• About
  • Contact
Wednesday, April 22, 2026
Wednesday, April 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ମନୋଜ ଦାସ: ଗାଁ କଥା (ଭାଗ ୨୩)

ମନୋଜ ଦାସ: ଗାଁ କଥା (ଭାଗ ୨୩)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୧ ଅପ୍ରେଲ ୨୦୨୫

-ସେ ଗାଆଁ ସତରେ କ’ଣ ଥିଲା? ମୁଁ ମନୋଜ ଦାସଙ୍କୁ ପଚାରିଲି।

ଆମର ଗୋଟେ ଗାଆଁ ଥିଲା ବୋଲି ମୁଁ ହେତୁ ପାଇଲା ପରେ ସେତିକିବେଳେ ଜାଣିଲି, ଯେବେ ନନା, ବୋଉ ମୋ ସାନ ଭଉଣି ଦି’ଜଣ, ନାନୀ ଓ ମୁଁ ଗୋଟିଏ ରିକ୍ସାରେ ପୁରୀରୁ ବୀରକେଶରୀପୁର ଗଲୁ। ସାନଭାଇ ଦେବୁ ସେତେବେଳକୁ ଜନ୍ମ ହୋଇନଥାଏ। ଆମର ଗାଁରେ ଘର ନଥିଲା। ଗାଁ କହିଲେ ଚାରିଟି ମହାପାତ୍ର ଘର। ଗୋଟିଏ ପୋଖରୀ ହୁଡ଼ା ଓ ଦୁଇଟି ମନ୍ଦିର-ଗୋଟିଏ ଶିବପାର୍ବତୀଙ୍କର, ମଂଗଳାଙ୍କ ମନ୍ଦିର ଆରପଟେ ସେପଟ ସାହି ଆରମ୍ଭରୁ ଥାଏ। ଜେଜେବାପାଙ୍କୁ ତାଙ୍କ ସାନଭଉଉଣୀ ବିଷ ଦେଇଥିଲେ। ସେ ମଲେନାହିଁ। ସାନଭାଇ ଓ ଭାଇବୋହୂ ଚକ୍ରାନ୍ତ କରିଥିଲେ। ଜେଜେବାପା ଥିଲେ ବ୍ୟାକରଣାଚାର୍ଯ୍ୟ ଓ ଆୟୁର୍ବେଦାଚାର୍ଯ୍ୟ। ପଣ୍ଡିତ ହିସାବରେ ନାଁ ଥିଲା। ରାଜଗୁରୁ ବି ଥିଲେ। ପ୍ରତିଦିନ ଚାଲି ଚାଲି ପୁରୀ ଯାଉଥିଲେ ଓ ଫେରୁଥିଲେ। ସେ ଥିଲେ ସେତେବେଳେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଭାପତି।

ଜେଜେବାପା ଗାଁ ଛାଡ଼ିଦେଲେ। ମାର୍କଣ୍ଡେଶ୍ୱର ସାହିରେ ଥିଲେ ତାଙ୍କର ଜଣେ ଯଜମାନ। ସେ ଘରଟି ଦାନ କଲେ। ସେଠି ମୋ ସବା ସାନ କକେଇଙ୍କ ଜନ୍ମ। ଗାଁ ଘର ଜେଜେବାପା ଜଣେ ଶୁଣ୍ଢି ମହାଜନ ଧୋବେଇ ସାହୁକୁ ବଂଧା ଦେଇଥିଲେ। ତାହା ବୁଡ଼ିଗଲା।

ନନା ଅଜାଘରକୁ ପୁଅ ହୋଇ ଯାଇଥିଲେ। ଅଜାଘରର ବି ଡିହଟେ ବୀର ନରସିଂହପୁର ଗାଁରେ ଥିଲା। ବ୍ରିଟିଶ ସରକାର ସମ୍ପତି ବାଜ୍ୟାପ୍ତ କରିଦେବା ଭୟରେ ନନା ସେ ସମ୍ପତି ବିକିଦେଲେ। ଗାଁ ଘର ତ ଜେଜେବାପା ଆଗରୁ ବିକ୍ରି କରି ଦେଇଥିଲେ।

ମାର୍କଣ୍ଡେଶ୍ୱର ସାହି ଘରେ ମୁଁ ଜନ୍ମ ହେଇଥିଲି। ମୋ ନାନୀ ବି। ଘର ମାଲିକ ମରିଗଲା। ଯଜମାନ ବୁଢ଼ା କାଗଜପତ୍ର କିଛି କରିନଥିଲା। ତା ପୁଅ ବାପ ସହ ମୋ ଜେଜେବାପାଙ୍କ ବୁଝାମଣା ମାନିଲା ନାହିଁ। ନନା ଘରୁ ବାହାରି ଆସିଲେ। ପୁରୀରେ ଭଡ଼ାଘରେ ରହିଲେ ମାଟିମଣ୍ଡପ ସାହିରେ।
ଆମେ ସବୁ ବର୍ଷରେ କମ୍ ସେ କମ୍ ଦୁଇଥର ଗାଆଁକୁ ପୂରା ପରିବାର ଯାଉଥିଲୁ। ଆମ ଘର ତ ନଥିଲା-କକେଇ ପୁଅ ଭାଇମାନେ ନନାଙ୍କୁ ବା ଆମମାନଙ୍କୁ ଆଦର କରୁନଥିଲେ। ସାମ୍ନାରେ ଥିଲା ରାଧୁ ଦଦେଇଙ୍କ ଘର। ସେଇଠି ଆମେ ରହୁଥିଲୁ।

ସାନ ଭାଇ ଦେବୁ ଜନ୍ମ ହେଲା ପରେ ଆମେ ଦୁଇଟି ରିକ୍ସାରେ ଯିବା ଆରମ୍ଭ କଲୁ। ବଣିଆଣି ନାନୀ ଓ ବୋଉ ଦେବୁ ସହ ଗୋଟେ ରିକ୍ସାରେ ତ ନନା, ନାନୀ ଓ ଦୁଇ ଭାଇଙ୍କ ସହ ମୁଁ ଆଉ ଗୋଟେ ରିକ୍ସାରେ। ସେଠି ଆମେ ଦି’ଦିନ ରହୁ। ରିକ୍ସା ବି। ତୃତୀୟ ଦିନ ଆମେ ବୀର ନରସିଂହପୁର ଯାଉ। ହୁଏତ ଦ୍ୱିତୀୟ ଦିନ ନନା, ବୋଉ ଓ ଦେବୁ ଆଗରୁ ଯାଇଥାନ୍ତି ଗୋଟେ ରିକ୍ସାରେ ଓ ଆମେ ସବୁ ଆଉ ଗୋଟେ ରିକ୍ସାରେ ତୃତୀୟ ଦିନ। ସେଇ ରାତିରେ ଆମେ ପୁରୀ ଫେରୁ| ରିକ୍ସା ଭଡ଼ା ସେତେବେଳେ ଦିନକୁ କୋଡ଼ିଏ ଟଙ୍କା। ପୁରୀରୁ ଆମ ଗାଁ ଦେଇ, ବୀର ନରସିଂହପୁର ଦେଇ ପୁରୀ ଫେରିବା ପ୍ରାୟ ୩୦ କିଲୋମିଟର ବାଟ।

ମନୋଜ ବାବୁଙ୍କ ଗାଁ ଶଙ୍ଖାରୀ। ବାଲେଶ୍ୱରରୁ ଶଙ୍ଖାରୀ ଗାଁ ପ୍ରାୟ ନବେ କିଲୋମିଟର ହେବ। କିଂତୁ ମନୋଜ ବାବୁ ପିଲାଦିନୁ ଭାଇଙ୍କ ପାଖରେ ରହି ବାଲେଶ୍ୱରରେ ପଢ଼ିଲେ। ଭାଇ ପ୍ରଫେସର ମନ୍ମଥନାଥ ଦାସ ପୁରୀ କଲେଜ ବଦଳି ହୋଇ ଆସିଲେ। ମନୋଜ ବାବୁ ପୁରୀ କଲେଜରୁ ବି.ଏ. ପାଶ୍ କଲେ ଓ ରେଭେନ୍ସା କଲେଜରେ ଏମ.ଏ. ପଢ଼ିବା ସହ ମଧୁସୂଦନ ଲ’କଲେଜରେ ଏଲ୍.ଏଲ୍.ବି. କରି ଖ୍ରୀଷ୍ଟ କଲେଜରେ ଅଧ୍ୟାପକ ହେଲେ। ସେଇଠୁ ସେ ପଣ୍ଡିଚେରୀ ଚାଲିଗଲେ।

ଏମ୍.ଏ. ପଢ଼ିଲା ବେଳେ କୁଜଙ୍ଗର ଜମିଦାର ନାରାୟଣ ବୀରବର ସାମନ୍ତଙ୍କ ସଂସ୍ପର୍ଶରେ ଆସିଲେ ମନୋଜ ବାବୁ| ତାଙ୍କ ଝିଅ ପ୍ରତିଜ୍ଞାଙ୍କ ସହ ତାଙ୍କର ପ୍ରେମ ହେଲା। ପ୍ରେମର ସେତେବେଳେ ଗୋଟିଏ ପରିସମାପ୍ତି-ବିବାହ। ପ୍ରତିଜ୍ଞା ଦେବୀଙ୍କ ପ୍ରେମରେ ମନୋଜ ଅନେକ କବିତା ଲେଖିଥିଲେ ସେତେବେଳେ। ତାଙ୍କ “ତୁମ ଗାଁ ଓ ଅନ୍ୟାନ୍ୟ କବିତା” ସଂକଳନରେ ସେଗୁଡ଼ିକ ସଂକଳିତ ହୋଇଛି। ସବୁ କବିତାର କେନ୍ଦ୍ର ଗାଁ ଓ ପ୍ରେମ।

ମନୋଜ ବାବୁ ପଣ୍ଡିଚେରୀ ଗଲେ ଓ ଶ୍ରୀ ଅରବିନ୍ଦ ଆଶ୍ରମରେ ଯୋଗଦେଲେ । ଗାଁ ପଛରେ ରହିଗଲା। ସେଇଠି ସେ ଚାଲିଗଲେ।

ମୋ ଗାଁକୁ ମୁଁ ଯାଇଥିଲି ମୋ ସ୍ତ୍ରୀ ଓ ପିଲାମାନଙ୍କ ସହ ପଚିଶ ବର୍ଷ ତଳେ। ମନୋଜବାବୁ ତାଙ୍କ ଗାଁକୁ ଯାଇଥିଲେ ପ୍ରାୟ ପଚାଶବର୍ଷ ତଳେ। ପ୍ରତିଜ୍ଞା ଦେବୀଙ୍କ ଗାଁକୁ ବି ଚାଳିଶ ବର୍ଷ ତଳେ। ଆମେ ଏବେ ଗାଁକୁ ମନେପକରଉଛୁ। ମଂଗଳାଙ୍କ ମନ୍ଦିର ଜମିର ତରଫଦାର ଥିଲେ ଜେଜେବାପା। ଗାଁଲୋକେ ସେ ଜମି ଚାହିଁଲେ। ଧୋବେଇ ସାହୁର ପିଲାମାନଙ୍କ ଠାରୁ ଆମ ଡିହ ଗାଁ କୋଠ ମୁକୁଳେଇ ଆଣିଲା। ସେଇଠି ସାନକକେଇ ଘର କଲେ। କଥାଥିଲା, କେହି ଜଣେ ସେଠି ରହିବ। ଆମ ଗାଁ ଘରେ ଆମେ କେହି ରହିପାରିଲୁ ନାହିଁ। ମନୋଜ ବାବୁ ପଣ୍ଡିଚେରୀରେ ସାରାଜୀବନ ରହିଲେ। ମନ୍ମଥବାବୁ ଭୁବନେଶ୍ୱରରେ ଘର କରିଥିଲେ। ସେମାନେ ନା ଗାଆଁରେ ରହିପାରିଲେ ନା ଭୁବନେଶ୍ୱରରେ।

ଗାଁ ଗୋଟିଏ ସ୍ୱପ୍ନ। ଆମେ ସ୍ୱପ୍ନ ଦେଖୁ, କିନ୍ତୁ ସ୍ୱପ୍ନରେ ବଂଚିପାରୁନାହିଁ। ହେଲେ, ସ୍ୱପ୍ନକୁ ଛାଡ଼ି ବଂଚିବା କେତେ କଷ୍ଟ!

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

Vipul’s Voice: One Kilogram of Awareness
More

Vipul’s Voice: 
One Kilogram of Awareness

by Vipul Agarwal
April 19, 2026

Vipul Agarwal, Delhi, 19 April 2026 Recently, we had a very interesting discussion at a Sunday dialogue session at Delhi....

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୪)

April 14, 2026
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
Vipul’s Voice: Herd Ego

Vipul’s Voice:
Herd Ego

March 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୩)

March 14, 2026
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.