• About
  • Contact
Thursday, September 17, 2026
Thursday, September 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡୀ ଭୂୟାଁ (ଭାଗ ୬୮)

ଆମେ ପାଉଡି ଭୂୟାଁ (ଭାଗ ୧୬)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ନଭେମ୍ବର ୨୦୨୫

ତାପରଦିନ ସକାଳୁ ସକାଳୁ ବାବୁ ଉଠି କାମକୁ ଚାଲିଗଲେ। ସନ୍ଧ୍ୟା ସମୟରେ ଫେରିବେ ବୋଲି କହି ଗଲେ। ସକାଳ ନିତ୍ୟକର୍ମ ସାରି ମନ୍ମଥ ଓ ମୁଁ ଜଙ୍ଗଲ ବାହାରି ଗଲୁ। କାଠି କୁଟା ସଂଗ୍ରହ କରି ସାରି ଜଙ୍ଗଲ ମଧ୍ୟରେ ଥିବା ଏକ ଝରଣା ନିକଟକୁ ଗଲୁ। ଦିନ ଦ୍ବିପହର ହୋଇଯାଇଥିଲା। ସଙ୍ଗରେ ନେଇଥିବା ଭାତ ତରକାରୀ କୁ ଖୋଲି ସାଙ୍ଗ ହୋଇ ଖାଇଲୁ। ଖାଇସାରିବା ପରେ ମନ୍ମଥ କୁ ବସାଇ ମୁଁ ଶାଗ ଓ ଛତୁ ତୋଳିବା ପାଇଁ ଚାଲିଗଲି। ଜଙ୍ଗଲ ମଧ୍ୟରେ ଅଳ୍ପ ବାଟ ଯାଇ ଶାଗ ଓ ଛତୁ ତୋଳୁଛି ଏହି ସମୟରେ ନିକଟରେ ଏକ ଛୋଟ ମନ୍ଦିର ଦେଖିଲି। ଶାଗ ଓ ଛତୁ ସଂଗ୍ରହ କରି ସାରି ଫେରି ଆସି ମନ୍ମଥ କୁ ସେହି ମନ୍ଦିର କଥା କହିବାରୁ ସେ କହିଲା ସେ କନ୍ତଦେବୀଙ୍କ ମନ୍ଦିର। ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, “କନ୍ତଦେବୀଙ୍କ ମନ୍ଦିର ତ ଆମ ବଣେଇଁ ର କନ୍ତସରା ଠାରେ ଅଛି”। ମନ୍ମଥ ମୋ କଥାରେ ସମ୍ମତି ଜଣେଇ କହିଲା, “ହଁ ସେଠାରେ ତ ଦେବୀ ଙ୍କ ମୁଖ୍ୟ ମନ୍ଦିର ଅଛି। ଏଠାକାର ମନ୍ଦିର କୁ ନେଇ ଏକ ଲୋକକଥା ରହିଛି। ତାହା ହେଉଛି ଏହିପରି”।

“ବହୁତ ଦିନ ତଳର କଥା। ତଳଇମିରି ଗାଁ କୁ ବର୍ତ୍ତମାନ ର କନ୍ତସରା ଗାଁ ରୁ ଧାଙ୍ଗଡା (ଯୁବକ ଟିଏ) ତାର ବନ୍ଧୁ ଘରକୁ ଆସିଥିଲା। ସେତେବେଳେ ତ ସନ୍ଧ୍ୟା ହେଲେ ଧାଙ୍ଗଡା ଧାଙ୍ଗଡୀ ମାନେ ଚାଙ୍ଗୁ ବଜାଇ ନାଚଗୀତ ରେ ବହୁ ରାତି ଯାଏ ମାତି ଯାଉଥିଲେ। ପିଲାଟି ମଧ୍ୟ ଗାଁ ର ଅନ୍ୟ ଧାଙ୍ଗଡାମାନଙ୍କ ସହିତ ସେଥିରେ ମାତି ଯାଉଥିଲା। ଏହି ଚାଙ୍ଗୁ ବଜାଇ ନାଚଗୀତ କରିବା ମଧ୍ୟରେ ସେହି ଗାଁର ଗୋଟିଏ ଧାଙ୍ଗଡୀକୁ ସେ ଭଲ ପାଇ ବସିଲା। କିଛି ଦିନ ପରେ ସେ ଧାଙ୍ଗଡା ଜଣକ ସେହି ଧାଙ୍ଗଡୀକୁ ଝିଙ୍କି ନେଇ ତାଙ୍କ ଘରକୁ ବାହାରି ଗଲା। ଏହି ଜଙ୍ଗଲ ମଧ୍ୟରେ ଝିଅଟିକୁ ବସାଇ ଦେଇ ସେ ଗଲା ତା ବାପା ଓ ବନ୍ଧୁବାନ୍ଧବ ଙ୍କୁ ଜଣାଇଁ ସାଙ୍ଗରେ ଧରି ଆସି ଝିଅ ଟିକୁ ନେବା ପାଇଁ”।

“ଘରେ ସମସ୍ତଙ୍କୁ ଜଣାଇ ତାର ବାପା ଓ ବନ୍ଧୁବାନ୍ଧବ ଙ୍କୁ ଧରି ଆସି ଏହି ଜଙ୍ଗଲ ରେ ପହଞ୍ଚି ଯୁବକଟି ଝିଅଟିକୁ ଯେଉଁ ଜାଗାରେ ବସାଇ ଦେଇ ଯାଇଥିଲା ସେଠାରେ ପହଞ୍ଚିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଝିଅଟି ସେଠାରେ ନଥିଲା। ବିକଳ ହୋଇ ଯୁବକଟି ଜଙ୍ଗଲ ର ଚାରିଆଡ଼େ ଖୋଜିବାକୁ ଲାଗିଲା। ଏହି ସମୟରେ ଶୂନ୍ୟବାଣୀ ହେଲା ମୁଁ ହେଉଛି କନ୍ତଦେବୀ। ନିକଟରେ ଯେଉଁ ସମା ପଡ଼ିଛି ତାକୁ ନେଇ ତୁମ ଗ୍ରାମ କୁ ଯାଅ। ସେଠାରେ ମୋତେ ସ୍ଥାପନ କର। ମୋ ନାମ ଅନୁସାରେ ତୁମ ଗାଁ ର ନାଁ କନ୍ତସରା ରହିବ। ସେହି ପରି ଭାବେ କନ୍ତଦେବୀଙ୍କ ପୂଜା କନ୍ତସରା ରେ ଆରମ୍ଭ ହେଲା। କିନ୍ତୁ ସମାଟି ଯେଉଁ ଜାଗାରେ ପଡ଼ିଥିଲା ସେହି ସ୍ଥାନରେ ଏକ ଛୋଟ ମନ୍ଦିର ତିଆରି କରି ଉପରବରଡା, ଆମ ଗାଁ ତଳବରଡା, ଡେରି ଓ ବାରକଳା ଗାଁ ର ଲୋକମାନେ ପୂଜା କରି ଆସୁଛନ୍ତି”।

ବେଳ ରତରତ ହୋଇ ଆସୁଥିଲା। ଉଭୟ ସାଙ୍ଗ ହୋଇ ଘରକୁ ଫେରିଲୁ।ଘରେ ଆସି ପହଁଞ୍ଚିବା ବେଳକୁ ସେ ସହରୀ ବାବୁ ଜଣଙ୍କ ଆସି ଆମ ଘରେ ପହଞ୍ଚି ଦାଣ୍ଡ ଦୁଆରେ ପଡ଼ିଥିବା ତାନ୍ତ୍ରିକ (ଦଉଡିଆ ଖଟ) ରେ ଗଡପଡ ହେଉଥିଲେ। ମୁଁ ତରତର ହୋଇ ଘର ଭିତରକୁ ପଶିଗଲି ବାବୁ ଓ ମନ୍ମଥ ପାଇଁ ଚାହା ଓ ଭୁଜା ଆଣି ଦେବା ପାଇଁ। ଚା ଜଳଖିଆ ଖାଇସାରି ଉଭୟ କଥାବାର୍ତ୍ତା ରେ ମାତି ଗଲେ ଆଉ ମୁଁ ସେହି ନିକଟରେ ରାତି ରୋଷେଇ କଲି କିନ୍ତୁ ମୋର ମନଟା ସେମାନଙ୍କ କଥାବାର୍ତ୍ତା ରେ ଥାଏ।

କଥାହେବା ସମୟରେ ମନ୍ମଥ କୁ ବାବୁଜଣକ କହିଲେ, “ଆଜି କାଦଡିହା ଦେଇ ସିବିଡା କୁ ଯେଉଁ ରାସ୍ତା ଅଛି ସେହି ବାଟଦେଇ ବରଡିହ ଯାଇଥିଲି”। ମନ୍ମଥ ଏହା ଶୁଣି ପଚାରିଲା, “ଆଛା କାଦମ୍ବିନୀପୁର ଦେଇ ଯାଇଥିବେ ଆଜ୍ଞା”। ସେ ବାବୁ ଜଣଙ୍କ କହିଲେ, “ହଁ ସେହି ଗାଁ ଦେଇ ଗଲି। ତୁମେ ଜାଣିଛ ସେହି ଗାଁର ନାଁ କାହିଁକି କାଦମ୍ବିନୀପୁର ରହିଲା? ପାଳଲହଡା ରାଜା ଙ୍କ ଝିଅର ନାଁ କାଦମ୍ବିନୀ ଥିଲା। ସେ ରାଜ୍ୟ ଶାସନ ରେ ସକ୍ରିୟ ଅଂଶଗ୍ରହଣ କରିବା ସହିତ ଜଙ୍ଗଲ ଅଧ୍ୟୁଷିତ ଗାଁ ମାନଙ୍କୁ ଆସି ଲୋକମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ମଧ୍ୟ କରୁଥିଲେ। ଲୋକମାନେ ତାଙ୍କୁ ବହୁତ ଆଦର କରୁଥିଲେ ଓ ସମ୍ମାନ ମଧ୍ୟ ଦେଉଥିଲେ। ତାଙ୍କର ନାମ ଅନୁସାରେ ଗାଁ ର ନାଁ କାଦମ୍ବିନୀପୁର ରଖାଯାଇଛି। ଗାଁ କୁ ଯିବା ପୁର୍ବରୁ ଯେଉଁ ନଦୀ ପଡେ ତାହା ଥିଲା ପାଳଲହଡା ଓ କେନ୍ଦୁଝର ରାଜାଙ୍କ ସୀମା। ଗବେଷକ ମାନଙ୍କ ମତକୁ ଉଦ୍ଧାର କରି କହି ପାରେ ଯେ ପାଳଲହଡା ରାଜା ଙ୍କ ଝିଅ ସହିତ କେନ୍ଦୁଝର ରାଜାଙ୍କ ବିବାହ ହୋଇଥିଲା ଏବଂ ପାଳଲହଡା ରାଜା ଯୌତୁକ ଭାବେ ନଦୀ କୁ ଉପହାର ଭାବେ କେନ୍ଦୁଝର ରାଜାଙ୍କୁ ଦେଇଥିଲେ”।

ରୋଷେଇ ସରି ଯାଇଥିଲା ତେଣୁ ସେମାନଙ୍କୁ ଖାଇବାକୁ ଡାକିବାରୁ ସେମାନେ କଥା ସେତିକିରେ ରଖି ଉଠି ଆସିଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.