• About
  • Contact
Tuesday, May 26, 2026
Tuesday, May 26, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୫୫)

ଆମେ ପାଉଡି ଭୂୟାଁ (ଭାଗ ୧୬)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ମାର୍ଚ୍ଚ ୨୦୨୫

ବାରିକ ଭାଇ ମହାପିଢ ବୈଠକ ପରିଚାଳନା କରୁଥିବା ବିଲୁଆ ଭାଇ ଙ୍କ ନିର୍ଦେଶ ଅନୁଯାୟୀ ନିଜର କଥା ଆରମ୍ଭ କରି କହିଲେ ଯେ, “ଆମ ଗାଁ ଜମରଡିହ ନିକଟରେ ଭୀମକାଣ୍ଡ ବୋଲି ଗାଁ ଟିଏ ଅଛି। ସେହି ଗ୍ରାମରେ ଆମ ପାଉଡି ଭୂୟାଁ ସମ୍ପ୍ରଦାୟର ଲୋକମାନେ ରହନ୍ତି। ଗାଁର ଶେଷ ସୀମାରେ ଏକ ମନ୍ଦିର ଅଛି। ସେହି ମନ୍ଦିରରେ କୌଣସି ଦେବାଦେବୀଙ୍କ ମୂର୍ତ୍ତି ନାହିଁ। ଭୂମି କୁ ବିଦ୍ଧ କରିଥିବା ଏକ ପଥର ର ତୀର କୁ ଗାଁ ଲୋକେ ପୂଜାର୍ଚ୍ଚନା କରିଥାନ୍ତି। ଏହା ସମ୍ପର୍କରେ ଏକ ଲୋକକଥା ରହିଛି। ଗାଁ ଲୋକେ କହନ୍ତି ଯେ ମହାଭାରତ ଯୁଗର କଥା। ସେ ସମୟରେ ଗାଁ ରେ ଏକ ଅହିରାଜ ସାପ ବହୁ ଜୀବଜନ୍ତୁ ଓ ମଣିଷ ମାରି ଖାଇବାରୁ ଗାଁ ଲୋକେ ନିକଟରେ ଥିବା ମାଲ୍ୟଗିରୀ ପର୍ବତରେ ବନବାସ ରେ ଥିବା ପାଣ୍ଡବ ମାନଙ୍କ ନିକଟକୁ ଯାଇ ଧର୍ମରାଜ ଯୁଧିଷ୍ଠିର ଙ୍କ ସାହାଯ୍ଯ ମାଗିଥିଲେ। ଧର୍ମରାଜ ଯୁଧିଷ୍ଠିର ଦ୍ବିତୀୟ ପାଣ୍ଡବ ଭୀମ ଙ୍କୁ ସେହି ସର୍ପକୁ ବଦ୍ଧ ନକରି ତୀର ଦ୍ବାରା ବନ୍ଧନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭୀମ ବଡ଼ଭାଇ ଙ୍କ ନିର୍ଦ୍ଦେଶକ୍ରମେ ଗାଁ ର ସୀମାରେ ଅର୍ଥାତ ସେହି ସ୍ଥାନରେ ତୀର ଦ୍ବାରା ବନ୍ଧନ କରିଥିଲେ। ସର୍ପ ଟି ବନ୍ଧନ ମୁକ୍ତ କରିବା ପାଇଁ ଭୀମ ଙ୍କୁ ପ୍ରାର୍ଥନା କଲା।ଭୀମ ଯୁଧିଷ୍ଠିର ଙ୍କ ଅନୁମତି ନେଇ ସର୍ପକୁ ବନ୍ଧନ ମୁକ୍ତ କରି ନିକଟରେ ଥିବା ଜଙ୍ଗଲରେ ରହିବା ପାଇଁ କହିଲେ। ସର୍ତ୍ତ ମଧ୍ୟ ଥିଲା ଯେ ସାପଟି ଜନବସତି କୁ ଆସିବ ନାହିଁ କିମ୍ବା ଜଙ୍ଗଲକୁ ଯାଉଥିବା ଜୀବଜନ୍ତୁ ଓ ମଣିଷ ଙ୍କ ର କିଛି କ୍ଷତି କରିବ ନାହିଁ। ଏହାପରେ ଭୀମ ଗାଁ ର ଲୋକମାନଙ୍କୁ ମଧ୍ୟ ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ଙ୍କ କୌଣସି କ୍ଷତି ନକରିବା ପାଇଁ କହିଲେ। ଗାଁ ଲୋକମାନେ ଭୀମଙ୍କ କଥାରେ ସମ୍ମତି ଜଣାଇଥିଲେ। ସେହି ଦିନଠାରୁ ସେହି ତୀର ବିଦ୍ଧ ସ୍ଥାନକୁ ଗାଁ ଲୋକମାନେ ପୂଜା କରି ଆସୁଛନ୍ତି।

ଗାଁ ର ନାମ ଭୀମ ଙ୍କ ନାମାନୁସାରେ ଭୀମକାଣ୍ଡ ରଖାଯାଇଛି। ଦଶ ପନ୍ଦର ବର୍ଷ ତଳେ ଜଙ୍ଗଲରୁ ଏକ ହାତୀ ଆସି ସେହି ତୀର କୁ ଉପାଡ଼ିବାକୁ ଚେଷ୍ଟା କଲା। କିନ୍ତୁ ତୀରଟି ନ ଉପୁଡି ଅଧାରୁ ଭାଙ୍ଗିଗଲା। ଏବେ ମଧ୍ୟ ଗାଁ ନିକଟରେ ଥିବା ଜଙ୍ଗଲରେ ବିଶାଳ ସର୍ପାକୃତି ଏକ ପଥର ରହିଛି। ସେହି ସ୍ଥାନରେ ବର୍ଷ ର ଏକ ନିର୍ଦ୍ଦିଷ୍ଟ ଦିନ ପୂଜାର୍ଚ୍ଚନା କରାଯାଏ। ଆମ ଜମରଡିହ ଓ ବନ୍ଧାଭୂମି ଗାଁ ର ଲୋକମାନେ ମଧ୍ୟ ସେହି ପୂଜା ରେ ସାମିଲ ହୋଇଥାନ୍ତି।”

ତାଙ୍କ କଥା ଏକ ଧ୍ୟାନରେ ଶୁଣୁଥିବା ବନ୍ଧାଭୂଇଁ ଗାଁ ର ଅନନ୍ତ ଭାଇ କହିଲେ, “ମୁଁ ଗଣେଶ୍ୱରପୁର ଗାଁ ପାଖରେ ଥିବା ଏକ ପାହାଡ ର କଥା କହିବା ପାଇଁ ଚାହିଁବି। ସେହି ପାହାଡ଼ ର ଶୀର୍ଷ ଦେଶରେ ଏକ ଅଧାଗଢା ମନ୍ଦିର ଟିଏ ଅଛି। ଗାଁ ର ଲୋକମାନେ କହନ୍ତି ଯେ ବହୁ ପ୍ରାଚୀନ ସମୟର କଥା। କିଛି ସାଧୁ ଭଗବାନଙ୍କୁ ତପସ୍ୟା କରି ସନ୍ତୁଷ୍ଟ କରି ଏହି ପାହାଡ଼ରେ ଅବସ୍ଥାନ କରିବା ପାଇଁ ଅନୁରୋଧ କରିବାରୁ ଭଗବାନ କରିଥିଲେ ଯେ ଯଦି ଗୋଟିଏ ରାତି ମଧ୍ୟରେ ମନ୍ଦିରର ନିର୍ମିତ ହୋଇଯାଏ ତେବେ ସେ ସେଠାରେ ନିଶ୍ଚୟ ଅବସ୍ଥାନ କରିବେ। ସାଧୁମାନେ ନିଜର ତପଃଶକ୍ତି ବଳରେ ଅନାୟାସରେ ଗୋଟିଏ ରାତ୍ରି ମଧ୍ୟରେ ଗୋଟିଏ ମନ୍ଦିର ନିର୍ମାଣ କରିପାରିବେ ବୋଲି ଚିନ୍ତାକରି ମନ୍ଦିର ତିଆରିରେ ଲାଗି ପଡ଼ିଲେ। ରାତି ପାହି ସକାଳ ହେଲା କିନ୍ତୁ ମନ୍ଦିର ନିର୍ମାଣ କାମ ସରିଲା ନାହିଁ। ସାଧୁମାନେ ନିଜର ଭୁଲ ବୁଝିପାରି ଭଗବାନ ଙ୍କ ଶରଣାପନ୍ନ ହେଲେ। ଭଗବାନ ସେମାନଙ୍କୁ ସେହିଠାରେ ଗୁପ୍ତ ଭାବରେ ରହି ପ୍ରକୃତି ରୂପି ଭଗବାନ ଙ୍କ ଗୁଣଗାନ କରିବା ପାଇଁ କହି ଅନ୍ତର୍ଦ୍ଧାନ ହୋଇଗଲେ। ସେହିଦିନଠାରୁ ସାଧୁମାନେ ସେହିଠାରେ ଗୁପ୍ତ ରେ ଅବସ୍ଥାନ କରୁଥିବା କଥା ଗାଁ ର ବୟସ୍କ ଲୋକମାନେ କହନ୍ତି। ରାତି ଅଧ ହେଲେ ପାହାଡ଼ରୁ ଝାଞ୍ଜ କୀର୍ତ୍ତନର ଶବ୍ଦ ଶୁଣାଯାଏ। ଆଉ ଏକ କଥା ଗାଁ ର ଲୋକମାନେ କହନ୍ତି ଯେ ବର୍ଷା ର ପରିମାଣ ର ପୁର୍ବାନୁମାନ ମଧ୍ୟ ଏହି ମନ୍ଦିରଟି କରିଥାଏ। ଯେଉଁ ବର୍ଷ ଗ୍ରୀଷ୍ମ ଋତୁରେ ମନ୍ଦିର ରେ ଥିବା ପଥର କବାଟ ଟି ଆପେଆପେ ଖୋଲିଯାଏ, ସେହି ବର୍ଷ ସ୍ବଳ୍ପ ବୃଷ୍ଟି ହୋଇଥାଏ କିନ୍ତୁ ସେହି ବର୍ଷ ପାହାଡ଼ରେ ଥିବା ଜଙ୍ଗଲରେ ପୁର୍ବ ବର୍ଷ ଠାରୁ ତିନିଗୁଣା ଜଙ୍ଗଲଜାତ ଖାଦ୍ୟ ଜଙ୍ଗଲମଧ୍ୟରେ ହୁଏ। ଯାହାକି ଲୋକମାନଙ୍କ ଖାଦ୍ୟାଭାବକୁ ଦୂର କରିଥାଏ।”

ଖାଇବା ସମୟ ହୋଇ ଯାଇଥିଲା ତେଣୁ ମହାସର୍ଦାର ବିଲୁଆ ନାଏକ ସମସ୍ତ ଙ୍କୁ ଖାଇବା ପାଇଁ ଯିବାକୁ କହିବାରୁ ସମସ୍ତେ ଖାଇବା ପାଇଁ ଉଠିଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Story Not So Untrue
More

Story Not So Untrue

by Sudipta Mishra
May 21, 2026

Sudipta Mishra, Puri, 21 May 2026 I was in college then. It happened almost two decades ago, sometime between 2006...

Read more
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

May 8, 2026
ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ

April 28, 2026
ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

April 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.