• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନନା: ଭାରତଛାଡ଼ ଆନ୍ଦୋଳନର ଯୋଦ୍ଧା (ଭାଗ ୩୯)

ନନା: ଭାରତଛାଡ଼ ଆନ୍ଦୋଳନର ଯୋଦ୍ଧା (ଭାଗ ୩୯)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧ ୧ ଅଗଷ୍ଟ ୨୦୨୫

ଆମେ ଏବେ ଗୋଟେ ଅଭୁତ ସମୟରେ ଗତିକରୁଛେ। ନନା ଅନେକ ଆଗରୁ କଥାବାର୍ତ୍ତା ଭିତରେ ଏକଥା କହୁଥିଲେ, “We are a nation now without a national character, persons without morality.”

ବହୁ ଡେରିରେ ନନାଙ୍କୁ ଲୋକେ ମନେ ପକେଇଲେ। ତା ବି ମୁଁ ନନାଙ୍କ କଥା କହିବା ଓ ଲେଖିବା ପରେ। ବିବେକାନନ୍ଦ କେନ୍ଦ୍ର, କନ୍ୟାକୁମାରୀ ପୁରୀରେ ଏକ ମିଟିଂ କରି ତିନିଜଣ ଦିବଂଗତ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କଲେ – ତା ଭିତରେ ଜଣେ ଥିଲେ ନନା। ଏ ବର୍ଷ ଗାନ୍ଧୀଘାଟରେ ସର୍ବୋଦୟ ମେଳା ନନାଙ୍କୁ ଉତ୍ସର୍ଗିତ ହେଲା।

ନନାଙ୍କ ସମୟରେ ସତ୍ୟ ଓ ଅହିଂସା ଥିଲା ବ୍ୟକ୍ତିତ୍ଵର ମାପକାଠି। ଏବେ, ଦେଶରେ ଅସତ୍ୟ ରାଜୁତି ଚାଲିଛି। ମୋ ଜୀବନର ସବୁଠୁ ବଡ଼ ଅବସୋସ, ମୋ ସତ୍ୟାନ୍ଵେଷୀ ନନା ମୋତେ ଠିକ୍ ଭାବେ ବୁଝିଲେ ନାହିଁ। ତେବେ ମୁଁ କର୍ତ୍ତବ୍ୟ ଯାହା ସମ୍ଭବ, ତାହା କଲି। ନାନୀକୁ ଓ ଝୁନୁକୁ ଡାକିଲି। ଦେବୁ ପୁଅର ପରୀକ୍ଷା ଥିବାରୁ ସେ ଆସିଲାନି। ମିନୁ ଦୁବାଇରେ। ଝୁନୁର ସ୍ଵାମୀ ଶୈଳେନ୍ଦ୍ର, ଖୁଡ଼ୀ ଓ ତାଙ୍କ ଦୁଇ ଭଉଣୀ, କକେଇଙ୍କ ପୁଅ ବାବୁନା – ସମସ୍ତେ ଆସିଲେ। ପୁରୀର ଶତାଧିକ ଲୋକ ନନାଙ୍କୁ ମନେ ପକେଇଲେ। ଆମେ ଏକାଠି ନୃସିଂହ ମନ୍ଦିରର ପ୍ରସାଦ ଖାଇଲୁ। ଏ ବର୍ଷ ନନା ବଂଚିଥିଲେ ଶହେ ବର୍ଷର ହୋଇଥାନ୍ତେ।

ନନାଙ୍କ କଥା ବଖାଣି ଗୋଟିଏ ସୂଚନା ପତ୍ର ବି ଛପିଥିଲା। ସେଇଠି ଉନ୍ମୋଚନ ହେଲା। ବଣ୍ଟା ହେଲା। ତାହା ଥିଲା ଏହିପରି:
ଅବିନଶ୍ୱର ଲକ୍ଷ୍ମୀଧର: ଭାରତ ଛାଡ଼ ଆନ୍ଦୋଳନର ଯୋଦ୍ଧା

ଶ୍ରୀଯୁକ୍ତ ଲକ୍ଷ୍ମୀଧର ମହାପାତ୍ରଙ୍କ ଜନ୍ମ ୧୯୨୨ ମସିହା ନଭେମ୍ବର ୨୩ ତାରିଖରେ ଶାସନ ବୀରକେଶରୀପୁର ଗ୍ରାମ, ପୁରୀଠାରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଥଲା ପଣ୍ଡିତ ନାରାୟଣ ମହାପାତ୍ର । ୧୭ ବର୍ଷ ବୟସରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ସ୍ୱାଧୀନତା ସଂଗ୍ରାମରେ ନିଜକୁ ସାମିଲ କରି ୧୯୩୯ ମସିହାରେ ସେ କାରାବରଣ କରିଥିଲେ। ପୁରୀ ଜିଲ୍ଲା କାରାଗାରରେ ଛଅମାସ ବନ୍ଦୀ ଜୀବନ ଅତିବାହିତ କରି ମୁକ୍ତ ହେବା ପରେ ପୁନର୍ବାର ତାଙ୍କୁ ୧୯୪୦ ମସିହାରେ ବନ୍ଦୀ କରାଯାଇ ଏକ ବର୍ଷ ବ୍ରହ୍ମପୁର କାରାଗାରରେ ରଖାଗଲା। ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ ୧୯୪୨ ରୁ ୧୯୪୫ ମସିହା ପର୍ଯ୍ୟନ୍ତ ପୁରୀ ଓ ବ୍ରହ୍ମପୁର କାରାଗାରରେ ସେ ବନ୍ଦୀ ଜୀବନ ଅତିବାହିତ କରିଥିଲେ। ଡକ୍ଟର ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ଚନ୍ଦ୍ରଶେଖର ମହାପାତ୍ର, ବନମାଳି ପଟ୍ଟନାୟକ, ଦୀନବନ୍ଧୁ ମିଶ୍ର, ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ନିତ୍ୟାନନ୍ଦ ମହାପତ୍ର ଓ ଯଦୁମଣି ଯେନା ପ୍ରମୁଖ ଥିଲେ ତାଙ୍କର ଜେଲ୍ ସାଥି। ସେ କିଛିଦିନ ହଜାରିବାଗ ଜେଲ୍ରେ ମଧ୍ୟ ଥିଲେ, କିନ୍ତୁ ସେ ସଂପର୍କରେ କୌଣସି କାଗଜପତ୍ର ମିଳୁନାହିଁ।

ଭାରତ ସ୍ୱାଧୀନ ହେଲା ପରେ ସେ ଜାତୀୟ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ୧୯୫୧ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରି ପରବର୍ତ୍ତୀ ସମୟରେ ଗଣତନ୍ତ୍ର ପରିଷଦରେ ଯୋଗଦେଇ ତାହାର ଦୈନିକ ସମ୍ବାଦପତ୍ର ‘ଗଣତନ୍ତ୍ର’ର ଜିଲ୍ଲା ସମ୍ବାଦଦାତା ଭାବରେ କାର୍ଯ୍ୟ କରିଥିଲେ। ‘ଗଣତନ୍ତ୍ର ପରିଷଦ’, ‘ସ୍ୱତନ୍ତ୍ର ପାର୍ଟି’ ସହିତ ମିଶିଗଲା ପରେ ସେମାନେ ‘ସ୍ଵରାଜ୍ୟ’ ନାମରେ ଏକ ଦୈନିକ ଖବରକାଗନ ପ୍ରକାଶ କଲେ, ଯାହାର ପୁରୀ ଜିଲ୍ଲା ସମ୍ବାଦଦାତା ଭାବରେ କାର୍ଯ୍ୟ କରିବା ସହିତ ସେ ପାର୍ଟିର ସାଧାରଣ ସଂପାଦକ ମଧ୍ୟ ହୋଇଥିଲେ। ୧୯୬୭ ରୁ ୧୯୭୦ ମସିହା ପର୍ଯ୍ୟନ୍ତ ପୁରୀରୁ ପ୍ରକାଶିତ ପ୍ରଥମ ସାପ୍ତାହିକ ସମ୍ବାଦପତ୍ର ‘ଜନମତ’ର ସେ ଥିଲେ ସଂପାଦକ। ସ୍ଵତନ୍ତ୍ର ପାର୍ଟି ଉତ୍କଳ କଂଗ୍ରେସ ସହ ମିଶି ପ୍ରଗତି ଦଳରେ ପରିଣତ ହେବା ପର୍ଯ୍ୟନ୍ତ ସେ ପାର୍ଟିର ଜିଲ୍ଲା ଉପସଭାପତି ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ଅଖିଳ ଭାରତୀୟ କର୍ମଜୀବୀ ସାମ୍ବାଦିକ ସଂଘର କାର୍ଯ୍ୟକାରୀ କମିଟିର ସଦସ୍ୟ ମଧ୍ୟ ହୋଇଥିଲେ। ୧୯୭୨ ମସିହାରେ ସ୍ଵତନ୍ତ୍ର ପାର୍ଟି ପ୍ରଗତି ଦଳରେ ମିଶିବାକୁ ବିରୋଧ କରି ସେ ଦଳୀୟ ରାଜନୀତି ପରିତ୍ୟାଗ କଲେ ଓ ସକ୍ରିୟ ରାଜନୀତିରୁ ସ୍ଵେଚ୍ଛାକୃତ ଅବସର ନେଇଗଲେ। ତାଙ୍କର ସ୍ୱାଧୀନତା ସଂଗ୍ରାମରେ ଯୋଗଦାନର ସ୍ଵୀକୃତି ସ୍ଵରୂପ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ତାଙ୍କୁ ୧୯୭୨-୭୩ ବର୍ଷର ତାମ୍ରପତ୍ର ପ୍ରଦାନ ପୂର୍ବକ ସ୍ଵାଧୀନତା ସଂଗ୍ରାମୀର ଭତ୍ତା ଦେଇ ଦିଲ୍ଲୀଠାରେ ସମ୍ମାନିତ କରିଥିଲେ।

୧୯୪୮ ମସିହା ଫେବୃୟାରୀ ୧୨ ତାରିଖ ଗାନ୍ଧିଜୀଙ୍କ ପବିତ୍ର ଚିତାଭଷ୍ମ ପୁରୀ ମହୋଦଧିରେ ଵିସର୍ଜିତ ହେଲାବେଳେ କଂଗ୍ରେସର ଯେଉଁ କେତେଜଶ ସ୍ଥାନୀୟ, ସକ୍ରିୟ ସଦସ୍ୟ ତଥା ସ୍ଵାଧୀନତା ସଂଗ୍ରାମୀ ଉପସ୍ଥିତ ଥଲେ, ଶ୍ରୀଯୁକ୍ତ ଲକ୍ଷ୍ମୀଧର ମହାପାତ୍ର ନ୍ମଧଧ୍ୟରୁ ଥିଲେ ଅନ୍ୟତମ। ୨୦୦୮ ମସିହା ସେପ୍ଟେମ୍ବର ୨୬ ତାରିଖରେ ପୁରୀଠାରେ ଏହି ମହାନ ଯୋଦ୍ଧାଙ୍କର ମହାପ୍ରୟାଣ ଘଟିଥିଲା।

କଣ ଥିଲା ସେ ସମୟ? କେମିତି ଥିଲେ ସେ ସମୟର ଲୋକେ?……

ସ୍ୱାଧୀନତା ମଣିଷର ଜନ୍ମ ଅଧିକାର- କାଲିଯାଏଁ ଥିଲା, ଆଜି ନାହିଁ।

ସରକାରଙ୍କ କାମ ବିଷୟରେ ଆଲୋଚନା କରିପାରିବ ନାହିଁ। ପ୍ରଶ୍ନ ପଚାରିବ ନାହିଁ। ଏ ଏକ ଅଦ୍ଭୁତ ଜୀବନ, ଅଭୁତ ସମୟ, କେହି କାହାକୁ ବୁଝନ୍ତି ନାହିଁ। ଖବରକାଗଜ ଓ Electronic Media ଖୁସି, ସେମାନେ ପର୍ଯ୍ୟାପ୍ତ ବିଜ୍ଞାପନ ପାଉଛନ୍ତି। ଯେକୌଣସି ଖବରକାଗଳ ଦେଖ ପଦେ ବି ସରକାର ବିରୋଧୀ କଥା ନଜରକୁ ଆସିବ ନାହିଁ। Media ଏବେ ସରକାରଙ୍କ ଭାଟ। ସଂପାଦକ ଓ ସାମ୍ବାଦିକମାନେ ସରକାରର ଚାକର।

ଏ ସମୟ ରହିବ ନାହିଁ। ନୂଆ ସମୟ ଲାଗି ମୁଁ ବଞ୍ଚିଥିବି ତ! ଯଦି ବଞ୍ଚିରହେ, ଏ ସବୁ କଥା ଲୋକଙ୍କୁ କହିବି। ସେମାନେ ଠିକ୍‌ କରିବେ, କିଏ ଠିକ୍‌, କିଏ ଭୁଲ୍‌। ମୁଁ ଚଳନ୍ତି ସମୟର ସାମ୍ବାଦିକ। ଏ ଦୁର୍ଦିନ କଥା ଯଦି ଲେଖି ନରଖିବି, କିଏ ଲେଖିବ। ସମସ୍ତେ ତ ରଜାଙ୍କ ଟଙ୍କିକିଆ ଚାଉଳ ଧାଡ଼ିରେ, କିଏ ଆଗରେ ତ କିଏ ପଛରେ। ଚୀନ୍‌ରେ କମ୍ୟୁନିଷ୍ଟ ସରକାର ଶାସନକୁ ଆସିବା ଆଗରୁ ରାଜା ଲୋକଙ୍କୁ ଅଫିମ ଖୁଆଇ ରଖୁଥିଲେ। ଏବେ ସରକାର ଅନାବନା ସୁବିଧା ଦେଇ ଓଲୁ କରି ରଖିବାକୁ ଆଗ୍ରହୀ। ଫାସିବାଦ କଣ ଥିଲା, ଲୋକେ ଜାଣନ୍ତି ନାହିଁ। ଏବର ସରକାର Lock Down ବିରୁଦ୍ଧରେ ଯିଏ ଲେଖିଲା ବା କହିଲା, ତାଳୁ ଦଣ୍ଡ ଦେଲେ। ମୁସୋଲିନୀ ଓ ହିଟ୍‌ଲର ତାଙ୍କ ସମୟରେ ସେୟା କରୁଥିଲେ। ବିରୋଧୀଙ୍କୁ ଦଣ୍ଡ ଦିଅ ଓ ଶାସନ କର, ଏହାହିଁ ଥିଲା ଫାସିବାଦର ନମୁନା।

ଆନି ଫ୍ରାଙ୍କର ଡାଏରୀ ପରି ମୁଁ ବି ଏ ଅତ୍ୟାଚାର କଥା ଲେଖିରଖୁଛି। ମୋ ମଲା ପରେ ପରବର୍ତ୍ତୀ ସମୟରେ ଲୋକେ ଏହା ପଢିବେ ଓ କେତେ ଜଘନ୍ୟ ଅତ୍ୟାଗର ଏ ଦେଶରେ ହୋଇଥିଲା ଜାଣିବେ। ସରକାର ସ୍ଵାସ୍ଥ୍ୟରେ ଖର୍ଚ୍ଚ କଲେନି- ରାଜ୍ୟକୁ Quarantine ଖର୍ଚ୍ଚରେ ଦେଲେ। ପିଲାଙ୍କୁ ଓ ଅଭିଭାବକଙ୍କୁ ମାଗଣାରେ ଘରେ ବସି ଖାଇବାକୁ ମିଳିଲା, ଟଙ୍କା ବି ମିଳିଲା। ସ୍କୁଲ କଲେଜରେ ନା Admission ହେଲା ନା ପାଠପଢ଼ା!

ସବୁଠୁ ବଡ଼ ଫାସିବାଦୀ ଘଟଣା ହେଉଛି, ସରକାର Parliamentରେ ପ୍ରଶ୍ନକାଳ ରଖିଲେ ନାହିଁ। ସଦସ୍ୟମାନେ କୋଭିଡ଼ ଟେଷ୍ଟ କରିବେ, ସଂସଦରେ ଭାଗ ନେବେ, ହେଲେ ପ୍ରଶ୍ନ କରିପାରିବେ ନାହିଁ। ଏହାଠାରୁ ବଡ଼ ଫାସିବାଦୀ ଘଟଣା ଆଉ କ’ଣ ହୋଇପାରେ।

ବକ୍ତବ୍ୟର ସ୍ୱାଧୀନତା ନାହିଁ, ଏ ସମୟ କଥା ମୁଁ ଲେଖିଯିବି। ମୋ ମୃତ୍ୟୁପରେ ଲୋକେ ଏ ଡାଏରୀ ପଢ଼ନ୍ତୁ ଓ ଜାଣନ୍ତୁ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)
Literature

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

by Manas Ranjan Mahapatra
February 24, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୪ ଫେବୃଆରୀ ୨୦୨୬ କୈଳାଶ ଭାଇ ଚାଲିଗଲେ। ମୋଠୁ ଆଠବର୍ଷ ବଡ଼ ହେବେ। ଦେହ ଦୁଇବର୍ଷ ହେଲା ଭଲ ନ ଥିଲା।...

Read more
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
ଓଦା

ଓଦା

February 16, 2026
ଅନୁଭୂତି ପାଠ

ଅନୁଭୂତି ପାଠ

February 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.