ଭକ୍ତ ଚରଣ ସାହୁ, ଯାଜପୁର, ୨୬ ମଇ ୨୦୨୫
ଆଜି ପରା ସ୍ବାମୀ
ପୂଜନ ଦିବସ
‘ସାବିତ୍ରୀ’ ଅଛନ୍ତି ଯେତେ।
ନିଜ ନିଜ ‘ସତ୍ୟ-
ବାନ’ ଙ୍କୁ ପୂଜନ୍ତି
ଭକତି ଭରିକି ସେତେ।।
ମନ୍ଦିରକୁ ସବୁ ଯାଇଁ।
ସ୍ୱାମୀ ପାଇଁ ଶୁଭ
ମନାସୁ ଅଛନ୍ତି
ଦେବାଦେବୀ ମୁଖ ଚାହିଁ।।
ବୈଧବ ଯନ୍ତ୍ରଣା
ନ ଭୋଗିବା ପାଇଁ
ବିବାହିତା ନାରୀ ଟିଏ।
ସ୍ୱାମୀଙ୍କ ଆୟୁଷ
ବୃଦ୍ଧି କରିବାକୁ
ବ୍ରତ ପାଳିଥାଏ ସିଏ।।
ପ୍ରତି ବରଷରେ ଥରେ।
ତା’ ଶଙ୍ଖା ସିନ୍ଦର
ବଜ୍ର କରିବାକୁ
ବିଭୁଙ୍କୁ ପ୍ରାର୍ଥନା କରେ।।
ମନେ ପଡିଯାଏ
ସେ ଯୁଗ ସାବିତ୍ରୀ
ଦେଖାଇ ‘ସତୀତ୍ୱ ଶକ୍ତି’।
ଯମ ରାଜା ଠାରୁ
ମୃତ ସ୍ୱାମୀଙ୍କୁ ସେ
ଆଣିଥିଲେ କରି ଭକ୍ତି।।
ଏ ଯୁଗ ସାବିତ୍ରୀ ଜାଣ।
‘ସ୍ୱାମୀ ଭକ୍ତି’ ଠାରୁ
ତୁମରି ପାଖରେ
ନାହିଁ ଆଉ କିଛି ଟାଣ।।
‘ସତୀ ସ୍ୱାଧି’ ସେହି
ସାବିତ୍ରୀ ଦେବୀଯେ
‘ଅମାବାସ୍ୟା’ ନାଁ ନେଲେ।
ଧନ୍ୟ ତାଙ୍କ ପିତା
ମାତା ସେ ଏଭଳି
କନ୍ୟାଟିଏ ଜନ୍ମ ଦେଲେ।।
ତେଣୁ କଥା ଘେନା କର।
ଘର ଘର ନାରୀ
‘ସାବିତ୍ରୀ’ ହୋଇଲେ
ହସିବ ସବୁରି ଘର।।






