• About
  • Contact
Thursday, August 20, 2026
Thursday, August 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଉତ୍କଳ ର ଗୌରବ

ଉତ୍କଳ ର ଗୌରବ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୮ ଅପ୍ରେଲ ୨୦୨୬

ଓଡ଼ିଆ ଜାତିର ବୀରତ୍ୱ ର ଗାଥା
ତୁମେ ପଢିଥିଲ ମନଦେଇ
ଓଡ଼ିଆ ଭାଷାର ବିଭବ ସୌନ୍ଦର୍ଯ୍ୟ
ତୁମ ହୃଦେ ଥିଲା ଲେଖାହୋଇ।
ଓଡ଼ିଆ ମାନଙ୍କ ଐତିହ୍ୟ ସଂସ୍କୃତି
ରହିଥିଲା ତୁମ ଜିହ୍ୱା ଅଗ୍ରେ
ଓଡ଼ିଆ ର ସେବା ସମର୍ପଣ ଭାବ
ଚାଲୁଥିଲା ଦେଶ ଅଗ୍ରଭାଗେ।
ଓଡ଼ିଆ ଭାଷା ର କବି ସାହିତ୍ୟିକ
ବିଶ୍ୱ ହିତ କରି ଜୀବନ ବ୍ରତ
ଓଡ଼ିଆ ପଣର ମହାନତା ସବୁ
ଦର୍ଶାଏ ତାଙ୍କର ଲେଖା ସାହିତ୍ୟ।
ଓଡ଼ିଆ ନିଜର ହୃଦୟ କନ୍ଦରେ
ବିଶ୍ୱ ଭାତୃ ଭାବ ରଖି ସାଇତି
ଓଡ଼ିଆ ଜୀବନ ଦେଇଛି ଯୁଦ୍ଧରେ
କ୍ରୁର ଲୋକ ହୃଦେ ଭରିଛି ଶାନ୍ତି।
ଓଡ଼ିଆ ଠାକୁର ପ୍ରଭୁ ଜଗନ୍ନାଥ
ନିଅନ୍ତି କୋଳେଇ ବିଶ୍ୱ ଜନଙ୍କୁ
ଓଡ଼ିଆ ପ୍ରାଣର ଆବେଗ ସେ ପ୍ରଭୁ
ଉଦବୁଧ କରନ୍ତି ବିଶ୍ୱବାସୀଙ୍କୁ।
ଓଡିଶା ମାଟିରେ ଜନ୍ମ ଲଭି ତୁମେ
ଦେଖିଲ ତାହାର ଖଣ୍ଡିତ ରୂପ
ନିସ୍ଵାର୍ଥପରତା ସ୍ୱାଭିମାନ ରଖି
ଜାତିର ସୁପ୍ତତା କରିଲ ଲୋପ।
ତୁମ ଯୋଗୁଁ ଆଜି ଆମର ଓଡିଶା
ପାଇଅଛି ନୂଆ ପରିଚୟ
ନିଜକୁ ଓଡ଼ିଆ କହି ସଗୌରବେ
ଚାଲୁଅଛି ଆମେ ହୋଇ ନିର୍ଭୟ।
ତୁମେ ଓଡ଼ିଆର ସ୍ୱଗୋତ୍ର ପୁରୁଷ
ତୁମେ ଏ ଜାତିର ଇତିହାସ
ତୁମର ଜନମ ତାରିଖରେ ଆଜି
ତୁମକୁ ପ୍ରଣତି ଶତସହସ୍ର।

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଭାରତର ସନ୍ତାନ
Literature

ଭାରତର ସନ୍ତାନ

by ଦେବେନ୍ଦ୍ର କୁମାର ସାହୁ
August 15, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୬ ମୁହିଁ ଭାରତର ଅମୃତ ସନ୍ତାନ ମୋ ଜନ୍ମ ପାଇଁକି ମୁହିଁ ଧନ୍ୟ ବିବିଧତା ମଧ୍ୟେ ଏକତା ଗୀତିକା...

Read more
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.