• About
  • Contact
Tuesday, March 10, 2026
Tuesday, March 10, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୦ ମାର୍ଚ୍ଚ ୨୦୨୬

କୁଳୁକୁଳୁ ଝରଣାମାନଙ୍କୁ
‘ନଈ ହେଇ ଯା’ ବୋଲି
ଆଜିକାଲି କହନ୍ତିନି କେହି

ସବୁ ଝର୍କାରେ ଭୟ
କାଳେ ନଈର ଗୀତରେ ନଇଁ ଆସିବ ଆକାଶ
କେହି ଯଦି ଝାଂପ ମାରିବ ନଈକୁ
ମାଡ଼ି ଆସିବ ବତାସ
ଜନ୍ମନେବ ବାସୁଦେବ
ଫିଟିବ ପାଦର ଶିକୁଳି,ବାଟ କଢ଼େଇବ ବିଜୁଳି
ସୀମାନ୍ତରେ ଥିବ ଫୁଲର ବଗିଚା
ଲୁଚି ଯାଇଥିବେ ବନ୍ଧୁକ ଓ ଗୁଳି

ହେଲେ ଯୁଦ୍ଧ ସରୁ ବୋଲି
କହନ୍ତିନି କେହି
ଚାହାନ୍ତିନି, କାହା ବଗିଚାରେ ଫୁଟୁ ଫୁଲ
ସବୁରି ଚେହେରା ଦିଶୁ ମୁଗ୍ଧ ଓ ସତେଜ
ସକଳ ଧରିତ୍ରୀ ହେଉ ପ୍ରେମର ସାମ୍ରାଜ୍ଯ

କିଛି ବଦଳେ ନାହିଁ
ଏତେକାଳ ପରେ ବି ଆଗଭଳି ଅନ୍ଧାର ଓ ଛାଇ
କୁଳୁକୁଳୁ ଝରଣାଟି ଚୁପଚାପ ବହିଚାଲିଥାଏ
ପାଲଟି ପାରେନି ନଈ !

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଗୋଧୂଳି
Literature

ଗୋଧୂଳି

by ଆଲୋକ କୁମାର ପ୍ରଧାନ
March 9, 2026

ଆଲୋକ କୁମାର ପ୍ରଧାନ, ପୁରୀ, ୯ ମାର୍ଚ୍ଚ ୨୦୨୬ କେମିତି ରାସ୍ତାଟେ ସରେ ମରୁଥାଏ ସରିବା ସମୟ ସମୟ ମୁଠାରେ ଧରି ହେଉଥାଏ ଆୟୁଷର କ୍ଷୟ ଖୁଆଦଣ୍ଡ...

Read more
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.