• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମଧୁବାବୁ

ମଧୁବାବୁ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୯ ଏପ୍ରିଲ, ୨୦୨୬

ମଧୁବାବୁ ନାମେ ତୁମେ ରାଜ୍ୟେ ପରିଚିତ
ଏମ.ଏସ.ଦାସ ଭାବେ ଦେଶରେ ବିଦିତ
ପ୍ରକୃତରେ ତୁମେ ସାରା ପୃଥିବୀ ବିଖ୍ୟାତ
ତୁମକୁ ରଖିଛୁ ଆମେ ଉତ୍କଳେ ସୀମିତ॥୧॥

ଉତ୍କଳ ଭୂଇଁର ଆମ ଅନନ୍ୟ କୃତିତ୍ୱ
ବିଶ୍ଵ ଦରବାରେ ତାହା କରି ପ୍ରତିଭାତ
ଜାତିର ଗୌରବ କଲ ପୁଣି ଦିପ୍ତୀମନ୍ତ
ପୃଥିବୀବାସୀଙ୍କୁ ତାହା କରିଲା ଚକିତ॥୨॥

ଓଡ଼ିଆ ଜାତିର ପରା ତୁମେ ଐରାବତ
ସ୍ଵତନ୍ତ୍ର ପ୍ରଦେଶ ପାଇଁ ଲଢ଼ିଲ ଅକ୍ଲାନ୍ତ
ସୁପ୍ତ ଓଡ଼ିଆଭାଷୀଙ୍କୁ କରିଲ ଜାଗ୍ରତ
ସେଥିଲାଗି ହୋଇଗଲ ତୁମେ ସର୍ବସ୍ବାନ୍ତ॥୩॥

ବୀର ଉତ୍କଳ ଭୂଇଁକୁ କରି ବିଖଣ୍ଡିତ
ଫିରିଙ୍ଗି ରଚିଲା ଏଠି ବର୍ବର ରାଜତ୍ଵ
ଓଡ଼ିଆଙ୍କ ଦୁର୍ଦ୍ଦଶାରେ ହୋଇ ମର୍ମାହତ
ସ୍ଵତନ୍ତ୍ର ଓଡିଶା ପାଇଁ ନେଇଥିଲ ବ୍ରତ॥୪॥

ସ୍ଵତନ୍ତ୍ର ଓଡିଶା ଯେବେ ହୋଇଲା ଗଠିତ
ତାହା ଦେଖିବାକୁ ଆଉ ନ ଥିଲ ତୁମେ ତ
ଆମେ ପାଇଲୁ ଓଡ଼ିଶା ଯାହା ବିଖଣ୍ତିତ
ତାହା ଦେଖି ତୁମେ ହୋଇଥାଆନ୍ତ ବ୍ୟଥିତ॥୫॥

ଓଡ଼ିଆ ଅସ୍ମିତା ଆଜି ହେଉଛି ଲାଂଛିତ
ଓଡ଼ିଶାର ସ୍ୱାଭିମାନ ଏବେ ଉଲୁଣ୍ଠିତ
ଦୁର୍ନୀତି, ପ୍ରିୟାପ୍ରୀତିରେ ଲୋକ ପୁଲକିତ
ତୁମ ନୀତି, ଆଦର୍ଶରୁ ଆମେ ବିବର୍ଜିତ ॥୬॥

ରାଜନୀତି କ୍ଷେତ୍ରେ ଆଜି ହୋଇଛ ବିସ୍ମୃତ
ଦପ୍ତରେ ତୁମ ଫଟୋ ଶୋଭା ପାଉ ନାହିଁ ତ
‘ଭାରତ ରତ୍ନ’ ରେ କରି ପାରିନୁ ଭୂଷିତ
ରଖିପାରିନୁ ତୁମ ମାନ ଆଉ ମହତ॥୭॥

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଚିହ୍ନ
Literature

ଚିହ୍ନ

by ପ୍ରଭୁକଲ୍ୟାଣ ମହାପାତ୍ର
October 13, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୩ ଅକ୍ଟୋବର ୨୦୨୬ କିଛି ଚିହ୍ନ ଲିଭିଯାଏ ସମୟ ସୁଅରେ ଆଉ କିଛି ନିଶ୍ଚିହ୍ନ ହୁଏ ଅଳ୍ପ ଦିନରେ ବାକି କିଛି ଲିଭିବାକୁ...

Read more
ନିଆରା ମଣିଷ : ଶରତ ବାବୁ

ନିଆରା ମଣିଷ : ଶରତ ବାବୁ

October 12, 2026
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ

October 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.