• About
  • Contact
Sunday, June 14, 2026
Sunday, June 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡୀ ଭୂୟାଁ (ଭାଗ ୭୩)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ମାର୍ଚ୍ଚ ୨୦୨୬

ସନ୍ଧ୍ୟା ହେଲା କିନ୍ତୁ ମନ୍ମଥ ଜଙ୍ଗଲରୁ ନ ଫେରିବାରୁ ମନରେ ମୋର ଛନକା ପଶିଲା। କୁଆଡେ ଗଲା ମନ୍ମଥ। ସେତ ଦିନ ଥାଉ ଥାଉ ଜଙ୍ଗଲରୁ ଫେରିଆସେ। ଆଜି କଣ ପାଇଁ ଏତେ ଡେରି ହେଲାଣି ଆସିନାହିଁ ସେ। ତା ପରେ ମୋ ପାଇଁ ସେ ଯୁଆଡେ ଗଲେ ମଧ୍ୟ ଏବେ ଶିଘ୍ର ଫେରି ଆସୁଛି। ଆଜି କଣ ହେଲା। ଏପରି ଭାବିଭାବି ମୁଁ ଖାଲି ଦାଣ୍ଡ ଦୁଆର ରୁ ଘର ଆଉ ଘରୁ ଦାଣ୍ଡ ଦୁଆର ହେଉଥାଏ। ଏହି ସମୟରେ କାହାର ଗୋଟେ ପାଟି ଶୁଣି ଦଉଡ଼ି ଯାଇଁ ଦେଖେଁ ତ ମନ୍ମଥ ଆଉ ତାର ଜଣେ ସାଙ୍ଗ ଖୁବ୍ ଜୋରରେ ପାଟିତୁଣ୍ଡ କରି ଆମ ଘର ଆଡେ ଆସୁଛନ୍ତି। ତାଙ୍କ ପାଟିତୁଣ୍ଡ ଶୁଣି ଗାଁ ର କିଛି ଲୋକ ଦୌଡ଼ି ଆସିଲେ। ସମସ୍ତେ ଦରବାର ଘର ଆଡ଼କୁ ଚାଲିଲେ। ଦରବାର ଘରେ ପହଞ୍ଚିବା ପରେ ଉଭୟଙ୍କୁ କଣ ପାଇଁ ଏତେ ପାଟିତୁଣ୍ଡ କରୁଛ ବୋଲି ପଚାରିଲେ। ମନ୍ମଥ ସଙ୍ଗେ ଝଗଡ଼ା କରୁଥିବା ଯୁବକଟି ପାଖ ଗାଁ ସିଂପୁର ମୁଣ୍ଡା ପିଲା ଥିଲା। ତା ନାମ ଶୁକେଶ।ପ୍ରଥମେ ତାକୁ ତାର ଅଭିଯୋଗ ସମସ୍ତ ଙ୍କୁ କହିବା ପାଇଁ ବୈଠକରେ ଥିବା ବିଷ୍ଣୁ ଭାଇ କହିଲେ। ସେ ତାର ଅଭିଯୋଗ ଆରମ୍ଭ କରି କହିଲା ଯେ, “ମନ୍ମଥ ଭାଇ ଜଙ୍ଗଲରୁ କାଠ ଆଉ କଣ ସବୁ ଶାଗ, ପିତା ଆଳୁ ଓ କନ୍ଦା ଧରି ଫେରୁଥିଲା। ମୁଁ ସେ ଝରଣା ନିକଟରେ ବସି ହାଣ୍ଡିଆ ପିଉଥିଲି। ସେ ଆସି ମୋତେ କିଟା ପାଇଁ ହାଣ୍ଡିଆ ପିଇବାକୁ ମନା କରିବ? ମୁଁ ମୋ ବାପାର ପଇସାରେ ପିଉଛି। ତା ଘରରୁ ପଇସା ମାଗିତେ ଯାଉଛି କି? ତା ପର ଆଉ ଏକ କଥା ମୋ ମାଇପ ହାଣ୍ଡିଆ ରାନ୍ଧି ହାଟରେ ବିକେ। ଏ ମନ୍ମଥ ଗାଁ ର ସ୍ତ୍ରୀ ଲୋକମାନଙ୍କୁ ଲଗାଇ ମୋ ସ୍ତ୍ରୀ କୁ ଗାଳିମନ୍ଦ କରିବା ସହିତ ସେ ବିକିବାକୁ ନେଇଥିବା ହାଣ୍ଡିଆ ସବୁକୁ ସେହି ମହିଳା ମାନଙ୍କ ଦ୍ୱାରା ଢଳା କରାଇଛି।”

ଏହା କହି ସେ ଚୁପ୍ ହେବା ପରେ ମନ୍ମଥ କଥା ଆରମ୍ଭ କରି କହିଲା, “ନାହିଁ ଏ ଶୁକେଶ ଝରଣା କୁଳରେ ବସି ହାଣ୍ଡିଆ ପିଇ ଅଭଦ୍ର ଭାଷାରେ ମୋତେ ଦେଖେଇ ଗାଳିଗୁଲଜ କରିବାରୁ ମୁଁ ତାକୁ ଏଭଳି ଅଭଦ୍ର ଭାଷାରେ ଗାଳିଗୁଲଜ ନକରି ଘରକୁ ଯିବା ପାଇଁ କହିଲି। ତା ପରେ ସେ ମୋ ସହିତ ଯୁକ୍ତିତର୍କ ଆରମ୍ଭ କରି ଜଙ୍ଗଲରୁ ଆମ ଘର ଯାଏଁ ଆସିଛି। ତା ପରେ ରହିଲା ହାଟରେ ମା ମାନେ ତାଙ୍କ ସ୍ତ୍ରୀ ଙ୍କୁ ମଦ ବିକିବା ପାଇଁ ବାରଣ କରିବା କଥା। ଗତ ପିଢ ବୈଠକରେ ହାଟରେ ମଦ ବିକିବା କୁ ବାରଣ କରିବା ପାଇଁ ତ ସ୍ଥିର ହୋଇଥିଲା ଓ କିଛି ମହିଳାମାନଙ୍କୁ ଏହି ଦାୟିତ୍ୱ ପିଢ ବୈଠକରେ ଦିଆଯାଇଥିଲା। ମୋର ସେଥିରେ କୌଣସି ଭୂମିକା ନାହିଁ। ତା ପରେ ମୁଁ ତ ତାକୁ କିଛି ଭୁଲ କଥା କହିନି। ୟୁରିଆ ମିଶାଯାଇ ଥିବା ହାଣ୍ଡିଆ ପିଇ କେତେ ଯେ ଘର ବରବାଦ୍ ହେଲାଣି ସେ କଥା ସମସ୍ତେ ଜାଣନ୍ତି। ଆଖପାଖ ଗାଁ ରେ ବୟସ୍କ ଲୋକଟିର ବୟସ ଚାଳିଶ ରୁ ପଇଁଚାଳିଶ। ଏହି ନିକଟରେ ଆମ ଗାଁ ର ସନେଇ ଦାଦା ଆଉ ବିଚିତ୍ର ଦାଦା ଙ୍କ ପୁଅ ଦୁଇଜଣ ବାହାଘର ବର୍ଷେ ଯାଇନାହିଁ ଏହି ମଦ ପିଇ ପିଇ ଅକାଳରେ ଚାଲିଗଲେ। ଆମେମାନେ ପୂର୍ବରୁ ସତର୍କ ହେବା ଉଚିତ୍ କି ନାହିଁ ଆପଣମାନେ କୁହନ୍ତୁ?” ମନ୍ମଥ କଥାରେ ସମସ୍ତେ ଏକମତ ହୋଇ ସେ ଯୁବକଟିକୁ ତାଗିଦ୍ କରି ବିଦାକଲେ।

ମନ୍ମଥ ଘରକୁ ଫେରି ଖାଇବାକୁ ମାଗିବାରୁ ମୁଁ ତାକୁ ଖାଇବାକୁ ଦେବାକୁ ରୋଷେଇ ଘରକୁ ଉଠିଗଲି।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୬)

by ଭବେଶ ଚନ୍ଦ୍ର କର
June 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଜୁନ ୨୦୨୬ ସେଦିନ ରାତିରେ ଆମେ ଘରକୁ ଫେରି ଖାଇସାରି ବିଶ୍ରାମ ନେଲୁ। ସକାଳୁ ଉଠି ଘର କାମ କରୁଥିଲି।...

Read more
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.