• About
  • Contact
Tuesday, June 30, 2026
Tuesday, June 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡୀ ଭୂୟାଁ (ଭାଗ ୭୫)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୫ ମଇ ୨୦୨୬

ଆମେ ସମସ୍ତେ – ଜୟନ୍ତୀ, ମନ୍ମଥ, ବୋଉ ଆଉ ମୁଁ – ଦରବାର ଘରେ ପହଞ୍ଚିବା ବେଳକୁ ମିଟିଂ ଆରମ୍ଭ ହୋଇ ଯାଇଥିଲା। ସହରରୁ ତିନି ଜଣ ମ୍ୟାଡ଼ାମ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ କଣ ସବୁ କହୁଥିଲେ – ଆମ ଜାତିର ମହିଳାମାନଙ୍କ ସ୍ୱାସ୍ଥ୍ୟ ବିଷୟରେ, ଓ ବିଭିନ୍ନ ସରକାରୀ ଯୋଜନା ଯାହାଦ୍ୱାରା ମହିଳାମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଆମେ ସମସ୍ତେ ଶୁଣୁଥାଉ। ସେ ତାଙ୍କ କଥା ମଝିରେ ଆମ ଭୂୟାଁ ଜାତି ମହିଳା ମାନଙ୍କ ମଧ୍ୟରେ ଥିବା ବିଭିନ୍ନ କୁସଂସ୍କାର ଓ ଅନ୍ଧବିଶ୍ୱାସ ଉପରେ କହିଲେ। ତାଙ୍କ କଥା ଶୁଣୁଥିବା ମୋର ଶାଶୁ ସଙ୍ଗେସଙ୍ଗେ ଠିଆ ହୋଇ ସେ ମ୍ୟାଡ଼ାମ ଙ୍କୁ ପଚାରିଲେ, “ଆଲୋ ଝିଅ, ତୁ ଆମ ଝିଅବୋହୁଙ୍କୁ ଭଲ ବାଟକୁ ନେବାକୁ ଆସିଛୁ ନା ଖରାପ ବାଟକୁ?” ସେ ଦିଦି କିଛି ନବୁଝିପାରି ପଚାରିଲେ, “ମାଉସୀ ମୁଁ କିଛି ବୁଝି ପାରିଲି ନାହିଁ। ମୁଁ ତ ଆପଣଙ୍କ ଭଲ ପାଇଁ ଏସବୁ କଥା କହୁଛି। କେଉଁ କଥାଟା ଆପଣଙ୍କ ଝିଅବୋହୁଙ୍କୁ ଖରାପ ବାଟକୁ ନେବ କହୁ ନାହାନ୍ତି?” ଏଥର ବୋଉ କଥା ଆରମ୍ଭ କରି ଆମ ଘରେ ସେଦିନ ଘଟିଥିବା ଘଟଣାକୁ କହିଲେ।ଆଉ କହିଲେ, “ବୁଝିଲୁ ଝିଅ, ମୋ ଶାଶୁ ମୋତେ ମଧ୍ୟ ଅସୁବିଧା ସମୟରେ ଏମିତି ଆକଟ କରୁଥିଲେ। ମୁଁ କଣ ତାଙ୍କ କଥାରୁ ବାହାରି ଯାଇଥିଲି? ଆଉ ଆଜିକାଲିର ବୋହୁଙ୍କ କଥା ନ କହିଲେ ଭଲ। ଏ ସରକାରୀ ଲୋକମାନେ ପା ଆସି ନିଆଁ ରେ ଘିଅ ଢାଳିଲା ଭଳି କଥା କହିଦେଇ ପଳାଉଛନ୍ତି। ହଉ ଛାଡ଼ ଝିଅ, ତୁମ କଥା ତୁମେ କୁହ। ମୋତେ ଖରାପ ବୁଝିବନି ଆଜ୍ଞା ମାନେ।” ଦିଦି ଏଥର କଥା ଆରମ୍ଭ କରି କହିଲେ, “ବୁଝିଲ ମାଉସୀ, ତୁମ କଥାକୁ ମୁଁ ଖରାପ ବୁଝୁନାହିଁ। ମୋର କାମ ହେଉଛି ତୁମମାନଙ୍କ ଠାରୁ କିଛି ଶିଖିବା ଆଉ ତୁମମାନଙ୍କ ମନରେ ଥିବା ଭୁଲ୍ ଧାରଣାକୁ ଦୂର କରିବା। ଆଛା ମାଉସୀ, ତୁମ ଗାଁ ର କଥା କହିବି। ଆଛା ତୁମ ଗାଁ ରେ ଯେଉଁମାନଙ୍କୁ ତୁମେମାନେ ପାଙ୍ଗି ଦିଅନ୍ତି ବୋଲି ଧରିନେଇଛ, ଜାଣିଛ ସେମାନଙ୍କୁ ତୁମ ଗାଁ ର କିଛି ଲୋକ ମିଛ ପ୍ରଚାର କରି ଏପରି କରିଛନ୍ତି। ସେମାନେ ଏ ଗୁଣିଗାରେଡ଼ି କିଛି ଜାଣନ୍ତି ନାହିଁ। ତୁମ ଗାଁ ପାଖ ଗାଁ ରେ ଡାହାଣୀ ସନ୍ଦେହରେ ଯେଉଁ ବିଧବା ସ୍ତ୍ରୀ ଲୋକଟିକୁ କିଛି ଲୋକ ଯେଉଁ ବାଡ଼ିଆ ପିଟା କରିଥିଲେ, ସେମାନେ କଣ ଠିକ୍ କରିଥିଲେ?ଯେତେଜଣ ଏଠି ବସିଛନ୍ତି, କେହି କେବେ ଡାହାଣୀ ଦେଖିଛ କି?” ପଛରେ ବସିଥିବା ଆମ ଗାଁ ର ଡାକୁଆ ଦାଦା ସଙ୍ଗେ ସଙ୍ଗେ କହିଲେ, “ମୁଁ ଦେଖିଛି ଦିଦି। ସେଦିନ କୁଶକଳା ହାଟକୁ ଯାଇଥିଲି। ଫେରୁ ଫେରୁ ବହୁତ ଡେରି ହୋଇଗଲା। ରାତି ପ୍ରାୟ ଏଗାରଟା ହେବ। ମୁଁ ସିଂପୁର ପାରି ହୋଇ ଯାଇଛି। ସେହି ଜଙ୍ଗଲ ରାସ୍ତାରେ ଡାହାଣୀ ମଇଳା ଖାଉଥିବାର ମୁଁ ନିଜ ଆଖିରେ ଦେଖିଛି।” ଦିଦି ହସିଦେଇ କହିଲେ, “ଦାଦା, କୁଶକଳା ଯାଇଥିଲ ମାନେ ଫେରିଲା ବେଳକୁ ମୁଣ୍ଡାସାହି ଦେଇ ନିଶ୍ଚୟ ଫେରିଥିବ।” ଡାକୁଆ ଦାଦା ଟିକିଏ ଲାଜେଇ ଯାଇ କହିଲେ, “ହଁ ଦିଦି ଆମେ ଭୂୟାଁ ଲୋକ ଆମର ହାଣ୍ଡିଆ ନହେଲେ ନଚଳେ। ସେଥିପାଇଁ ଟିକିଏ ଯାଇଥିଲି। ସେଦିନ ଅଧିକ ଟିକିଏ ପିଇଦେଇ ଥିବାରୁ ତ ବଞ୍ଚିଗଲି।” ଦିଦି ଟିକିଏ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “କିପରି?”

ଏଥର ପୁଣି କଥା ଆରମ୍ଭ କରି ଡାକୁଆ ଦାଦା କହିଲେ, “ସେଦିନ ଏତେ ପିଇ ଦେଇଥିଲି ଯେ ଠିକ୍ କରି ଚାଲି ପାରୁ ନଥିଲି। ସେହି ହାଣ୍ଡିଆବାଲି ସ୍ତ୍ରୀ ଲୋକର ପିଣ୍ଡାରେ ଶୋଇ ଯାଇଥିଲି। କେତେ ରାତି ହେବ ମୁଁ କହି ପାରିବି ନାହିଁ, ସେ ହାଣ୍ଡିଆବାଲୀ ମୋତେ ଉଠାଇ କହିଲା, ‘ଏ ମଦୁଆ ଘରକୁ ଯା ରାତି ବହୁତ ହେଲାଣି।’ ସେଠାରୁ ନିଦ ମଳମଳ ଆଖିରେ ଘରକୁ ଫେରୁଥିଲି ତ ବାଟରେ ଡାହାଣୀ ଦେଖିଲି।” ଦିଦି ତାଙ୍କୁ ବୁଝାଇ କହିଲେ, “ବୁଝିଲେ ଆଜ୍ଞା, ଏଇଟା ଆପଣଙ୍କ ମନର ଭ୍ରମ। ଏହା କଣ କେବେ ସମ୍ଭବ ଯେ ଜଣେ ମଣିଷ ଗୋଡ ଉପରକୁ ଟେକି ମୁଣ୍ଡ ତଳକୁ କରି ମଇଳା ଖାଇବ। ବିଲୁଆ ମାନଙ୍କ ପାଟିରୁ ଫସଫରସ ବାହାରେ।ବାୟୁ ସଂସ୍ପର୍ଶରେ ଆସିଲେ ତାହା ଜଳିଉଠେ। ଏଣୁ ଅନ୍ଧାର ରାତିରେ ଆମେ ତାକୁ ଡାହାଣୀ ବୋଲି ଭାବୁ। ତାପରେ ଆଉ ଗୋଟିଏ କଥା। ଆମର ଗାଁ ମାନଙ୍କରେ ଜ୍ୱର ହେଲେ ଗୁଣିଗାରେଡ଼ି ସନ୍ଦେହରେ ରାଉଡିଆ ଡାକି ପୂଜା କରନ୍ତି ଆଉ କୁକୁଡ଼ା ବଳି ଦିଅନ୍ତି। ରାଉଡିଆ ରୋଗୀକୁ କିଛି ଜିନିଷ ଖାଇବା ପାଇଁ ଦିଅନ୍ତି। ଆପଣ ଦେଖିଥିବେ ରାଉଡିଆ ତା ବ୍ୟାଗ୍ ରୁ କିଛି ବାହାର କରି ରୋଗୀକୁ ଖାଇବାକୁ ଦେବା ପୁର୍ବରୁ ପଚାରେ ରୋଗୀକୁ କିଛି ଖାଇବାକୁ ଦିଅ। ଏହି ଖାଦ୍ୟ ତା ମଧ୍ୟରେ ଥିବା ଦୁଷ୍ଟ ପ୍ରେତାତ୍ମା ଖାଇବ। ଏହି ଠାରେ ସେ ଆମକୁ ଗୁଣିଗାରେଡ଼ି କହି ନିଜର ସ୍ବାର୍ଥ ହାସଲ କରିଥାଏ।ସେ ଆମକୁ ସେହି ଭୋଗ ମଧ୍ୟରେ ମ୍ୟାଲେରିଆ ଔଷଧ ଲୁଚାଇ କରି ଦେଇଥାଏ। ଆଉ ଗୋଟିଏ ପାନ ଜ୍ୱର ଆସିଲେ ଖାଇବା ପାଇଁ ଦେଇଥାଏ। ସେଥିରେ ସେ ପାରାସେଟାମଲ୍ ଦେଇଥାଏ ଜ୍ୱର କମିବା ପାଇଁ। ପୁଣି ରାତ୍ରି ରେ ଆଉ ଦୁଇ ପାନ। ଏହିପରି ପାଞ୍ଚଦିନ ଖାଇବା ପାଇଁ କହିଥାଏ। ତେବେ କୁହନ୍ତୁ ଆମେ ଡାକ୍ତର ଙ୍କ ପରାମର୍ଶ ନେଇ ଡାକ୍ତରଖାନା ରୁ ମାଗଣା ଔଷଧ ଖାଇଲେ କିପରି ହୁଅନ୍ତା?” ସମସ୍ତେ ଦିଦି ଙ୍କ କଥାରେ ସହମତ ହେବା ଭଳି ଲାଗିଲା।

ଏହାପରେ ବୋଉଙ୍କୁ (ମୋ ଶାଶୁ ଙ୍କୁ) ଚାହିଁ ଦିଦି କହିଲେ, “ବୁଝିଲ ମାଉସୀ, ଆପଣ ଆପଣଙ୍କ ବୋହୂ ଗର୍ଭାବସ୍ଥାରେ ବାହାରକୁ ଗଲେ ଭୁତପ୍ରେତ ବା ଖରାପ ଶକ୍ତି ତା ପେଟରେ ଥିବା ଛୁଆ ର କ୍ଷତି କରିବେ ବୋଲି ସନ୍ଧ୍ୟା ସମୟରେ ବାହାରକୁ ଆସିବା ପାଇଁ ମନା କରୁଥିଲେ। ଏହା ମଧ୍ୟ ଏକ ଅନ୍ଧବିଶ୍ୱାସ। ଆପଣ ବୋହୂ କୁ ଅଙ୍ଗନବାଡ଼ି କେନ୍ଦ୍ରରେ ମିଳୁଥିବା ଖାଦ୍ୟ ଓ ଔଷଧ ଦେବା ସହିତ ଓଜନ କରାନ୍ତୁ। ଦିଦି ଙ୍କ ପରାମର୍ଶ କ୍ରମେ ନିକଟରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଡାକ୍ତର ଙ୍କୁ ଦେଖାଇ ସେ ଲେଖିଥିବା ଔଷଧ ବୋହୂକୁ ଖାଇବାକୁ ଦିଅନ୍ତୁ। ପିଲା ଜନ୍ମ ପାଇଁ ନିକଟସ୍ଥ ମେଡିକାଲରେ ଆସନ୍ତୁ। ଗାଁ ରେ ଥିବା ଧାଈମାନଙ୍କ କଥା ବିଶ୍ୱାସ କରନ୍ତୁ ନାହିଁ।” ଦିଦି ଏତେ ବୁଝାଇଲେ ମଧ୍ୟ ମୋ ଶାଶୁ ଙ୍କ ମନ ବୁଝିଲା ଭଳି ଲାଗୁ ନଥିଲା। କେବଳ ମନ୍ମଥ କୁ ଡରି ବୁଝି ଯିବାର ଅଭିନୟ କରୁଥିଲେ। ହସିଦେଇ କହିଲେ, “ହଁ ଦିଦି, ତୁମେ ଠିକ୍ କହୁଛ। ଆମେ ତ ଅପାଠୁଆ ପୁରୁଣାକାଳିଆ ଲୋକ। ଭୁଲ୍ ଧରିବ ନାହିଁ।” ଦିଦି ତାଙ୍କୁ କଥା ମଝିରୁ ଅଟକାଇ କହିଲେ, “ମାଉସୀ ଆପଣ ମୋତେ କଣ ଭୁଲ ମାଗୁଛନ୍ତି। ମୁଁ ଆପଣଙ୍କ ଝିଅ ବୟସର। ତାପର କଥା ହେଉଛି ଆପଣ ଆପଣଙ୍କ ସମୟର ରିତିନୀତି, ଚାଲିଚଳନ ଓ ପାରମ୍ପରିକ ବ୍ୟବସ୍ଥା କଥା କହିଲେ। ସମାଜରେ ହୋଇଥିବା ପରିବର୍ତ୍ତନ ସମ୍ବନ୍ଧ ସୀମ୍ପର୍କରେ ଆପଣ ଅବଗତ ନଥିଲେ। ଝିଅ ହିସାବରେ ଆପଣଙ୍କୁ ଅବଗତ କରାଇବା ଥିଲା ମୋର କର୍ତ୍ତବ୍ୟ। ଯାହା ମୁଁ କରିଛି।”

ଏହାର କିଛି ସମୟ ପରେ ସଭା ସରିଲା। ଦିଦି ମୋ ଶାଶୁ ଙ୍କ ନିକଟକୁ ଆସି କିଛି ସମୟ କଥା ହେବା ପରେ ଆମେ ଘରକୁ ଫେରିଲୁ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Vipul’s Voice:Burden of the Known
More

Vipul’s Voice:
Burden of the Known

by Vipul Agarwal
June 19, 2026

Vipul Agarwal, Delhi, 19 June 2026 While reading horoscopes, I often wonder whether a person can see the future clearly...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୬)

June 14, 2026
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.