• About
  • Contact
Wednesday, April 22, 2026
Wednesday, April 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଭୂତକୋଠି (ଭାଗ ୧୩)

ଭୂତକୋଠି (ଭାଗ ୧୩)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୦ ଫେବୃଆରୀ ୨୦୨୫

ସେ ଭୂତ କୋଠିଟା କୁଆଡ଼େ ଗଲା?.

ଆମ ପିଲାଦିନେ ପୁରୀରେ ଗୋଟେ ଭୂତକୋଠି ଥିଲା। କେହି ଜଣେ କଲିକତାର ବଙ୍ଗୀୟ ଭଦ୍ରଲୋକ ଥିଲେ ତା’ର ମାଲିକ। ଷଷ୍ଠ ଶ୍ରେଣୀରେ ସକାଳୁ ସକାଳୁ ବିଶ୍ବମ୍ଭର ବିଦ୍ୟାପୀଠ ଯିବାବେଳେ ରାସ୍ତାରେ ପଡ଼ୁଥିଲା ସେ ଭୂତକୋଠି P.W.D. ଅଫିସ୍‌ ସାମ୍ନାରେ। ଏଲ୍‌ଆଇସି କଲୋନୀ ସେତେବେଳେ ଆରମ୍ଭ ହେଉଥାଏ। ଲୋକବାକ ରାସ୍ତାରେ କମ୍‌। ଭାରି ଡର ଲାଗେ। କ୍ରମେ ଦେଖିଲି, ସେଠି ଟେଲିଫୋନ୍‌ ଏକ୍ସଚେଞ୍ଜ ଖୋଲିଛି। ହୁଂକ ଜାଗାଟା, ଦୂରରୁ ଦିଶୁଥାଏ। ଆମେ ପାଖକୁ ଯାଉ। ହେଲେ, ଡରରେ ଭିତରକୁ ପଶୁନି।

ଆମର ଗୋଟେ ହୋଟେଲ ଥିଲା। ଶ୍ରୀ ହୋଟେଲ ଓ ରେଷ୍ଟୁରାଣ୍ଟ। ପୁରୀରେ ଥିବା ଜଣେ କଲିକତାର ବଂଗାଳି ଭଦ୍ରଲୋକ ତାଲୁକଦାର ବାବୁ ସେଠି ଥିଲେ ଟେଲିଫୋନ୍‌ ଅପରେଟର। ପୁରୀରେ ସେତେବେଳେ ଦୁଇଶହ ପାଖାପାଖି ଟେଲିଫୋନ୍‌ ଥିଲା।ତାଲୁକଦାର ବାବୁ ଆମ ହୋଟେଲରେ ଖାଉଥିଲେ।

ପ୍ରଥମ ଥର ପାଇଁ ମତେ ୧୯୭୨ ମସିହାରେ ତାଲୁକଦାର ମଉସା ସେଠିକୁ ନେଇଗଲେ। ପ୍ରାୟ ଦଶଜଣ ସେଠି ଥାଆନ୍ତି – ଅପରେଟର, ସୁପରଭାଇଜର, ପିଅନ ଓ ଜଗୁଆଳିଙ୍କୁ ମିଶେଇ। ସଞ୍ଜ ହେଲେ ଅନ୍ଧାରରେ ମୋର ପିଳେହି ପାଣି। ତାଲୁକଦାର ମଉସା ମତେ ଆଣି ଛାଡ଼ିଲେ। ପୁରୀରେ ସେତେବେଳେ ସାଇକେଲ ଓ ରିକ୍ସା ଚାଲୁଥାଏ। ଆମ୍ବାସାଡ଼ର ଓ ଫିଆଟ୍‌ ମିଶାଇ ତିନିଟା ଥାଏ ପୂରା ସହରରେ।

ତାଲୁକଦାର ବାବୁ ରବୀନ୍ଦ୍ର ସଂଗୀତ ପ୍ରିୟ। ସେଣ୍ଟ୍ରାଲ୍‌ ସ୍କୁଲ ସେତେବେଳେ ଆରମ୍ଭ ହୋଇଥିଲା ବୋଧେ ୧୯୭୨ ମସିହାରେ। ୭୬ ବେଳକୁ ସେଠି ଜଣେ ବଂଗାଳି ପ୍ରିନ୍ସପାଲ ଆସିଲେ। ତାଂକ ସ୍ତ୍ରୀ ମରିଯାଇଥାନ୍ତି। ଝିଅ ଭଲ ଗୀତ ଗାଏ। ଆମେ କେତେଥର ସେଠିକି ଗଲୁ। ସେ ଓ୍ଵାଟର ୱାର୍କ୍ସ ରୋଡ଼ରେ ଘର ଭଡ଼ା ନେଇ ରହୁଥାନ୍ତି। ତାଲୁକଦାର ବାବୁ ହାର୍‌ମୋନିୟମ୍‌ ପାଇଲେ ଦି ଘଣ୍ଟା ଗାଇବେ। ରବୀନ୍ଦ୍ର ସଂଗୀତ, ବାଙ୍ଗଲା ସଂଗୀତ, ନଜରୁଲ୍‌ଙ୍କ ସଂଗୀତ, ଲୋକଗୀତ। ମୁଁ ବି ଥରେ ଅଧେ ଜଣାଣ, ଭଜନ, ଅକ୍ଷୟ ମହାନ୍ତି  ବା ପ୍ରଫୁଲ, କରଙ୍କ ଗୀତ ଗାଏ। ସେଇଠି ମୁଁ ଶିଖୁଥିଲି ବାଉଲ୍‌ ଗୀତ।

ଧୀରେ ଧୀରେ ଟେଲିଫୋନ୍‌ ସଂଖ୍ୟା ବଢ଼ିଲା। ଏକ୍ସଚେଞ୍ଜ ଷ୍ଟେସନ ପାଖକୁ ଉଠିଆସିଲା। ତାଲୁକଦାର ବାବୁ କଲିକତା କେବେ ବଦଳି ହୋଇ ଚାଲିଗଲେ। ଭୂତକୋଠି ଚାରିପଟେ ନୂଆ ନୂଆ ଘର ତିଆରି ହୋଇଗଲା। ଆମେ କଲେଜରେ ପଢ଼ିଲା ବେଳେ ଶେଷଥର ସେଠି ମହର୍ଷି ମହେଶ ଯୋଗୀଙ୍କ ଭାବାତୀତ ଧ୍ୟାନ  କେନ୍ଦ୍ର ରଲୁଥିବାର ଦେଖିଥିଲି। ଏବେ ଦିନେ ଅଭିନ୍ନ ହୋତା ମତେ ନେଇ ସେଠି ମଟନ୍‌ ଜଂକସନ୍‌ରେ ଖାଇବାକୁ ଗଲା। ଦେଖିଲି, ପୂରା ଅଂଶଟି ସମତଳ ପ୍ରାୟ।
“ଭୂତକୋଠିଟା କୁଆଡ଼େ ଗଲା?”, ଜଣଙ୍କୁ ପଚାରିଲି।

ଗୋଟେ ବଡ଼ ଘର ଏକୁଟିଆ ଠିଆ ହୋଇଥିଲା। ସେ ମତେ ଦେଖାଇ ଦେଲେ। ସେଠି ବାଟରେ ଓସ୍ତ ଗଛଟିଏ ଉଠିଥାଏ। ଘର ସାମ୍ନାରେ ଚା ଦୋକାନଟିଏ ଥାଏ କ୍ୟାବିନ୍‌ରେ। “ଇଏ କ’ଣ ସେଇ ଭୂତକୋଠି?” ଆଶ୍ଚର୍ଯ୍ୟ ହେଇ ପଚାରିଲି!

-“ଆଜ୍ଞା, ସେତେବେଳେ କୋଠାଘର ସାତ ଆଠଟି ସହରରେ ଥିଲା। ଏବେ ମାଳକୁ ମାଳ କୋଡ଼ିଏଟା କି ପଚିଶଟା ଆପାର୍ଟମେଣ୍ଟ ବି ହେଲାଣି। ଏ ଭୂତକୋଠିର ମାଲିକ କାହାକୁ ବିକିଦେଲେ। ସିଏ ବି କଲିକତାର ବଂଗାଳି ଲୋକ। ମରିଗଲେ। ତାଙ୍କ  ପିଲାମାନେ ବିଦେଶରେ। ଏ ଭୂତକୋଠି କଥା କେହି ବଝନ୍ତିନି। ପ୍ରଥମେ କିଛି ବଦମାସ୍‌ ଲୋକ ବେଶ୍ୟାମାନଙ୍କୁ ନେଇ ଏ ଘରକୁ ଯାଉଥିଲେ। ମଉଜ କରୁଥିଲେ। ଏବେ ବେଶ୍ୟାମାନେ ବଡ଼ ସହର ଚାଲିଗଲେ। ଯିଏ କାଁ  ଭାଁ ଅଛନ୍ତି, ହୋଟେଲ ବୁକିଂରେ ଯାଉଛନ୍ତି। ଲଫଙ୍ଗା ପିଲାମାନେ କିଛିଦିନ ଏଠି ଗଂଜେଇ, ମଦ ଖାଇଲେ। ଏବେ ଗଂଜେଇ ଓ ଭାଂଗ ଘରେ ଘରେ”, ସେ ଉତ୍ତର ଦେଲେ।

“ଆଉ ଭୂତମାନେ?”, ମୁଁ ପଚାରିଲି। ଆମ ପିଲାଦିନେ ଶୁଣିଥିଲି ଯେ ରାତିରେ ସମସ୍ତେ ପଳେଇବା ପରେ ସେ ଘରେ ଭୂତମାନେ ନାଚ, ଗୀତ କରନ୍ତି। ଶବ୍ଦ ଶୁଭେ।

“ଭୂତମାନେ? ଦିଲ୍ଲୀ କି ଭୁବନେଶ୍ବର ପଳେଇଥିବେ” ସେ ସହଜଭାବେ ଉତ୍ତର ଦେଲେ।

**

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

Vipul’s Voice: One Kilogram of Awareness
More

Vipul’s Voice: 
One Kilogram of Awareness

by Vipul Agarwal
April 19, 2026

Vipul Agarwal, Delhi, 19 April 2026 Recently, we had a very interesting discussion at a Sunday dialogue session at Delhi....

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୪)

April 14, 2026
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
Vipul’s Voice: Herd Ego

Vipul’s Voice:
Herd Ego

March 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୩)

March 14, 2026
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.