• About
  • Contact
Friday, June 12, 2026
Friday, June 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)
Share on FacebookShare on Xshare on Whatsappshare on Linkedin
ଡାକ୍ତର ଅଂଶୁମାନ କର, ଭୁବନେଶ୍ୱର, ୨୭ ଏପ୍ରିଲ, ୨୦୨୬

କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଚାୟାଁପାଳ ଗ୍ରାମରୁ ବିସ୍ତାରିତ ହୋଇଥିବା ‘କର ପରିବାର’ ଓଡ଼ିଶାର ପ୍ରତିଷ୍ଠିତ ପରିବାର ମାନଙ୍କ ମଧ୍ୟରୁ ଅନ୍ୟତମ। ସାହିତ୍ୟ, ସଂସ୍କୃତି, ଶିକ୍ଷା, ରାଜନୀତି, ଚିକିତ୍ସା, ପ୍ରଶାସନ ଆଦି ବିଭିନ୍ନ କ୍ଷେତ୍ରରେ ଏହି ପରିବାରରୁ ଅନେକ ଯୋଗ୍ୟ ସନ୍ତାନ ମାନେ ଜାତିର ସେବା କରି ଆସୁଛନ୍ତି। ସେହି ପରିବାରରେ ଓଡ଼ିଶାର ପ୍ରଥମ ମୁଦ୍ରାକର ବାଗ୍ମୀ ବିଶ୍ୱନାଥ କରଙ୍କ ଦ୍ୱାରା ସ୍ଥାପିତ ଉତ୍କଳ ସାହିତ୍ୟ ପ୍ରେସ୍ ର ମୁଖ୍ୟ ମୁଦ୍ରାକାର ଓ ମ୍ୟାନେଜର ଥିଲେ ମାହାଙ୍ଗାର କୁଳମଣି କର। ଏହି ମହାନ ସାରସ୍ୱତ ବିନ୍ଧାଣିଙ୍କ ଔରସରୁ ଜନ୍ମ ନେଇଥିଲେ ରଜତ-ପ୍ରଭାତ-ଶରତ ଓ ଅଜିତ। ପିତାଙ୍କ ସାହିତ୍ୟ ଅନୁରାଗ ଓ ମାତାଙ୍କ ଭକ୍ତିଭାବର ମିଶ୍ରଣରେ ପାଳିତ ପୋଷିତ ହୋଇ ସମସ୍ତେ ନିଜ ନିଜ କ୍ଷେତ୍ରରେ ବେଶ୍ ପ୍ରସିଦ୍ଧି ଲାଭ କଲେ। ମାତ୍ର ପିତାଙ୍କ ମୂଳ ପରିଚୟ – ଜଣେ ବିଶିଷ୍ଟ ମୁଦ୍ରାକର ଭାବେ ସାହିତ୍ୟ ଛାପା କାର୍ଯ୍ୟକୁ ଯିଏ ଆଗେଇ ନେଇ ଥିଲେ ସେ ଥିଲେ ଶ୍ରୀ ପ୍ରଭାତ କୁମାର କର। ବୃତ୍ତିରେ କଟକ ଖ୍ରୀଷ୍ଟ ମହାବିଦ୍ୟାଳୟର ଅଧ୍ୟାପକ ଓ ପରେ ଅଧ୍ୟକ୍ଷ ଭାବେ ଅବସର ନେଇ ଥିବା ପ୍ରଭାତ କର ନିଶାରେ ଥିଲେ ଜଣେ କବି ଓ ସ୍ୱଭାବରେ ଥିଲେ ଜଣେ ସାହିତ୍ୟ ପ୍ରକାଶକ/ମୁଦ୍ରାକର। କୁଳମଣି କରଙ୍କ ପରି ନିର୍ଭୁଲ ପ୍ରୁଫ୍ ଛାପିବାରେ ସେ ଥିଲେ ପାରଙ୍ଗମ। ତାଙ୍କ ଦ୍ବାରା ପ୍ରୁଫ ଦେଖି ଭ୍ରମ ସଂଶୋଧନ କରିବାର କୌଶଳ ଥିଲା ନିଖୁଣ, ନିଆରା ଓ ନିର୍ଭୁଲ। ତେବେ ସେ କେବଳ ଜଣେ ସାଧାରଣ ମୁଦ୍ରାକର ନଥିଲେ, ସାହିତ୍ୟର ଜ୍ଞାନ ତାଙ୍କ ପାଖରେ ଥିଲା, ତେଣୁ ଛପା କାର୍ଯ୍ୟକୁ ବ୍ୟବସାୟ ନ କରି ବରଂ ନୀତିନିଷ୍ଠ ଭାବେ ଚଳେଇବାକୁ ସେ ପ୍ରଚେଷ୍ଟା ଜାରି ରଖିଥିଲେ।

ଏହି କ୍ରମରେ ୧୯୫୩-୫୪ ମସିହାରେ ତାଙ୍କ ବଡ଼ଭାଇ ରଜତ କୁମାର କର ଯେତେବେଳେ ଉଚ୍ଚ ଶିକ୍ଷା ସମ୍ପନ୍ନ ହେଲେ ସେତେବେଳେ ପ୍ରଭାତ କରଙ୍କ ସହ ମିଶି ବିଚାର କଲେ କି, ବାପା କୁଳମଣି କର ଆଉ ଚାକିରୀ କରିବେନି। ସେ ନିଜେ ନିଜ ପ୍ରେସ୍ ର ମାଲିକ ହେବେ। ଛପା ମେସିନ କରଜ କରି ଅଣା ଯାଇଥିଲ ଏବଂ ଏହି ମେସିନ ରୁ ପ୍ରଥମେ ସାପ୍ତାହିକ ସ୍ୱାଧୀନ ମତ ବହନ କରି ପତ୍ରିକା “ନିର୍ଭୀକ” ପ୍ରକାଶିତ ହେଲା। ପ୍ରଭାତ କର ପତ୍ରିକାର ମୁଦ୍ରାକାର ଭାବେ “ନିର୍ଭୀକ” ର ପ୍ରଥମ ବ୍ଲକ ତିଆରି କଲେ। ମାଜିଷ୍ଟ୍ରେଟଙ୍କ ଆଗରେ ଦସ୍ତଖତ କରି ଶପଥ ପାଠ କରି “ନିର୍ଭୀକ” ର ଯାତ୍ରା ଆରମ୍ଭ ହେଲା। ମାତ୍ର କାଳର କରାଳ ଗତିରେ ନିର୍ଭୀକ ର ଯାତ୍ରା ବ୍ୟାହତ ହେଲା। ଗୁନ୍ଥା ହୋଇ ଥିବା ସୀସା ଅକ୍ଷର ସବୁ ଖୋଲା ହେଲା ଏବଂ ଉଧାରରେ ଆସିଥିବା ଛପା ମେସିନ ଫେରସ୍ତ ହେଲା। ଉଧାର ବାବଦ ଟଙ୍କା ସୁଝିବାକୁ ରଜତ କର ଭଦ୍ରକ କଲେଜରେ ଚାକିରୀ ସ୍ୱୀକାର କଲେ। ନିଜର ସ୍ୱାଭିମାନୀ ଜ୍ୟେଷ୍ଠ ଭ୍ରାତାଙ୍କ ଅନ୍ତରର କ୍ଷୋଭ କୁ ହୃଦବୋଧ କରିଥିଲେ ପ୍ରଭାତ।

ପରବର୍ତ୍ତୀ ସମୟରେ ଅନୁଜ ଶରତ କୁମାର କରଙ୍କ ସହଯୋଗରେ ୧୯୫୮ ମସିହାରେ ଯେତେବେଳେ ଏହି ପ୍ରକାଶନ ପ୍ରକଳ୍ପକୁ ପୁନଃ ଉଦ୍ଧାର କରିବାକୁ ନିଷ୍ପତ୍ତି ହେଲା, ସେତେବେଳେ ବଡ଼ ଭାଇଙ୍କ ଏହି ଅଧୁରା ସ୍ବପ୍ନକୁ ସାକାର କରିବାକୁ ଉପଦେଶ ଦେଇଥିଲେ ପ୍ରଭାତ। ଶରତ ବାବୁ ରାଜନୀତି ବିଜ୍ଞାନରେ ଏମ. ଏ. ପଢିବାକୁ ଆଲ୍ଲାହାବାଦ ଯିବାରୁ “ନିର୍ଭୀକ” ପତ୍ରିକା ପ୍ରକାଶନ ପୁନଃ ବ୍ୟାହତ ହେଲା। ଜ୍ୟେଷ୍ଠ ଭ୍ରାତାଙ୍କ ସ୍ବପ୍ନ ଓ କନିଷ୍ଠ ଭ୍ରାତାର ସହଯୋଗ ମଧ୍ୟରେ ସେତୁ ସାଜି “ନିର୍ଭୀକ” ପତ୍ରିକାର ମୁଦ୍ରାକର ତଥା ପରିଚାଳନା ସମ୍ପାଦକ ଭାବେ ଦାୟିତ୍ୱ ନେଲେ ପ୍ରଭାତ କର। ଉଭୟ ଭ୍ରାତାଙ୍କ ବ୍ୟସ୍ତତା ଓ ସ୍ଵକୀୟ ବୃତ୍ତିଗତ ଦାୟିତ୍ୱ ଯୋଗୁଁ “ନିର୍ଭୀକ” କୁ ଉପଯୁକ୍ତ ସମୟ ନ ମିଳିବାରୁ ଏହି ଯୋଜନା ସ୍ଥାଣୁ ପାଲଟିଗଲା; ମାତ୍ର “ନିର୍ଭୀକ” ପତ୍ରିକାର ଏହି ଯାତ୍ରାରେ ପ୍ରଭାତ କରଙ୍କ ନିଷ୍ଠା, ପ୍ରଚେଷ୍ଟା ଅବିସ୍ମରଣୀୟ ନିଶ୍ଚୟ। ତାଙ୍କ ସୁପରିଚାଳନାରେ ଏହି ପତ୍ରିକା ଖୁବ ଅଳ୍ପ ସମୟରେ ଉଭୟ ପାଠକୀୟ ଓ ସମାଲୋଚକ ସ୍ତରୀୟ ପ୍ରଶଂସା ପାଇ ଗୋଟିଏ ସ୍ୱାଧୀନ ଚିନ୍ତାଧାରାର ପତ୍ରିକା ଭାବେ ପ୍ରସିଦ୍ଧି ଲାଭ କରି ଥିଲା।

ପୁଣି ଶରତ କରଙ୍କ ରାଜନୈତିକ ଜୀବନ କାଳ ମଧ୍ୟରେ ସାଂସଦ ଥିବାବେଳେ ୧୯୭୯ ରେ ଏହି “ନିର୍ଭୀକ” ସାପ୍ତାହିକ ପତ୍ରିକାଭାବେ ପୁନଃ ପ୍ରକାଶ ପାଇବାକୁ ଲାଗିଲା। ପ୍ରଭାତ ବାବୁ ଅନେକ ଉତ୍ସାହ ଓ ଉଦ୍ଦୀପନା ସହକାରେ କାର୍ଯ୍ୟ କରି ‘ନିର୍ଭୀକ’ର ଆଲେଖ୍ୟ, ଛପା କାର୍ଯ୍ୟ ଓ ସାମଗ୍ରିକ ପରିଚାଳନାକୁ ଉଚ୍ଚାଙ୍ଗ ଗୁଣବତ୍ତା ସମ୍ପନ୍ନ କରି ପାରିଥିଲେ। ଏହାକୁ ଏକ ପ୍ରକୃତ ଅର୍ଥରେ ନିର୍ଭୀକ, ନିରପେକ୍ଷ ଓ ନିର୍ଭୁଲ ପତ୍ରିକା ଭାବେ ପ୍ରକାଶ କରେଇ ଜନାଦୃତ କରାଇବାରେ ପ୍ରମୁଖ ଭୂମିକା ନିର୍ଵାହ କରିଥିଲେ। ଚାରିବର୍ଷ କାଳ ଏହି ପତ୍ରିକା ନିୟମିତ ପ୍ରକାଶ ପାଇ ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ପାଇ ସାରିଥିଲା। ମାତ୍ର, ତତ୍କାଳୀନ କଂଗ୍ରେସ ସରକାରର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ତାଡନା ଯୋଗୁଁ ପୁନଃ ବନବାସ ଗ୍ରହଣ କଲା ‘ନିର୍ଭୀକ’।

ମହାନଦୀର ସ୍ତ୍ରୋତରେ ଅନେକ ଜଳ ବହି ଯାଇଥିଲେ ମଧ୍ୟ ଅତୀତର ସେଇ ସାଉଁଟା ସ୍ମୃତି କୁ ସଂରକ୍ଷିତ କରି ରଖିଥିଲେ ଶ୍ରୀ କର, ମନ ଏକ କୋଣରେ “ନିର୍ଭୀକ” କୁ ପୁନଃ ମୁଦ୍ରଣ କରିବାର ତାଙ୍କର ଇଚ୍ଛା ଅନେକ ଥର ଏ ଲେଖକ ତାଙ୍କ ପାଖରୁ ଶୁଣିଛି। ୨୦୨୨ରେ ଯେତେବେଳେ ଶ୍ରୀ ଶୋଭନ କର (ଶରତ କରଙ୍କ କନିଷ୍ଠ ପୁତ୍ର) ଆଧୁନିକ ପ୍ରଣାଳୀରେ ଡିଜିଟାଲ ଭାବେ ନିର୍ଭୀକ ପତ୍ରିକାର ପୁନଃ ପ୍ରକାଶନ କଲେ ସେତେବେଳେ ପ୍ରଭାତ ବାବୁ ନିର୍ଭୀକର ନୈତିକ ଦାୟିତ୍ୱ ତତ୍କାଳୀନ ମୁଦ୍ରାକରଙ୍କୁ ଦେଉଥିବା ବେଳେ ତାଙ୍କ ମୁଖ ମଣ୍ଡଳର ସନ୍ତୋଷ ଅନେକ କଥା କହୁଥିଲା ଯେମିତି – “ନିର୍ଭୀକ” ପତ୍ରିକାର ନାମ ଓ ଆଦର୍ଶର ଆଦ୍ୟ ପ୍ରବର୍ତ୍ତକ ଥିଲେ ପଦ୍ମଶ୍ରୀ ରଜତ କୁମାର କର, ମାତ୍ର ଏହି ପତ୍ରିକାକୁ ପ୍ରକୃତ ରୂପେ ପ୍ରଥମେ ପ୍ରକାଶ କରିଥିଲେ ପ୍ରତିଷ୍ଠାତା ଶରତ କୁମାର କର। କିନ୍ତୁ ଏଇ ଯାତ୍ରା ମଧ୍ୟରେ ଯିଏ ପ୍ରକୃତରେ “ନିର୍ଭୀକ” କୁ ନୀତିଗତ ଓ ବାସ୍ତବିକ ରୂପାୟନ ଦେବାସହିତ ମୁଦ୍ରିତ କରିଥିଲେ, ସେ ଥିଲେ ପ୍ରଭାତ କୁମାର କର।

ଆଜି ନିର୍ଭୀକ ଆଧୁନିକ ଯୁଗ ସହ ତାଳ ଦେଇ ଏହାର ନୂତନ ପୃଷ୍ଠପୋଷକ ମାନଙ୍କ ସହଯୋଗରେ ଚାରୋଟି ସ୍ବନକ୍ଷତ୍ର ପାଳନ କରି ସାରିଲାଣି, ମାତ୍ର ଚଳିତ ବର୍ଷ ପ୍ରଥମ ଥର ଲାଗି ଏହାର ପ୍ରଥମ ମୁଦ୍ରାକାର ଶ୍ରୀ ପ୍ରଭାତ କରଙ୍କ ଅନୁପସ୍ଥିତି ଅନୁଭୂତ ହେଉଛି। ଏକ ମହାନ ପରମ୍ପରାର ବାର୍ତ୍ତାବହ ‘ନିର୍ଭୀକ’ ର ଏହି ମହାନ ବିନ୍ଧାଣି ଙ୍କୁ ମୋର କୋଟି କୋଟି ପ୍ରଣାମ।

Dr. Ansuman Kar

Dr. Ansuman Kar

The Author is a doctor by profession with a passion for literature. He is a noted columnist, author, poet and literary researcher. He is presently the Secretary of Kalinga Bharati and Utkal Chhatra Sahitya Samaj, Cuttack.
N-1/183, IRC VILLAGE
9778030494

Related Posts

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ
More

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

by Nirvik Bureau
June 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ଜୁନ୍ ୨୦୨୬ ମାହାଙ୍ଗା ମାଟିର ଅନ୍ୟତମ ବରପୁତ୍ର ତଥା ଓଡ଼ିଆ ଅସ୍ମିତାର ଆଦ୍ୟ ଉଦ୍ ଗାତା ରାୟ ବାହାଦୁର ନନ୍ଦ କିଶୋର...

Read more
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

May 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.