• About
  • Contact
Wednesday, April 15, 2026
Wednesday, April 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡୀ ଭୂୟାଁ (ଭାଗ ୬୬)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ଅକ୍ଟୋବର ୨୦୨୫

ଉପର ବେଳା ର ମହାପୀଢ ବୈଠକରେ ଚାରିଟି ଜିଲ୍ଲା, ଯଥା କେନ୍ଦୁଝର ଜିଲ୍ଲାର ବାଂଶପାଳ, ଅନୁଗୋଳ ଜିଲ୍ଲାର ପାଳଲହଡା, ସୁନ୍ଦରଗଡ଼ ଜିଲ୍ଲାର ବଣେଇଁ ଓ ଦେବଗଡ଼ ଜିଲ୍ଲାର ବାରକୋଟ ଅଞ୍ଚଳରେ ଥିବା ସମସ୍ତ ପୀଢ ରେ ବୈଠକ କେବେ ହେବ ଏବଂ ସେଥିରେ କଣ ସବୁ ଆଲୋଚନା ହେବ ଓ ମହାପୀଢ ରୁ କିଏ ସେହି ବୈଠକରେ ଉପସ୍ଥିତ ରହିବେ ଏହା ସ୍ଥିର କରିବା ପରେ ବୈଠକ ଶେଷ ହୋଇଥିଲା। ସନ୍ଧ୍ୟା ହୋଇ ଯାଇଥିବାରୁ ଅଧିକାଂଶ ଲୋକ ସେଦିନ ରହିଥିଲେ। ସନ୍ଧ୍ୟା ପରେ ସମସ୍ତେ ପୁଣି ଏକାଠି ହୋଇ ବିଲୁଆ ଭାଇ ଙ୍କୁ ଭୂୟାଁ ମାନଙ୍କ ଉତ୍ପତ୍ତି ବିଷୟରେ ସେ ଅଧା ରଖିଥିବା କଥା କୁ ଶେଷ କରିବା ପାଇଁ ଅନୁରୋଧ କରିଥିଲେ। ବିଲୁଆ ଭାଇ କଥା ଆରମ୍ଭ କରି କହିଲେ ଯେ ସାତ ଭାଇ ସେହି ଝିଅମାନଙ୍କ ଘରେ ପହଞ୍ଚିବା ପରେ ଝିଅମାନେ ସେମାନଙ୍କର ଚର୍ଚ୍ଚା ରେ ତତ୍ପର ହୋଇ ଉଠିଲେ। କିଏ କୁଣିଆଁ ଙ୍କ ପାଇଁ ପାଣି ନେଇ ଆସିଲା ତ କିଏ ସେମାନଙ୍କ ବିଶ୍ରାମ ନେବା ପାଇଁ ବିଛଣା ପକାଇବା ରେ ବ୍ୟସ୍ତ ରହିଲା। କିଏ ପୁଣି ସେମାନେ ଗାଧୋଇବା ପାଇଁ ପାଣି କାଢିବାରେ ବ୍ୟସ୍ତ ରହିଲା। ଆଉ କେତେଜଣ ସେମାନଙ୍କ ଖାଇବା ପ୍ରସ୍ତୁତ କରିବା ରେ ବ୍ୟସ୍ତ ରହିଲେ। ଏହି ସମୟରେ ଜଣେ ଭଉଣୀ ଭାଇ ମାନଙ୍କୁ କହିଲା, “ସେଠାରେ ପାଣି ଅଛି ଯାଅ ଧୁଆଧୋଇ ହୋଇ ଆସ ମୁଁ ଯାଉଛି ତୁମମାନଙ୍କ ପାଇଁ ଖାଇବା ବାଢିବି।” ସାତ ଭାଇ ଯାକ ଧୁଆ ଧୋଇ ହେବାକୁ ଉଠିଗଲେ। ସେମାନଙ୍କୁ ବହୁତ ଭୋକ ଲାଗୁଥିଲା। ତେଣୁ ବଡ ଛଅ ଭାଇ ତରବର ହେଇ ଧୋଇ ହୋଇ ଆସି ଦେଖନ୍ତି ତ ସେମାନଙ୍କ ପାଇଁ ସାତ ଜାଗାରେ ଭାତ ବଢା ସରିଛି। ପିଇବା ପାଣି ମଧ୍ୟ ଢାଳରେ ସମସ୍ତ ଙ୍କ ପାଖରେ ରହିଛି। ସେମାନେ ସବା ସାନ ଭାଇର ଅପେକ୍ଷା ନ କରି ଖାଇ ବସିଲେ। ଅସୁର ର ଝିଅମାନେ ଥାଳିରେ କୁକୁଡ଼ା ହାଡ ରଖି ତା ଉପରେ ଭାତ ଦେଇଥିଲେ। ଛଅ ଭାଇ ଯାକ ଖାଇବା ସମୟରେ କୁକୁଡ଼ା ହାଡ ଭାତ ମଧ୍ୟରେ ଦେଖି ସେମାନେ ଅଖାଦ୍ୟ ଭକ୍ଷଣ କରି ନିଜ ନିଜର କାୟା ଅପବିତ୍ର କରି ସାରିଲେଣି ବୋଲି ଜାଣିଲେ। ସାନ ଭାଇଟି ଟିକିଏ ସୁତୁରିଆ। ଗାଧୋଇବା ରେ ତାର ଟିକିଏ ଡେରି। ସେ ଗାଧୋଇ ଆସି ଦେଖେ ତ ଭାଇମାନେ ଖାଉଛନ୍ତି। ତାକୁ ଦେଖି ବଡ଼ଭାଇ ଖାଦ୍ୟ ନ ଖାଇ ତୁରନ୍ତ ସେ ସ୍ଥାନ ପରିତ୍ୟାଗ କରିବା ପାଇଁ ଆଖିରେ ଇସାରା ଦେଇ କହିଲା। ସାନ ଭାଇ ତୁରନ୍ତ ଘରୁ ବାହାରି ଘୋଡା ରେ ବସି ସେ ସ୍ଥାନରୁ ପଳାଇଲା। ଅସୁରର ଝିଅମାନେ ଏହା ଜାଣିପାରି ତାକୁ ଧରିବା ପାଇଁ ତାହା ପଛରେ ଗୋଡାଇ ଗୋଡାଇ ଗଲେ। ସେମାନେ ବାଲିରେ ପଡ଼ିଥିବା ଘୋଡା ଟାପୁର ଚିହ୍ନ କୁ ଦେଖି ଯାଉଥାନ୍ତି। ଏହି ସମୟରେ କଦମ୍ବ ଗଛରେ ବସିଥିବା ମୟୂର ଟିଏ ଘୋଡା ପଛରେ ପଛରେ ଯାଇ ତାର ପୁଚ୍ଛ ସାହାର୍ଯ୍ୟରେ ଘୋଡା ଟାପୁର ଚିହ୍ନ କୁ ଲିଭାଇ ଲିଭାଇ ଚାଲିଲା। ଅସୁରୁଣୀ ମାନେ କିଛି ବାଟ ଆସିବା ପରେ ଘୋଡା ଟାପୁର ଚିହ୍ନ କୁ ନ ଦେଖି ସେମାନଙ୍କ ଶୀକାର ହାତଛଡ଼ା ହୋଇ ଯାଇଥିବାରୁ ମନଦୁଃଖରେ ଘରକୁ ଫେରି ଦେଖନ୍ତି ତ ଛଅ ଭାଇ ମାନେ ମଧ୍ଯ ଘରେ ନାହାଁନ୍ତି।

ଜଙ୍ଗଲ ରେ ସାତ ଭାଇ ଯାକ ଏକାଠି ହେଲେ। ଛଅ ଭାଇ କୁକୁଡ଼ା ହାଡ ଖାଇ ନିଜର କ୍ଷତ୍ରୀୟପଣ ହରାଇ ଥିଲେ। ତେଣୁ ସେମାନେ ଭୂୟାଁ ଭାବେ ପ୍ରଜାମାନଙ୍କ ସହିତ ରହିଲେ। ସବା ସାନ ଭାଇ ଟି ଦେଶର ରାଜା ହେଲାପରେ ମଧ୍ୟ ମୟୂର ଟିର ଉପକାର ଭୁଲି ନଥିଲା। ସେ ମୟୂର କୁ ତାର ବଂଶ ର ପ୍ରତୀକ ଭାବେ ଚିରଦିନ ପାଇଁ ଗ୍ରହଣ କଲା। କଦମ୍ବ ଗଛକୁ ସବୁଦିନ ପାଇଁ ମନେରଖିବା ପାଇଁ ନିଜ ବଂଶର ନାମକୁ କାଦମ୍ବ ବଂଶ ନାମରେ ନାମିତ କରାଇଲା। ରାଜ୍ୟ ରେ ରାଜକୀୟ ସନ୍ତକ ମୟୂରକୁ ନ ମାରିବା ଓ କଦମ୍ବ ଗଛକୁ ନ କାଟିବା ପାଇଁ ଆଦେଶ ଜାରି କଲା। ଏହି ଲୋକକଥା ଟିରେ ମଣିଷ ସମାଜ ସହିତ ଜୀବଜନ୍ତୁ ଓ ବୃକ୍ଷଲତା ର ସମ୍ପର୍କ କୁ ଆହୁରି ନିବିଡ଼ କରାଇବାର ପ୍ରଚେଷ୍ଟା ବାରିହୁଏ।

ରାତି ଅନେକ ହୋଇ ଯାଇଥିବାରୁ ସମସ୍ତେ ଖାଇବା ପାଇଁ ଉଠିଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୪)

by ଭବେଶ ଚନ୍ଦ୍ର କର
April 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଏପ୍ରିଲ ୨୦୨୬ ସକାଳୁ ସକାଳୁ ଉଠିପଡ଼ି ନିତ୍ୟକର୍ମ ସାରି କୁଆଡ଼େ ଯିବା ପାଇଁ ବାହାରି ପଡ଼ିଲା ମନ୍ମଥ। ମୁଁ ପଚାରିବାରୁ...

Read more
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
Vipul’s Voice: Herd Ego

Vipul’s Voice:
Herd Ego

March 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୩)

March 14, 2026
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.