକ ଅକାଳରେ ହଜିଗଲେ, କେତେ ଅନୁଷ୍ଠାନ ବି। ହେଲେ, ମୁଁ କାହିଁକି ଦେବଦତ୍ତ ଭାଇ ଓ ଉଦୟନକୁ ଖୋଜି ହେଉଛି ?

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

Vipul’s Voice: Realisation at the age of 70
More

Vipul’s Voice:
 Realisation at the age of 70

by Vipul Agarwal
July 19, 2026

Vipul Agarwal, Delhi, 19 July 2026 I fail to even imagine how it will feel when somebody realises at the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.