• About
  • Contact
Tuesday, October 27, 2026
Tuesday, October 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ଗଣକବି ବୈଷ୍ଣବ ପାଣିଙ୍କ ୧୪୫ ତମ ଜୟନ୍ତୀରେ ସ୍ମୃତି ସଂସଦ (ମାହାଙ୍ଗା) ପକ୍ଷରୁ ସଭକ୍ତି ଶ୍ରଦ୍ଧାଞ୍ଜଳି ।

ଗଣକବି  ବୈଷ୍ଣବ ପାଣିଙ୍କ ୧୪୫ ତମ ଜୟନ୍ତୀରେ  ସ୍ମୃତି ସଂସଦ (ମାହାଙ୍ଗା) ପକ୍ଷରୁ ସଭକ୍ତି ଶ୍ରଦ୍ଧାଞ୍ଜଳି ।
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୬ ଅକ୍ଟୋବର ୨୦୨୬

ଆଜି କୁମାର ପୂର୍ଣ୍ଣିମା । ଗଣକବି ବୈଷ୍ଣବ ପାଣି ଙ୍କ ୧୪୫ ତମ ଜନ୍ମତିଥି ପାଳନ ନିମନ୍ତେ ଗଣକବିଙ୍କ ନାମରେ ନାମିତ ମାହାଙ୍ଗାର ପ୍ରାକ୍ତନ ବିଧାୟକ ଶରତ କୁମାର କରଙ୍କ ଦ୍ଵାରା ପ୍ରତିଷ୍ଠିତ ସର୍ବ ପୁରାତନ ସଂସ୍ଥା ଗଣକବି ସ୍ମୃତି ସଂସଦ ପକ୍ଷରୁ ଜନ୍ମ ପୀଠ କୋଠପଦା ବଜାର ଛକ ସ୍ଥିତ କବି ବୈଷ୍ଣବ ପାଣିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ଅଙ୍ଗବସ୍ତ୍ର, ପୁଷ୍ପମାଲ୍ୟ, ଧୂପ – ଦୀପାଦି ସହିତ ଶ୍ରଦ୍ଧାର୍ଘ୍ୟ ଅର୍ପଣ କରାଯାଇଛି ।

ଗଣକବି ସ୍ମୃତି ସଂସଦ ଅଧ୍ୟକ୍ଷ, ପୂଜ୍ୟ ପୂଜକ, ପୂର୍ବତନ ଆୟକର କମିଶନର ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ଶୋଭନ କର ଗଣକବି ବୈଷ୍ଣବ ପାଣି ଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଲେ, ଆମ ମାହାଙ୍ଗା ମୂଲକରେ ଏଭଳି ଜଣେ ଯୋଗଜନ୍ମା ସାରସ୍ଵତ ସାଧକ ଭୂମିଷ୍ଠ ହୋଇ କେବଳ ଏଇ ମାଟିକୁ ଧନ୍ୟ କରି ନାହାନ୍ତି, ବରଂ ନିଜ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରି ଦେଶ ଓ ଜାତିର ର ଅଶେଷ କଲ୍ୟାଣ କରି ଯାଇଛନ୍ତି । ତାଙ୍କ ଅମର କୃତି ଓ କୀର୍ତ୍ତି ଉତ୍ତର ପିଢ଼ି ଙ୍କୁ ଯୁଗ ଯୁଗ ପାଇଁ ମାର୍ଗଦର୍ଶନ କରି ଚାଲିଛି ବୋଲି ଶ୍ରୀ କର ଉଲ୍ଲେଖ କରିଥିଲେ । ଶ୍ରୀ କରଙ୍କ ସହିତ ମାହାଙ୍ଗା ମୈତ୍ରୀ ମଞ୍ଚ ର ସାଧାରଣ ସମ୍ପାଦକ ତଥା ନିର୍ଭୀକ ପତ୍ରିକାର ସମ୍ପାଦକ ଅବନୀ ଚନ୍ଦ୍ର ଦାସ, ଗଣକବି ବୈଷ୍ଣବ ପାଣି ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାର୍ଘ୍ୟ ଅର୍ପଣ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ରତ୍ନାକର ମହାନ୍ତି, ଅଜିତ୍ କୁମାର ସାହୁ, ରୁଦ୍ର ନାରାୟଣ ସିଂହ, ରାମ ଚନ୍ଦ୍ର ମହାପାତ୍ର, ବିଜୟ କୁମାର ପାଣି, ଦୀପକ କୁମାର ଦାସ, କାର୍ତ୍ତିକ ଚନ୍ଦ୍ର ବିହାରୀ, ସମ୍ ଶେର ଅଲ୍ଲି, ଅବଦୁଲ କୁଦୁସ୍, ଶୁଭେନ୍ଦୁ କୁମାର ସାମଲ, ପାର୍ଥ ସାରଥି ନାୟକ, ଡମ୍ବରୁଧର ପରିଡା, ହିମାଂଶୁ ମହାନ୍ତି, ଜ୍ଞାନ ରଞ୍ଜନ ମହାନ୍ତି ଓ ମାଧବ ଚନ୍ଦ୍ର ପଲେଇ ପ୍ରମୁଖ ମାହାଙ୍ଗା ଅଞ୍ଚଳର ଶତାଧିକ ପାଣି ସାହିତ୍ୟ – ସଙ୍ଗୀତ ପ୍ରେମୀ ଜନ ସାଧାରଣ କବିଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ପୁନଶ୍ଚ, ରଘୁନାଥ ଜୀଉ ମଠ ପରିସର ତଥା ଗଣକବି ପାଣିଙ୍କ ପୈତୃକ ବାସଗୃହ ଯେଉଁଠାରେ ତାଙ୍କ ଆଦ୍ୟ ବାଲ୍ୟ-କୈଶୋର କାଳ ଅତିବାହିତ ହୋଇଥିଲା, ସେଗୁଡିକୁ ପରିକ୍ରମଣ କରିବା ସହିତ ସ୍ମୃତିଚାରଣ କରିଥିଲେ ଶ୍ରୀ ଶୋଭନ କର । ଗଣକବିଙ୍କ ଜୀବନର ସ୍ମୃତି ବହନ କରୁଥିବା ଏହି ସ୍ଥାନ ଗୁଡ଼ିକର ଯଥାଯଥ ରକ୍ଷଣାବେକ୍ଷଣ କରିବା କେବଳ ସରକାରଙ୍କର କାହିଁକି, ବରଂ ଆମ ସମସ୍ତ ଅଞ୍ଚଳବାସୀ ତଥା ଜନସାଧାରଣଙ୍କର ବୋଲି ଶ୍ରୀ କର ଉଦବୋଧନ ଦେଇ କହିଥିଲେ ।

ଏହି ଅବସର ରେ ରାଜଧାନୀ ଭୁବନେଶ୍ୱର ସମେତ କଟକ ଖାନ ନଗର ସ୍ଥିତ ଗଣକବିଙ୍କ ପ୍ରତିମୂର୍ତ୍ତି ରେ ମଧ୍ୟ ସ୍ମୃତି ସଂସଦ ସମେତ ବହୁ ସାହିତ୍ୟ, ସାଂସ୍କୃତିକ, ସାମାଜିକ ଅନୁଷ୍ଠାନ ତଥା ପାଣି ପ୍ରେମିବ୍ୟକ୍ତି ବିଶେଷ ଙ୍କ ଦ୍ଵାରା ଶ୍ରଦ୍ଧାର୍ଘ୍ୟ ଅର୍ପଣ କରାଯାଇଥିଲା । ସ୍ଥାନୀୟ କୋଠପଦା ଅଞ୍ଚଳ ବାସିନ୍ଦା ବୈଷ୍ଣବ ପାଣି ଯାତ୍ରା ନାଟକର ମଞ୍ଚ କଳାକାର କାର୍ତ୍ତିକ ଚନ୍ଦ୍ର ବିହାରୀ ଏବଂ ରତ୍ନାକର ଓଝା ବୈଷ୍ଣବ ପାଣିଙ୍କ ରଚିତ ଗୀତିନାଟ୍ୟ ସଙ୍ଗୀତ ପରିବେଷଣ କରି ଏକ ଭାବ ବିହ୍ୱଳ ପରିବେଶ ସୃଷ୍ଟି କରି ପ୍ରଶଂସିତ ହୋଇଥିଲେ ।

Nirvik Bureau

Nirvik Bureau

Related Posts

ମାହାଙ୍ଗାରେ ୧୭ ବର୍ଷରୁ କମ୍ ବୟସ୍କ କିଶୋରୀ କ୍ରିକେଟ୍ ତାରକାଙ୍କୁ ସମ୍ବର୍ଦ୍ଧନା
News

ମାହାଙ୍ଗାରେ ୧୭ ବର୍ଷରୁ କମ୍ ବୟସ୍କ କିଶୋରୀ କ୍ରିକେଟ୍ ତାରକାଙ୍କୁ ସମ୍ବର୍ଦ୍ଧନା

by Nirvik Bureau
October 26, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୬ ଅକ୍ଟୋବର ୨୦୨୬ ଗତକାଲି ତା୨୫.୧୦.୨୦୨୬ ରିଖ ରବିବାର ଅପରାହ୍ନରେ ଶରତ କର ଓ ଅନିମା କର ଫାଉଣ୍ଡେସନ ର ମାହାଙ୍ଗା (ବନ୍ତଳା) ସ୍ଥିତ...

Read more
ଜନ୍ମ ମାଟିରେ ବାଗ୍ମୀ ବିଶ୍ଵନାଥ କରଙ୍କ ୯୨ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଜନ୍ମ ମାଟିରେ ବାଗ୍ମୀ ବିଶ୍ଵନାଥ କରଙ୍କ ୯୨ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

October 19, 2026
ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)

October 13, 2026
୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

October 12, 2026
ପ୍ରାଣନାଥ ପଟ୍ଟନାୟକ: ଶୋଷିତ ବର୍ଗର ତ୍ରାଣକର୍ତ୍ତା

ପଲ୍ଲୀ ପ୍ରତିଭା ସାହିତ୍ୟ ସଂସ୍କୃତି ସଂସଦର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ।

October 11, 2026
ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

September 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.