• About
  • Contact
Thursday, April 30, 2026
Thursday, April 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୧ ମାର୍ଚ୍ଚ ୨୦୨୬

ପଚାଶ ବର୍ଷ ଲେଖି ସାରିବା ପରେ କାହିଁକି ଲେଖିଲି, ସେ ନେଇ ମୋ ମନ ଭିତରେ କୌଣସି ପ୍ରଶ୍ନ ନାଇଁ। ହେଲେ କେମିତି ଲେଖିଲି ସେ ବିଷୟରେ କହିବା ଓ ସାହିତ୍ଯକୁ ନେଇ ମୁଁ କ’ଣ ଭାବେ, ତାହା ଏବେ ସ୍ପଷ୍ଟ କରିବା ଜରୁରୀ।

ପିଲାଦିନେ ବୋଉର ଭଙ୍ଗା ଟ୍ରଙ୍କରୁ ପଢ଼ିବାକୁ ପାଇଥିଲି ସୁଶୀଳ ମାଳତୀ, ଅମର ବିଳାସ, ଖୁଲଣା ସୁନ୍ଦରୀ ଓ ଅନେକ କଥାକୁହା ଚଟି ବହି। ୧୯୭୩ ମସିହା ବୋଧେ ହେବ; ରେଳରେ ପୁରୀରୁ ବ୍ରହ୍ମପୁର ଯିବାବେଳେ ଦେଖିଲି ଅପରୂପା ଚିଲିକାକୁ। ପିଲାଦିନୁ ଦେଖୁଥିଲି ସମୁଦ୍ରକୁ। ପ୍ରକୃତି ମୋ ଭିତରେ ସୃଷ୍ଟି କଲା କବିତା।

ମୋର ସାରସ୍ବତ ପ୍ରେରଣା ଅନେକ – ପ୍ରକୃତି, ସମୁଦ୍ର, ନଦୀ, ହ୍ରଦ, ପାହାଡ଼, ପର୍ବତ, ଜୀବଜନ୍ତୁ, ଆଧ୍ଯାତ୍ମିକତା ଓ ଶ୍ରୀ ଜଗନ୍ନାଥ। ପ୍ରଥମେ କବିତା ଲେଖିବା ବେଳେ ରବି ସିଂଙ୍କର ଅନେକ କବିତା ପଢିଥିଲି ଓ ମୁଗ୍ଧ ହୋଇଥିଲି। ପରେ ସଚ୍ଚିଦାନନ୍ଦ ରାଉତରାୟ, ଗୁରୁପ୍ରସାଦ ମହାନ୍ତି, ରାଧାମୋହନ ଗଡ଼ନାୟକ, କମଳାକାନ୍ତ ଲେଙ୍କା, କୁମାର ମହାନ୍ତି ଓ ରମାକାନ୍ତ ରଥ। ଏମାନେ ମତେ ବିଭିନ୍ନ ଭାବେ ପ୍ରଭାବିତ କରିଛନ୍ତି।

ତେବେ, ମୋର କାବ୍ଯ ଗୁରୁ କେହି ନାହାନ୍ତି। “ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ!”

୧୯୭୫ ମସିହାରେ କବିତାଟିଏ ମୀନାବଜାରକୁ ପଠାଇଥିଲି। ସେପ୍ଟେମ୍ବର ଏଗାର ତାରିଖ, ସକାଳେ ସ୍କୁଲର ପ୍ରାର୍ଥନା ସଭାରେ ମୋର ପୂଜ୍ଯ ଶିକ୍ଷକ ଲୋକନାଥ ସାହା କହିଲେ, “ଆଜି ଆମ ସ୍କୁଲର ଜଣେ ଛାତ୍ରର କବିତା ଖବରକାଗଜରେ ବାହାରିଛି।” ମୋର ଦୁଇ ବ୍ୟାଚ୍ ଉପରେ ପଢୁଥାନ୍ତି ରମାବଲ୍ଲଭ ମିଶ୍ର। ସେ ମେଧାବୀ ଛାତ୍ର। ସାରଙ୍କର ବି ଅତି ପ୍ରିୟ। ସେତେବେଳକୁ ସେ କଲେଜ ଗଲେଣି।ମୁଁ ରମା ଭାଇନାଙ୍କ ପାଇଁ ତାଳି ବଜେଇବାକୁ ପ୍ରସ୍ତୁତ ହୋଇ ରହିଲି।ସାର୍ ତା’ପରେ ମୀନାବଜାର ପୃଷ୍ଠାରୁ “ଶରତ ଆସିଛି ଧରାପରେ” କବିତା ପଢିବା ଆରମ୍ଭ କଲେ। ଆରେ ଏ ତ ମୋ କବିତା! ମୁଁ ଆଶ୍ଚର୍ଯ୍ୟ ଚକିତ। ସାର୍ ତା’ପରେ ମତେ ସମସ୍ତଙ୍କ ସାମ୍ନାକୁ ଡାକିଲେ। ସେଦିନଠୁ ମୁଁ ଲେଖି ଆସୁଛି।

ମୁଁ ଭାବେ, ଲେଖକଟି ସାହିତ୍ୟର ଅଘୋଷିତ ରାଷ୍ଟ୍ରଦୂତ ଓ ସମୟର ସାମ୍ବାଦିକ। ଲେଖକର ଏକ ମାତ୍ର ଲକ୍ଷ୍ଯ ସମକାଳୀନ ସମୟ, ସମାଜ ଓ ଘଟଣାବଳୀ ନିର୍ଭୀକ ନିରପେକ୍ଷ ଭାବେ ଲେଖିବ। ସେଇ ବି ଆଦର୍ଶ। ତେବେ, ଦେଖେଇ ହେଲା ଭଳି ଲେଖିବାର କିଛି ଅର୍ଥ ନାହିଁ। ସାହିତ୍ଯ ପ୍ରଚାରର ବିଷୟ ନୁହେଁ।

ସମକାଳୀନ ଓଡ଼ିଆ କବିମାନଙ୍କର ପର୍ଯ୍ଯାପ୍ତ ଅନୁଭୂତି ଓ ବିଶ୍ଵ ଦୃଷ୍ଟିର ଅଭାବ ମତେ ବ୍ଯଥିତ କରେ। ସାହିତ୍ଯ କଥା ଦୂରେ ଥାଉ ଏବର କବିମାନେ ସମସ୍କନ୍ଧ ଚୌକିରେ ସମକାଳୀନ କବିଟିକୁ ବି ଦେଖିବାକୁ ଚାହାନ୍ତି ନାହିଁ, ପଢିବା ତ ଦୂରର କଥା। ଓଡ଼ିଆ ଲେଖକମାନେ ନିଜ ସମକାଳୀନ ଲେଖକଟିର ବହି କିଣିକରି ପଢନ୍ତି ନାହିଁ। କୌଣସିପ୍ରକାରେ ଧରାଧରି କରି, ଯୋଗାଡଯନ୍ତ୍ର କରି ଆଗକୁ ବଢ଼ିବା ଏ ସମୟର ବିଡ଼ମ୍ବନା। ସାହି କ୍ଲବଠାରୁ ସାରଳା ପୁରସ୍କାର, ସାହିତ୍ଯ ଏକାଡେମୀ, ଜ୍ଞାନପୀଠ ବା ସରସ୍ୱତୀ ସମ୍ମାନ ପର୍ଯ୍ଯନ୍ତ ଏଇ ଧରାଧରିର ବିସ୍ତାର — ମୂଳ ଲକ୍ଷ୍ଯ ପୁରସ୍କାର ମାଧ୍ୟମରେ ଅର୍ଥ ଉପାର୍ଜନ। ପାଠକ ଯୁଆଡ଼େ ଯାଉଛି ଯାଉ, ଲେଖକର ପକେଟ ଗରମ ହେଲେ ଗଲା।

ଏବେ ସାହିତ୍ଯ ମାଧ୍ୟମରେ ବାର୍ତ୍ତା କଥା।ନିର୍ଭୀକ, ନିରପେକ୍ଷ, ନିଃସ୍ବାର୍ଥପର ନହେଲେ ବାର୍ତ୍ତା ଦେଇ ହେବ ନାହିଁ।ଚିତ୍ତ ଭୟଶୂନ୍ଯ, ମନ ସ୍ୱାର୍ଥହୀନ ହେବା ସହଜ କଥା ନୁହଁ। ମନୋଜ ଦାସଙ୍କ ଭଳି ଯୋଗୀ ଓଡ଼ିଆ ସାହିତ୍ଯରେ ବିରଳ। ଲେଖକଟି ଯେ ପ୍ରଚଳିତ ବ୍ଯବସ୍ଥାର ଭାଟ ନୁହେଁ, ମୋ ଲେଖା ମାଧ୍ୟମରେ ଏଇ ବାର୍ତ୍ତାଟି ମୁଁ ପାଠକଙ୍କ ପାଖରେ ସବୁବେଳେ ପହଞ୍ଚାଇ ଦବାକୁ ଚାହେଁ। ମୁଁ କୌଣସି ଟୋପି ବା ଚୌକିର ଦୌଡ଼ରେ ନାହିଁ। ମୁଁ ଚିରକାଳ ଅନାମ।

ଲେଖିବା ସହଜ କଥା ନୁହେଁ!

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ମଧୁବାବୁ
Literature

ମଧୁବାବୁ

by ପ୍ରଭୁକଲ୍ୟାଣ ମହାପାତ୍ର
April 29, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୯ ଏପ୍ରିଲ, ୨୦୨୬ ମଧୁବାବୁ ନାମେ ତୁମେ ରାଜ୍ୟେ ପରିଚିତ ଏମ.ଏସ.ଦାସ ଭାବେ ଦେଶରେ ବିଦିତ ପ୍ରକୃତରେ ତୁମେ ସାରା ପୃଥିବୀ ବିଖ୍ୟାତ...

Read more
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
What You Call Right

What You Call Right

April 18, 2026
ମହା ବିଷୁବ ସଂକ୍ରାନ୍ତି

ମହା ବିଷୁବ ସଂକ୍ରାନ୍ତି

April 14, 2026
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.