• About
  • Contact
Monday, September 21, 2026
Monday, September 21, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ବଡ଼ଦାଣ୍ଡ ପତ୍ରିକା (ଭାଗ ୧୫)

ବଡ଼ଦାଣ୍ଡ ପତ୍ରିକା (ଭାଗ ୧୫)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୫ ଫେବୃଆରୀ ୨୦୨୫

ମୁଁ ତୃତୀୟ ଶ୍ରେଣୀରେ ପଢ଼ିଲା ବେଳେ ଓଡ଼ିଶାରେ ପ୍ରଥମ ଅଣକଂଗ୍ରେସ ମନ୍ତ୍ରୀମଣ୍ଡଳ ଗଢ଼ାହେଲା। ସ୍ୱତନ୍ତ୍ର ପାର୍ଟି ଓ ଜନକଂଗ୍ରେସ ମିଶି ଗଢ଼ିଥିଲେ ଏ ମିଳିତ ମନ୍ତ୍ରୀମଣ୍ଡଳ/ସରକାର। ନନା ସେତେବେଳେ ସ୍ୱତନ୍ତ୍ର ପାର୍ଟିର ଅନ୍ୟତମ ସମ୍ପାଦକ। ନନା କିନ୍ତୁ ଭୁବନେଶ୍ୱରରେ ରହିବାକୁ ଚାହୁଁନଥିଲେ। ତେଣୁ ସେ ପୁରୀରେ ରହି ସଂଗଠନର କଥା ବୁଝିଲେ। ସେତେବେଳେ ନନାଙ୍କ ଭଳି ଅନେକ ନେତା ସାଂଗଠନିକ କାମ ବୁଝୁଥିଲେ। ନନା ସ୍ୱତନ୍ତ୍ର ଦଳର ଖବରକାଗଜ ‘ସ୍ୱରାଜ୍ୟ’ର ପୁରୀ ପ୍ରତିନିଧି ଥିଲେ ପୁରୀର ପ୍ରଥମ ଖବର ସାପ୍ତାହିକ ‘ଜନମତ’ ସେ ସମ୍ପାଦନା ଓ ପ୍ରକାଶନ କରିବା ଆରମ୍ଭ କଲେ।

ମୁଁ କଲେଜ ପଢ଼ିବା ବେଳକୁ ନନା ସକ୍ରିୟ ରାଜନୀତିରେ ନଥାନ୍ତି। ସାଂଗମାନଙ୍କ ସହ ମିଶି ଆମେ ଗୋଟିଏ ସାହିତ୍ୟ ପତ୍ରିକା ମୋ ସମ୍ପାଦନାରେ ପ୍ରକାଶ କରିବାକୁ ଭାବିଲୁ ୧୯୭୬-୭୭ରେ।

ସେତିକିବେଳେ ମୋର ଦେଖାହୁଏ ମୋର ସମସାମୟିକ କଥାକାର ଶୁଭେନ୍ଦ୍ରନାଥ ମହାପାତ୍ରଙ୍କ ସହ। ଆମେ ଦୁହେଁ ସ୍ୱରାଜ୍ୟର ସାପ୍ତାହିକ ସାହିତ୍ୟ ପ୍ରସ୍ଥ ‘କିଶୋର ମହଲ’ରେ ଲେଖୁଥାଉ। ଶୁଭେନ୍ଦ୍ର ଥିଲେ ମୋ’ଠୁ ଦି’ବର୍ଷ ବଡ଼। ଆମେ ଦୁହେଁ ‘ନବ ଚେତନା’ ନାମକ ସାହିତ୍ୟ ପତ୍ରିକାଟିଏ ପ୍ରକାଶ କରିବାକୁ ଚେଷ୍ଟାକଲୁ। ସୌରେନ୍ଦ୍ର ସେନାପତି ଥିଲେ ଆଉ ଜଣେ ସ୍ଥାନୀୟ ଲେଖକ। ଆମେ ତିନିହେଁ ମିଶି ‘ସ୍ୱର ଦୀର୍ଘିକା’ ନାମକ ଅନୁଷ୍ଠାନଟିଏ ବି ଗଢ଼ିଲୁ। ସ୍ୱର ଦୀର୍ଘିକାର ଉଦଘାଟନ ସେତେବେଳର ବର୍ଷିୟାନ ଲେଖକ ରାଜକିଶୋର ରାୟ କଲେ।

‘ନବ ଚେତନା’ ପ୍ରକାଶିତ ହେଇପାରିଲା ନାହିଁ। ଆର୍.ଏନ୍.ଆଇ ମନାକଲେ। ‘ସ୍ୱର ଦୀର୍ଘିକା’ ବି ଆଉ ଚାଲିପାରିଲା ନାହିଁ। ଦେବଦତ୍ତ ଭାଇ ଓ ବସନ୍ତ ଭାଇନା ମତେ ‘ବଡ଼ଦାଣ୍ଡ’ ନାମରେ ପତ୍ରିକାଟିଏ ସମ୍ପାଦନା ଓ ପ୍ରକାଶନ କରିବାକୁ କହିଲେ। ୧୯୭୭ ଜାନୁୟାରୀରେ ମୋ ସମ୍ପାଦନାରେ ‘ବଡ଼ଦାଣ୍ଡ’ ଛପିବା ଆରମ୍ଭ ହେଲା। ‘ବଡ଼ଦାଣ୍ଡ’କୁ ମାସିକ କରି ଛାପିବାକୁ ଆର୍.ଏନ୍.ଆଇ.ଙ୍କ ମଂଜୁରି ମିଳିଗଲା। କ୍ରମେ ଏହା ୧୯୮୧ରେ ଭଲ କାଗଜରେ ୬୪ ପୃଷ୍ଠାର ଡିମାଇ ଆକାରର ପତ୍ରିକା ହୋଇ ଛପିଲା। ୧୯୮୧ରୁ ୧୯୮୭ ପର୍ଯ୍ୟନ୍ତ ବଡ଼ଦାଣ୍ଡ ଛପିଲା।

୧୯୮୭ରେ ମୁଁ ରାଜ୍ୟ ସରକାରୀ ଚାକିରି ଛାଡ଼ି ଏନ୍.ସି.ଇ.ଆର୍.ଟି. ଗଲି। ଲକ୍ଷ୍ନୌରେ ଏହାର କ୍ଷେତ୍ରୀୟ ପ୍ରତିନିଧି ଭାବେ ଯୋଗଦେଲି। ୧୯୯୦ରେ ମୋର ଜଣେ ବଡ଼ଭାଇ ଉମାବଲ୍ଲଭ ମହାନ୍ତି ବଡ଼ଦାଣ୍ଡ ପ୍ରକାଶ କରିବାକୁ ଚାହିଁଲେ। କାଗଜପତ୍ର ବି ନେଲେ। ମୁଁ ତାଙ୍କ ନାଁରେ ଡିକ୍ଲାରେସନ୍ କରିଦେଲି। ଉମା ଭାଇ କିନ୍ତୁ ପତ୍ରିକା ପ୍ରକାଶ କଲେନାହିଁ। କିଛି ବର୍ଷ ସେ ନିଜକୁ ବଡ଼ଦାଣ୍ଡ ପତ୍ରିକାର ସମ୍ପାଦକ କହି ବୁଲିଲେ। ପତ୍ରିକା ବନ୍ଦ ହୋଇଗଲା।

ମୁଁ ସ୍ପପ୍ନଟିଏ ଦେଖିଥିଲି। ଫୁଲ ବି ଫୁଟିଲା। ଅକାଳରେ ମଉଳି ଗଲା।

ଏବେ ବି ମୁଁ ବେଳେ ବେଳେ ‘ବଡ଼ଦାଣ୍ଡ’ ପତ୍ରିକାକୁ ଭାଳିହୁଏ। ସ୍ୱପ୍ନ ବି ଦେଖେ।

ବଡ଼ଦାଣ୍ଡକୁ ପ୍ରକାଶ କରିବା ପରେ ହଠାତ୍ ଦିନେ ଶୁଭେନ୍ଦ୍ର ମହାପାତ୍ର ପୁରୀରୁ ଉଭେଇଗଲେ। ଶୁଣିଛି, ସେ ସାରା ଓଡ଼ିଶା ବୁଲିଲେ। ବିଭିନ୍ନ ଲୋକଙ୍କଠୁ ଟଙ୍କା ବି ଉଧାର ନେଲେ। ତା’ପରେ କୁଆଡ଼େ ହଜିଗଲେ। ଆମେ ଏବେ ବି ତାଙ୍କୁ ଖୋଜି ହେଉ। ସେ ମିଳନ୍ତନି।

ବଡ଼ଦାଣ୍ଡକୁ ନେଇ ଲେଖକ ଗୋଷ୍ଠୀଟିଏ ପୁରୀରେ ଗଢ଼ି ଉଠିଥିଲା। ସେ ବି ହଠାତ୍ ଦିନେ ବନ୍ଦ ହୋଇଗଲା। କାହିଁକି, କେଜାଣି?

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.